ରାଜ୍ୟରେ ଖୋଲିବ ପ୍ରାଣୀ ଚିକିତ୍ସା ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର, ୧।୩(ବ୍ୟୁରୋ): ରାଜ୍ୟରେ ସ୍ବତନ୍ତ୍ର ଭାବେ ଏକ ପ୍ରାଣୀ ଚିକିତ୍ସା ବିଶ୍ବବିଦ୍ୟାଳୟ ଖୋଲିବ। ଦୀର୍ଘ ବର୍ଷର ଏହି ସ୍ବପ୍ନ ଖୁବ୍‌ଶୀଘ୍ର ପୂରଣ ହେବାକୁ ଯାଉଛି। ଆସନ୍ତା ଏପ୍ରିଲ ସୁଦ୍ଧା ବିଶ୍ୱବିଦ୍ୟାଳୟ ସ୍ଥାପନ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଏହାର ନାମ ‘ଓଡ଼ିଶା ଭେଟେରିନାରି ଆନିମଲ୍‌ ଆଣ୍ଡ୍‌ ଫିଶରି ସାଇନ୍ସ ୟୁନିଭର୍ସିଟି’ ହେବ ବୋଲି ଜଣାପଡ଼ିଛି। ଏଥିପାଇଁ ଏକ କୋର୍‌ କମିଟି ଗଠନ କରାଯାଇଛି। ଏହି କମିଟି ଏକ ନୂଆ ସ୍କିମ୍‌ ‘ଏଷ୍ଟାବ୍ଲିଶମେଣ୍ଟ ଅଫ୍‌ ଓଡ଼ିଶା ଭେଟେରିନାରି ଆନିମଲ ଆଣ୍ଡ୍‌ ଫିଶରି ସାଇନ୍ସ ୟୁନିଭର୍ସିଟି’ ପ୍ରସ୍ତୁତ କରି ଡ୍ରାଫ୍ଟ ପ୍ରସ୍ତାବ ଦେବେ। ଏହି ଅବସରରେ କୋର୍‌ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ହୋଇଥିବା ନିଷ୍ପତ୍ତି ମୁତାବକ, ଆନିମଲ ହଜ୍‌ବ୍ୟାଣ୍ଡ୍ରି ଆଣ୍ଡ୍‌ ଭେଟେରିନାରି ସର୍ଭିସେସ୍‌ ନିର୍ଦ୍ଦେଶାଳୟର ଯୋଜନା ଓ ମାନବ ସମ୍ବଳର ଅତିରିକ୍ତ ନିର୍ଦ୍ଦେଶକ ଡା. ପ୍ରତାପ କିଶୋର ଖମାରିଙ୍କ ନେତୃତ୍ୱରେ ଏକ ୮ଜଣିଆ ସବ୍‌ କମିଟି ଗଠନ ହୋଇଛି। ଏଥିରେ ଡାଇରେକ୍ଟୋରେଟ ଫିଶରୀର ଅତିରିକ୍ତ ନିର୍ଦ୍ଦେଶକ ଉମେଶ କୁମାର ମହାନ୍ତି, ଡା. ଦେବେନ୍ଦ୍ର ନାଥ ବିଶ୍ବାଳ, ଅବସରପ୍ରାପ୍ତ ପ୍ରଫେସର ଡା. ସୁଶାନ୍ତ ଦାସ, ଡା. ଜ୍ଞାନେନ୍ଦ୍ର କୁମାର ସାହୁ, ଗବେଷଣା ଅଧିକାରୀ ଡ. ନିଗମ ପ୍ରସାଦ ନାୟକ, ଡ. ଯଦୁନାଥ ପରିଡ଼ା, ଡ. ଆଶୁତୋଷ ମହାନ୍ତି, ଡ. ପ୍ରଶାନ୍ତ ପାଣିଗ୍ରାହୀ ସଦସ୍ୟ ରହିଛନ୍ତି। ଏହି ସବ୍‌ କମିଟି ତା’ର ରିପୋର୍ଟ ପ୍ରସ୍ତୁତ କରି ସରକାରଙ୍କୁ ଦେବ। ତେବେ ଖୁସିର କଥା ହେଉଛି, ଏହି ବିଶ୍ବବିଦ୍ୟାଳୟ ପାଇଁ ଅର୍ଥ ବିଭାଗର ମଞ୍ଜୁରୀ ମିଳିସାରିଛି। ପ୍ରଥମ ବର୍ଷ ପାଇଁ ୨୦ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି। ଆସନ୍ତା ୫ ବର୍ଷ ପାଇଁ କୋର୍‌ କମିଟି ଅନ୍ୟାନ୍ୟ ବ୍ୟୟ ପାଇଁ ପ୍ରସ୍ତାବ ଦେବ। ଓୟୁଏଟି ଅଧୀନରେ ଭେଟେରିନାରି କଲେଜ ଭୁବନେଶ୍ୱର ଓ ରଙ୍ଗେଇଲୁଣ୍ଡାରେ ଥିବା ଫିଶରୀ କଲେଜ ସମେତ ରାଜ୍ୟରେ ଥିବା ସମସ୍ତ ଭେଟେରିନାରି ଓ ଫିଶରୀ କଲେଜ ଏହି ବିଶ୍ବବିଦ୍ୟାଳୟ ଅଧୀନକୁ ଆସିବ। ତେବେ ବିଶ୍ବବିଦ୍ୟାଳୟର ମୁଖ୍ୟ ପ୍ରଶାସନିକ କାର୍ଯ୍ୟାଳୟ କେଉଁ ସ୍ଥାନରେ ହେବ ତାହା ରାଜ୍ୟ ସରକାର ସ୍ଥିର କରିବେ।
ମିଳିଥିବା ସୂଚନାନୁଯାୟୀ, ନୂଆ ବିଶ୍ବବିଦ୍ୟାଳୟ ସ୍ଥାପନ ପାଇଁ ସମସ୍ତ ପ୍ରକ୍ରିୟା ପ୍ରାୟତଃ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଅନୁମତି ମିଳିବା ପରେ ସରକାରଙ୍କ ତରଫରୁ ଜଣେ ନୋଡାଲ୍‌ ଅଫିସର ନିଯୁକ୍ତ ହୋଇପାରନ୍ତି। ଏହାପରେ ବିଶ୍ବବିଦ୍ୟାଳୟ ପାଇଁ କର୍ମଚାରୀ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ। ଏ ସମ୍ପର୍କରେ ଓୟୁଏଟି ଶିକ୍ଷକ ସଂଘର ପୂର୍ବତନ ସଭାପତି ତଥା ଭେଟେରିନାରୀ କଲେଜର ଫାର୍ମାକୋଲୋଜି ଓ ଟକ୍ସିକୋଲୋଜି ବିଭାଗର ସହକାରୀ ପ୍ରାଧ୍ୟାପକ ଡା. ଅଜିତ କୁମାର ନାଏକ କହିଛନ୍ତି, ଭାରତରେ ଓଡ଼ିଶା ଓ ଆସାମକୁ ଛାଡ଼ି ପ୍ରାୟ ସବୁ ରାଜ୍ୟରେ ଭେଟେରିନାରି ୟୁନିଭର୍ସିଟି ରହିଛି। ଏଥିପାଇଁ ଆମେମାନେ ଛାତ୍ର ସମୟରୁ ଦାବିକରି ଆସୁଥିଲୁ। ଏହା ଅନେକ ଆଗରୁ ହେବାର ଥିଲା। ବିଳମ୍ବରେ ହେଉ ପଛେ ରାଜ୍ୟରେ ନୂଆ କରି ଭେଟେରିନାରି ୟୁନିଭର୍ସିଟି ପ୍ରତିଷ୍ଠା ହେଉଥିବାରୁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଘୁଞ୍ଚିଲା ମେଡିକାଲ ଅଫିସର ପରୀକ୍ଷା

ଭୁବନେଶ୍ୱର, ୨୧।୪(ବ୍ୟୁରୋ): କରୋନା ସ୍ଥିତିକୁ ଦେଖି ରାଜ୍ୟ ସରକାର ଶନିବାର ଓ ରବିବାର ସମସ୍ତ ସହରାଞ୍ଚଳରେ ଶଟ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏହା ଆସନ୍ତା ୨୪ତାରିଖରୁ ଲାଗୁ...

ବିଏମ୍‌ସି ଟ୍ୟାକ୍ସ କଲେକ୍ଟର, ଅବସରପ୍ରାପ୍ତ କର୍ମଚାରୀ ଗିରଫ

ଭୁବନେଶ୍ୱର,(ବ୍ୟୁରୋ)୨୩ା୮:ହୋଲ୍ଡିଂ ଟ୍ୟାକ୍ସ ପରିମାଣ କମାଇବା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ଟ୍ୟାକ୍ସ କଲେକ୍ଟର...

ଲବ କୁମାର ବିଜୟୀ

ଅମରପାଲି,୨୭।୨(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଜୋନ-୧ ରେ କଂଗ୍ରେସର ଲବ କୁମାର ସାହୁ ବିଜୟୀ ହୋଇଛନ୍ତି। ସେ ବିଜେଡିର ରଞ୍ଜିତ ରଥଙ୍କଠାରୁ ୧୮୮୩ ଖଣ୍ଡ ଭୋଟ...

ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଭାଇରାଲ

ଭୁବନେଶ୍ୱର, ୩୦।୧୦(ବ୍ୟୁରୋ): ନବମ ଶ୍ରେଣୀ ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ନେଇ ଗୁରୁତର ଅଭିଯୋଗ ଉଠିଛି। ପରୀକ୍ଷାର କିଛିଘଣ୍ଟା ପୂର୍ବରୁ ପ୍ରଶ୍ନ ଓ ଉତ୍ତରର ଏକ...

ବିପଦ୍‌ ଅବସ୍‌ତାରେ ସ୍କୁଲ କୁଠା: ଭଡ଼ାରେ ଆବାସ ଘରେ ଚାଲିଛେ ପାଠ୍‌ପଢ଼ା

  ଭବାନୀପାଟଣା, ୮ା୧୨ (ଡି.ଏନ.ଏ.)- କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ତ୍ରିଲୋଚନପୁର ପଁଚେତ୍‌ ସାପଚଞ୍ଚଡ଼ା ପ୍ରାଥମିକ ସ୍କୁଲ କୁଠା ବିପଦ୍‌ ଅବସ୍‌ତାରେ ରହିଛେ। ଏନ୍‌ତାଥି ପାଖାପାଖି...

ଛାତ୍ରଙ୍କ କଟାମୁଣ୍ଡ ରଖି ରାସ୍ତାରୋକୋ କଲେ ଗ୍ରାମବାସୀ

ପିପିଲି,୧୦ା୩(ଡି.ଏନ୍‌.ଏ.): ରାଜରାସ୍ତାରେ କଟାମୁଣ୍ଡ ରଖି ଗ୍ରାମବାସୀ ପୁରୀ ଭୁବନେଶ୍ୱର ୩୧୬ ନମ୍ବର ଜାତୀୟ ରାଜପଥ ପିପିଲି ଟୋଲ ଗେଟ୍‌ ନିକଟରେ ରାସ୍ତାରୋକୋ କରିଛନ୍ତି। ଜଣେ ଦଶମ...

ଆସୁଛି ଆଉ ଏକ ଲଘୁଚାପ: ୯ରୁ ୧୨ ଯାଏ ବର୍ଷିବ

ଭୁବନେଶ୍ୱର,୫ା୭(ବ୍ୟୁରୋ)-ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଯୋଗୁ ମଙ୍ଗଳବାର ଓ ବୁଧବାର ଦୁଇଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ଏଥିଯୋଗୁ ଚାଷୀମାନେ ଆଶ୍ୱସ୍ତ...

ଓଏଚ୍‌ଆର୍‌ସିଙ୍କ ଦ୍ୱାରସ୍ଥ ହେଲେ ଏଏସ୍‌ଆଇଙ୍କ ସ୍ତ୍ରୀ

ଭୁବନେଶ୍ୱର,୨।୬ (ବ୍ୟୁରୋ): ଲକ୍‌ଡାଉନ୍‌ ସମୟରେ ଓଡ଼ିଶା ପୋଲିସରେ ବହୁ ଅଧିକାରୀ କ୍ଷମତାର ଦୁରୁପଯୋଗ କରି ନିଲମ୍ବିତ ହୋଇଛନ୍ତି। ଆଉ କେତେଜଣଙ୍କ ଔଦ୍ଧତ୍ୟ ସୀମା ଟପିଛି। ତେବେ...

Advertisement
Archives

Model This Week