Posted inଖେଳ

ବିସ୍ଫୋରକ ଶତକ ପରେ ଏମିତି ସେଲିବ୍ରେଟ୍‌ କଲେ ଭେଙ୍କଟଶ

ମୁମ୍ବାଇ,୧୨ା୧୨: ନିକଟରେ ଅନ୍ତର୍ଜାତୀୟ ସ୍ତରରେ ପଦାର୍ପଣ କରିଥିବା ଅଲରାଉଣ୍ଡର ଭେଙ୍କଟଶ ଆୟର ଚଣ୍ଡିଗଡ଼ ବିପକ୍ଷ ବିଜୟ ହଜାରେ ମ୍ୟାଚ୍‌ରେ ଖେଳିଛନ୍ତି ବିସ୍ଫୋରକ ଶତକୀୟ ପାଳି। ମଧ୍ୟପ୍ରଦେଶ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଆୟର ୧୧୩ ବଲରେ ୧୫୧ ରନ୍‌ର ଇନିଂସ ଖେଳିଥିଲେ। ତାଙ୍କ ପାଳିରେ ସାମିଲ ଥିଲା ୮ ଚୌକା ଓ ୧୦ ଛକା। କିନ୍ତୁ ଶତକ ଠାରୁ ଅଧିକ ସ୍ବତନ୍ତ୍ର ଥିଲା ତାଙ୍କ ସେଲିବ୍ରେଶନ। ସେ ସୁପରଷ୍ଟାର ରଜନିକାନ୍ତଙ୍କ ଟ୍ରେଡମାର୍କ ସଲ୍ୟୁଟ ଓ ସନଗ୍ଲାସ ପିନ୍ଧିବାର ଷ୍ଟାଇଲ୍‌କୁ କପି କରିଥିଲେ। ଏଭଳି କରି ‘ଥଲାଇଭା’ଙ୍କୁ ଜନ୍ମଦିନ ଲାଗି ସେ ଶୁଭେଚ୍ଛା ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ରବିବାର ୭୧ ବର୍ଷରେ ପାଦ ଦେଇଛନ୍ତି ସାଉଥ୍‌ ସୁରପଷ୍ଟାର।

ଆୟରଙ୍କ ୧୫୧ ରନ୍‌ ପାଳି ଯୋଗୁ ପ୍ରଥମେ ବ୍ୟାଟିଂ କରିଥିବା ମଧ୍ୟପ୍ରଦେଶ ୯ ଉଇକେଟ ହରାଇ ୩୩୧ ରନ୍‌ କରିଥିଲା। ଜବାବରେ ମନନ ବୋହରା (୧୦୫) ଓ ଅଙ୍କିତ କୌଶିକ (୧୧୧)ଙ୍କ ଶତକୀୟ ଇନିଂସ ସତ୍ତ୍ୱେ ବିଜୟ ଲକ୍ଷ୍ୟଠାରୁ ୬ ରନ୍‌ ଦୂରରେ ରହି ଯାଇଥିଲା ଚଣ୍ଡିଗଡ଼। ବ୍ୟାଟିଂ ଭଳି ବୋଲିଂରେ ମଧ୍ୟ ୨ ଉଇକେଟ ନେଇଥିଲେ ଭେଙ୍କଟଶ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନିକୋଲୋଜ ଜିତିଲେ କାତାର ଓପନ୍‌

ଦୋହା, ୧୫ା୩ (ଏପି)-ଜର୍ଜିଆର ନିକୋଲୋଜ ବାସିଲାସଭିଲି କାତାର ଓପନ ଟେନିସ ଟୁର୍ନାମେଣ୍ଟ ଟାଇଟଲ ଜିତିଛନ୍ତି। ଫାଇନାଲରେ ସେ ସ୍ପେନର ରବର୍ଟୋ ବଟିଷ୍ଟା ଅଗଟ୍‌ଙ୍କୁ ୭-୬ (୫),...

ସନ୍ତୋଷ ଟ୍ରଫି: ପଞ୍ଜାବ-ସର୍ଭିସେସ୍‌ ଫାଇନାଲ

ଲୁଧିଆନା, ୨୦।୪(ପି.ଟି.)-ଭାରତୀୟ ଘରୋଇ ଫୁଟ୍‌ବଲର ଅନ୍ୟତମ ସମ୍ମାନଜନକ ପ୍ରତିଯୋଗିତା ସନ୍ତୋଷ ଟ୍ରଫିର ଫାଇନାଲ ରବିବାର ପଞ୍ଜାବ ଓ ସର୍ଭିସେସ୍‌ ମଧ୍ୟରେ ହେବ। ଶୁକ୍ରବାର ସ୍ଥାନୀୟ ଗୁରୁ...

ଦିଲ୍ଲୀ କ୍ୟାପିଟାଲ୍ସ ପେସର ନର୍ଜେ କରୋନା ପଜିଟିଭ୍‌

ନୂଆଦିଲ୍ଲୀ, ୧୫।୪- ଇଣ୍ଡିଆନ ପ୍ରିମିୟର ଲିଗ୍‌ର ଦ୍ୱିତୀୟ ରାଉଣ୍ଡ ମ୍ୟାଚ ଆରମ୍ଭ ହୋଇ ଯାଇଥିବାବେଳେ ଦିଲ୍ଲୀ କ୍ୟାପିଟାଲ୍ସ ପେସ୍‌ ବୋଲର ଏନରିକ ନର୍ଜେ କରୋନାରେ ଆକ୍ରାନ୍ତ...

କେଏଲ୍‌ ରାହୁଲଙ୍କ ନୈରାଶ୍ୟଜନକ ପ୍ରଦର୍ଶନକୁ ନେଇ ଏଭଳି କହିଲେ କୋହଲି

ନୂଆଦିଲ୍ଲୀ,୧୭।୩: ଲଗାତାର ଭାବେ ବ୍ୟାଟିଂରେ ବିଫଳ ହେବାକୁ ନେଇ ସମାଲୋଚିତ ହେଉଛନ୍ତି ଓପନର କେ.ଏଲ୍‌. ରାହୁଲ। ଇଂଲଣ୍ଡ ବିପକ୍ଷରେ ଖେଳାଯାଉଥିବା ଟି୨୦ ସିରିଜର ୩ ମ୍ୟାଚ୍‌ରେ...

ସନ୍‌ରାଇଜର୍ସର ପ୍ରଥମ ବିଜୟ

ଆବୁଧାବି, ୩୦।୯- ଜନି ବେୟାରଷ୍ଟୋଙ୍କ ଅର୍ଦ୍ଧଶତକ ଏବଂ ରଶିଦ ଖାଁଙ୍କ ଯାଦୁକରୀ ବୋଲିଂ ସହାୟତାରେ ସନ୍‌ରାଇଜର୍ସ ହାଇଦ୍ରାବାଦ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ପ୍ରଥମ ବିଜୟ...

ପାକିସ୍ତାନ ଜିତିଲେ ଭାରତକୁ ଫାଇଦା

ଦୁବାଇ,୨୬।୧୦: କ୍ରିକେଟ୍‌ ଏକ ଅନିଶ୍ଚିତାର ଖେଳ, କେତେବେଳେ କେଉଁ ଦଳ କାହା ଉପରେ ଭାରୀ ପଡ଼ିବ ତାହା କହିବା କଷ୍ଟକର। ଟି-୨୦ ବିଶ୍ୱକପର ପ୍ରଥମ ମ୍ୟାଚ୍‌ରେ...

ଓଡ଼ିଶା ଭାରତୀୟ ରଗ୍‌ବୀ ଦଳର ପ୍ରାୟୋଜକ

ଭୁବନେଶ୍ୱର,୧୪।୧୦(ସ୍ପୋଟର୍‌ସ ବ୍ୟୁରୋ): ହକି ପରେ ଏବେ ରଗ୍‌ବୀ। ଓଡ଼ିଶା ସରକାର ୨୦୦୮ ମସିହାରେ ଭାରତୀୟ ହକି ଦଳର ପ୍ରାୟୋଜକ ରହିଆସିଥିବା ବେଳେ ଏବେ ଆଗାମୀ ୩...

ଆଇସିସି ଦିନିକିଆ ର଼୍ୟାଙ୍କିଙ୍ଗ୍‌: କୋହଲିଙ୍କ ଶୀର୍ଷ ସ୍ଥାନର ନିକଟତର ରୋହିତ

ଲଣ୍ଡନ, ୮।୭(ପି.ଟି.)- ଚଳିତ ବିଶ୍ୱକପ୍‌ରେ ଜବରଦସ୍ତ ପ୍ରଦର୍ଶନ କରି ଭାରତୀୟ ତାରକା ଓପନର ରୋହିତ ଶର୍ମା ଏବେ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଦିନିକିଆ ର଼୍ୟାଙ୍କିଙ୍ଗ୍‌ରେ...

Advertisement
Archives

Model This Week