କାଠ ବୋଝେଇ ଗାଡ଼ି ଜବତ: ବନ୍ଧା ହେଲେ ଚାଳକ

କେନ୍ଦୁଝର,୧୨।୬(ସ୍ବ.ପ୍ର.): କେନ୍ଦୁଝର ବନଖଣ୍ଡ କାର୍ଯ୍ୟାଳୟ ଏନ୍‌ଫୋର୍ସମେଣ୍ଟ ଟିମ୍‌ ସୋମବାର ଚଢାଉ କରି ସଦର ରେଞ୍ଜ ଅଧୀନ ଡୁମୁରିଆ ଗାଁ ନିକଟରୁ ଏକ ଶାଳ କାଠ ବୋଝେଇ ସ୍କୋର୍ପିଓ ଗାଡିକୁ ଜବତ୍‌ କରି ଗାଡ଼ି ଚାଳକଙ୍କୁ ଗିରଫ କରିଛି। ଝାଡ଼ଖଣ୍ଡରୁ ଚମ୍ପୁଆ-ଉଖୁଣ୍ଡା-ବାଉଁଶୁଳୀ ଦେଇ ଘଟଗାଁ ବ୍ଲକ ସାନ୍ତରାପୁର ଯାଉଥିବାବେଳେ ବନ ବିଭାଗ ସମ୍ପୃକ୍ତ ଗାଡିକୁ ଜବତ୍‌ କରିଛି। ଗିରଫ ଗାଡ଼ି ଚାଳକ ହେଲେ ବଳରାମ ମଲ୍ଲିକ(୩୫)। ତାଙ୍କ ଘର ଘଟଗାଁ ରେଞ୍ଜ ଅଧୀନ ଭୋଳବେଡା ଗାଁ ବୋଲି ଜଣାପଡିଛି।

ମିଳିଥିବା ସୂଚନା ମୁତାବକ, ସୋମବାର ଭୋର ସାଢେ ୪ଟାରେ ଏକ କାଠ ବୋଝେଇ ଓଆର-୦୨ଏଇ-୦୭୦୭ ସ୍କୋର୍ପିଓ ଗାଡିକୁ ବନ ବିଭାଗ ପିଛା କରିଥିଲା। ହେଲେ ରଘୁନାଥପୁର ପଞ୍ଚାୟତ ଅନ୍ତର୍ଗତ ଡୁମୁରିଆ ଗାଁ ନିକଟରେ ଗାଡିକୁ ବନବିଭାଗ ଧରିବାରେ ସକ୍ଷମ ହୋଇଥିଲା। ଏପରିକି ଡ୍ରାଇଭରଙ୍କୁ ବନ ବିଭାଗ କାବୁ କରିଥିବା ବେଳେ କାଠ ବୌଝେଇ ଗାଡିକୁ ଏସ୍କର୍ଟ କରି ଆସୁଥିବା ଅନ୍ୟ ଏକ ବୋଲେରୋ ଚମ୍ପଟ ମାରିବାରେ ସକ୍ଷମ ହୋଇଛି।

ଏହି ଚଢାଉରେ ଏନ୍‌ଫୋର୍ସମେଣ୍ଟ ସ୍କାର୍ଡର ଡେପୁଟି ରେଞ୍ଜର ବିଦ୍ୟାଧର ସାହୁ, ସଦର ରେଞ୍ଜର ବିଜୟ କୁମାର ମହାନ୍ତ, ରେଞ୍ଜର ମାନସ କୁମାର ମୁର୍ମୁ, ଟାଉନ ଫରେଷ୍ଟର ପ୍ରଦୀପ ବାରିକ, ରଘୁନାଥପୁର ବିଟ୍‌ ଫରେଷ୍ଟ ଗାର୍ଡ ସୁବ୍ରତ କୁମାର ପାତ୍ରଙ୍କ ସମେତ ପାରା ସ୍କାର୍ଡ ସାମିଲ ଥିଲେ। ଜବତ୍‌ ୫୭ ସିଫଟ୍‌ ଶାଳ କାଠର ଆନୂମାନିକ ମୂଲ୍ୟ ୧ ଲକ୍ଷ ୫୦ ହଜାର ଟଙ୍କା ହେବ ବୋଲି ବନ ବିଭାଗ ପକ୍ଷରୁ କହାଯାଇଛି।

ଝାଡ଼ଖଣ୍ଡ ନୂଆମୁଣ୍ଡି ସେରେଣ୍ଡା ଜଙ୍ଗଲରୁ କଟାଯାଇଥିବା ଏହି କାଠ ଘଟଗାଁ ବ୍ଲକ ସାନ୍ତରାପୁର ଅଞ୍ଚଳକୁ ଆସୁଥିବା ବେଳେ ବନ ବିଭାଗ କାଠ ସହ ଗାଡ଼ିକୁ ଜବତ୍‌ କରିବାରେ ସକ୍ଷମ ହୋଇଛି। ତେବେ ଚୋରାରେ କାଠ କାରବାର କରୁଥିବା ସାନ୍ତରାପୁର ଅଞ୍ଚଳର କାଠ ମାଫିଆଙ୍କୁ ଚିହ୍ନଟ କରି ତୁରନ୍ତ ଗିରଫ କରା ନ ଗଲେ ବେଆଇନ କାର୍ଯ୍ୟକଳାପ ବଢିବ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

ଗତ ୮ ତାରିଖରେ ଘଟଗାଁ ରେଞ୍ଜ ଅନ୍ତର୍ଗତ ବାଲିଯୋଡି ନିକଟରେ ବନ ବିଭାଗ ଏକ କାଠ ବୋଝେଇ ଗାଡିକୁ ଧରିଥିଲା। ହେଲେ କାଠ ମାଫିଆମାନେ ବନ କର୍ମଚାରୀଙ୍କୁ ଆକ୍ରମଣ କରିବା ସହ କାଠ ବୋଝେଇ ଗାଡି ନେଇଯିବାକୁ ସକ୍ଷମ ହୋଇଥିଲେ। ଏନେଇସ ରେଞ୍ଜର ପ୍ରଭାତ କୁଅଁର ଘଟଗାଁ ଥାନାରେ ୧୧ଜଣଙ୍କ ନାମରେ ଏତଲା ଦେଇଥିଲେ। ତେବେ ପୋଲିସ ଏକ ମାମଲା ରୁଜୁ କରି ବସି ପଡିଥିବା ବେଳେ ବନ କର୍ମଚାରୀ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି। ସାନ୍ତରାପୁର ଅଞ୍ଚଳରେ କାଠ କାରବାର ହେଉଥିଲେ ହେଁ ବନ ବିଭାଗ ଏବଂ ପୋଲିସ ମିଳିତ ଭାବେ ଚଢାଉ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

ସୂଚନା ଯୋଗ୍ୟ, ଜିଲାରେ ଦିନକୁ ଦିନ ଜଙ୍ଗଲ ପଦା ହୋଇ କାଠ ଚାଲାଣ ବଢୁଥିବା ବେଳେ କାଁଭାଁ ଗାଡ଼ିକୁ ଧରି ବନ ବିଭାଗ ବାହାବାହା ନେଉଛି। ଏନେଇ ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁବଗୋଷ୍ଠୀ ହିଁ ଆମ ରାଷ୍ଟ୍ରର ମହାନ ଶକ୍ତି: ଉପମୁଖ୍ୟମନ୍ତ୍ରୀ

ସୁନ୍ଦରଗଡ,୧୫।୮(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ଜିଲା ସଦରମହଟୁମାରେ ୮୦ତମ ସ୍ବାଧୀନତା ଦିବସ ସମାରୋହ ହର୍ଷଉଲ୍ଲାସ ମଧ୍ୟରେ ପାଳିତ ହୋଇଯାଇଛି। ସୁନ୍ଦରଗଡ ସରକାରୀ ମହାବିଦ୍ୟାଳୟ ସମ୍ମୁଖ ଯାତରା ପଡିଆଠାରେ…

ବିଭିନ୍ନ ସ୍ଥାନରେ ସ୍ବାଧୀନତା ଦିବସ ପାଳିତ: କୃତୀ ପ୍ରତିଯୋଗୀ ପୁରସ୍କୃତ

ଭଞ୍ଜନଗର, ୧୫।୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡ଼ିଆରେ ଶନିବାର ଉପଖଣ୍ଡସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଭଞ୍ଜନଗର ଉପଜିଲାପାଳ ଉମାଶଙ୍କର ବେହେରା…

ହର୍ମୁଜରେ ୟୁଏଇର ୨ ଟ୍ୟାଙ୍କର ଉପରେ ଆକ୍ରମଣ

ଦୁବାଇ, ୧୫।୮: ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା ୟୁଏଇର ଦୁଇଟି ତେଲ ଟ୍ୟାଙ୍କର ଉପରେ ଡ୍ରୋନ ଆକ୍ରମଣ ହୋଇଛି। ଏହି ଆକ୍ରମଣ ପାଇଁ ସଂଯୁକ୍ତ ଆରବ ଏମିରେଟ୍ସ…

ଲାଲକିଲ୍ଲାରେ ସମ୍ବୋଧନ ପରେ ପିଲାମାନଙ୍କ ଗହଣରେ ନିଜକୁ ହଜାଇ ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୫।୮: ଦେଶ ଆଜି ତା’ର 80ତମ ସ୍ବାଧୀନତା ଦିବସ ପାଳନ କରୁଛି। ପ୍ରଧାନମନ୍ତ୍ରୀ ମୋଦି ଲାଲକିଲ୍ଲାରୁ ଲଗାତାର 13ତମ ଥର ପାଇଁ ତ୍ରିରଙ୍ଗା ଉତ୍ତୋଳନ କରିଛନ୍ତି। ଲାଲକିଲ୍ଲାର…

ସାଇବର ଠକେଇରୁ କେମିତି ରହିବେ ସୁରକ୍ଷିତ: ‘ସାଇବର ସେଫ୍ଟି କ୍ୟାମ୍ପେନ ଓଡ଼ିଶା-୨୦୨୬’ ପାଳିତ

କେସିଙ୍ଗା, ୧୫/୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଆଦର୍ଶ ଥାନା ପକ୍ଷରୁ ‘ସାଇବର ସେଫ୍ଟି କ୍ୟାମ୍ପେନ ଓଡ଼ିଶା-୨୦୨୬’ ଅବସରରେ ଏକ ସାଇବର ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି।…

Video: ଇଣ୍ଡୋନେସିଆରେ ଭୂକମ୍ପର ଶକ୍ତ ଝଟକା, ସୁନାମି ଆଲର୍ଟ

ଜାକର୍ତ୍ତା,୧୫।୮: ଶନିବାର ସକାଳେ ଇଣ୍ଡୋନେସିଆର ପୂର୍ବ ଭାଗରେ ଏକ ଶକ୍ତିଶାଳୀ ଭୂମିକମ୍ପ ହୋଇଥିଲା। ଫ୍ଲୋରେସ ଦ୍ୱୀପ ନିକଟରେ ୭.୭ ତୀବ୍ରତାର ଭୂମିକମ୍ପ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି…

ସରକାରୀ ପୋଲ ପୋତି ଦେବାରୁ ରାସ୍ତାରେ ଜମୁଛି ପାଣି: ବିପଦ ଆଶଙ୍କା

କେସିଙ୍ଗା, ୧୫/୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ତାଲଭଅଁରା ସାହାଜପାଟି ଗ୍ରାମ ନିକଟ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କରେ ଥିବା ସରକାରୀ ପୋଲକୁ ମାଟି ପକାଇ…

ପତାକା ଉତ୍ତୋଳନ ପାଇଁ ଲୁହା ପାଇପ୍‌ ଆଣୁଥିଲେ ଶିକ୍ଷକ, ବାଜିଲା ବିଦ୍ୟୁତ ତାର: ଆଉ ତା’ପରେ ଘଟିଲା…

ସିମୁଳିଆ, ୧୫।୮(ସନ୍ତୋଷ କୁମାର ନାୟକ): ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ମଇତାପୁର ଅଞ୍ଚଳରେ ପ୍ରତିଷ୍ଠିତ ରୟାଲ ହାଇସ୍କୁଲ ଓ ରୟାଲ ପବ୍ଲିକ ସ୍କୁଲ ନାମକ ଏକ ଘରୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri