ରାଜ୍ୟରେ ଖୋଲିବ ପ୍ରାଣୀ ଚିକିତ୍ସା ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର, ୧।୩(ବ୍ୟୁରୋ): ରାଜ୍ୟରେ ସ୍ବତନ୍ତ୍ର ଭାବେ ଏକ ପ୍ରାଣୀ ଚିକିତ୍ସା ବିଶ୍ବବିଦ୍ୟାଳୟ ଖୋଲିବ। ଦୀର୍ଘ ବର୍ଷର ଏହି ସ୍ବପ୍ନ ଖୁବ୍‌ଶୀଘ୍ର ପୂରଣ ହେବାକୁ ଯାଉଛି। ଆସନ୍ତା ଏପ୍ରିଲ ସୁଦ୍ଧା ବିଶ୍ୱବିଦ୍ୟାଳୟ ସ୍ଥାପନ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଏହାର ନାମ ‘ଓଡ଼ିଶା ଭେଟେରିନାରି ଆନିମଲ୍‌ ଆଣ୍ଡ୍‌ ଫିଶରି ସାଇନ୍ସ ୟୁନିଭର୍ସିଟି’ ହେବ ବୋଲି ଜଣାପଡ଼ିଛି। ଏଥିପାଇଁ ଏକ କୋର୍‌ କମିଟି ଗଠନ କରାଯାଇଛି। ଏହି କମିଟି ଏକ ନୂଆ ସ୍କିମ୍‌ ‘ଏଷ୍ଟାବ୍ଲିଶମେଣ୍ଟ ଅଫ୍‌ ଓଡ଼ିଶା ଭେଟେରିନାରି ଆନିମଲ ଆଣ୍ଡ୍‌ ଫିଶରି ସାଇନ୍ସ ୟୁନିଭର୍ସିଟି’ ପ୍ରସ୍ତୁତ କରି ଡ୍ରାଫ୍ଟ ପ୍ରସ୍ତାବ ଦେବେ। ଏହି ଅବସରରେ କୋର୍‌ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ହୋଇଥିବା ନିଷ୍ପତ୍ତି ମୁତାବକ, ଆନିମଲ ହଜ୍‌ବ୍ୟାଣ୍ଡ୍ରି ଆଣ୍ଡ୍‌ ଭେଟେରିନାରି ସର୍ଭିସେସ୍‌ ନିର୍ଦ୍ଦେଶାଳୟର ଯୋଜନା ଓ ମାନବ ସମ୍ବଳର ଅତିରିକ୍ତ ନିର୍ଦ୍ଦେଶକ ଡା. ପ୍ରତାପ କିଶୋର ଖମାରିଙ୍କ ନେତୃତ୍ୱରେ ଏକ ୮ଜଣିଆ ସବ୍‌ କମିଟି ଗଠନ ହୋଇଛି। ଏଥିରେ ଡାଇରେକ୍ଟୋରେଟ ଫିଶରୀର ଅତିରିକ୍ତ ନିର୍ଦ୍ଦେଶକ ଉମେଶ କୁମାର ମହାନ୍ତି, ଡା. ଦେବେନ୍ଦ୍ର ନାଥ ବିଶ୍ବାଳ, ଅବସରପ୍ରାପ୍ତ ପ୍ରଫେସର ଡା. ସୁଶାନ୍ତ ଦାସ, ଡା. ଜ୍ଞାନେନ୍ଦ୍ର କୁମାର ସାହୁ, ଗବେଷଣା ଅଧିକାରୀ ଡ. ନିଗମ ପ୍ରସାଦ ନାୟକ, ଡ. ଯଦୁନାଥ ପରିଡ଼ା, ଡ. ଆଶୁତୋଷ ମହାନ୍ତି, ଡ. ପ୍ରଶାନ୍ତ ପାଣିଗ୍ରାହୀ ସଦସ୍ୟ ରହିଛନ୍ତି। ଏହି ସବ୍‌ କମିଟି ତା’ର ରିପୋର୍ଟ ପ୍ରସ୍ତୁତ କରି ସରକାରଙ୍କୁ ଦେବ। ତେବେ ଖୁସିର କଥା ହେଉଛି, ଏହି ବିଶ୍ବବିଦ୍ୟାଳୟ ପାଇଁ ଅର୍ଥ ବିଭାଗର ମଞ୍ଜୁରୀ ମିଳିସାରିଛି। ପ୍ରଥମ ବର୍ଷ ପାଇଁ ୨୦ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି। ଆସନ୍ତା ୫ ବର୍ଷ ପାଇଁ କୋର୍‌ କମିଟି ଅନ୍ୟାନ୍ୟ ବ୍ୟୟ ପାଇଁ ପ୍ରସ୍ତାବ ଦେବ। ଓୟୁଏଟି ଅଧୀନରେ ଭେଟେରିନାରି କଲେଜ ଭୁବନେଶ୍ୱର ଓ ରଙ୍ଗେଇଲୁଣ୍ଡାରେ ଥିବା ଫିଶରୀ କଲେଜ ସମେତ ରାଜ୍ୟରେ ଥିବା ସମସ୍ତ ଭେଟେରିନାରି ଓ ଫିଶରୀ କଲେଜ ଏହି ବିଶ୍ବବିଦ୍ୟାଳୟ ଅଧୀନକୁ ଆସିବ। ତେବେ ବିଶ୍ବବିଦ୍ୟାଳୟର ମୁଖ୍ୟ ପ୍ରଶାସନିକ କାର୍ଯ୍ୟାଳୟ କେଉଁ ସ୍ଥାନରେ ହେବ ତାହା ରାଜ୍ୟ ସରକାର ସ୍ଥିର କରିବେ।
ମିଳିଥିବା ସୂଚନାନୁଯାୟୀ, ନୂଆ ବିଶ୍ବବିଦ୍ୟାଳୟ ସ୍ଥାପନ ପାଇଁ ସମସ୍ତ ପ୍ରକ୍ରିୟା ପ୍ରାୟତଃ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଅନୁମତି ମିଳିବା ପରେ ସରକାରଙ୍କ ତରଫରୁ ଜଣେ ନୋଡାଲ୍‌ ଅଫିସର ନିଯୁକ୍ତ ହୋଇପାରନ୍ତି। ଏହାପରେ ବିଶ୍ବବିଦ୍ୟାଳୟ ପାଇଁ କର୍ମଚାରୀ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ। ଏ ସମ୍ପର୍କରେ ଓୟୁଏଟି ଶିକ୍ଷକ ସଂଘର ପୂର୍ବତନ ସଭାପତି ତଥା ଭେଟେରିନାରୀ କଲେଜର ଫାର୍ମାକୋଲୋଜି ଓ ଟକ୍ସିକୋଲୋଜି ବିଭାଗର ସହକାରୀ ପ୍ରାଧ୍ୟାପକ ଡା. ଅଜିତ କୁମାର ନାଏକ କହିଛନ୍ତି, ଭାରତରେ ଓଡ଼ିଶା ଓ ଆସାମକୁ ଛାଡ଼ି ପ୍ରାୟ ସବୁ ରାଜ୍ୟରେ ଭେଟେରିନାରି ୟୁନିଭର୍ସିଟି ରହିଛି। ଏଥିପାଇଁ ଆମେମାନେ ଛାତ୍ର ସମୟରୁ ଦାବିକରି ଆସୁଥିଲୁ। ଏହା ଅନେକ ଆଗରୁ ହେବାର ଥିଲା। ବିଳମ୍ବରେ ହେଉ ପଛେ ରାଜ୍ୟରେ ନୂଆ କରି ଭେଟେରିନାରି ୟୁନିଭର୍ସିଟି ପ୍ରତିଷ୍ଠା ହେଉଥିବାରୁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଲୁଙ୍କେଶ୍ୱର ହାଇସ୍କୁଲ ସହକାରୀ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ

ଖଲ୍ଲିକୋଟ, ୮/୯/୨୦୨୬ (ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଏନ୍‌ଏସି ଅନ୍ତର୍ଗତ ବାଲୁଙ୍କେଶ୍ୱର ହାଇସ୍କୁଲର ଜଣେ ସହକାରୀ ଶିକ୍ଷକଙ୍କୁ ସ୍କୁଲ ଗେଟ୍‌ ନିକଟରେ ମଙ୍ଗଳବାର ମରଣାନ୍ତକ ଆକ୍ରମଣ କରାଯାଇଛି।…

ଦୁର୍ଗମ ଜଙ୍ଗଲରେ ଚଢାଉ: ମଦ କାରଖାନା ଭାଙ୍ଗିଲା ଅବକାରୀ ବିଭାଗ, ୧୯ ହଜାର ଲିଟର ମଦ ପୋଚ * ୧୧ ଶହ ଲିଟର ଦେଶୀ ମଦ ଜବତ

ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ଜନଜାତି ବହୁଳ ଦାମପୁର ଗାଁ ନିକଟ ଦୁର୍ଗମ ଜଙ୍ଗଲରେ ମଙ୍ଗଳବାର ସକାଳେ ସାନଖେମୁଣ୍ଡି…

ଭ୍ରମରପୁର ସ୍କୁଲରେ ଶିକ୍ଷକ ବଦଳି ବାତିଲ ଦାବିରେ ଜେନ୍ ଆଲଫାଙ୍କ ଆନ୍ଦୋଳନ, ସ୍କୁଲ ସମ୍ମୁଖରେ ଉତ୍ତେଜନା            

ଦିଗପହଣ୍ଡି,୮|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ଗ୍ରାମ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଭାଗବତ ପ୍ରସାଦ ନାୟକଙ୍କୁ ଚୌଧୁରୀ ଟିକରପଡ଼ା ଗ୍ରାମ ବିଦ୍ୟାଳୟକୁ…

ଘରେ କରୁଥିଲେ କାମ: ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଦିନ ମଜୁରିଆଙ୍କ ଜୀବନ

କୁଆଁରମୁଣ୍ଡା,୮।୯(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜଲା ବୀରମିତ୍ରପୁର ଥାନା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଚୁଟିଆଟୋଲି ଗ୍ରାମ ରୀତା ତିର୍କୀଙ୍କ ଘର ସେଣ୍ଟ୍ରିଂ କାମ କରୁଥିବା ବେଳେ ମଙ୍ଗଳବାର…

ବୁଧଙ୍କ ନକ୍ଷତ୍ର ପରିବର୍ତ୍ତନରେ ୩ ରାଶି ହେବେ ଭାଗ୍ୟଶାଳୀ; କ୍ୟାରିୟରରେ ବଡ଼ ଅଫର୍‌, ଘରକୁ ଆସିବ ଟଙ୍କା!

ବୈଦିକ ଜ୍ୟୋତିଷରେ ବୁଧ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଗ୍ରହ, ଯିଏକି ପ୍ରତ୍ୟକ୍ଷ ଭାବରେ ଜୀବନକୁ ଗଭୀର ଭାବେ ପ୍ରଭାବିତ କରନ୍ତି। ଜ୍ୟୋତିଷଙ୍କ ଅନୁଯାୟୀ, ବୁଧ ଗ୍ରହ ମାନସିକ…

କମ୍‌ ବୟସରେ ଧନୀ ହୁଅନ୍ତି ଏହି ୩ ରାଶିର ଲୋକ: ମା’ ଲକ୍ଷ୍ମୀଙ୍କ ରହିଥାଏ ବିଶେଷ କୃପା, କେବେ ରହେନି ଅଭାବ!

ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ୧୨ଟି ରାଶି ଓ ୨୭ଟି ନକ୍ଷତ୍ରର ବର୍ଣ୍ଣନା ରହିଛି। ପ୍ରତ୍ୟେକ ରାଶି ଉପରେ କୌଣସି ନା କୌଣସି ଗ୍ରହଙ୍କ ଆଧିପତ୍ୟ ରହିଥାଏ। ତେଣୁ…

ମୋଦିଙ୍କ କାର୍ଯ୍ୟକ୍ରମ ସ୍ଥଳରୁ ବନ୍ଧୁକ ସହ ଧରାପଡିଲେ ୨ ସନ୍ଦିଗ୍ଧ

ମୁମ୍ବାଇ,୮।୯: ମୁମ୍ବାଇର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଛନ୍ତି ସେହି ସ୍ଥାନ ନିକଟରୁ ଦୁଇଜଣଙ୍କୁ ଅଟକ ରଖାଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କଠାରୁ ଏକ…

ବର୍ଷକୁ ବ୍ୟାଙ୍କରେ କେତେ କ୍ୟାଶ୍‌ ଜମା କରିପାରିବେ? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୮।୯: ସଞ୍ଚୟ ଖାତାରେ (Savings Account) ନଗଦ ଟଙ୍କା ଜମା କରିବା ଏକ ସାଧାରଣ ପ୍ରକ୍ରିୟା, କିନ୍ତୁ ଆପଣ ଜାଣନ୍ତି କି ଏକ ନିର୍ଦ୍ଦିଷ୍ଟ ସୀମାରୁ ଅଧିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri