Posted inଖେଳ

ଓଡ଼ିଶା କ୍ରିକେଟର ବିକାଶ ପାଇଁ ଭେଙ୍କଟରାମ୍‌ଙ୍କ ଯୋଜନା

ଭୁବନେଶ୍ୱର, ୬ା୫(ସ୍ପୋଟର୍‌ସ ବ୍ୟୁରୋ): (ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଦ୍ୱାରା ନବ ନିଯୁକ୍ତ ବୈଷୟିକ ନିର୍ଦ୍ଦେଶକ ଭି. ଭେଙ୍କଟରାମ ରାଜ୍ୟ କ୍ରିକେଟର ବିକାଶ ପାଇଁ ପ୍ରସ୍ତୁତ କରିଥିବା ତାଙ୍କ ଯୋଜନା ସମ୍ପର୍କରେ ସୂଚନା ଦେଇଛନ୍ତି। ଶୁକ୍ରବାର ଓସିଏ କନଫରେନ୍ସ ହଲ୍‌ରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ପ୍ରଥମେ ତାଙ୍କୁ ଦିଆଯାଇଥିବା ନିଯୁକ୍ତିକୁ ନେଇ ସେ ଓସିଏ କର୍ମକର୍ତ୍ତାମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ତାଙ୍କ ଯୋଜନା ମଧ୍ୟରେ ସନ୍ଦେହଜନକ ବୋଲିଂ ଆକ୍ସନର ସୁଧାରିକରଣ କ୍ୟାମ୍ପ ଆୟୋଜନ ଅନ୍ୟତମ। କୋଚ୍‌ଙ୍କ ଲାଗି ରିଫ୍ରେସର କୋର୍ସର ପ୍ରଚଳନ ହେବ। ସମସ୍ତ ଆଶାୟୀ କୋଚ୍‌ ପୂର୍ବରୁ ଯେଉଁମାନେ କୋଚିଂ ପ୍ରୋଗ୍ରାମ୍‌ରେ ସାମିଲଥିଲେ ବିଭିନ୍ନ ଜିଲାର କ୍ରିକେଟ ଏକାଡେମୀରେ ନିଯୁକ୍ତି ପାଇବା ପୂର୍ବରୁ ଭେଙ୍କଟରାମଙ୍କ ନେତୃତ୍ୱରେ ଏହି ପାଠ୍ୟକ୍ରମ ଶେଷ କରିବାକୁ ହେବ। ପୁନଶ୍ଚ ଭେଙ୍କଟରାମଙ୍କ ତତ୍ତ୍ୱାବଧାନରେ ଓସିଏ ଜୁନିୟର କ୍ରିକେଟର (୧୬ ବର୍ଷରୁ କମ୍‌ ଓ ୧୯ ବର୍ଷରୁ କମ୍‌ ବୟସ ବର୍ଗ କାଟେଗୋରି)ଙ୍କ ଲାଗି ଏକ ହାଇପରଫର୍ମାନ୍ସ ସ୍କିଲ ଡେଭଲପମେଣ୍ଟ କ୍ୟାମ୍ପ ପରିଚାଳନା କରିବ। ସମସ୍ତ ଜିଲାକୁ ବିଭିନ୍ନ କ୍ଲଷ୍ଟରରେ ବିଭକ୍ତ କରି ବିଭିନ୍ନ ବୟସବର୍ଗରେ ଟୁର୍ନାମେଣ୍ଟ ଆୟୋଜନ କରିବା ଭେଙ୍କଟରାମଙ୍କ ଯୋଜନାରେ ସ୍ଥାନ ପାଇଛି। ଏହାଛଡ଼ା ପ୍ରତ୍ୟେକ କ୍ରିକେଟରଙ୍କୁ ନିକଟରୁ ମିନଟର କରିବା ଏବଂ ସେମାନଙ୍କ ସମସ୍ୟାକୁ ପେଶାଦାର ଭାବେ ସମାଧାନ କରିବା। ବିଭିନ୍ନ ଜିଲାରେ ବିଭିନ୍ନ ଟ୍ୟାଲେଣ୍ଟ ହଣ୍ଟ କାର୍ଯ୍ୟକ୍ରମ ଆୟୋଜନ କରି ପ୍ରତିଭାଙ୍କୁ ଚିହ୍ନଟ କରି ସେମାନଙ୍କ ପୋଷଣ କରିବା ଉପରେ ଭେଙ୍କଟରାମ ଗୁରୁତ୍ୱାରୋପ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଇନ ଶୃଙ୍ଖଳା ହୁଗୁଳା: ସକ୍ରିୟ ହୋଇପଡ଼ିଛନ୍ତି ଅପରାଧୀ, ସହରବାସୀଙ୍କୁ ସୁରକ୍ଷା ନାହିଁ

ବରଗଡ଼,୯।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ସମେତ ଜିଲାରେ କିଛିଦିନର ଆଇନ ଶୃଙ୍ଖଳା ହୁଗୁଳା ହୋଇପଡ଼ିଛି। କିଛିଦିନର ନୀରବତା ପରେ ଏଠାରେ ଅପରାଧୀମାନେ ସକ୍ରିୟ ହୋଇପଡ଼ିଛନ୍ତି। ଏଭଳି ସ୍ଥିତିରେ…

Mettle Meet 2026: Live Updates: ଆଜି ଗ୍ରାଣ୍ଡ୍‌ ଫିନାଲେ

ଭୁବନେଶ୍ୱର,୯।୮: ଦୈନିକ ଇଂଲିଶ ଖବରକାଗଜ ‘ଓଡ଼ିଶା ପୋଷ୍ଟ’ ପକ୍ଷରୁ ରାଜ୍ୟସ୍ତରୀୟ କୁଇଜ ପ୍ରତିଯୋଗିତାର ଦଶମ ସଂସ୍କରଣ ‘ମେଟଲ ମିଟ-୨୦୨୬’ ଆରମ୍ଭ ହୋଇଛି। ସ୍ୱସ୍ତି ପ୍ରିମିୟମ ହୋଟେଲ ଠାରେ…

୩୦୦ ଫୁଟ ତଳକୁ ବିମାନ ଖସିବା ଘଟଣା: ପାଇଲଟ୍‌ଙ୍କର ହେଲା ଡ୍ରଗ୍ସ ପରୀକ୍ଷା, ରିପୋର୍ଟରେ ଆସିଲା…

ନୂଆଦିଲ୍ଲୀ,୯ା୮: ଏୟାର ଇଣ୍ଡିଆର ଏକ ବିମାନରେ ସମ୍ପ୍ରତି ଘଟିଥିବା ସମସ୍ୟା ପରେ ଏକ ନୂଆ ଟ୍ବିଷ୍ଟ୍‌ ଆସିଛି। ଅଗଷ୍ଟ ୪ରେ ଫୁକେତରୁ ଦିଲ୍ଲୀ ଯାତ୍ରା କରୁଥିବା ଏୟାର…

ପେନ୍‌ସନ୍‌ଧାରୀମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ

ଛତ୍ରପୁର,୯ା୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଓଡ଼ିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ, ଛତ୍ରପୁର ଶାଖାର ମାସିକ ବୈଠକ ସଭାପତି ସୁରେନ୍ଦ୍ରନାଥ ପାଢ଼ୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ…

ଲମ୍ବା କେଶ ପାଇଁ ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡ

ନୂଆଦିଲ୍ଲୀ,୯।୮: ଭାରତର ଜଣେ ମହିଳା ନିଜର ଅତି ଲମ୍ବା କେଶ ପାଇଁ ଏକ ନୂତନ ଓ୍ବାଲର୍‌ଡ ରେକର୍ଡ ସୃଷ୍ଟି କରିଛନ୍ତି। ଉତ୍ତରାଖଣ୍ଡର ହଲଦଓ୍ବାନୀ ସହରର ରେଣୁ ଧାରିଓ୍ବାଲ…

ବିପଦସଙ୍କୁଳ ଅବସ୍ଥାରେ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର, ମରଣକୁ ଡାକୁଛି ଆ’…

କର୍ଲାମୁଣ୍ଡା,୯ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସର୍ଗୁଲ ଗାଁରେ ଥିବା ବିଦ୍ୟୁତ୍‌ ଟ୍ରାନ୍ସଫର୍ମରଟି ଦୀର୍ଘଦିନ ଧରି ଜଙ୍ଗଲୀ ଲତାଗୁଳ୍ମରେ ଆଚ୍ଛାଦିତ ହୋଇ ରହିଥିବା ଦେଖିବାକୁ…

ଅଷ୍ଟମ ଶ୍ରେଣୀ ଛାତ୍ରଙ୍କୁ ଲୁହାରଡ୍‌ରେ ମାଡ଼ ମାରି ଲହୁଲୁହାଣ କରିଦେଲେ ୪ ଛାତ୍ର

ନୟାଗଡ଼,୯ା୮(ଲୋକନାଥ ମିଶ୍ର): ନୟାଗଡ଼ ଟାଉନ ଥାନା ସାଇ ସାହାରା ଆବାସିକ ସ୍କୁଲରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କୁ ସିନିୟର ଛାତ୍ରମାନେ ଲୁହାରଡ୍‌ରେ ମାଡ଼ ମାରି ଲହୁଲୁହାଣ କରିଦେଇଥିବା…

ହୀରାକୁଦ ଜଳଭଣ୍ଡାରରେ ବୃଦ୍ଧି ପାଉଛି ବନ୍ୟାଜଳ, ପୁଣି ଖୋଲିଲା ଗେଟ୍‌

ସମ୍ବଲପୁର,୯ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ରବିବାର ପୁଣିଥରେ ବିପୁଳ ପରିମାଣର ବନ୍ୟାଜଳ ପ୍ରବେଶ କରିବା ଆରମ୍ଭ କରିଛି। ଫଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri