ଶୁଟିଂ ସେଟ୍‌ରେ ବିକି କୌଶଲ ଆହତ: ମୁହଁରେ ପଡ଼ିଛି ୧୩ ଷ୍ଟିଚ୍‌

ମୁମ୍ବାଇ,୨୦।୪: ସଞ୍ଜୁ ଓ ଉରି: ଦ ସର୍ଜିକାଲ ଷ୍ଟ୍ରାଇକ୍‌ ଭଳି ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥିବା ଅଭିନେତା ବିକି କୌଶଲ ଏବେ ସଫଳତାର ପାହାଚ ଚଢ଼ିବାରେ ଲାଗିଛନ୍ତି। ବିକି କୌଶଲ ତାଙ୍କ ଆଗାମୀ ହରର୍‌ ଫିଲ୍ମର ଶୁଟିଂରେ ବ୍ୟସ୍ତ ଥିବା ବେଳେ ସେ ବଡ଼ ଦୁର୍ଘଟଣାର ଶିକାର ହୋଇଛନ୍ତି। ଭାନୁପ୍ରତାପ ସିଂହଙ୍କ ନିର୍ଦ୍ଦେଶିତ ଅନ୍‌ଟାଇଟଲ୍‌ ହରର୍‌ ଫିଲ୍ମର ଶୁଟିଂ ଗୁଜରାଟରେ ଚାଲୁଥିବା ବେଳେ ସେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇ ଚିକିତ୍ସା କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କ ପାଟିର ହାଡ଼ ଫ୍ରାକଚର ହୋଇଥିବା କହିଥିଲେ। ତାଙ୍କ ପାଟିରେ ୧୩ଟି ଷ୍ଟିଚ୍‌ ପଡ଼ିଥିବା ବେଳେ ସେ ଏବେ ସୁସ୍ଥ ଥିବା ଜଣାପଡ଼ିଛି। ଅସ୍ତ୍ରୋପଚାର ପରେ ବିକି ମୁମ୍ବାଇରେ ପହଞ୍ଚି ବିଶେଷଜ୍ଞଙ୍କ ପରାମର୍ଶ ନେଇଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ ଫିଲ୍ମର ସେଟ ଗୁଜରାଟର ବଡ଼ ସିପିଙ୍ଗ ୟାର୍ଡରେ ଲଗାଯାଇଥିବା ବେଳେ ରାତିରେ ଶୁଟିଂ ଚାଲୁଥିଲା। ବିକି ଆକ୍ସନ ସିନ୍‌ କରୁଥିବା ବେଳେ ତାଙ୍କ ଉପରେ ଏକ କବାଟ ପଡ଼ିଯିବାରୁ ଏହି ଅଘଟଣ ଘଟିଥିଲା। ଗୁଜରାଟରେ ସେ ୫ଦିନିଆ ଶୁଟିଂ କରିଥିଲେ। ଫିଲ୍ମର ପ୍ରଥମ ଭାଗ ମୁମ୍ବାଇରେ ଶୁଟିଂ କରାଯାଇଥିଲା। ଏହି ହରର୍‌ ଫିଲ୍ମର ପ୍ରଯୋଜନା କରନ୍‌ ଜୋହର କରିଥିବା ବେଳେ ନିର୍ଦ୍ଦେଶକ ଭାନୁ ପ୍ରତାପ ସିଂହ ଏଥିରୁ ଡେବ୍ୟୁ କରିଛନ୍ତି। ଫିଲ୍ମରେ ବିକି କୌଶଲଙ୍କ ବିପକ୍ଷରେ ଭୂମି ପେଦନେକର ନଜର ଆସିବେ। ଏହି ଫିଲ୍ମର କାହାଣୀ ସମୁଦ୍ର ଉପକୂଳରେ ପଡ଼ିରହିଥିବା ଜାହାଜକୁ ନେଇ ଗତିଶୀଳ ହୋଇଛି। ତେବେ ଚଳିତବର୍ଷ ଏହି ଫିଲ୍ମ ପରଦାକୁ ଆସିବ ବୋଲି ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାଦରେ ଫସିଲେ କ୍ରିତି ସାନନ, ସୋସିଆଲ ମିଡିଆରେ ଉଠିଲା ଝଡ଼

ମୁମ୍ବାଇ: ଗୋଟିଏ ପର୍ବ, ଦାମୀ ବିଜ୍ଞାପନ, ବଲିଉଟର ଜଣେ ବଡ଼ ଚେହେରା ଏବଂ ସୋସିଆଲ ମିଡିଆରେ ବିବାଦ। ରକ୍ଷାବନ୍ଧନ ପାଇଁ ତିଆରି ହୋଇଥିବା ଏକ ଜୁଏଲାରୀ ବିଜ୍ଞାପନକୁ…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

କରିସ୍ମାଙ୍କୁ ପୂଜା କରନ୍ତି କଙ୍ଗନା, ତାଙ୍କ ଫ୍ୟାଶନ ସେନ୍ସକୁ ପ୍ରଶଂସା କରିବା ସହ ଏମିତି କହି…

ମୁମ୍ବାଇ: ଭାଜପା ନେତ୍ରୀ ତଥା ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ କୌଣସି ନା କୌଣସି କାରଣକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ସୋସିଆଲ ମିଡିଆରେ ସବୁବେଳେ…

ଦୀପିକାଙ୍କୁ ନେଇ ବଢୁଛି ଚର୍ଚ୍ଚା: ‘ସ୍ପିରିଟ୍‌’ରୁ ବିଦା ହେବାକୁ ବଢିଲା ବିବାଦ

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋଣ ପ୍ରଭାସଙ୍କ ଫିଲ୍ମ ‘ସ୍ପିରିଟ୍‌’ରୁ ବିଦା ହେବାକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଫିଲ୍ମର ନିର୍ମାତା ଅଭିନେତ୍ରୀଙ୍କ ବିଷୟରେ ଅନେକ ଅଭିଯୋଗ ଆଣିଛନ୍ତି। ସନ୍ଦୀପ…

କିଏ ସେ ଅଭିନେତ୍ରୀ, ଯାହାଙ୍କୁ ୬୨ ବର୍ଷ ବୟସରେ ଦ୍ୱିତୀୟ ବିବାହ କରିବାକୁ ଯୋଜନା କରୁଛନ୍ତି ଗୋବିନ୍ଦା? ସ୍ତ୍ରୀଙ୍କ ଖୁଲାସା ପରେ…

ମୁମ୍ବାଇ: ଆଜିକାଲି ନିଜର କର୍ମ ଜୀବନକୁ ନେଇ କମ୍‌ ବରଂ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ରହୁଛନ୍ତି ବଲିଉଡ ସୁପରଷ୍ଟାର ଗୋବିନ୍ଦା। ୬୨ ବର୍ଷ ବୟସରେ…

ଦୁଇଟି ସନ୍ତାନର ବାପା ହେବା ପରେ ଶେଷରେ ପ୍ରେମିକାଙ୍କ ହାତ ଧରିଲେ ଅର୍ଜୁନ ରାମପାଲ, ଛୁଟୁଛି ଶୁଭେଚ୍ଛାର ସୁଅ

ମୁମ୍ବାଇ: ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି ଆଉଜଣେ ଅଭିନେତା । ସେ ହେଲେ ବଲିଉଡ ଅଭିନେତା ଅର୍ଜୁନ ରାମପାଲ। ପ୍ରେମିକା ତଥା ସାଉଥ ଆଫ୍ରିକାନ ମଡେଲ ଫ୍ୟାଶନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri