ଜାମିନ ଶୁଣାଣି ବେଳେ ପକ୍ଷ ରଖିବେ ବଳାତ୍କାର ପୀଡ଼ିତା

କଟକ ଅଫିସ,୨୮।୭: ବଳାତ୍କାର ମାମଲାରେ ଅଭିଯୁକ୍ତଙ୍କ ନିୟମିତ ଜାମିନ ଶୁଣାଣି ବେଳେ ପୀଡ଼ିତା ନିଜେ କୋର୍ଟରେ ଉପସ୍ଥିତ ରହି ପକ୍ଷ ରଖିବେ। କୌଣସି କାରଣରୁ ସେ ଅନୁପସ୍ଥିତ ରହିଲେ, ଅଭିଯୋଗକାରୀ କିମ୍ବା ସୂଚନା ପ୍ରଦାନକାରୀଙ୍କୁ ଉପସ୍ଥିତ ରହିବାକୁ ହେବ। ପୂର୍ବରୁ ସେଥିପାଇଁ ନୋଟିସ ଦିଆଯିବ। ଏନେଇ ହାଇକୋର୍ଟ ରେଜିଷ୍ଟ୍ରାର (ଜୁଡିସିଆଲ୍‌) ଲଳିତ ଦାସ ବିଜ୍ଞପ୍ତି ଜାରି କରିବା ସହ ସମସ୍ତ ଜିଲା ଓ ଦୌରାଜଜ୍‌ଙ୍କୁ ଚିଠି କରିଛନ୍ତି।
ଉଲ୍ଲେଖଯୋଗ୍ୟ, ଗତ ବର୍ଷ ଗଜପତି ଜିଲା କାଶୀନଗର ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଥିଲା। ପ୍ରଥମେ ଆଇପିସି ଧାରା ୩୬୩ରେ ମାମଲା ରୁଜୁ ହୋଇଥିଲେ ମଧ୍ୟ ପରେ ଏହା ଆଇପିସି ଧାରା ୩୭୬(୨)(ଏନ୍‌)(୩) ଓ ପୋକ୍ସୋ ଆଇନର ଧାରା ୬କୁ ପରିବର୍ତ୍ତିତ ହୋଇଥିଲା। ପାରଳାଖେମୁଣ୍ଡି ଅତିରିକ୍ତ ଜିଲା ଦୌରାଜଜ୍‌ ନିୟମିତ ଜାମିନ ଆବେଦନକୁ ଖାରଜ କରିବା ପରେ ଅଭିଯୁକ୍ତ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଗତ ୧୫ ତାରିଖରେ ବିଚାରପତି ଜଷ୍ଟିସ୍‌ ସଞ୍ଜୀବ ପାଣିଗ୍ରାହୀ ଜାମିନ ଆବେଦନର ଶୁଣାଣି କରି କହିଥିଲେ ଯେ, କ୍ରିମିନାଲ୍‌ ଲ’ (ଆମେଣ୍ଡମେଣ୍ଟ) ଆକ୍ଟ-୨୦୧୮ ଅନୁଯାୟୀ ନିୟମିତ ଜାମିନର ଶୁଣାଣି ବେଳେ ପୀଡ଼ିତା ଉପସ୍ଥିତ ରହିପାରିବେ। ଏହି ପରିପ୍ରେକ୍ଷୀରେ ଗତ ଜୁନ୍‌ ୫ରେ ଦିଲ୍ଲୀ ହାଇକୋର୍ଟ ସିଆର୍‌ଏଲ୍‌ଏମ୍‌ସି ୧୪୭୪/୨୦୨୦ ଏବଂ ସିଆର୍‌ଏଲ୍‌ଏମ୍‌ଏ ୬୩୩୦/୨୦୨୦ ଏବଂ ୬୭୦୫/୨୦୨୦ ମାମଲାରେ ଦେଇଥିବା ନିର୍ଦ୍ଦେଶ ସମ୍ପର୍କରେ କୋର୍ଟ ଉଲ୍ଲେଖ କରିଥିଲେ। ଏଥିସହ ରାଜ୍ୟର ସମସ୍ତ ତଳ ଅଦାଲତ ଏହି ନିର୍ଦ୍ଦେଶକୁ ପାଳନ କରିବା ପାଇଁ ପ୍ରାକ୍ଟିସ୍‌ ଡାଇରେକ୍ସନ ବା ବିଜ୍ଞପ୍ତି ପ୍ରକାଶ କରିବା ପାଇଁ ରେଜିଷ୍ଟ୍ରାର (ଜୁଡିସିଆଲ)ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଉପରୋକ୍ତ ନିର୍ଦ୍ଦେଶ ଅନୁଯାୟୀ ହାଇକୋର୍ଟ ରେଜିଷ୍ଟ୍ରାର (ଜୁଡିସିଆଲ୍‌) ଲଲିତ ଦାସ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଆଇପିସିର ଧାରା ୩୭୬, ଧାରା ୩୭୬ ଏବି, ଧାରା ୩୭୬ ଡିଏ, ଧାରା ୩୭୬ ଡିବିରେ ରୁଜୁ ହୋଇଥିବା ମାମଲାଗୁଡ଼ିକର ଶୁଣାଣି ବେଳେ ପୀଡ଼ିତାଙ୍କୁ ନୋଟିସ ଦିଆଯିବ। ତଳ ଅଦାଲତକୁ ଏହି ନିର୍ଦ୍ଦେଶ ଦେବା ପାଇଁ ଜିଲା ଜଜ୍‌ମାନଙ୍କୁ ବିଜ୍ଞପ୍ତିରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଝାରସୁଗୁଡା ଉପନିର୍ବାଚନ: ଆଜିଠୁ ନାମାଙ୍କନପତ୍ର ଦାଖଲ

ଭୁବନେଶ୍ୱର,୧୩।୪(ବ୍ୟୁରୋ): ମେ’୧୦ରେ ଝାରସୁଗୁଡା ବିଧାନସଭା ଉପନିର୍ବାଚନ। ଏନେଇ ଗୁରୁବାର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ। ତେବେ ନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଥିବା ବେଳେ ଆଜିଠାରୁ...

ଚାଷୀଙ୍କୁ କ୍ଷତିପୂରଣ ନେଇ ଦାବିପତ୍ର

ବଡ଼ସାହି,୧୨ା୧୧(ସ୍ବ.ପ୍ର)- ବୁଲ୍‌ବୁଲ୍‌ ବାତ୍ୟା ଯୋଗୁ ବଡ଼ସାହି ବ୍ଲକ ଅଞ୍ଚଳରେ କ୍ଷୟକ୍ଷତି ହୋଇଥିବା ଚାଷୀଙ୍କ ଧାନ ଓ ପରିବା ଚାଷର ଆକଳନ କରି କ୍ଷତିପୂରଣ ପ୍ରଦାନ ପାଇଁ...

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଗଲା ୩ ଜୀବନ

ତାଳଚେର ନି.ପ୍ର./ପବିତ୍ରନଗର,୧୩।୭ (ଡିଏନଏ): ଅନୁଗୋଳ ଜିଲା ସମଲ ଥାନା ବୁରୁକୁନା ପଞ୍ଚାୟତ ନାଇକାନାଳିଠାରେ ଜାତୀୟ ରାଜପଥ ୧୪୯ରେ ଶନିବାର ସକାଳେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି।...

କାଳୀ ମନ୍ଦିରରେ କଳାକନା ବୁଲାଇଲେ ଦୁର୍ବୃତ୍ତ

ସାକ୍ଷୀଗୋପାଳ,୫।୨(ଡି.ଏନ୍‌.ଏ.): ପ୍ରସିଦ୍ଧ ତନ୍ତ୍ର ପୀଠ ପୁରୀ ଜିଲା ସତ୍ୟବାଦୀ ଥାନା ବୀରଗୋବିନ୍ଦପୁର ଗ୍ରାମର ମା’ ଦକ୍ଷିଣକାଳୀ ପୀଠରୁ ମଙ୍ଗଳବାର ବିଳମ୍ବିତ ରାତିରେ ଚୋରି ହୋଇଛି। ଗ୍ରୀଲ...

କାରଖାନା କର୍ତ୍ତୃପକ୍ଷ ଭୁଲିଗଲେ ଦାୟିତ୍ୱବୋଧତା

ଟାଙ୍ଗୀ(କଟକ) ୨୪।୭(ଡି.ଏନ୍‌.ଏ.): ଟାଙ୍ଗୀ-ଚୌଦ୍ୱାର ବ୍ଲକ ଅନ୍ତର୍ଗତ ଉଚ୍ଚପଦା ପଞ୍ଚାୟତ ମଣିଆ ଗ୍ରାମରେ ଆରଏସ୍‌ବି ଟ୍ରାନ୍ସମିଶନ ଲିଃ ନାମକ କାରଖାନା ପରିଚାଳନା କର୍ତ୍ତୃପକ୍ଷଙ୍କ ମନମୁଖି କାର୍ଯ୍ୟକଳାପ ସ୍ଥାନୀୟ...

ଜଙ୍ଗଲ ଗିଳି ଚାଲିଛି ନିଆଁ

ଭୁବନେଶ୍ୱର (ବ୍ୟୁରୋ)/ ନୟାଗଡ ଅଫିସ/ସଜନାଗଡ଼/ ବୁଗୁଡ଼ା, (ଡି.ଏନ.ଏ.)୮।୩: ହୁ ହୁ ମାଡ଼ିଚାଲିଛି ନିଆଁ। ଓଡ଼ିଶାର ବିଭିନ୍ନ ଜଙ୍ଗଲକୁ ଚାଟିଯାଉଛି ବିପର୍ଯ୍ୟୟର ଲହ ଲହ ଜିହ୍ବା। ସବୁଠୁ...

ବିନା ପରୀକ୍ଷାରେ କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ

କଳିଙ୍ଗନଗର,୧୬।୧(ଡି.ଏନ.ଏ.): ଦାନଗଦୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବିନା ସ୍ବାବ୍‌ ପରୀକ୍ଷାରେ ମିଳୁଛି କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ। ଗତ ୧୪ ତାରିଖ ଛୁଟି ଦିନରେ ଏପରି ଏକ ଘଟଣା...

ପରିବା କିଣିବା ବେଳେ ଧାରୁଆ ଅସ୍ତ୍ରରେ ଆକ୍ରମଣ

ପାଇକମାଳ,୨୦।୧୧(ଡି.ଏନ୍‌.ଏ.): ବରଗଡ଼ ଜିଲା ପାଇକମାଳ ସାପ୍ତାହିକ ବଜାରରେ ଜଣେ ପୂର୍ବତନ ହୋମଗାର୍ଡଙ୍କୁୁ ମରାଣାନ୍ତକ ଆକ୍ରମଣ ହୋଇଛି। ଶନିବାର ସାପ୍ତାହିକ ବଜାରରେ ଜର୍ଜଗଡ ଗ୍ରାମର ହୋମଗାର୍ଡ ଗୋପାଳ...

Advertisement
Archives

Model This Week