କରୋନା ପ୍ରତିରୋଧକ ଔଷଧ ଯୋଗୁ ଆକ୍ରାନ୍ତଙ୍କ ଘଟୁଛି ମୃତ୍ୟୁ: ସାଇଟୋକାଇନ୍‌ ଷ୍ଟ୍ରମ୍‌ ହେଉଛି ଘାତକ…

ଓ୍ବାଶିଂଟନ,୧୫।୫: ପୃଥିବୀରେ କରୋନା ସଂକ୍ରମଣ ନେଇ ସ୍ଥିତି ଅସମ୍ଭାଳ ହୋଇଛି। ଏପରିସ୍ଥଳେ ଏକ ରିପୋର୍ଟରେ ପ୍ରକାଶ ପାଇଛି ଯେ, କରୋନାରୁ ଆକ୍ରାନ୍ତ ରକ୍ଷା ପାଇଲେ ବି ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ବ୍ୟବହୃତ ହେଉଥିବା ଔଷଧ ଯୋଗୁ ଶରୀରରେ ଅତ୍ୟଧିକ ସାଇଟୋକାଇନ୍‌ ସୃଷ୍ଟି ହେଉଛି। ଫଳରେ ସାଇଟୋକାଇନ୍‌ ଷ୍ଟ୍ରମ୍‌ ଯୋଗୁ ଫୁସ୍‌ଫୁସ୍‌ ନଷ୍ଟ ହୋଇ ଆକ୍ରାନ୍ତଙ୍କ ମୃତ୍ୟୁ ଘଟୁଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି। ଶରୀରରେ ଆଣ୍ଟିଜେନ ପ୍ରବେଶ କଲେ ସାଇଟୋକାଇନ୍‌ ସତର୍କ ସୂଚନା ଜାରି କରିଥାଏ। ଏହାଯୋଗୁ ଶରୀରରେ ଅଧିକ ସଂଖ୍ୟକ ସାଇଟୋକାଇନ୍‌ ସୃଷ୍ଟି ହୋଇଥାଏ। ଏହାର ସଂଖ୍ୟା ନିଦ୍ଦିଷ୍ଟ ସୀମା ମଧ୍ୟରେ ନ ରହି ଅଧିକ ହେଲେ ସାଇଟୋକାଇନ୍‌ ଷ୍ଟ୍ରମ୍‌ ଫୁସ୍‌ଫୁସ୍‌କୁ କ୍ଷତି ପହଞ୍ଚାଇବା ଆରମ୍ଭ କରିଥାଏ ବୋଲି ଚିକିତ୍ସକ ମତପୋଷଣ କରିଛନ୍ତି। ପରବର୍ତ୍ତୀ ସମୟରେ ହାର୍ଟ, କିଡ୍‌ନୀ, ଲିଭର ଆଦି ଖରାପ ହେଉଥିବା ଚିକିତ୍ସକ କହିଛନ୍ତି। ସାଇଟୋକାଇନ୍‌ ଷ୍ଟ୍ରମ୍‌ ହାର୍ଟର ସ୍ବାଭାବିକ କାର୍ଯ୍ୟ ହ୍ରାସ ପାଇଥାଏ। ରକ୍ତବାହୀ ନଳୀରେ ରକ୍ତ କ୍ଷରଣ ଯୋଗୁ ରକ୍ତ ଜମାଟ ବାନ୍ଧିବା ଆରମ୍ଭ କରିଥାଏ। ଏହାଯୋଗୁ ଶରୀରର ସମସ୍ତ ଅଙ୍ଗରେ ରକ୍ତ ପହଞ୍ଚାଇବା କାର୍ଯ୍ୟ ବାଧାପ୍ରାପ୍ତ ହୋଇଥାଏ। ସାଇଟୋକାଇନ୍‌ ଷ୍ଟ୍ରମ୍‌ କରୋନା ଆକ୍ରାନ୍ତଙ୍କ ପାଇଁ ଘାତକ ହୋଇଥାଏ ବୋଲି ବିଶେଷଜ୍ଞ କହିଥାନ୍ତି। ଓ୍ବେବ୍‌ମାଡ୍‌ ରିପୋର୍ଟ ଅନୁସାରେ ସାଇଟୋକାଇନ୍‌ ଷ୍ଟ୍ରମ୍‌ ଯୋଗୁ ଜୁବେନାଇଲ୍‌ ଆର୍ଥରାଇଟିସ୍‌ ଭଳି ଅଟୋହ୍ୟୁମାନ ସମସ୍ୟା ସୃଷ୍ଟି ହୋଇଥାଏ ବୋଲି ଚିକିତ୍ସକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରୁଷିଆ ଇରାନକୁ ଦେଇପାରେ ଯୁଦ୍ଧ ବିମାନ, ଆମେରିକା ରଖିଛି ନଜର: ହ୍ୱାଇଟ ହାଉସ

ୱାଶିଂଟନ,୨୫ ।୨: ହ୍ୱାଇଟ ହାଉସ ପକ୍ଷରୁ ଶୁକ୍ରବାର କୁହାଯାଇଛି କି ରୁଷିଆ ଓ ଇରାନ ମଧ୍ୟରେ ବଢିଚାଲିଥିବା ପ୍ରତିରକ୍ଷା ସମ୍ପର୍କକୁ ଦେଖିଲେ ରୁଷିଆ ଇରାନକୁ ଯୁଦ୍ଧ...

ଆମେରିକା ନେଟ୍‌ଓ୍ବର୍କରେ ଚାଇନିଜ୍‌ ହ୍ୟାକର୍ସ

ସାନ୍‌ ଫ୍ରାନ୍ସିସ୍‌କୋ:  ଆମେରିକାକୁ ପୁଣି ଟାର୍ଗେଟ କରିଛନ୍ତି ଚାଇନା ଭିତ୍ତିକ ସାଇବର ଆକ୍ରମଣକାରୀ। ଦେଶର ସରକାରୀ ଓ ବେସରକାରୀ ପ୍ରାୟ ୩୦ ହଜାର ସଂସ୍ଥା ଉପରେ ଆକ୍ରମଣ...

ଡାଇବେଟିସ୍‌ ରୋଗୀଙ୍କ ପାଇଁ ଉପକାରୀ ଧନିଆ ପତ୍ର ପାଣି

ତରକାରୀ ହେଉ କି ସାଲାଡ ଖାଦ୍ୟର ସ୍ୱାଦ ବଢାଇବା ପାଇଁ ଧନିଆ ପତ୍ରର ଆବଶ୍ୟକତା ପଡିଥାଏ। କେବଳ ଖାଦ୍ୟର ସ୍ୱାଦ ବଢାଇବା ପାଇଁ ନୁହେଁ, ଶରୀର...

ପ୍ରତି ୩ ମିନିଟ୍‌ରେ ଦକ୍ଷିଣ କାର୍ଲିଫର୍ନିଆରେ ହେଉଛି ଭୂକମ୍ପ: ୯ ବର୍ଷରେ ହେଲାଣି ୨୦ ଲକ୍ଷ ଥର

ଓ୍ବାଶିଂଟନ୍‌,୨୨।୪: ଦକ୍ଷିଣ କାର୍ଲିଫର୍ନିଆରେ ପ୍ରତି ୩ ମିନିଟ୍‌ରେ ଥରେ ହେଉଛି ଭୂକମ୍ପ। ଦିନରେ ହାରାହାରି ୪ଶହ ୯୫ ଥର ଏଠାକାର ଭୂଇଁ ଥରୁଛି। ୨୦୦୮ରୁ ୨୦୧୭...

ଅମ୍ଲଦୋଷ ଦୂର କରେ ମହୁମିଶା ପଇଡ ପାଣି

ଶରୀର ପାଇଁ ପଇଡ ପାଣି ବେଶ୍‌ ଉପକାରୀ। ଏଥିରେ ଭିଟାମିନ୍‌ ସି’ ଏବଂ ଆଣ୍ଟିଇକ୍ସିଡାଣ୍ଟ୍‌ ଥାଏ, ଯାହା ରୋଗପ୍ରତିରୋଧକ କ୍ଷମତାକୁ ମଜଭୁତ୍‌ କରିଥାଏ। ପଇଡ ପାଣିରେ...

ଇସ୍ତଫା ଦେବାକୁ ୩ ସର୍ତ୍ତ ରଖିଲେ ଇମ୍ରାନ

ଇସଲାମାବାଦ,୯ା୪: ଇସ୍ତଫା ଦେବା ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ପ୍ରସ୍ତୁତ ବୋଲି ଏକ ସୂତ୍ରରୁ ଜଣାପଡ଼ିଛି। ତେବେ ଇସ୍ତଫା ପାଇଁ ଇମ୍ରାନ ୩ଟି ସର୍ତ୍ତ...

ଚିକେନ୍‌ ବେଗମ୍‌ ବାହାର

ପୁରୀକୁ ଆସୁଥିବା ପର୍ଯ୍ୟଟକଙ୍କ ରୁଚିକୁ ଦୃଷ୍ଟିରେ ରଖିତ୍ ବିଭିନ୍ନ ହୋଟେଲ ଏବଂ ରେସ୍ତୋରାଁରେ ସୁଆଦିଆ ଖାଦ୍ୟ ପ୍ରସ୍ତୁତିକୁ ଗୁରୁତ୍ୱ ଦିଆଯାଉଛି। ମୁଖ୍ୟତଃ ଗ୍ରାହକଙ୍କ ଚାହିଦାକୁ ଦେଖି...

ଆମେରିକା ରାଷ୍ଟ୍ରପତି ନିର୍ବାଚନ ରେସ୍‌ରେ ଆଉ ଜଣେ ଭାରତୀୟ ବଂଶୋଦ୍ଭବ

ଓ୍ବାଶିଂଟନ,୨୨ା୨: ଆମେରିକା ରାଷ୍ଟ୍ରପତି ନିର୍ବାଚନ ରେସ୍‌ରେ ଆଉ ଜଣେ ଭାରତୀୟ ବଂଶୋଦ୍ଭବ ସାମିଲ ହୋଇଛନ୍ତି। ଭାରତୀୟ ବଂଶୋଦ୍ଭବ ଟେକ୍‌ ଏଣ୍ଟରପ୍ରିନ୍ୟୁର୍‌ ବିବେକ ରାମାସ୍ବାମୀ ବୁଧବାର ଆମେରିକା...

Advertisement
Archives

Model This Week