କରୋନା ସମୟରେ ବିଶ୍ୱର ସବୁଠାରୁ ସୁରକ୍ଷିତ ସ୍ଥାନ!

ଭର୍ମୋଣ୍ଟ,୪ ।୭: ଆମେରିକାର ଏକ ରାଜ୍ୟ ହେଉଛି ଭର୍ମୋଣ୍ଟ । ନ୍ୟୁ ଇଂଲଣ୍ଡ ଅଞ୍ଚଳରେ ଥିବା ଏହି ରାଜ୍ୟ ବର୍ନି ରେଣ୍ଡର୍ସ, ମ୍ୟାପଲ ସିରପ, ଓ ବେନ ଆଣ୍ଡ ଜେରି ଆଇସକ୍ରିମ ପାଇଁ ବେଶ ଜଣାଶୁଣା । ଏବେ ଘୋଷଣା କରାଯାଇଛି କି କରୋନା ସମୟରେ ଏହା ବିଶ୍ୱର ସବୁଠାରୁ ସୁରକ୍ଷିତ ସ୍ଥାନ । କାରଣ ଏହି ରାଜ୍ୟ ଆମରିକାର ସବୁଠାରୁ ଅଧିକ ଟିକା ନେଇଥିବା ରାଜ୍ୟ ପାଲଟି ଯାଇଛି । ଆମେରିକାର ସବୁଠାରୁ କମ୍ ଜନସଂଖ୍ୟା ବିଶିଷ୍ଠ ଏହି ଦ୍ୱିତୀୟ ରାଜ୍ୟରେ ପ୍ରାୟ ୮୦ ପ୍ରତିଶତ ଲୋକଙ୍କୁ ଟିକା ଦିଆ ସରିଲାଣି । ହେଲ୍‌ଥ କମିଶନର ମାର୍କ ଲେବିନି କହିଛନ୍ତି ଏବେ ଏହି ଭର୍ମୋଣ୍ଟ ବିଶ୍ୱର ସବୁଠାରୁ ସୁରକ୍ଷିତ ସ୍ଥାନ ପାଲଟି ଯାଇଛି । ମାର୍କ ଆମେରିକା ମହାମରୀ ପରାମର୍ଶଦାତା ଆନ୍ଥୋନି ଫାଉସିଙ୍କ ଟିମ୍‌ରେ କାମ କରୁଛନ୍ତି । ରିପୋର୍ଟରେ କୁହାଯାଛି କି ଉତ୍ତର-ପୂର୍ବ ଗ୍ରାମୀଣ ଅଞ୍ଚଳର ଏହି ରାଜ୍ୟରେ ୧୨ ଅବା ଏହାଠାରୁ ଅଧିକ ବୟସର ୮୨ ପ୍ରତିଶତ ଲୋକ ଅତିକମରେ କରୋନାର ଗୋଟିଏ ଡୋଜ ଟିକା ନେଇ ସାରିଛନ୍ତି । ଯେଉଁଠି ଆମେରିକାରେ ଏପର୍ଯ୍ୟନ୍ତ କେବଳ ୬୪ ପ୍ରତିଶତ ଲୋକ ଟିକା ନେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଚମତ୍କାରୀ ତେଲ ନେବାକୁ ଦଳାଚକଟା: ୨୦ ମୃତ

ମୋଶି,୨।୨: ଚମତ୍କାରୀ ତେଲ ନେବାକୁ ତାଞ୍ଜାନିଆରେ ହୋଇଥିବା ଦଳାଚକଟାରେ ୨୦ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୧୬ ଜଣ ଆହତ ହୋଇଛନ୍ତି। ତେବେ ମୃତାହତଙ୍କ ସଂଖ୍ୟା...

ପାଶ୍ଚାତ୍ୟ ଦେଶ କରୁଛନ୍ତି ସାଇବର ଆକ୍ରମଣ…

ମସ୍କୋ, ୨୧।୫ : ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି ଯେ ୟୁକ୍ରେନ ଉପରେ ସାମରିକ କାର୍ଯ୍ୟାନୁଷ୍ଠାନ ପରେ ତାଙ୍କ ଦେଶ ପାଶ୍ଚାତ୍ୟ ଦେଶରୁ ସାଇବର...

ଏଠାରେ ଲୋକେ ଜାରି କଲେ ୨ ଦିନିଆ ଲକ୍‌ଡାଉନ୍‌…

ଦାମୋହ,୧୨।୪: ମଧ୍ୟପ୍ରଦେଶରେ କରୋନା ସଂକ୍ରମଣ ବଢ଼ି ଚାଲିଛି। ପ୍ରତି ଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ରାଜ୍ୟର କେତେକ...

ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ ନେଇ ସତର୍କ ସୂଚନା ଜାରି…

ଇସଲାମାବାଦ,୬।୧୦ : ପାକିସ୍ତାନ ସରକାର ସମଗ୍ର ଦେଶରେ ଆତଙ୍କବାଦୀ ଆକ୍ରମଣ ନେଇ ଆଲର୍ଟ ଜାରି କରିଛନ୍ତି। ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି ଏବଂ ଅତ୍ୟଧିକ ସଜାଗ...

୨୯୮ ନିୟୁତ ଟନ୍‌ ଖାଦ୍ୟଶସ୍ୟ ଉତ୍ପାଦନ ଲକ୍ଷ୍ୟଧାର୍ଯ୍ୟ

ନୂଆଦିଲ୍ଲୀ, ୧୭।୪:୨୦୨୦-୨୧ ବର୍ଷରେ ୨୯୮ ନିୟୁତ ଟନ୍‌ ଖାଦ୍ୟଶସ୍ୟ ଉତ୍ପାଦନ ପାଇଁ କେନ୍ଦ୍ର ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ୨୦୧୯-୨୦ ବର୍ଷରେ ୨୯୧.୧୦ ନିୟୁତ ଟନ୍‌...

ନା ଟାଇପ୍‌ କଲେ, ନା କହିଲେ- ପ୍ରଥମଥର ସିଧା ମସ୍ତିଷ୍କରୁ ମେସେଜ୍‌ କଲେ ଏହି ବ୍ୟକ୍ତି

ସିଡନୀ,୨୯।୧୨:ଅଷ୍ଟ୍ରେଲିଆର ଜଣେ ପକ୍ଷାଘାତ ବ୍ୟକ୍ତି ବିନା ଟାଇପ୍‌ ତଥା ବିନା ଶରୀର ହଲାଇ ପ୍ରଥମଥର ଏକ ମେସେଜ୍‌ ଲେଖିଛନ୍ତି। ସେ ଏହି ମେସେଜ୍‌କୁ ଟୁଇଟର୍‌ରେ ଶେୟାର...

ପାକିସ୍ତାନରେ ତାଲିବାନ ଆତଙ୍କ: ଲୋକଙ୍କୁ କଲେ ବନ୍ଧକ…

ଇସଲାମାବାଦ,୧୯।୧୨ : ପାକିସ୍ତାନରେ ତାଲିବାନ ଆତଙ୍କବାଦୀମାନେ ଆତଙ୍କ ସୃଷ୍ଟି କରିଛନ୍ତି। ସେମାନେ ଏକ ଆତଙ୍କବାଦ ବିରୋଧୀ କେନ୍ଦ୍ରକୁ ନିଜ ନିୟନ୍ତ୍ରଣକୁ ନେଇଛନ୍ତି। ସେହିପରି ପଶ୍ଚିମ ପାକିସ୍ତାନର...

କରୋନା ସଂକ୍ରମଣ ଯୋଗୁ କୋଚିଂ ସେଣ୍ଟର ବନ୍ଦ, ଶିକ୍ଷାର୍ଥୀଙ୍କ ହଙ୍ଗାମା

ପାଟନା,୫।୪: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିହାରରେ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍କୁଲ୍‌, କଲେଜ ତଥା କୋଚିଂ ସେଣ୍ଟରକୁ ବନ୍ଦ କରାଯାଇଛି। କୋଚିଂ ସେଣ୍ଟରୁ ବନ୍ଦ...

Advertisement
Archives

Model This Week