ପରଲୋକରେ ଭେଟେରାନ କଣ୍ଠଶିଳ୍ପୀ ସନ୍ଧ୍ୟା ମୁଖାର୍ଜୀ

କୋଲକାତା,୧୫।୨: କୋକିଳକଣ୍ଠୀ ଲତା ମଙ୍ଗେସକରଙ୍କ ପରେ ଆଉ ଜଣେ ଲୋକପ୍ରିୟ ଗାୟିକା ଦୁନିଆରୁ ବିଦାୟ ନେଇଛନ୍ତି। ୯୦ ବର୍ଷ ବୟସରେ ଭେଟେରାନ ବଙ୍ଗାଳୀ ଗାୟିକା ସନ୍ଧ୍ୟା ମୁଖାର୍ଜୀଙ୍କ ମଙ୍ଗଳବାର ପରଲୋକ ଘଟିଛି। ଚଳିତ ବର୍ଷ ୭୩ତମ ଗଣତନ୍ତ୍ର ଦିବସ ଅବସରରେ ଭାରତ ସରକାରଙ୍କ ପକ୍ଷରୁ ପଦ୍ମଶ୍ରୀ ଦେବା ଲାଗି ତାଙ୍କ ନାମ ମନୋନୀତ କରାଯାଇଥିଲା। ହେଲେ ସେ ଏହାକୁ ନେବାକୁ ପ୍ରତ୍ୟାଖ୍ୟାନ କରିଦେଇ ଚର୍ଚ୍ଚାକୁ ଆସିଥିଲେ।

ଗାଧୁଆଘରେ ପଡ଼ିଯିବା ଯୋଗୁ ସନ୍ଧ୍ୟା ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କର ଫୁସ୍‌ଫୁସ୍‌ ସଂକ୍ରମଣ ହେବା ସହ ଜ୍ୱର ରହିଥିଲା। ଜାନୁୟାରୀ ୨୭ରେ ଗାୟିକାଙ୍କ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହୋଇଥିଲା। ଏହାପରେ ତାଙ୍କୁ କୋଲକାତା ପୋଲିସ ଦ୍ୱାରା ଗ୍ରିନ୍‌ କୋରିଡର କରାଯାଇ ସରକାରୀ ଏସ୍‌ଏସ୍‌କେଏମ୍‌ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମଙ୍ଗଳବାର ହଠାତ୍‌ ସେ ହୃଦଘାତର ଶିକାର ହୋଇଥିଲେ। ଏହାପରେ ତାଙ୍କ ଅବସ୍ଥା ଆହୁରି ଗୁରୁତର ହୋଇଯାଇଥିଲା। ଡାକ୍ତରୀ ଟିମ୍‌ ତାଙ୍କ ଜୀବନ ବଞ୍ଚାଇବାକୁ ସମସ୍ତ ପ୍ରକାର ଉଦ୍ୟମ କରିଥିଲେ ହେଁ ତାଙ୍କୁ ରକ୍ଷା କରିପାରି ନ ଥିଲେ ବୋଲି ଡାକ୍ତରଖାନା ପକ୍ଷରୁ କୁହାଯାଇଛି।

୧୯୩୧ରେ ଜନ୍ମିତ ସନ୍ଧ୍ୟା ହଜାରରୁ ଊର୍ଦ୍ଧ୍ୱ ବଙ୍ଗଳା ଗୀତ ଗାଇଛନ୍ତି। ତାଙ୍କର ଉଲ୍ଲେଖନୀୟ ଅବଦାନକୁ ନେଇ ୨୦୦୧ରେ ପଞ୍ଚିମବଙ୍ଗ ସରକାର ନିଜର ସବୁଠାରୁ ବଡ଼ ନାଗରିକ ପୁରସ୍କାର ବଙ୍ଗା ବିଭୂଷଣରେ ସମ୍ମାନିତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏମାନେ ସୁନ୍ଦରୀ ଅଭିନେତ୍ରୀ , କିନ୍ତୁ ପରଦାରେ ଫ୍ଲପ

ବଲିଉଡ୍‌ର ଏମିତି କିଛି ଅଭିନେତ୍ରୀ ଯିଏ ରୂପ ଲାବଣ୍ୟରେ ଦର୍ଶକଙ୍କୁ ବାନ୍ଧି ରଖିଛନ୍ତି। କିନ୍ତୁ ପରଦାରେ ଫ୍ଲପ ହୋଇଛନ୍ତି। ଜାଣନ୍ତୁ ଏହି ସୁନ୍ଦରୀ ତଥା ଫ୍ଲପ...

ପଦକ ବିଜେତାଙ୍କ ସହ ଫୋନ୍‌ରେ କଥା ହେଲେ ମୋଦି

ନୂଆଦିଲ୍ଲୀ,୩୦।୮: ସୋମବାର ଟୋକିଓ ପାରାଲିମ୍ପିକ୍ସରେ ଭାରତୀୟ ଆଥଲେଟ୍‌ମାନେ ଜବରଦସ୍ତ ପ୍ରଦର୍ଶନ କରିଥିଲେ। ଅବନୀ ଲେଖରା ଶୁଟିଂରେ ଦେଶ ପାଇଁ ପ୍ରଥମ ସ୍ବର୍ଣ୍ଣ ପଦକ ଜିତିଥିଲେ। ଯୋଗେଶ...

କଥା ୩୩ କୋଟିର

ବରୁଣ ଧାଓ୍ବନ ଏବେ ‘ଷ୍ଟ୍ରିଟ୍‌ ଡ୍ୟାନ୍ସର-ଥ୍ରୀଡି’ରେ ଅଭିନୟ କରୁଛନ୍ତି। ଏହି ଫିଲ୍ମ ପାଇଁ ସେ କୁଆଡ଼େ ପାରିଶ୍ରମିକ ଭାବେ ୩୩ କୋଟି ଟଙ୍କା ନେଇଛନ୍ତି। ହେଲେ...

୧୯୯୦ରୁ ବର୍ତ୍ତମାନ ପର୍ଯ୍ୟନ୍ତ ଗାନ୍ଧୀ ପରିବାରର କେହି ହୋଇ ନାହାନ୍ତି ପ୍ରଧାନମନ୍ତ୍ରୀ ଅବା ମନ୍ତ୍ରୀ: ଖାର୍ଗେ…

ନୂଆଦିଲ୍ଲୀ,୬।୪ : କଂଗ୍ରେସ ଜାତୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ନେତୃତ୍ୱରେ ୧୩ ବିରୋଧୀ ଦଳ ଗୁରୁବାର ଏକ ତ୍ରିରଙ୍ଗା ପଦଯାତ୍ରା କରିଥିଲେ। ଏହି ସମୟରେ ମଲ୍ଲିକାର୍ଜୁନ...

ସଂସଦରେ ପହଞ୍ଚିଲେ ଅର୍ଥମନ୍ତ୍ରୀ, ବଜେଟ ଉପସ୍ଥାପନ ପୂର୍ବରୁ ବସିବ କ୍ୟାବିନେଟ ବୈଠକ

ନୂଆଦିଲ୍ଲୀ, ୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୨-୨୩ ବଜେଟ ଉପସ୍ଥାପନ ଲାଗି ସଂସଦ ଭବନରେ ପହଞ୍ଚିଛନ୍ତି । ପୂର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବଜେଟ...

ବ୍ୟବସାୟୀଙ୍କ କ୍ରୋଧ: ଜାଳିଦେଲେ ଚାଇନା ସାମଗ୍ରୀ

ନୂଆଦିଲ୍ଲୀ,୨୨।୬: ଭାରତ-ଚାଇନା ମଧ୍ୟରେ ଲାଗିଥିବା ସୀମା ବିବାଦକୁ ନେଇ ଏବେ ଦିଲ୍ଲୀରେ ବ୍ୟବସାୟୀଙ୍କ କ୍ରୋଧ ଦେଖିବାକୁ ମିଳିଛି। କରୋଲ ବାଗରେ କନଫେଡେରେଶନ ଅଫ୍‌ ଅଲ୍‌ ଇଣ୍ଡିଆ...

ଅମରନାଥ ଯାତ୍ରା ସ୍ଥଗିତ

ନୂଆଦିଲ୍ଲୀ,୭।୭:ଜମ୍ମୁ କଶ୍ମୀରରେ ଖରାପ ପାଗ ହେତୁ ଶୁକ୍ରବାର ଅମରନାଥ ଯାତ୍ରା ସ୍ଥଗିତ ରଖାଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହାକୁ ସ୍ଥଗିତ ରଖାଯାଇଥିବା ଜଣାପଡିଛି। ଯାତ୍ରୀମାନଙ୍କୁ ଉଭୟ...

ଜଗନ ମୋହନଙ୍କୁ ତେଲଗୁରେ ନବୀନଙ୍କୁ ଓଡ଼ିଆରେ ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୨୩।୫: ଲୋକ ସଭା ନିର୍ବାଚନରେ ଭାଜପା ସଂଖ୍ୟା ଗରିଷ୍ଠତା ଆଡକୁ ବଢୁଥିବା ବେଳେ ଦୁଇଟି ବିଧାନ ସଭା ନିର୍ବାଚନରେ କିନ୍ତୁ ପରାଜୟକୁ ସ୍ବୀକାର କରିବାକୁ ବାଧ୍ୟ...

Advertisement
Archives

Model This Week