ଟ୍ରଲର ଡ୍ରାଇଭର, ମତ୍ସ୍ୟଜୀବୀଙ୍କ ଘରୁ ହଟୁନି ଭିଏଚ୍‌ଏଫ୍‌ ଟାୱାର

ମହାକାଳପଡ଼ା,୨୧ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଗହୀରମଥାରେ ଅଲିଭ ରିଡ୍‌ଲେ କଇଁଛଙ୍କ ପାଇଁ ସାମୁଦ୍ରିକ ଅଭୟାରଣ୍ୟକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି। କଇଁଛଙ୍କ ପାଇଁ ୨୦୨୪ ନଭେମ୍ବର ୧ରୁ ୨୦୨୫ ମେ ପର୍ଯ୍ୟନ୍ତ ଟ୍ରଲର, ଡଙ୍ଗା, ବୋଟରେ ମାଛଧରା ଉପରେ କଟକଣା ଜାରି କରାଯାଇଛି। ହେଲେ ବ୍ଲକ ଅଧୀନ ତନ୍ତିଆପାଳ, ରଟପଙ୍କ, ଶାସନପେଟା, ନରସିଂହପୁର ଓ ସୁନୀତି ଗଁାରେ କେତେଜଣ ଟ୍ରଲର ଡ୍ରାଇଭର, ମତ୍ସ୍ୟଜୀବୀଙ୍କ ଘରେ ୨୦ରୁ ଊର୍ଦ୍ଧ୍ୱ ବାଉଁଶରେ ଭିଏଚ୍‌ଏଫ୍‌ (ଭେରି ହାଇ ଫ୍ରିକ୍ୟୁଏନି୍ସ ରେଡିଓ ଟ୍ରାଞ୍ଜିଷ୍ଟର) ଟାଓ୍ବାର ଲାଗିଛି। ଏହା ମାଧ୍ୟମରେ ସମୁଦ୍ରରେ ମାଛ ଧରୁଥିବା ଡ୍ରାଇଭର ଓ ମତ୍ସ୍ୟଜୀବୀଙ୍କୁ ଗୁପ୍ତରେ ବାର୍ତ୍ତା ଦିଆଯାଉଛି। ଏ ସମ୍ପର୍କରେ ଧରିତ୍ରୀରେ ଅଲିଭ ରିଡ୍‌ଲେ କଇଁଛଙ୍କୁ ବାଉଁଶ ଟାଓ୍ବାର ବିପଦ ସମ୍ପର୍କିତ ଖବର ପ୍ରକାଶ ପାଇଥିଲା। ଏହା ପରେ ବନ ବିଭାଗ ପକ୍ଷରୁ କେବଳ ମାମଲା ରୁଜୁ ହୋଇଛି। ହେଲେ ଉପରୋକ୍ତ ଗଁାର ଟ୍ରଲର ଡ୍ରାଇଭର ଓ ମତ୍ସ୍ୟଜୀବୀଙ୍କ ଘର ଛାତ ଉପରେ ଲାଗିଥିବା ଟାଓ୍ବାରକୁ ହଟାଯାଉନାହିଁ, ଯାହାକି ଆଭ୍ୟନ୍ତରୀଣ ଉପକୂଳ ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଏମାନେ ବେଆଇନ ଭାବେ ଯନ୍ତ୍ର ବସାଇ ଗଭୀର ସମୁଦ୍ରରେ ଟ୍ରଲରରେ ମାଛ ଧରିବାବେଳେ ଡ୍ରାଇଭରଙ୍କ ଘରୁ ଗୁପ୍ତରେ କଲ୍‌ ଯାଉଛି। ଫଳରେ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳକୁ ବନ ବିଭାଗର ପାଟ୍ରୋଲିଂ ଟିମ୍‌ ଯିବା ପୂର୍ବରୁ ଗଭୀର ସମୁଦ୍ରରେ ଟ୍ରଲର ସହ ଡ୍ରାଇଭର ଓ ମତ୍ସ୍ୟଜୀବୀ ନିଷିଦ୍ଧାଞ୍ଚଳ ଛାଡ଼ି ପଳାଉଛନ୍ତି। ଏଥିଯୋଗୁ ବନ ବିଭାଗ ପାଟ୍ରୋଲିଂ ଟିମ୍‌ ଖାଲି ହାତରେ ଫେରିବାକୁ ବାଧ୍ୟ ହେଉଛି।
ତନ୍ତିଆପାଳ ଶାସନ ପେଟା ଅଞ୍ଚଳର ପାରମ୍ପରିକ ମତ୍ସ୍ୟଜୀବୀ ଶଶାଙ୍କ କୁମାର ମଣ୍ଡଳ କହିିଛନ୍ତି, ଆମେ ଛୋଟ ଛୋଟ ଡିଙ୍ଗି ନେଇ ସମୁଦ୍ରରୁ ମାଛ ଧରି ଜୀବିକା ନିର୍ବାହ କରୁଥିଲେ ମଧ୍ୟ ବନ ବିଭାଗ ଆମକୁ ଧରି ଆଖି ଦେଖାଉଛିି। ଟ୍ରଲର ମାଲିକମାନେ ଟ୍ରଲରରେ ନିୟୋଜିତ ଡ୍ରାଇଭର ଓ ମତ୍ସ୍ୟଜୀବୀମାନଙ୍କ ଘରେ ଭିଏଚ୍‌ଏଫ୍‌ ଟାଓ୍ବାର ସ୍ଥାପନ କରିଛନ୍ତି ବୋଲି ଗୁରୁତର ଅଭିଯୋଗ କରିଛନ୍ତି। ସେହିପରି ଟାୱାରଗୁଡ଼ିକ ଦୀର୍ଘ ବର୍ଷ ଧରି ବେଆଇନ ଭାବେ ଚାଲୁଥିବା ବେଳେ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ରେଞ୍ଜ ବନ ବିଭାଗ, ତନ୍ତିଆପାଳ ସାମୁଦ୍ରିକ ଥାନା, ଜିଲା ପୋଲିସ, ଗୋଇନ୍ଦା ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆ ଯାଉନାହିଁ। ଫଳରେ ବାଲେଶ୍ୱର, ବଳରାମଗଡ଼ି, ଭଦ୍ରକ, ଧାମରା, କଷାଫଳ, ଦୀଘା, ପଶ୍ଚିମବଙ୍ଗ ଅଞ୍ଚଳର ମାଲିକଙ୍କର ଶହ ଶହ ଟ୍ରଲର ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳରେ ଦବଦବା ଜାହିର କରିବାରେ ସକ୍ଷମ ହୋଇଛନ୍ତି। ଫଳରେ ସେମାନେ ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳରୁ ମୂଲ୍ୟବାନ ମାଛ ଧରି ମାଲାମାଲ୍‌ ହେଉଥିବା କୁହାଯାଇଛି। ଏହି ଭିଏଚ୍‌ଏଫ୍‌ ମୂଲ୍ୟ ୪୦ରୁ ୫୦ ହଜାର ଟଙ୍କା ରହିଛି ବୋଲି ନିଜର ନାମ ଗୋପନ ରଖିବା ସର୍ତ୍ତରେ ସ୍ଥାନୀୟ ଜଣେ ମତ୍ସ୍ୟଜୀବୀ କହିଛନ୍ତି। କୂଳଠାରୁ ୫୦ ନଟିକାଲ ମାଇଲ ପର୍ଯ୍ୟନ୍ତ ଗଭୀର ସମୁଦ୍ରରେ ଟ୍ରଲର ମାଛ ଧରିବା ବେଳେ ଏହି ଟାଓ୍ବାରରୁ ଆଗୁଆ ସୂଚନା ଯାଉଛି। ଟ୍ରଲର ମାଡ଼ ଓ ଗାଞ୍ଜ ଜାଲରେ ପଡ଼ି ଅକାଳରେ ଅଲିଭ ରିଡଲେ କଇଁଛମାନଙ୍କ ଜୀବନ ଯାଉଛି। ଫଳରେ କଇଁଛଙ୍କ ମୃତଦେହ ବେଳାଭୂମିରେ ଦେଖିବକୁ ମିଳୁଛି। ଏହି ମଲା କଇଁଛ କୁକୁର, ବିଲୁଆ, କାଉଙ୍କ ଆହାର ପାଲଟିଛି। ସେହିପରି ଗହୀରମଥା ରେଞ୍ଜ ଅଧିକାରୀ ପ୍ରଦୋଷ କୁମାର ମହାରଣାଙ୍କ ବଦଳି ପରେ ସହକାରୀ ବନ ସଂରକ୍ଷକ ତଥା ଭିତରକନିକା ରେଞ୍ଜ ଅଧିକାରୀ ମାନସ କୁମାର ଦାସ ଶୁକ୍ରବାର ଅପରାହ୍ନରେ (ଭାରପ୍ରାପ୍ତ ଭାବେ) ଦାୟିତ୍ୱ ଗ୍ରହଣ କରିଛନ୍ତି। ଏ ସଂକ୍ରାନ୍ତରେ କେନ୍ଦ୍ରାପଡ଼ା ଜିଲାପାଳ ସ୍ମୃତି ରଞ୍ଜନ ପ୍ରଧାନଙ୍କୁ ପଚାରିବାରେ ଭିଏଚ୍‌ଏଫ୍‌ ଟାଓ୍ବାର ସ୍ଥାପନ ସମ୍ପର୍କିତ ଖବର ଗଣମାଧ୍ୟମରେ ପ୍ରକାଶିତ ପରେ ଜିଲା ପ୍ରଶାସନ ଅବଗତ ହୋଇଛି। ଏ ନେଇ ଏକ ମାମଲା ପଞ୍ଜୀକୃତ ହୋଇଛି। ଆଇନ ଅନୁସାରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ଶୁକ୍ରବାର ରାତିରେ ତନ୍ତିଆପାଳ ଗଁାର ଜଣେ ବ୍ୟକ୍ତିଙ୍କ ଘର ଉପରେ ଲାଗିଥିବା ଭିଏଚ୍‌ଏଫ ମେଶିନ୍‌କୁ ତନ୍ତିଆପାଳ ସାମୁଦ୍ରିକ ଥାନା ଏଏସ୍‌ଆଇ ଲକ୍ଷ୍ମଣ ମିଶ୍ର ଜବତ କରିଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?