ଯାନବାହନ ବିକ୍ରି ୨୨ % ବଢ଼ିଲା

ଭୁବନେଶ୍ୱର,୩।୧୦ (ବ୍ୟୁରୋ): ଲକ୍‌ଡାଉନ ଓ ଶଟ୍‌ଡାଉନ ଯୋଗୁ ଯାନବାହନ ବିକ୍ରି ଅତି ମାତ୍ରାରେ ପ୍ରଭାବିତ ହୋଇଥିଲା। ତେବେ ସେପ୍ଟେମ୍ବରରେ ୨୨ ପ୍ରତିଶତ ଅଧିକ ଯାନ ବିକ୍ରି ହୋଇଥିବା ରାଜ୍ୟ ପରିବହନ କର୍ତ୍ତୃପକ୍ଷ(ଏସ୍‌ଟିଏ) ପକ୍ଷରୁ ସୂଚନା ଦିଆଯାଇଛି। ମିଳିଥିବା ସୂଚନା ଅନୁଯାୟୀ ସେପ୍ଟେମ୍ବରରେ ୪୯ ହଜାର ଗାଡି ବିକ୍ରି ହୋଇଛି। ଲକ୍‌ଡାଉନ ଉଠିବା ପରେ ଜୁନ୍‌ରେ ୪୩,୩୧୯ ଯାନ ବିକ୍ରି ହୋଇଥିବା ବେଳେ ଜୁଲାଇରେ ଏହା ୩୯,୨୧୩କୁ ହ୍ରାସ ପାଇଥିଲା। ସେହିପରି ଅଗଷ୍ଟରେ ଯାନବାହନ ବିକ୍ରି ୪୦,୩୭ରେ ସୀମିତ ରହିଥିଲା। ସେପ୍ଟେମ୍ବରରେ ୯ ହଜାର ଅଧିକ ଗାଡି ବିକ୍ରି ହୋଇଛି। ସେଥିରୁ ୪.୮ ହଜାର ପରିବହନ ଯାନ ପଞ୍ଜୀକୃତ ହୋଇଥିବା ବେଳେ ୪୪ ହଜାର ଅଣପରିବହନ ଯାନ ଭାବେ ପଞ୍ଜୀକୃତ ହୋଇଥିବା ଏସ୍‌ଟିଏ ପକ୍ଷରୁ କୁହାଯାଇଛି। ସମୁଦାୟ ଯାନରୁ ୩୬ ହଜାର ଦୁଇ ଚକିଆ ହୋଇଥିବା ବେଳେ ୪,୨୫୭ କାର ୧,୫୬୯ଟି ଟ୍ରାକ୍ଟର ପଞ୍ଜୀକୃତ ହୋଇଛି। ଅକ୍ଟୋବର ଓ ନଭେମ୍ବରରେ ଦଶହରା ଓ ଦୀପାବଳି ଥିବାରୁ ଯାନବାହନ ବିକ୍ରି ବୃଦ୍ଧି ପାଇବ ବୋଲି ଏସ୍‌ଟିଏ ଆଶା ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ବଢ଼ିଲା ସ୍ବତନ୍ତ୍ର ଓଜେଇଇ ଆବେଦନ ଅବଧି

ଭୁବନେଶ୍ୱର, ୧୫।୬(ବ୍ୟୁରୋ)- ସ୍ବତନ୍ତ୍ର ଓଜେଇଇ ପାଇଁ ଅନ୍‌ଲାଇନ୍‌ ଆବେଦନ ଓ ଫି’ ଦାଖଲ ଅବଧି ବୃଦ୍ଧି କରାଯାଇଛି। କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ବି. ଟେକ୍‌...

ଲଘୁ ଖଣିଜ ଦ୍ରବ୍ୟ ଲୁଟ ଅଣାୟତ୍ତ

ରଗଡି,୨୧ା୧୧(ଡି.ଏନ.ଏ.): ବ୍ୟାସନଗର ତହସିଲରେ ମୂଲ୍ୟବାନ ଲଘୁ ଖଣିଜ ସମ୍ପଦ ଚୋରାଚାଲାଣ ବନ୍ଦ ହେବା ଦିଶୁନାହିଁ। ବିଭାଗୀୟ ଅଧିକାରୀଙ୍କ ସହଯୋଗ ରହୁଥିବାରୁ ଏହି ବେଆଇନ କାର୍ଯ୍ୟ ଅଣାୟତ୍ତ...

ମଣ୍ଡପ ବସ୍ତି ନିର୍ମାଣ କାର୍ଯ୍ୟ ସରୁନି

ଭୁବନେଶ୍ୱର,୧୧।୭(ବନ୍ଦନା ସେଠୀ):ଭୁବନେଶ୍ୱରରେ ଥିବା ବସ୍ତିଗୁଡିକର ଉନ୍ନତୀକରଣ ତଥା ବସ୍ତିବାସିନ୍ଦାଙ୍କୁ ବିଭିନ୍ନ ଯୋଜନାରେ ଥଇଥାନ ନିମନ୍ତେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଓ ଭୁବନେଶ୍ୱର ମହାନଗର ନିଗମ...

ବେପରୁଆ ଅର୍ଥ ପରିଚାଳନା: ୨୭ ବିଭାଗ ଫେରାଇଛନ୍ତି ୧୩୦୪.୧୭ କୋଟି

ଭୁବନେଶ୍ୱର,୧୬।୧୦(ବ୍ୟୁରୋ): ରାଜ୍ୟର ବିତ୍ତୀୟ ପରିଚାଳନା ଠିକ୍‌ ଢଙ୍ଗରେ ହେଉ ନାହିଁ। ପୂର୍ଣ୍ଣାଙ୍ଗ ଏବଂ ଅତିରିକ୍ତ ବଜେଟ ପ୍ରସ୍ତୁତି ବେଳେ ଖର୍ଚ୍ଚ ଉପରେ ଧ୍ୟାନ ଦିଆଯାଉ ନାହିଁ।...

ସ୍ବାମୀଙ୍କୁ ଛାଡ଼ି ଥାନାରେ ପ୍ରେମିକଙ୍କୁ ବିବାହ

ହିନ୍ଦୋଳ,୩।୬: ବିବାହିତା ଥିଲେ। ହସଖୁସିର ପରିବାର ଥିଲା। ତଥାପି ଆଉ ଜଣଙ୍କୁ ମନ ଦେଇଥିଲେ ମହିଳା। ସ୍ବାମୀଙ୍କୁ ଛାଡ଼ି ୧୫ ଦିନ ତଳେ ପ୍ରେମିକଙ୍କ ସହ...

ରାଜ୍ୟରେ ୮୦ ପ୍ରତିଶତ କରୋନା ସଂକ୍ରମିତଙ୍କ ଠାରେ କୌଣସି ଲକ୍ଷଣ ନ ଥିଲା: ବାଗ୍‌ଚୀ

ଭୁବନେଶ୍ୱର, ୨୭।୪(ବ୍ୟୁରୋ): ସୋମବାର ମଧ୍ୟାହ୍ନ ସୁଦ୍ଧା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୦ରେ ପହଞ୍ଚିଛି। ତେବେ ଆକ୍ରାନ୍ତ ୧୧୦ ଜଣଙ୍କ ମଧ୍ୟରୁ ୮୦ ପ୍ରତିଶତଙ୍କଠାରୁ କୌଣସି...

କଣ୍ଟ୍ରାକ୍ଟର ରନ୍ଥା ଅପହରଣ ମାମଲା: ଗ୍ୟାଙ୍ଗଷ୍ଟର ଟିଟୋଙ୍କ ଦୁଇ ଭାଇ ଗିରଫ

କେନ୍ଦ୍ରାପଡା ଅଫିସ, ୨୦।୬: ଗ୍ୟାଙ୍ଗ୍‌ଷ୍ଟର ଟିଟୋ ଓରଫ ସୟଦ ଉସ୍‌ମାନ ଅଲ୍ଲୀଙ୍କୁ ଲାଗିଛି ଆଉ ଏକ ଝଟକା। କଣ୍ଟ୍ରାକ୍ଟର ରନ୍ଥା ଓରଫ ଶିବପ୍ରସାଦ ପରିଡ଼ାଙ୍କ ଅପହରଣ...

ନଡ଼ା ପୋଡୁଥିବା ବେଳେ ଜିଅନ୍ତା ଜଳିଗଲେ ଚାଷୀ

ନୂଆପଡା ଅଫିସ, ୭।୩: ନିଜ ଜମିରେ ନିଆଁ ଲଗାଇ ଜଳିଗଲେ ଚାଷୀ। ଏଭଳି ଏକ ଘଟଣା ଘଟିଛି ନୂଆପଡ଼ା ଜିଲା ସିନାପାଲି ମହାଜନପଡ଼ାରେ। ମୃତକ ଜଣକ...

Advertisement
Archives

Model This Week