Posted inଖେଳ

ଭାରତୀୟ କମ୍ପାଉଣ୍ଡ ତୀରନ୍ଦାଜଙ୍କ କ୍ଲିନ୍‌ ସୁଇପ୍‌

ତାଶକେଣ୍ଟ, ୬ା୫(ପି.ଟି.): ଏଠାରେ ଚାଲିଥିବା ଏସିଆ କପ୍‌ ଷ୍ଟେଜ୍‌-୨ ବିଶ୍ୱ ର଼୍ୟାଙ୍କିଙ୍ଗ ଟୁର୍ନାମେଣ୍ଟରେ ପ୍ରାଧାନ୍ୟ ବିସ୍ତାର କରି ଭାରତର କମ୍ପାଉଣ୍ଡ ତୀରନ୍ଦାଜମାନେ କ୍ଲିନ୍‌ ସୁଇପ୍‌ କରିଛନ୍ତି। ୭ ସ୍ବର୍ଣ୍ଣ, ୫ ରୌପ୍ୟ ଓ ୨ ବ୍ରୋଞ୍ଜ ପଦକ ସହ ଭାରତ ପଦକ ତାଲିକା ଶୀର୍ଷରେ ରହିଛି। କମ୍ପାଉଣ୍ଡ ତୀରନ୍ଦାଜମାନେ ଉଭୟ ପୁରୁଷ ଓ ମହିଳା ବିଭାଗରେ କ୍ଲିନ ସୁଇପ ହାସଲ କରି ମୋଟ ୫ ସ୍ବର୍ଣ୍ଣ, ୨ ରୌପ୍ୟ ଓ ୨ ବ୍ରୋଞ୍ଜ ପାଇଛନ୍ତି। ଭାରତ ସମସ୍ତ ୧୦ ସ୍ବର୍ଣ୍ଣ ହାସଲ ଲକ୍ଷ୍ୟରେ ଥିବାବେଳେ ରିକର୍ଭ ତୀରନ୍ଦାଜମାନେ ଚାଇନା ବିପକ୍ଷ ତିନୋଟି ଫାଇନାଲରେ ପରାଜିତ ହୋଇଥିଲେ। ଏହା ସତ୍ତ୍ୱେ ଭାରତ ପଦକ ତାଲିକାରେ ଶୀର୍ଷ ସ୍ଥାନ ଅଧିକାର କରିପାରିଛି। ସୂଚନାଯୋଗ୍ୟ, ହେଭିଓ୍ବେଟ୍‌ ଚାଇନା ଏଥର ପ୍ରତିଯୋଗିତାରେ ଭାଗ ନେଇ ନାହିଁ। ଓଭର ଅଲ୍‌ ରିକର୍ଭ ତୀରନ୍ଦାଜମାନେ ଦୁଇ ସ୍ବର୍ଣ୍ଣ ଓ ୩ ରୌପ୍ୟ ଜିତିଥିଲେ। ଭାରତ ଫାଇନାଲ ଷ୍ଟାଣ୍ଡିଂରେ ମୋଟ ୧୪ପଦକ ସହ ପ୍ରଥମ ସ୍ଥାନ ଅଧିକାର କରିଥିଲା। ପୁରୁଷ ରିକର୍ଭ ବ୍ୟକ୍ତିଗତ ବିଭାଗ କ୍ୱାଲିଫିକେଶନ ଶୀର୍ଷରେ ରହିଥିବା ମୃଣାଳ ଚୌହାନ ଚାଇନାର ଓ୍ବାଙ୍ଗ୍‌ ବାଓବିନ୍‌ଙ୍କଠାରୁ ୨-୬ (୨୯-୩୦, ୨୯-୨୯, ୨୭-୨୮, ୨୬-୨୬)ରେ ପରାଜିତ ହୋଇଥିଲେ। ସଙ୍ଗୀତା ତାଙ୍କଠାରୁ ନିମ୍ନ ର଼୍ୟାଙ୍କିଙ୍ଗପ୍ରାପ୍ତ ଚାଇନିଜ ପ୍ରତିଦ୍ୱନ୍ଦ୍ୱୀ ଉ ଜିଆଜିନ୍‌ଙ୍କଠାରୁ ୩-୭ (୨୭-୨୬, ୨୭-୨୭, ୨୬-୨୭, ୨୪-୨୭, ୨୬-୩୦)ରେ ପରାସ୍ତ ହୋଇଥିଲେ। ସିଙ୍ଗୀତା, ମଧୁ ବିଦ୍ୱାନ ଓ ତନିଶା ବର୍ମାଙ୍କୁ ନେଇ ମହିଳା ରିକର୍ଭ ଦଳ ପ୍ରତିପକ୍ଷ ଚାଇନା ଦଳଠାରୁ ୦-୬ (୫୨-୫୬, ୪୭-୫୨, ୫୧-୫୨)ରେ ହାରିଯାଇଥିଲା। ଶେଷରେ ରିକର୍ଭ ପୁରୁଷ ଦଳ ଏବଂ ମିକ୍ସଡ ଯୋଡ଼ି ଦୁଇ ସ୍ବର୍ଣ୍ଣ ଜିତିବାରେ ସମର୍ଥ ହୋଇଥିଲେ। ପୁରୁଷ ଟିମ୍‌ ଫାଇନାଲରେ ମୃଣାଳ ଚୌହାନ, ତୁଷାର ସିଲ୍‌କେ ଓ ଜୟନ୍ତ ତାଲୁକ୍‌ଦାର ଚାଇନାକୁ ୫-୧ (୫୭-୫୪, ୫୪-୫୪, ୫୪-୫୧)ରେ ହରାଇ ଦେଇଥିଲେ। ମିକ୍ସଡ ଟିମ୍‌ ଯୋଡ଼ି ଚୌହାନ ଓ ସଙ୍ଗୀତା ଚାଇନା ବିପକ୍ଷରେ ୫-୪ (୩୬-୩୭, ୩୯-୩୯, ୩୭-୩୬, ୩୭-୩୭, ୨୦-୧୮)ରେ ବିଜୟ ହାସଲ କରିଥିଲେ।
ସକାଳ ସେସନରେ କମ୍ପାଉଣ୍ଡ ତୀରନ୍ଦାଜମାନେ ପ୍ରଭାବୀ ପ୍ରଦର୍ଶନ କରିଥିଲେ। ପରନିତ କୌର, ରାଗିନି ମାର୍କୁ ଓ ପ୍ରଗତି ୨୩୨-୨୨୩ରେ କାଜାଖସ୍ତାନକୁ ପରାସ୍ତ କରି ଭାରତ ପାଇଁ ପ୍ରଥମ ସ୍ବର୍ଣ୍ଣ ପଦକ ଆଣି ଦେଇଥିଲେ। କମ୍ପାଉଣ୍ଡ ପୁରୁଷ ଟିମ୍‌ ଇଭେଣ୍ଟ ଫାଇନାଲରେ ଅଭିଷେକ ବର୍ମା, କୁଶାଲ ଦଲାଲ ଓ ଅମିତ ହଂକଂକୁ ୨୩୩-୨୨୬ରେ ହରାଇଦେଇଥିଲେ। ବର୍ମା ଓ ପରନିତ କୌରଙ୍କୁ ନେଇ କମ୍ପାଉଣ୍ଡ ମିକ୍ସଡ ଟିମ୍‌ ୧୫୭-୧୪୫ରେ କାଜାଖସ୍ତାନକୁ ପରାଜିତ କରି ଭାରତ ପାଇଁ ୩ୟ ସ୍ବର୍ଣ୍ଣ ଆଣିଦେଇଥିଲେ। ମହିଳା କମ୍ପାଉଣ୍ଡ ବ୍ୟକ୍ତିଗତ ବିଭାଗରେ ଏକ ଅଲ୍‌-ଇଣ୍ଡିଆନ ଫାଇନାଲରେ ରାଗିନି ଶୁଟ୍‌ ଆଉଟରେ ୧୪୪-୧୪୪ (୧୦*-୧୦) ସ୍ବଳ୍ପ ବ୍ୟବଧାନରେ ପ୍ରଗତିଙ୍କୁ ହରାଇ ଦେଇଥିଲେ। ପରନିତଙ୍କ ବ୍ୟକ୍ତିଗତ ବ୍ରୋଞ୍ଜ ଦ୍ୱାରା ଭାରତ ମହିଳା କମ୍ପାଉଣ୍ଡ ବିଭାଗରେ କ୍ଲିନ ସୁଇପ କରିଥିଲା। କମ୍ପାଉଣ୍ଡ ପୁରୁଷ ଫାଇନାଲ ମଧ୍ୟ ଦୁଇ ଭାରତୀୟଙ୍କ ମଧ୍ୟରେ ହୋଇଥିଲା। ଏକାଧିକ ବିଶ୍ୱକପ ସ୍ବର୍ଣ୍ଣ ବିଜେତା ବର୍ମା ୧୪୩-୧୪୩ (୧୦*-୧୦)ରେ ଅମିତଙ୍କୁ ହରାଇ ଦେଇଥିଲେ। ପରେ ଦଲାଲ କାଜାଖସ୍ତାନର ସର୍ଗେ ଖ୍ରିଷ୍ଟିଚ୍‌ଙ୍କୁ ୧୪୨-୧୪୧ରେ ପରାସ୍ତ କରି ବ୍ୟକ୍ତିଗତ ବ୍ରୋଞ୍ଜ ହାସଲ କରିବା ଦ୍ୱାରା ପୁରୁଷ କମ୍ପାଉଣ୍ଡ ତୀରନ୍ଦାଜମାନେ କ୍ଲିନ୍‌ ସୁଇପ୍‌ ହାସଲ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦଲକି ନାଳ ପୋଲ ଉପରେ ୪ ଫୁଟ୍‌ ବନ୍ୟାଜଳ: ଖଣ୍ଡହତା-ସାହାଜଲଥା ଯାତାୟାତ ବିଚ୍ଛିନ୍ନ

ଅମରପାଲି, ୯।୮ (ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର ଉପାନ୍ତ ତଥା ରେଢ଼ାଖୋଲ ବ୍ଲକ ସୀମାବର୍ତ୍ତୀ ଅଞ୍ଚଳରେ ଲଘୁଚାପଜନିତ ବର୍ଷା ଯୋଗୁ ବିଭିନ୍ନ ଜୋର ଓ…

ଛାତ୍ରୀଛାତ୍ରଙ୍କ ଭବିଷ୍ୟତକୁ ନେଇ ୪ ବଡ଼ ଘୋଷଣା କଲେ ସରକାର

ପାଟ୍‌ନା,୯ା୮: ଛାତ୍ରୀଛାତ୍ରଙ୍କ ଭବିଷ୍ୟତକୁ ବିଚାରକୁ ନେଇ ବିହାର ସରକାର ୪ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ରବିବାର ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏହି ୪ଟି…

ଆଇନ ଶୃଙ୍ଖଳା ହୁଗୁଳା: ସକ୍ରିୟ ହୋଇପଡ଼ିଛନ୍ତି ଅପରାଧୀ, ସହରବାସୀଙ୍କୁ ସୁରକ୍ଷା ନାହିଁ

ବରଗଡ଼,୯।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ସମେତ ଜିଲାରେ କିଛିଦିନର ଆଇନ ଶୃଙ୍ଖଳା ହୁଗୁଳା ହୋଇପଡ଼ିଛି। କିଛିଦିନର ନୀରବତା ପରେ ଏଠାରେ ଅପରାଧୀମାନେ ସକ୍ରିୟ ହୋଇପଡ଼ିଛନ୍ତି। ଏଭଳି ସ୍ଥିତିରେ…

Mettle Meet 2026: Live Updates: ଆଜି ଗ୍ରାଣ୍ଡ୍‌ ଫିନାଲେ

ଭୁବନେଶ୍ୱର,୯।୮: ଦୈନିକ ଇଂଲିଶ ଖବରକାଗଜ ‘ଓଡ଼ିଶା ପୋଷ୍ଟ’ ପକ୍ଷରୁ ରାଜ୍ୟସ୍ତରୀୟ କୁଇଜ ପ୍ରତିଯୋଗିତାର ଦଶମ ସଂସ୍କରଣ ‘ମେଟଲ ମିଟ-୨୦୨୬’ ଆରମ୍ଭ ହୋଇଛି। ସ୍ୱସ୍ତି ପ୍ରିମିୟମ ହୋଟେଲ ଠାରେ…

୩୦୦ ଫୁଟ ତଳକୁ ବିମାନ ଖସିବା ଘଟଣା: ପାଇଲଟ୍‌ଙ୍କର ହେଲା ଡ୍ରଗ୍ସ ପରୀକ୍ଷା, ରିପୋର୍ଟରେ ଆସିଲା…

ନୂଆଦିଲ୍ଲୀ,୯ା୮: ଏୟାର ଇଣ୍ଡିଆର ଏକ ବିମାନରେ ସମ୍ପ୍ରତି ଘଟିଥିବା ସମସ୍ୟା ପରେ ଏକ ନୂଆ ଟ୍ବିଷ୍ଟ୍‌ ଆସିଛି। ଅଗଷ୍ଟ ୪ରେ ଫୁକେତରୁ ଦିଲ୍ଲୀ ଯାତ୍ରା କରୁଥିବା ଏୟାର…

ପେନ୍‌ସନ୍‌ଧାରୀମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ

ଛତ୍ରପୁର,୯ା୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଓଡ଼ିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ, ଛତ୍ରପୁର ଶାଖାର ମାସିକ ବୈଠକ ସଭାପତି ସୁରେନ୍ଦ୍ରନାଥ ପାଢ଼ୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ…

ଲମ୍ବା କେଶ ପାଇଁ ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡ

ନୂଆଦିଲ୍ଲୀ,୯।୮: ଭାରତର ଜଣେ ମହିଳା ନିଜର ଅତି ଲମ୍ବା କେଶ ପାଇଁ ଏକ ନୂତନ ଓ୍ବାଲର୍‌ଡ ରେକର୍ଡ ସୃଷ୍ଟି କରିଛନ୍ତି। ଉତ୍ତରାଖଣ୍ଡର ହଲଦଓ୍ବାନୀ ସହରର ରେଣୁ ଧାରିଓ୍ବାଲ…

ବିପଦସଙ୍କୁଳ ଅବସ୍ଥାରେ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର, ମରଣକୁ ଡାକୁଛି ଆ’…

କର୍ଲାମୁଣ୍ଡା,୯ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସର୍ଗୁଲ ଗାଁରେ ଥିବା ବିଦ୍ୟୁତ୍‌ ଟ୍ରାନ୍ସଫର୍ମରଟି ଦୀର୍ଘଦିନ ଧରି ଜଙ୍ଗଲୀ ଲତାଗୁଳ୍ମରେ ଆଚ୍ଛାଦିତ ହୋଇ ରହିଥିବା ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri