ଦୁଇ ବର୍ଷ ପରେ ମା’ କୋଳକୁ ଫେରିଲା ପୁଅ

ଖୋର୍ଦ୍ଧା ଅଫିସ,୩।୧୦: ଦୁଇ ବର୍ଷ ପରେ ଜଣେ ନାବାଳକ ତାଙ୍କ ମା’ଙ୍କ କୋଳକୁ ଫେରିଛନ୍ତି। ହଜିଯାଇଥିବା ପୁଅକୁ ଫେରିପାଇ ପରିବାରଲୋକଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି। ସୂଚନା ଅନୁଯାୟୀ, ୨୦୧୮ ମେ’ ମାସରେ ବାଣପୁର ବଜାରରୁ ସ୍ଥାନୀୟ ପୋଲିସ ଜଣେ ୮ବର୍ଷର ବାଳକଙ୍କୁ ଉଦ୍ଧାର କରି ଜିଲା ଶିଶୁ ମଙ୍ଗଳ କମିଟି(ସିଡବ୍ଲ୍ୟୁସି) ନିକଟରେ ହାଜର କରିଥିଲେ। ସିଡବ୍ଲ୍ୟୁସିର ନିର୍ଦ୍ଦେଶକ୍ରମେ ତାଙ୍କୁ ଭୁବନେଶ୍ୱରର ଶିଶୁ ଯତ୍ନ ଅନୁଷ୍ଠାନକୁ ପଠାଯାଇଥିଲା। ସେଠାରେ ନାବାଳକଙ୍କ ପରିବାର ସମ୍ପର୍କରେ ଜାଣିବା ଲାଗି ସଂସ୍ଥା ଏବଂ ଜିଲା ଶିଶୁ ସୁରକ୍ଷା ୟୁନିଟ(ଡିସିପିୟୁ) ପକ୍ଷରୁ କାଉନସିଲିଂ କରାଯାଇଥିଲେ ମଧ୍ୟ ସେ ଘର ଠିକଣା ଦେଇପାରି ନ ଥିଲା। କେବଳ ତାର ନାମ ବବ୍‌ଲୁ ଏବଂ ମା’ଙ୍କ ନାମ ଲକ୍ଷ୍ମୀ ମୁଣ୍ଡା ବୋଲି କହିଥିଲେ। ଜିଲା ଶିଶୁ ସୁରକ୍ଷା ଅଧିକାରୀ(ଡିସିପିଓ) ବାଣୀଶ୍ରୀ ପଟ୍ଟନାୟକ କହିଛନ୍ତି, ପ୍ରକୃତ ଘର ଠିକଣା ନ ମିଳିବାରୁ ବବୁଲୁଙ୍କୁ ପୋଷ୍ୟ ସନ୍ତାନଭାବେ ଗ୍ରହଣ କରିବାକୁ ଡିସିପିଓ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ପୁଣି ଥରେ ପରିବାର ସମ୍ପର୍କରେ ଜାଣିବା ଲାଗି ଯୋଗାଯୋଗ କରାଯାଇଥିଲା। ଉକ୍ତ ସମୟରେ ବବୁଲୁ ସମ୍ବଲପୁର ଜିଲା ଧନୁପାଲ୍ଲୀ ଥାନା ଅଧୀନ ସୁନାପାଲି ଗଁାର ବୋଲି କହିଥିଲେ। ଅନ୍ୟପଟେ ବବୁଲୁ ନିଖୋଜ ଥିବା ନେଇ ପରିବାରଲୋକେ ସ୍ଥାନୀୟ ଥାନାରେ ଏତଲା ଦେଇଥିଲେ। ଏନେଇ ପ୍ରଶାସନ ପକ୍ଷରୁ ଧନୁପାଲି ଥାନା ସହିତ ଯୋଗାଯୋଗ କରାଯାଇଥିଲା। ପୋଲିସ ଲକ୍ଷ୍ମୀଙ୍କ ସହିତ ଭିଡିଓ କନଫେରନ୍ସି ମାଧ୍ୟମରେ ବବ୍‌ୁଲୁଙ୍କ ସାକ୍ଷାତ କରାଇଥିଲେ। ମା’ଙ୍କ ପାଖକୁ ଆସିବା ପାଇଁ ବବୁଲୁ ବ୍ୟାକୁଳ ହୋଇ ଉଠିଥିଲା। ପ୍ରଶାସନ ପକ୍ଷରୁ ବବୁଲୁଙ୍କୁ କାର ଯୋଗେ ନିଆଯାଇ ସମ୍ବଲପୁର ସିଡବ୍ଲ୍ୟୁସିକୁ ହସ୍ତାନ୍ତିରତ କରାଯାଇଛି। ସେଠାରେ ଆଇନ୍‌ ଅନୁଯାୟୀ ପ୍ରକ୍ରିୟା ସରିବା ପରେ ବବୁଲୁ ନିଜ ଘରକୁ ଫେରିପାରିବେ ବୋଲି ବୋଲି ଡିସିପିଓ ପଟ୍ଟନାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri