ଦୁଇ ବର୍ଷ ପରେ ମା’ କୋଳକୁ ଫେରିଲା ପୁଅ

ଖୋର୍ଦ୍ଧା ଅଫିସ,୩।୧୦: ଦୁଇ ବର୍ଷ ପରେ ଜଣେ ନାବାଳକ ତାଙ୍କ ମା’ଙ୍କ କୋଳକୁ ଫେରିଛନ୍ତି। ହଜିଯାଇଥିବା ପୁଅକୁ ଫେରିପାଇ ପରିବାରଲୋକଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି। ସୂଚନା ଅନୁଯାୟୀ, ୨୦୧୮ ମେ’ ମାସରେ ବାଣପୁର ବଜାରରୁ ସ୍ଥାନୀୟ ପୋଲିସ ଜଣେ ୮ବର୍ଷର ବାଳକଙ୍କୁ ଉଦ୍ଧାର କରି ଜିଲା ଶିଶୁ ମଙ୍ଗଳ କମିଟି(ସିଡବ୍ଲ୍ୟୁସି) ନିକଟରେ ହାଜର କରିଥିଲେ। ସିଡବ୍ଲ୍ୟୁସିର ନିର୍ଦ୍ଦେଶକ୍ରମେ ତାଙ୍କୁ ଭୁବନେଶ୍ୱରର ଶିଶୁ ଯତ୍ନ ଅନୁଷ୍ଠାନକୁ ପଠାଯାଇଥିଲା। ସେଠାରେ ନାବାଳକଙ୍କ ପରିବାର ସମ୍ପର୍କରେ ଜାଣିବା ଲାଗି ସଂସ୍ଥା ଏବଂ ଜିଲା ଶିଶୁ ସୁରକ୍ଷା ୟୁନିଟ(ଡିସିପିୟୁ) ପକ୍ଷରୁ କାଉନସିଲିଂ କରାଯାଇଥିଲେ ମଧ୍ୟ ସେ ଘର ଠିକଣା ଦେଇପାରି ନ ଥିଲା। କେବଳ ତାର ନାମ ବବ୍‌ଲୁ ଏବଂ ମା’ଙ୍କ ନାମ ଲକ୍ଷ୍ମୀ ମୁଣ୍ଡା ବୋଲି କହିଥିଲେ। ଜିଲା ଶିଶୁ ସୁରକ୍ଷା ଅଧିକାରୀ(ଡିସିପିଓ) ବାଣୀଶ୍ରୀ ପଟ୍ଟନାୟକ କହିଛନ୍ତି, ପ୍ରକୃତ ଘର ଠିକଣା ନ ମିଳିବାରୁ ବବୁଲୁଙ୍କୁ ପୋଷ୍ୟ ସନ୍ତାନଭାବେ ଗ୍ରହଣ କରିବାକୁ ଡିସିପିଓ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ପୁଣି ଥରେ ପରିବାର ସମ୍ପର୍କରେ ଜାଣିବା ଲାଗି ଯୋଗାଯୋଗ କରାଯାଇଥିଲା। ଉକ୍ତ ସମୟରେ ବବୁଲୁ ସମ୍ବଲପୁର ଜିଲା ଧନୁପାଲ୍ଲୀ ଥାନା ଅଧୀନ ସୁନାପାଲି ଗଁାର ବୋଲି କହିଥିଲେ। ଅନ୍ୟପଟେ ବବୁଲୁ ନିଖୋଜ ଥିବା ନେଇ ପରିବାରଲୋକେ ସ୍ଥାନୀୟ ଥାନାରେ ଏତଲା ଦେଇଥିଲେ। ଏନେଇ ପ୍ରଶାସନ ପକ୍ଷରୁ ଧନୁପାଲି ଥାନା ସହିତ ଯୋଗାଯୋଗ କରାଯାଇଥିଲା। ପୋଲିସ ଲକ୍ଷ୍ମୀଙ୍କ ସହିତ ଭିଡିଓ କନଫେରନ୍ସି ମାଧ୍ୟମରେ ବବ୍‌ୁଲୁଙ୍କ ସାକ୍ଷାତ କରାଇଥିଲେ। ମା’ଙ୍କ ପାଖକୁ ଆସିବା ପାଇଁ ବବୁଲୁ ବ୍ୟାକୁଳ ହୋଇ ଉଠିଥିଲା। ପ୍ରଶାସନ ପକ୍ଷରୁ ବବୁଲୁଙ୍କୁ କାର ଯୋଗେ ନିଆଯାଇ ସମ୍ବଲପୁର ସିଡବ୍ଲ୍ୟୁସିକୁ ହସ୍ତାନ୍ତିରତ କରାଯାଇଛି। ସେଠାରେ ଆଇନ୍‌ ଅନୁଯାୟୀ ପ୍ରକ୍ରିୟା ସରିବା ପରେ ବବୁଲୁ ନିଜ ଘରକୁ ଫେରିପାରିବେ ବୋଲି ବୋଲି ଡିସିପିଓ ପଟ୍ଟନାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜିଲାପାଳଙ୍କ ବଡ଼ ଘୋଷଣା: କଟକରେ ସ୍କୁଲ ଛୁଟି

କଟକ,୫।୭: ସୋମବାର କଟକ ଜିଲାର ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ଛୁଟି ରହିବ। ଲଘୁଚାପ ଜନିତ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ ଜିଲାପାଳ ଛୁଟି…

ଗୁରଗାଁଓରେ ଚାଞ୍ଚଲ୍ୟ: ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ନବବିବାହିତା ମହିଳା

ଗୁରଗାଁଓ,୫ା୭: ନିଖୋଜ ହେବାର ୨ ଦିନ ପରେ ଜଣେ ୨୧ ବର୍ଷୀୟ ଯୁବକଙ୍କ ମୃତଦେହ ରଓ୍ବୋରୀସ୍ଥିତ କେନାଲରୁ ମିଳିବା ପରେ ତାଙ୍କୁ ନବବିବାହିତା ସ୍ତ୍ରୀ ଓ ତାଙ୍କ…

ସମୁଦ୍ରରେ ଫସିଥିବା ମତ୍ସ୍ୟଜୀବୀ ଉଦ୍ଧାର

ପୁରୀ,୫ା୭(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସର ତତ୍ପରତାରେ ସମୁଦ୍ରରେ ଫସିଥିବା ଆନ୍ଧ୍ରପ୍ରଦେଶର ୧୦ ମତ୍ସ୍ୟଜୀବୀଙ୍କ ସୁରକ୍ଷିତ ଉଦ୍ଧାର କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା…

ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର, ବିଭିନ୍ନ ପଡ଼ାରେ ରହୁଥିବା ଲୋକଙ୍କ ଘରେ ପଶିଲା ପାଣି

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ସହରର ବିଭିନ୍ନ ପଡ଼ାରେ ରହୁଥ‌ିବା ଲୋକଙ୍କ ଘର ଭିତରକୁ ବର୍ଷା ଓ ଡ୍ରେନ୍…

ଚିଠା ଭୋଟର ତାଲିକା ପ୍ରକାଶ, ବଲାଙ୍ଗୀର ଜିଲାରୁ ବାଦ ପଡ଼ିଲେ…

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (Special Intensive Revision – SIR) ପ୍ରକ୍ରିୟାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ…

କାଳ ବୈଶାଖୀରେ ଉଡ଼ିଯାଇଥିଲା ଟିଣ, ଛପର, ହେଉନି ମରାମତି

ମୋହନା,୫।୭(ମନ୍ମଥ ମିଶ୍ର): କାଳବୈଶାଖୀରେ ଉଡ଼ିଯାଇଥିଲା ବିଦ୍ୟାଳୟର ଟିଣ ଛପର। ହେଲେ ବର୍ତ୍ତମାନ ସୁଦ୍ଧା ଏହା ମରାମତି ହୋଇନାହିଁ। ଫଳରେ ବାଧ୍ୟହୋଇ ଦୁଇଟି ଶ୍ରେଣୀ ଗୃହରେ ପ୍ରଥମରୁ ଅଷ୍ଟମ…

କଳାହାଣ୍ଡି ପୋଲିସକୁ ବଡ଼ ସଫଳତା; ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ

ଭବାନୀପାଟଣା,୫।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦୀର୍ଘ ଦିନ ଧରି ଜିଲାର ଗୋଲାମୁଣ୍ଡା, କୋକସରା ଏବଂ କେଗାଁ ଥାନା ଅଞ୍ଚଳରେ ଚୋରି…

୩ ଶହରୁ ଅଧିକ ଚାଷୀଙ୍କୁ ଠକି ଲୁଟିଥିଲେ ଟଙ୍କା, ବାନ୍ଧିଲା ଉଦୟଗିରି ପୋଲିସ

ମୋହନା,୫ା୭ (ମନ୍ମଥ ମିଶ୍ର ): ଚାଷୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇ ଶେଷରେ ବନ୍ଧା ହେଲା ଠକ ଅଭିଯୁକ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri