୫୩ ବର୍ଷରେ ଏହି ପ୍ରସିଦ୍ଧ ଅଭିନେତ୍ରୀଙ୍କ ସରିଥିଲା ନିର୍ବନ୍ଧ: ବିବାହ ପୂର୍ବରୁ ଆତ୍ମହତ୍ୟା କରିଥିଲେ ଭାବି ସ୍ବାମୀ

ଭେଟେରାନ ଅଭିନେତ୍ରୀ ନନ୍ଦାଙ୍କର ଆଜି ହେଉଛି ୭ମ ମୃତ୍ୟୁ ବାର୍ଷିକୀ। ମାର୍ଚ୍ଚ ୨୫, ୨୦୧୪ରେ ମୁମ୍ବାଇରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ବଲିଉଡ୍‌ରେ ତାଙ୍କର ଇମେଜ୍‌ ଛୋଟ ଭଉଣୀର ଥିଲା। ଅର୍ଥାତ୍‌ କ୍ୟାରିୟର ଆରମ୍ଭରେ ଅଧିକାଂଶ ସିନେମାରେ ସେ ସାନ ଭଉଣୀ ଚରିତ୍ରରେ ଅଭିନୟ କରୁଥିଲେ। କିନ୍ତୁ ପରେ ସେ ନିଜ ଇମେଜ ପରିବର୍ତ୍ତନ କରିଥିଲେ ଏବଂ ଫିଲ୍ମରେ ପ୍ରମୁଖ ଅଭିନେତ୍ରୀ ଭାବେ କାମ କରିଥିଲେ।
ନନ୍ଦା ତାଙ୍କ ସମୟର ସବୁଠାରୁ ସୁନ୍ଦରୀ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ। ମାତ୍ର ୫ ବର୍ଷ ବୟସରୁ ସେ ଅଭିନୟ କରିବା ଆରମ୍ଭ କରିଥିଲେ। ପରେ ୧୯୫୯ରେ ଫିଲ୍ମ ‘ଛୋଟ ବେହେନ’ରେ ବଲରାଜ ସାହାନୀ ଏବଂ ରହମାନଙ୍କ ସାନ ଭଉଣୀ ଚରିତ୍ରରେ ଅଭିନୟ କରି ଲୋକପ୍ରିୟ ହୋଇଥିଲେ। ତାଙ୍କର ଚରିତ୍ର ଦର୍ଶକଙ୍କୁ ଏତେମାତ୍ରାରେ ପସନ୍ଦ ଆସିଥିଲା ଯେ, ଲୋକେ ତାଙ୍କୁ ଶହ ଶହ ରାଖି ପଠାଇଥିଲେ। ଏହି ସମାନ ବର୍ଷ ରାଜେନ୍ଦ୍ର କୁମାରଙ୍କ ସହ ତାଙ୍କ ଫିଲ୍ମ ‘ଧୁଲ କା ଫୁଲ’ ମଧ୍ୟ ସୁପରହିଟ୍‌ ହୋଇଥିବା ବେଳେ ନନ୍ଦା ମଧ୍ୟ ରାତାରାତି ଲୋକପ୍ରିୟ ହୋଇଥିଲେ। ୧୯୬୧ରେ ଫିଲ୍ମ ‘ହମ୍‌ ଦୋନୋ’ରେ ତାଙ୍କୁ ପ୍ରମୁଖ ଚରିତ୍ରରେ ଦେଖିବାକୁ ମିଳିଥିଲା। ଏହି ଫିଲ୍ମ ହିଟ୍‌ ହେବା ପରେ ଫିଲ୍ମରେ ମୁଖ୍ୟ ଚରିତ୍ରରେ ତାଙ୍କୁ ଅଫର ମିଳିବାରେ ଲାଗିଲା। ବୟସ ବୃଦ୍ଧି ଯୋଗୁ ସେ ଫିଲ୍ମରେ କାମ କରିବା ଧିରେ ଧିରେ କମ କରିଦେଲେ। ପରେ ତାଙ୍କର ଅଧିକାଂଶ ଫିଲ୍ମ ଫ୍ଲପ୍‌ ହେବାକୁ ଲାଗିଲା। ତେଣୁ ସେ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଦୂରେଇ ଗଲେ। ଫିଲ୍ମରେ ଏତେ ବ୍ୟସ୍ତ ରହୁଥିଲେ ଯେ, ନିଜ ବିଷୟରେ ଭାବିବାକୁ ତାଙ୍କ ପାଖରେ ସମୟ ନ ଥିଲା। ଏହାରି ମଧ୍ୟରେ ସେ ନିର୍ଦ୍ଦେଶକ ମନମୋହନ ଦେସାଈଙ୍କୁ ସେ ମନେ ମନେ ଭଲ ପାଇ ବସିଥିଲେ। ଦେସାଇ ମଧ୍ୟ ତାଙ୍କୁ ଭଲ ପାଉଥିଲେ। ହେଲେ ଉଭୟ କେବେ ହେଲେ ନିଜ ପ୍ରେମକୁ ପ୍ରକାଶ କରିପାରି ନ ଥିଲେ। ଶେଷରେ ମନମୋହନ ଅନ୍ୟ ଜଣଙ୍କୁ ବିବାହ କରିଥିଲେ। ମାତ୍ର କିଛି ବର୍ଷ ପରେ ତାଙ୍କ ସ୍ତ୍ରୀଙ୍କର ମୃତ୍ୟୁ ଘଟିଥିଲା। ପରେ ମନମୋହନ ନନ୍ଦାଙ୍କୁ ପ୍ରେମ ନିବେଦନ କରିଥିଲେ। ନନ୍ଦା ମଧ୍ୟ ଏହାକୁ ସ୍ବିକାର କରିଥିଲେ। ଏହି ସମୟରେ ନନ୍ଦାଙ୍କ ବୟସ ୫୨ ହୋଇଥିଲା। ୧୯୯୨ରେ ୫୩ ବର୍ଷୀୟା ନନ୍ଦା ମନମୋହନଙ୍କ ସହ ନିର୍ବନ୍ଧ କରିଥିଲେ। ମାତ୍ର ଭାଗ୍ୟ ଆଉ କିଛି ଚାହୁଁଥିଲା। ମନମୋହନ ନିଜ ରୋଗରେ ଭାଙ୍ଗିପଡ଼ି ଶେଷରେ ଆତ୍ମହତ୍ୟା କରିଥିଲେ। ଏହା ପରେ ନନ୍ଦା ଆଉ କାହାକୁ ବିବାହ କଲେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସୈଫ୍‌ଙ୍କୁ ଧୋକାବାଜ୍‌ କହିଲେ କାଜୋଲ

ବଲିଉଡ୍‌ ଅଭିନେତ୍ରୀ କାଜୋଲ ଏବେ ନିଜ ଆଗାମୀ ଫିଲ୍ମ ‘ତାହ୍ନାଜୀ’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମରେ ସେ ସ୍ବାମୀ ଅଜୟ ଦେବଗନଙ୍କ ସ୍ତ୍ରୀ ଭୂମିକାରେ...

ସୁଶାନ୍ତଙ୍କ ପରି ଅବିକଳ ଦେଖାଯାଉଥିବା ସାକିଙ୍କ ଭିଡିଓ ଭାଇରାଲ

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଖବର ପରିବାର ତଥା ପ୍ରଶଂସକଙ୍କୁ ସ୍ତବ୍ଧ କରିଦେଇଛି। ତାଙ୍କ ମୃତ୍ୟୁକୁ ଇତିମଧ୍ୟରେ ୫ ଦିନ ବିତିଯାଇଥିଲେ ମଧ୍ୟ...

ଅମରନାଥରେ ଶ୍ରଦ୍ଧାଳୁଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କଲେ ଅକ୍ଷୟ

ମୁମ୍ବାଇ: ଦୀର୍ଘ ୨ ବର୍ଷ ପରେ ଚଳିତ ବର୍ଷ ପୁଣିଥରେ ଅମରନାଥ ଯାତ୍ରା ଆରମ୍ଭ ହୋଇଥିବା ବେଳେ ଶହଶହ ଶ୍ରଦ୍ଧାଳୁ ବାବା ବର୍ଫାନିଙ୍କ ଦର୍ଶନ ପାଇଁ...

ଆତ୍ମହତ୍ୟା କଲେ ଲୋକପ୍ରିୟ ଅଭିନେତା

ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତା ସୁଧୀର ବର୍ମା ଆତ୍ମହତ୍ୟା କରିଛନ୍ତି। ବିଶାଖାପାଟନମରେ ଥିବା ତାଙ୍କ ଘରେ ସେ ଆତ୍ମହତ୍ୟା କରିଛନ୍ତି। ତାଙ୍କ ଆକସ୍ମିକ ମୃତ୍ୟୁ...

ମାତୃତ୍ୱ ଅବକାଶକୁ ଅନୁଷ୍କାଙ୍କ ନା: ଗର୍ଭାବସ୍ଥାର ସାତ ମାସରେ କଲେ ଶୁଟିଂ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। କେତେବେଳେ ନିଜ ଫିଲ୍ମ ଓ ଅଭିନୟକୁ ନେଇ ତ ଆଉ କେତେବେଳେ ତାଙ୍କ କାର୍ଯ୍ୟକଳାପକୁ...

ସଲମାନଙ୍କ ରାଗ ଯୋଗୁ ବରବାଦ ହୋଇଛି ଅନେକ ସେଲିବ୍ରିଟିଙ୍କ କ୍ୟାରିୟର,ବର୍ତ୍ତି ନାହାନ୍ତି ପ୍ରେମିକା…

ବମ୍ବେ: ବଲିଉଡ୍‌ ଅଭିନେତା ସଲମାନ ଖାଁଙ୍କୁ କୁହାଯାଏ ‘ଦବଙ୍ଗ ଭାଇଜାନ୍‌’। ଏପରି କହିବା ପଛରେ କାରଣ ମଧ୍ୟ ରହିଛି। ସେଇଟି ହେଲା ସେ ଯଦି କାହା...

ଓଟିଟିରେ ରିଲିଜ୍‌ ହେବ ‘ଯବାନ’: ରାଇଟ୍ସ ବିକ୍ରି

ଶାହରୁଖ ଖାନଙ୍କ ଅଭିନୀତ ‘ଯବାନ’ ବକ୍ସ ଅଫିସରେ ବହୁତ ଭଲ ବ୍ୟବସାୟ କରୁଛି। ସମସ୍ତେ ଏହାର ପଜିଟିଭ୍‌ ରିଭ୍ୟୁ ଦେଉଛନ୍ତି। ଦର୍ଶକ ଶାହାରୁଖଙ୍କ ଡବଲ ରୋଲ୍‌କୁ...

ଏହି ଅଭିନେତାଙ୍କ ସ୍ତ୍ରୀ ଜାଣିଥିଲେ ସ୍ବାମୀଙ୍କ ପ୍ରେମ ସମ୍ପର୍କ ବିଷୟରେ ସବୁ, ଆଉ ତା’ ପରେ

ଫିଲ୍ମ ଷ୍ଟାର ମାନଙ୍କ ଜୀବନ ଅନେକ ଉତ୍ଥାନ-ପତ୍ତନ ଦେଇ ଗତି କରିଥାଏ। ଯେଉଁଥିପାଇଁ ଅନେକ ଷ୍ଟାରଙ୍କ ବୈବାହିକ ସମ୍ପର୍କ ଛାଡପତ୍ର ଯାଏ ଯାଇଛି। ତଥାପି, ଏପରି...

Advertisement
Archives

Model This Week