Posted inଜାତୀୟ

କାର୍ବନ ଡେଟିଂ ଉପରେ ରାୟ ୧୧କୁ ଘୁଞ୍ଚିଲା

ବାରାଣସୀ,୮ା୧୦: ଉତ୍ତରପ୍ରଦେଶର ଜ୍ଞାନବାପି ମସ୍‌ଜିଦ ପରିସରରୁ ମିଳିଥିବା ତଥାକଥିତ ଶିବଲିଙ୍ଗର କାର୍ବନ ଡେଟିଂ ଆବେଦନ ଉପରେ ବାରାଣସୀ କୋର୍ଟ ରାୟ ସ୍ଥଗିତ ରଖିଛନ୍ତି। ଆସନ୍ତା ୧୧ରେ ଅଦାଲତ ରାୟ ଘୋଷଣା କରିବେ। ତଳକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଚଳିତ ବର୍ଷ ଆରମ୍ଭରେ ଜ୍ଞାନବାପି ପରିସରର ଭିଡିଓ ସର୍ଭେ କରାଯାଇଥିଲା। ସେହି ସମୟରେ ମସ୍‌ଜିଦ ପରିସରରୁ ଏକ ଶିବଲିଙ୍ଗ ମିଳିଥିଲା। କାର୍ବନ ଡେଟିଂ ସମେତ ବୈଜ୍ଞାନିକ ପଦ୍ଧତିରେ ଏହାର ତଦନ୍ତ କରାଯାଇ କେବେ ଏହି ଶିବଲିଙ୍ଗ ସ୍ଥାପନ କରାଯାଇଥିଲା ତାହା ନିର୍ଣ୍ଣୟ କରିବାକୁ ହିନ୍ଦୁ ମହିଳାମାନେ ଆବେଦନ କରିଥିଲେ। ଅଦାଲତ ଶୁକ୍ରବାର ମହିଳା ଆବେଦନକାରୀଙ୍କ ଓକିଲଙ୍କଠାରୁ ଅଧିକ ସ୍ପଷ୍ଟୀକରଣ ମାଗିଛନ୍ତି। ତଥାକଥିତ ଶିବଲିଙ୍ଗ ମାମଲାର ଅଂଶବିଶେଷ ହେବ କି ନାହିଁ ଏବଂ ପ୍ରକୃତରେ ଅଦାଲତ କୌଣସି ବୈଜ୍ଞାନିକ ତଦନ୍ତ ଲାଗି ନିର୍ଦ୍ଦେଶ ଦେଇପାରିବେ କି ନାହିଁ ତାହା ଉପରେ ସ୍ପଷ୍ଟୀକରଣ ଲୋଡ଼ାଯାଇଛି। ଏନେଇ ଅଦାଲତଙ୍କୁ ସ୍ପଷ୍ଟ କରିବାକୁ ଉଦ୍ୟମ କରିବେ ବୋଲି ବରିଷ୍ଠ ଆଇନଜୀବୀ ବିଷ୍ଣୁ ଶଙ୍କର ଜୈନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ଏକୁଟିଆ ଦେଖି ବିଦେଶୀ ମହିଳାଙ୍କୁ ବଳାତ୍କାର ଉଦ୍ୟମ କଲେ ନକଲି ସାଧୁ: ଘଟିଲା ଏଭଳି କିଛି…

ନୂଆଦିଲ୍ଲୀ,୨୬।୮: ନୂଆଦିଲ୍ଲୀ: ଆଧ୍ୟାତ୍ମିକ ଯାତ୍ରାରେ ଆମେରିକାରୁ ତାମିଲନାଡୁ ଆସିଥିବା ଜଣେ ମହିଳା ତାଙ୍କୁ ବଳାତ୍କାର କରିବାକୁ ଚେଷ୍ଟା କରୁଥିବା ଜଣେ ବ୍ୟକ୍ତିଙ୍କୁ ମାଡ ମାରି ଏବେ...

କୁମ୍ଭୀର କାନ୍ଦଣା କାନ୍ଦି ଗରିବଙ୍କ ପକେଟ ଖାଲି କରୁଛନ୍ତି ମୋଦି ସରକାର: କଂଗ୍ରେସ ପ୍ରବକ୍ତା

ନୂଆଦିଲ୍ଲୀ,୮।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ କଂଗ୍ରେସ ପୁଣିଥରେ ଟାଗେର୍ଟ କରିଛି। ଏବେ କଂଗ୍ରେସ ପ୍ରବକ୍ତା ଅଭିଷେକ ମନୁ ସିଙ୍ଗଭୀ କହିଛନ୍ତି ଯେ, ବାହନ ବୀମା...

‘ଅଟଳ ବିହାରୀ ବାଜପେୟୀଙ୍କ ସମୟରେ ଏମିତି ଘଟୁ ନ ଥିଲା’

ପୁଣେ,୨୨।୨: ଆଜିକାଲି ମହାରାଷ୍ଟ୍ର ରାଜନୀତିରେ ଅଶାନ୍ତି ଦେଖାଦେଇଛି। ଶିବସେନାର ନାଁ ଏବଂ ନିର୍ବାଚନୀ ପ୍ରତୀକକୁ ନେଇ ବିବାଦ ଥମିବାର ନାଁ ନେଉନାହିଁ। ଏନେଇ ଏନସିପି ମୁଖ୍ୟ...

ଟ୍ରମ୍ପଙ୍କ ଭାରତ ଗସ୍ତ: ୩ ଘଣ୍ଟା ପାଇଁ ଖର୍ଚ୍ଚ ହେବ ଶହେ କୋଟି ଟଙ୍କା!

ନୂଆଦିଲ୍ଲୀ,୧୫।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ ଫେବୃୟାରୀ ୨୪-୨୫ରେ ଭାରତ ଗସ୍ତରେ ଆସୁଛନ୍ତି। ଏହି ସମୟରେ ଟ୍ରମ୍ପ ଦମ୍ପତି...

ବିବାହ ପାଇଁ ରାତି ୨ଟାରେ ମନ୍ଦିରରେ ପହଞ୍ଚିଥିଲେ କିରଣ ବେଦି

ନୂଆଦିଲ୍ଲୀ,୯।୬: ଦେଶର ପ୍ରଥମ ମହିଳା ଆଇପିଏସ୍‌ ଅଫିସର କିରଣ ବେଦି ରବିବାର ୭୦ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୪୯ ଜୁନ୍‌ ୯ରେ ପଞ୍ଜାବର ଅମୃତସରଠାରେ...

ଶାଗୁଣା ବଂଶ ରକ୍ଷା ଲାଗି କେନ୍ଦ୍ର ସରକାରଙ୍କୁ ହାଇକୋର୍ଟଙ୍କ ପରାମର୍ଶ… 

ନୂଆଦିଲ୍ଲୀ, ୧୪।୫ :    ପ୍ରାଣୀମାନଙ୍କ ଚିକିତ୍ସାରେ ବ୍ୟବହୃତ କେତେକ ଔଷଧ କାରଣରୁ ଶାଗୁଣାଙ୍କ ସଂଖ୍ୟା ହ୍ରାସ ପାଉଥିବା ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଏନେଇ ଦାଖଲ...

ପଶ୍ଚିମବଙ୍ଗରେ ରହିବାକୁ ହେଲେ ବଙ୍ଗଳା କହିବା ଜରୁରୀ: ମମତା

କୋଲକାତା,୧୪।୬: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ପୁଣି ଏକ ବିବାଦୀୟ ବୟାନ ଦେଇ ଆସିଛନ୍ତି ଚର୍ଚ୍ଚାକୁ। ମମତା କହିଛନ୍ତି ପଶ୍ଚିମବଙ୍ଗକୁ ଆଗକୁ ନେବାକୁ ହେଲେ ଏଠାରେ...

ଜମ୍ମୁ-କଶ୍ମୀର ଛାଡ଼ ନିର୍ଦ୍ଦେଶ: ଶ୍ରୀନଗର ବିମାନ ବନ୍ଦରରେ ଟିକେଟ ପାଇଁ ପର୍ଯ୍ୟଟକଙ୍କ ଭିଡ଼

ଶ୍ରୀନଗର,୩।୮: ସୁରକ୍ଷାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ଅମରନାଥ ଯାତ୍ରାକୁ ସ୍ଥଗିତ ରଖିବା ସହିତ ଶୀଘ୍ର ଜମ୍ମୁ-କଶ୍ମୀର ଛାଡିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି। ଏହି...

Advertisement
Archives

Model This Week