୫୩ ବର୍ଷରେ ଏହି ପ୍ରସିଦ୍ଧ ଅଭିନେତ୍ରୀଙ୍କ ସରିଥିଲା ନିର୍ବନ୍ଧ: ବିବାହ ପୂର୍ବରୁ ଆତ୍ମହତ୍ୟା କରିଥିଲେ ଭାବି ସ୍ବାମୀ

ଭେଟେରାନ ଅଭିନେତ୍ରୀ ନନ୍ଦାଙ୍କର ଆଜି ହେଉଛି ୭ମ ମୃତ୍ୟୁ ବାର୍ଷିକୀ। ମାର୍ଚ୍ଚ ୨୫, ୨୦୧୪ରେ ମୁମ୍ବାଇରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ବଲିଉଡ୍‌ରେ ତାଙ୍କର ଇମେଜ୍‌ ଛୋଟ ଭଉଣୀର ଥିଲା। ଅର୍ଥାତ୍‌ କ୍ୟାରିୟର ଆରମ୍ଭରେ ଅଧିକାଂଶ ସିନେମାରେ ସେ ସାନ ଭଉଣୀ ଚରିତ୍ରରେ ଅଭିନୟ କରୁଥିଲେ। କିନ୍ତୁ ପରେ ସେ ନିଜ ଇମେଜ ପରିବର୍ତ୍ତନ କରିଥିଲେ ଏବଂ ଫିଲ୍ମରେ ପ୍ରମୁଖ ଅଭିନେତ୍ରୀ ଭାବେ କାମ କରିଥିଲେ।
ନନ୍ଦା ତାଙ୍କ ସମୟର ସବୁଠାରୁ ସୁନ୍ଦରୀ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ। ମାତ୍ର ୫ ବର୍ଷ ବୟସରୁ ସେ ଅଭିନୟ କରିବା ଆରମ୍ଭ କରିଥିଲେ। ପରେ ୧୯୫୯ରେ ଫିଲ୍ମ ‘ଛୋଟ ବେହେନ’ରେ ବଲରାଜ ସାହାନୀ ଏବଂ ରହମାନଙ୍କ ସାନ ଭଉଣୀ ଚରିତ୍ରରେ ଅଭିନୟ କରି ଲୋକପ୍ରିୟ ହୋଇଥିଲେ। ତାଙ୍କର ଚରିତ୍ର ଦର୍ଶକଙ୍କୁ ଏତେମାତ୍ରାରେ ପସନ୍ଦ ଆସିଥିଲା ଯେ, ଲୋକେ ତାଙ୍କୁ ଶହ ଶହ ରାଖି ପଠାଇଥିଲେ। ଏହି ସମାନ ବର୍ଷ ରାଜେନ୍ଦ୍ର କୁମାରଙ୍କ ସହ ତାଙ୍କ ଫିଲ୍ମ ‘ଧୁଲ କା ଫୁଲ’ ମଧ୍ୟ ସୁପରହିଟ୍‌ ହୋଇଥିବା ବେଳେ ନନ୍ଦା ମଧ୍ୟ ରାତାରାତି ଲୋକପ୍ରିୟ ହୋଇଥିଲେ। ୧୯୬୧ରେ ଫିଲ୍ମ ‘ହମ୍‌ ଦୋନୋ’ରେ ତାଙ୍କୁ ପ୍ରମୁଖ ଚରିତ୍ରରେ ଦେଖିବାକୁ ମିଳିଥିଲା। ଏହି ଫିଲ୍ମ ହିଟ୍‌ ହେବା ପରେ ଫିଲ୍ମରେ ମୁଖ୍ୟ ଚରିତ୍ରରେ ତାଙ୍କୁ ଅଫର ମିଳିବାରେ ଲାଗିଲା। ବୟସ ବୃଦ୍ଧି ଯୋଗୁ ସେ ଫିଲ୍ମରେ କାମ କରିବା ଧିରେ ଧିରେ କମ କରିଦେଲେ। ପରେ ତାଙ୍କର ଅଧିକାଂଶ ଫିଲ୍ମ ଫ୍ଲପ୍‌ ହେବାକୁ ଲାଗିଲା। ତେଣୁ ସେ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଦୂରେଇ ଗଲେ। ଫିଲ୍ମରେ ଏତେ ବ୍ୟସ୍ତ ରହୁଥିଲେ ଯେ, ନିଜ ବିଷୟରେ ଭାବିବାକୁ ତାଙ୍କ ପାଖରେ ସମୟ ନ ଥିଲା। ଏହାରି ମଧ୍ୟରେ ସେ ନିର୍ଦ୍ଦେଶକ ମନମୋହନ ଦେସାଈଙ୍କୁ ସେ ମନେ ମନେ ଭଲ ପାଇ ବସିଥିଲେ। ଦେସାଇ ମଧ୍ୟ ତାଙ୍କୁ ଭଲ ପାଉଥିଲେ। ହେଲେ ଉଭୟ କେବେ ହେଲେ ନିଜ ପ୍ରେମକୁ ପ୍ରକାଶ କରିପାରି ନ ଥିଲେ। ଶେଷରେ ମନମୋହନ ଅନ୍ୟ ଜଣଙ୍କୁ ବିବାହ କରିଥିଲେ। ମାତ୍ର କିଛି ବର୍ଷ ପରେ ତାଙ୍କ ସ୍ତ୍ରୀଙ୍କର ମୃତ୍ୟୁ ଘଟିଥିଲା। ପରେ ମନମୋହନ ନନ୍ଦାଙ୍କୁ ପ୍ରେମ ନିବେଦନ କରିଥିଲେ। ନନ୍ଦା ମଧ୍ୟ ଏହାକୁ ସ୍ବିକାର କରିଥିଲେ। ଏହି ସମୟରେ ନନ୍ଦାଙ୍କ ବୟସ ୫୨ ହୋଇଥିଲା। ୧୯୯୨ରେ ୫୩ ବର୍ଷୀୟା ନନ୍ଦା ମନମୋହନଙ୍କ ସହ ନିର୍ବନ୍ଧ କରିଥିଲେ। ମାତ୍ର ଭାଗ୍ୟ ଆଉ କିଛି ଚାହୁଁଥିଲା। ମନମୋହନ ନିଜ ରୋଗରେ ଭାଙ୍ଗିପଡ଼ି ଶେଷରେ ଆତ୍ମହତ୍ୟା କରିଥିଲେ। ଏହା ପରେ ନନ୍ଦା ଆଉ କାହାକୁ ବିବାହ କଲେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ

କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…

ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ସମସ୍ତ ସ୍କୁଲ ପିଲା, ଶିକ୍ଷକଙ୍କ ଜୀବନ, କେମିତି ଜାଣନ୍ତୁ…

କାଠମାଣ୍ଡୁ,୩୦ା୮: ନେପାଳରେ ପ୍ରଳୟଙ୍କରୀ ବନ୍ୟା ମାଡ଼ିଆସିବା ବେଳେ ଜଣେ ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୧,୬୪୩ ଜଣ ପିଲାଙ୍କ ଜୀବନ ବଞ୍ଚତ୍ୟାଇଛି। ନୁଓ୍ବାକୋଟ୍‌ ଜିଲା ତ୍ରିଭୁବନ…

ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍‌ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…

ହକି ବିଶ୍ୱକପ୍‌: ନେଦରଲାଣ୍ଡ୍ସକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଆର୍ଜେଣ୍ଟିନା

ବେଲଫିଅସ,୩୦ା୮: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ବ୍ରୋଞ୍ଜ ପଦକ ହାସଲ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ହକି ପାଓ୍ବରହାଉସ୍‌ ତଥା…

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…

ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…

ଶାଳକଙ୍କୁ ଏସିଡ୍‌ ଫିଙ୍ଗି ବନ୍ଧା ହେଲେ ଭିଣୋଇ

ବ୍ରହ୍ମପୁର,୩୦ା୮(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଟାଉନ ଥାନା ପୋଲିସ ଏସିଡ ମାଡ ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରିଛି l ସେ ହେଲେ ପାଟପୁର ଥାନା ପୋଡାମାରି ବଜାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri