Posted inଜାତୀୟ

ପଦ୍ମଶ୍ରୀ ବିନୋଦ ଦୁଆଙ୍କ ପରଲୋକ

ନୂଆଦିଲ୍ଲୀ,୪।୧୨: ପଦ୍ମଶ୍ରୀ ବରିଷ୍ଠ ସାମ୍ବାଦିକ ବିନୋଦ ଦୁଆଙ୍କ ଶନିବାର ପରଲୋକ ହୋଇଯାଇଛି। ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା। ୧୯୫୪ ମାର୍ଚ୍ଚ ୧୧ରେ ସେ ଜନ୍ମଗ୍ରହଣ କରିଥିଲେ। ଦୂରଦର୍ଶନ ଏବଂ ଏନ୍‌ଡିଟିଭି ଇଣ୍ଡିଆରେ କାର୍ଯ୍ୟ କରି ସେ ଦେଶର ଜଣେ ଚର୍ଚ୍ଚିତ ସାମ୍ବାଦିକ ଭାବେ ପରିଚିତ ହୋଇଥିଲେ। ୧୯୯୬ରେ ତାଙ୍କୁ ପ୍ରଖ୍ୟାତ ରାମନାଥ ଗୋଏଙ୍କା ଉତ୍କର୍ଷ ସାମ୍ବାଦିକତା ପୁରସ୍କାର ପ୍ରଦାନ କରାଯାଇଥିଲା । ଏହା ସହ ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଲାଗି ତାଙ୍କୁ ୨୦୦୮ରେ ପଦ୍ମଶ୍ରୀ ମିଳିଥିଲା।

ସୂଚନା ଯୋଗ୍ୟ, ଗତ ଜୁନ ମାସରେ ବିନୋଦ ତାଙ୍କ ସ୍ତ୍ରୀଙ୍କୁ ହରାଇଥିଲେ। ପରେ ସେ କୋଭିଡ୍‌ ସଂକ୍ରମିତ ହୋଇଥିଲେ। ଚିକିତ୍ସା ପରେ ସେ କୋଭିଡ୍‌ରୁ ସୁସ୍ଥ ହୋଇଥିଲେ। ହେଲେ ତାଙ୍କର ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଇଥିଲା। ଏନେଇ ସେ ଦିଲ୍ଲୀର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ତାଙ୍କ ଝିଅ ମଲ୍ଲିକା ଦୁଆ ସୂଚନା ଦେଇଛନ୍ତି। ରବିବାର ତାଙ୍କର ଅନ୍ତିମ ସତ୍କାର କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପରାଧୀନ ଭାରତରେ ବନ୍ଦେ ମାତରମ୍‌ କହିବାକୁ ଭୟ କରୁଥିବା ଲୋକେ ଆଜି ଦେଶର କରୁଛନ୍ତି ବିଭାଜନ: ଜାଭେଦ୍‌ ଅଖତର

ପାଟନା,୨୮।୪: ପରାଧୀନ ଭାରତରେ ବନ୍ଦେ ମାତରମ୍‌ କହିବାକୁ ଭୟ କରୁଥିବା ଲୋକେ ଆଜି ଭାଜପାରେ ରହି ଦେଶରେ ସାମ୍ପ୍ରଦାୟିକ ବିଦ୍ୱେଷ ସୃଷ୍ଟି କରିବା ସହିତ ବିଭାଜନ...

ଜାତି ଭିତ୍ତିକ ଜନଗଣନା ଥରେ ହେବା ଆବଶ୍ୟକ: ନୀତୀଶ କୁମାର

ପାଟନା,୨୪ ।୭: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଗୁରୁବାର ପୁଣିଥରେ ଜାତି ଭିତ୍ତିକ ଜନଗଣନାକୁ ନେଇ ବୟାନ ଦେଇଛନ୍ତି । ସେ କହିଛନ୍ତି ଜାତି ଆଧାରିତ...

ନିର୍ବାଚନ ପ୍ରଚାରକୁ ନେଇ ରାଜନୈତିକ ଦଳର ମତ ଲୋଡିଲେ କମିଶନ

ନୂଆଦିଲ୍ଲୀ,୧୮।୭: କରୋନା ଭାଇରସ ସଂକ୍ରମଣ ଯୋଗୁ ସବୁ ସ୍ତରରେ କିଛି ନା କିଛି ବାଧା ଉପୁଜିଛି। ଏହାକୁ ଦୃଷ୍ଟିରେ ରଖି ଶନିବାର ନିର୍ବାଚନ କମିଶନ ରାଷ୍ଟ୍ରୀୟ...

ହସ୍ପିଟାଲରୁ ସୁସ୍ଥ ହୋଇ ଘରକୁ ଫେରିଲେ ମନମୋହନ

ନୂଆଦିଲ୍ଲୀ,୧୨।୫: ଅଲ୍‌ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନସେସ୍‌(ଏମ୍ସ)ରେ ଭର୍ତ୍ତି ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ମଙ୍ଗଳବାର ଡିସଚାର୍ଜ କରାଯାଇଛି। ସୂଚନାଯୋଗ୍ୟ, ରବିବାର ସେ...

ମୁଖ୍ୟମନ୍ତ୍ରୀ ପିନ୍ଧନ୍ତୁ ଶାଢ଼ି-ବ୍ଳାଉଜ…

ଥିରୁଭାନନ୍ତପୁରମ୍‌,୧।୮ : କେରଳ ସ୍କୁଲରେ ଲିଙ୍ଗଗତ ପରିଚୟ ଲୁଚାଇବା ପାଇଁ ବିବାଦ ବଢ଼ିବାରେ ଲାଗିଛି। ଏନେଇ ଇଣ୍ଡିଆନ ମୁସଲିମ୍‌ ଲିଗ୍‌ର ବିଧାୟକ ଏମ୍‌ .କେ.ମୁନିର କହିଛନ୍ତି...

ଦିନକୁ ୮ ଘଣ୍ଟା ପରିଶ୍ରମ କରୁଛନ୍ତି ୯୧ ବର୍ଷୀୟ କୃଷକ

କଲାବୁରାଗି,୨୪।୧୦: କର୍ନାଟକ କଲାବୁରାଗିର ୯୧ ବର୍ଷୀୟ କୃଷକ ବଶଭାନପ୍ପା ପାଟିଲ ଦିନକୁ ୮ ଘଣ୍ଟା ତାଙ୍କ ଫାର୍ମରେ ପରିଶ୍ରମ କରୁଥିବା କୁହନ୍ତି। ଆଉ ଆଜିବି ସେ...

ଜମ୍ମୁ-କଶ୍ମୀରରେ ଠାବ ହେଲା ଆତଙ୍କବାଦୀ ଶିବିର, ଏକେ ୪୭ର କିଛି ରାଉଣ୍ଡ ଗୁଳି ଜବତ

ଜମ୍ମୁ,୧୦ ।୫: ଜମ୍ମୁ-କଶ୍ମୀର ପୁଂଛ ଜିଲାର ଜଙ୍ଗଲ ଅଞ୍ଚଳରେ ଏକ ତଲାସି ଅଭିଯାନ କରାଯାଇଥିଲା । ଫଳରେ ସେଠାରେ ଥିବା ଆତଙ୍କବାଦୀ ଶିବିର ସମ୍ପର୍କରେ ସୂଚନା...

ଯୌନ ନିର୍ଯାତନା ମାମଲାରେ କୋରିଓଗ୍ରାଫରଙ୍କୁ ମିଳିଲା ଜାମିନ୍‌

ମୁମ୍ବାଇ,୨୩।୬: ଯୌନ ନିର୍ଯାତନା ମାମଲାରେ ବଲିଉଡର ପ୍ରଖ୍ୟାତ କୋରିଓଗ୍ରାଫର ଗଣେଶ ଆଚାର୍ଯ୍ୟଙ୍କୁ ମିଳିଲା ଜାମିନ୍‌। ଗୁରୁବାର ମୁମ୍ବାଇର ମାଜିଷ୍ଟ୍ରେଟ କୋର୍ଟ ତାଙ୍କୁ ଏହି ମାମଲାରେ ଜାମିନ୍‌...

Advertisement
Archives

Model This Week