ରାସ୍ତା ମାଡ଼ି ବସୁଛନ୍ତି ବ୍ୟବସାୟୀ

ଯାଜପୁରରୋଡ୍‌,୮ା୯(ପବିତ୍ର ରଞ୍ଜନ ମହାନ୍ତି): କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖଶାଳାଭାବେ ପରିଚିତ ବ୍ୟାସନଗର ସହରର ଲୋକସଂଖ୍ୟା ଦିନକୁ ଦିନକୁ ଆଶାତୀତ ଭାବେ ବୃଦ୍ଧି ପାଉଛି। ସେହି ଅନୁଯାୟୀ ସହର ମଧ୍ୟରେ ଯାନବାହନ ଚଳାଚଳ ବୃଦ୍ଧି ପାଇବା ସହ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେଉଛି। ବ୍ୟବସାୟିକ ଅନୁଷ୍ଠାନଗୁଡ଼ିକର ପାର୍କିଂ ବ୍ୟବସ୍ଥା ନ ଥିବାରୁ ରାସ୍ତା ଉପରେ ଗାଡ଼ିରଖି ଲୋକେ ସାମଗ୍ରୀ କ୍ରୟ କରୁଛନ୍ତି। ଯଦ୍ଦ୍ବାରା ପଥଚାରୀଙ୍କ ପାଇଁ ସମସ୍ୟା ସୃଷ୍ଟି ହେବାସହ ବହୁ ସମୟରେ ଦୁର୍ଘଟଣାମାନ ଘଟୁଛି। ଅନ୍ୟପଟେ ପୌର ପରିଷଦର ରାସ୍ତା କଡ଼ ବ୍ୟବସାୟୀଙ୍କ ପାଇଁ ଭେଣ୍ଡିଂ ଜୋନ୍‌ ବ୍ୟବସ୍ଥା ନ ଥିବାରୁ ସେମାନେ ରାସ୍ତା କଡ଼ରେ, ଡ୍ରେନ ଉପରେ ଓ ଠେଲା ଗାଡ଼ିରେ ବ୍ୟବସାୟ କରୁଛନ୍ତି। ଫଳରେ ମନଇଚ୍ଛା ରାସ୍ତାକୁ ମାଡ଼ି ପସରା ମେଲି ବସୁଛନ୍ତି। ହେଲେ ସେମାନଙ୍କ ଉପରେ ପୌର କର୍ତ୍ତୃପକ୍ଷଙ୍କ କୌଣସି ଲଗାମ ନାହିଁ। ଏହାର ଉଦାହରଣ ଦେଖିବାକୁ ମିଳିଛି ସହରର ମୁଖ୍ୟ ଚଳଚଞ୍ଚଳ ଡାକବଙ୍ଗଳା ଛକଠାରୁ ତାରିଣୀ ମାର୍କେଟ ରାସ୍ତାରେ। ଏହି ଛକ ନିକଟରେ କଳିଙ୍ଗନଗର ଅତିରିକ୍ତ ଜିଲାପାଳଙ୍କ କାର୍ଯ୍ୟାଳୟ ଅବସ୍ଥିତ। ଉକ୍ତ କାର୍ଯ୍ୟାଳୟ ପାଚେରି କଡ଼ରେ ଫଳ ଓ ପରିବା ବ୍ୟବସାୟୀ ସକାଳୁ ରାତି ପର୍ଯ୍ୟନ୍ତ ନିଜର ପସରା ମେଲି ବସିବା ଦ୍ୱାରା ଟ୍ରାଫିକ ସମସ୍ୟା ଦ୍ୱିଗୁଣିତ ହେଉଛି। ଫଳରେ ଉକ୍ତ ରାସ୍ତାଟି ସଂକୁଚିତ ହୋଇ ପଡୁଛି। ଏହାସହିତ ନିକଟରେ ଥିବା ଗ୍ରୀନ ମାର୍କେଟକୁ ସାମଗ୍ରୀ ନେଇ ଆସୁଥିବା ଭାରିଯାନଗୁଡ଼ିକ ଘଣ୍ଟାଘଣ୍ଟା ଧରି ରାସ୍ତାଉପରେ ରଖିବା ଦ୍ୱାରା ସାଧାରଣ ଲୋକେ ଯାତାୟାତରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଉକ୍ତ ରାସ୍ତାରେ ଯାଜପୁରରୋଡ୍‌ ରେଲ୍‌ଓ୍ବେ ମାଲଗୋଦାମରୁ ବହୁ ସମୟରେ ସାମଗ୍ରୀ ନେଇ ଯାଉଥିବା ଭାରିଯାନ ପାଇଁ ସମସ୍ୟା ଅଧିକ ଜଟିଳ ହେବାସହ ବହୁ ସମୟରେ ଦୁର୍ଘଟଣା ଘଟି ଜୀବନ ହାନି ଘଟୁଥିବା ନଜିର ରହିଛି। ବିଶେଷକରି ରାସ୍ତାଟି ଯାଜପୁରରୋଡ୍‌ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ସଂଯୋଗ କରୁଥିବାରୁ ଆମ୍ବୁଲାନ୍ସ ଓ ଅନ୍ୟ ଜରୁରୀ ଗାଡ଼ିଗୁଡିକ ଯିବାଆସିବାରେ ଅସୁବିଧା ହେଉଛି। ଗର୍ଭବତୀ ଓ ଅନ୍ୟ ଜରୁରୀ ଚିକିତ୍ସା ପାଇଁ ଆସୁଥିବା ରୋଗୀ ବିଳମ୍ବରେ ପହଞ୍ଚତ୍ବାରୁ ମୃତ୍ୟୁ ମୁଖରେ ପଡୁଛନ୍ତି।
ରାସ୍ତାକଡ଼ ବ୍ୟବସାୟୀଙ୍କଠାରୁ କେତେଜଣ ଅସାଧୁ ପୌର କର୍ମଚାରୀ ନାମକୁ ମାତ୍ର ରସିଦ କାଟି ଅର୍ଥ ଆଦାୟ କରୁଥିବା ବେଳେ ନିଜ ପକେଟ ଗରମ କରୁଥିବା ଅଭିଯୋଗ ହେଉଛି। ଡାକବଙ୍ଗଳା ଛକରୁ ତାରିଣୀ ମାର୍କେଟ ପର୍ଯ୍ୟନ୍ତ ରାସ୍ତାର ଗୋଟିଏ ପାର୍ଶ୍ୱ ରେଲଓ୍ବେର ହୋଇଥିବାରୁ ଉକ୍ତ ରାସ୍ତାକଡ଼ ଉଠା ଦୋକାନୀଙ୍କଠାରୁ ରେଳ ସୁରକ୍ଷା ବଳର କେତେଜଣ କର୍ମଚାରୀ ମାସିକିଆ ବଟି ନେଉଥିବା ଶୁଣିବାକୁ ମିଳୁଛି। ସହରରେ ବିଧିବଦ୍ଧ ଭାବେ କୌଣସି ଟ୍ରାଫିକ ବ୍ୟବସ୍ଥା ନ ଥିବାରୁ ସହରବାସୀ ଦୈନଦିନ ଜୀବନରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଛୋଟ ବଡ଼ ଦୁର୍ଘଟଣାମାନ ଘଟି ଧନ ଜୀବନ ହାନି ହେଉଛି। ଏଥିପ୍ରତି ପୌର କର୍ତ୍ତୃପକ୍ଷ ଓ ସ୍ଥାନୀୟ ପ୍ରଶାସନ ଦୃଷ୍ଟି ଦେଇ ଉକ୍ତ ବ୍ୟବସାୟୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବା ସହ ରାସ୍ତାକୁ ଟ୍ରାଫିକ ମୁକ୍ତ କରିବାକୁ ସହରର ବୁଦ୍ଧିଜୀବୀ ଦାବି କରିଛନ୍ତି। ମାତ୍ର ସମସ୍ୟାର ସମାଧାନ ନ ହେଲେ ଆଗାମୀ ଦିନରେ ସହରବାସୀ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ପ୍ରତିକ୍ରିୟା ପାଇଁ ବ୍ୟାସନଗର ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ତରୁଣ କୁମାର ମହାପାତ୍ରଙ୍କୁ ଫୋନ ଯୋଗେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ୍‌ କଲ୍‌ ଗ୍ରହଣ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?