ନିରାମିଷ ଓ ଆମିଷ

ସୁଧିରାଜ ରାଉତ

ଆମ ଝିଅ, ଯିଏ ଦ୍ୱିତୀୟ ପଢୁଛି ଦିନେ ମୋତେ କହିଲା, ‘ବଡ଼ବାପା ମୋତେ ଲାଗୁଛି ମଣିଷ ଗୋଟିଏ ସର୍ବଗ୍ରାସୀ ଜୀବ।’ ଅନେକାଂଶରେ ଏହା ମିଛ ନୁହେଁ। ‘ମନୁଷ୍ୟ ପ୍ରକୃତରେ ନିରାମିଷାଶୀ ।’ ଏହାକୁ ବିଶ୍ୱାସ କରୁଥିବା ବ୍ୟକ୍ତିମାନେ ଅନେକ ପ୍ରମାଣ ଏକାଠି କରିଛନ୍ତି। ଯେଭଳି, ୧. ମନୁଷ୍ୟର ପାଚନତନ୍ତ୍ର ତୃଣଭୋଜୀ ପ୍ରାଣୀ ଭଳି ଲମ୍ବା । ୨. ମାଂସ ଆହାର କରୁଥିବା ପ୍ରାଣୀମାନଙ୍କର ଶ୍ୱାନଦାନ୍ତ ଅଛି, ଯାହା ମନୁଷ୍ୟର ନାହିଁ। ୩. ମାଂସ ଖାଉଥିବା ପ୍ରାଣୀମାନେ ଜିଭରେ ଚାଟି ଚାଟି ପାଣି ପିଅନ୍ତି କିନ୍ତୁ ମନୁଷ୍ୟ ସେଭଳି ପିଏନାହିଁ… ଇତ୍ୟାଦି। ମାଂସାହାରୀ ମନୁଷ୍ୟମାନଙ୍କ ତର୍କ- ୧. ମନୁଷ୍ୟର ପାଚନତନ୍ତ୍ର ମୋଟେ ତୃଣଭୋଜୀ ପ୍ରାଣୀଭଳି ନୁହଁ। ୨. ମନୁଷ୍ୟର ଶ୍ୱାନଦନ୍ତ ନାହିଁ ସତ କିନ୍ତୁ ମନୁଷ୍ୟର ଦନ୍ତବିନ୍ୟାସ ମୋଟେ ତୃଣଭୋଜୀ ପ୍ରାଣୀଭଳି ନୁହେଁ। ୩. ମନୁଷ୍ୟ ମାଂସଭକ୍ଷୀ ପ୍ରାଣୀଭଳି ଚାଟି ଚାଟି ପାଣି ପିଏନାହିଁ କିମ୍ବା ତୃଣଭୋଜୀ ପ୍ରାଣୀ ଭଳି ମୁହଁ ନାକ ବୁଡ଼ାଇ ପାଣି ପିଏ ନାହିଁ। ଯୁକ୍ତି ସବୁକୁ ବିଚାର କଲେ, କୁନିଝିଅ ଭଳି କହିବା-‘ମନୁଷ୍ୟ ଗୋଟିଏ ସର୍ବଗ୍ରାସୀ ଜୀବ।’ତେବେ ମନୁଷ୍ୟ ଏକମାତ୍ର ଜୀବ, ଯାହାକୁ ବିଶ୍ୱ ପ୍ରକୃତି ଖାଦ୍ୟ ଚୟନ କରିବାକୁ ପୂର୍ଣ୍ଣ ସ୍ବାଧୀନତା ଦେଇଛି ଏବଂ ସ୍ବାଧୀନତାକୁ ସେ ସର୍ବଦା ସ୍ବେଚ୍ଛାଚାରୀ ଭାବେ ବ୍ୟବହାର କରି ଆସିଛି। ଆଉ ଏଇ ସ୍ବେଚ୍ଛାଚାରିତା ଆମକୁ ସର୍ବଗ୍ରାସୀ ଭ୍ରମ ସୃଷ୍ଟିକରୁଛି।
ଦୁଇଦିନ ତଳର କଥା, ବନ୍ଧୁ ସହ ଫୋନ୍‌ରେ କଥାହୋଇ ଜାଣିଲି ସେ ଆଜି ମଧ୍ୟାହ୍ନ ଓ ରାତ୍ର ଭୋଜନରେ ମାଂସ, ଚିକେନ୍‌ ଖାଇଛି। କହିଲି- ଏସି ରୁମ୍‌ କମ୍ପୁଟର ଆଗରେ ବସିବା ତୋର କାମ, ଖାଇବା ହଜମ ହେବ? ବନ୍ଧୁ କହିଲା- ସତ କଥା ହେଉଛି ଆମିଷ ଟିକେ ନ ହେଲେ ମୋଟେ ଖାଇ ହେଉନି। ଆଜି ପୃଥିବୀର ଅଧିକାଂଶ ସାମାନ୍ୟ ଆର୍ଥିକ ସ୍ବଚ୍ଛଳ ମଣିଷଙ୍କର ଦୁର୍ଭାଗ୍ୟ ଏଇଆ। ଆଉ ଏହାର ପରିଣାମ ହାଇ କୋଲେଷ୍ଟରଲ୍‌, ସୁଗାର, କ୍ୟାନ୍ସର, ହାର୍ଟ ଆଟାକ୍‌, ଡିପ୍ରେସନ୍‌, ବିପି… ଯେତେ ସବୁ ଅସାଧ୍ୟ ରୋଗ। ଜିହ୍ବା ଲାଳସାରେ ଦେହରୂପୀ ଦୁର୍ଲଭ ଯନ୍ତ୍ରକୁ ଶକ୍ତିର ଚାପରେ ରୋଗର ନର୍କ କରିବାରେ ଲାଗିଛୁ।
ଝରକା ବାହାରେ ଫୁଲଗଛ ସବୁ ମାଟିରୁ, ବାୟୁମଣ୍ଡଳରୁ, ସୂର୍ଯ୍ୟକିରଣରୁ ଆବଶ୍ୟକ ଖାଦ୍ୟ ଗ୍ରହଣ କରି ସୁନ୍ଦର ଫୁଲସବୁ ଫୁଟାଇଛି। ସୌନ୍ଦର୍ଯ୍ୟ ଓ ସୁଗନ୍ଧର ଆଧାରଟିଏ ହୋଇଛି। ଆମେ ଯାହାସବୁ ଆହାର ରୂପେ ଗ୍ରହଣ କରୁଛୁ ତାହା କ’ଣ ଆମ ଚେତନାରେ ଦିବ୍ୟଭାବର ପୁଷ୍ପ ଫୁଟାଇପାରିବ? ଆମ ମନପ୍ରାଣରେ ପବିତ୍ର ଭାବର ମହକ ପ୍ରକାଶିପାରିବ? ଆମ ଶରୀରକୁ ଆରୋଗ୍ୟ, ଆଲୋକିତ କରିପାରିବ? ପରିବ୍ରାଜକ ତୃଷାର୍ତ୍ତ ରାମାନୁଜନ ଏକ କୂପରୁ ପାଣି ପିଇସାରି ପୁନଃ ଯାତ୍ରା ଆରମ୍ଭ କରନ୍ତେ ଇଚ୍ଛା ହେଲା କିଛି ଜଳ ସାଥିରେ ନେଇଯିବାକୁ। ପୁନଶ୍ଚ ଭାବିଲେ ସବୁଛାଡ଼ି ଏତେ ଦିନ ଏତେ ବାଟ ଆସିଲିଣି, ଆଜି ଜଳ ସାଥିରେ ନେବାକୁ ଆସକ୍ତି କାହିଁକି? ଖୋଜି ପାଇଲେ, ପୁଣ୍ୟ ଅର୍ଜନ ଉଦ୍ଦେଶ୍ୟରେ ଜଣେ ପ୍ରଚଣ୍ଡ ଲୋଭୀ ବ୍ୟକ୍ତି ଏ କୂପ ଖୋଳିଛି। ଲୋଭୀ ବ୍ୟକ୍ତି ଖୋଳିଥିବା କୂପଜଳ ଯଦି ସଂସାର ବିରକ୍ତ ସନ୍ନ୍ୟାସୀ ରାମାନୁଜନଙ୍କୁ ପ୍ରଭାବିତ କରିପାରେ, ଆମେ ଲୋଭରେ, ଲାଳସାରେ ଖାଉଥିବା ପଶୁମାଂସ, ସେଇ ପଶୁର ଚେତନା ତା’ର ଅସହାୟତା, ଭୟ, ଉଦ୍‌ବେଗ… ବଧ ସମୟର ନିଷ୍ଠୁରତା ହିଂସ୍ରତା ଉତ୍ତେଜନା… ଆମ ଚେତନାକୁ ମନପ୍ରାଣକୁ ଶରୀର ଜୀବକୋଷକୁ କିଭଳି ପ୍ରଭାବିତ କରୁଥିବ? ହଜାର ବର୍ଷ ପୂର୍ବରୁ ଗୀତା ଆମକୁ ଖାଦ୍ୟ ଚୟନରେ ପୂର୍ଣ୍ଣ ସ୍ବାଧୀନତା ଦେଇ କହିଛି- ଖାଦ୍ୟ ତିନି ପ୍ରକାର ଗୁଣଯୁକ୍ତ- ସାତ୍ତ୍ୱିକ, ରାଜସିକ ଓ ତାମସିକ। ତୁମେ ଯେଉଁ ଗୁଣଯୁକ୍ତ ଖାଦ୍ୟ ଖାଇବ ସେଇ ଗୁଣର ଜୀବନ ପ୍ରାପ୍ତ କରିବ। ଆଜି ସଭ୍ୟ ମଣିଷ ଜିହ୍ବା ଲାଳସାର ଦାସ ହୋଇ ଅତୀତର ଅମୂଲ୍ୟ ଜ୍ଞାନସବୁକୁ ଅବୈଜ୍ଞାନିକ କହୁଛି। ଖାଦ୍ୟ କେବଳ ମାନବ ଜୀବନ ନୁହେଁ ମାନବ ସଭ୍ୟତାକୁ ମଧ୍ୟ ପ୍ରଭାବିତ କରିଥାଏ ଆଉ ଏହାର ଜ୍ୱଳନ୍ତ ଉଦାହରଣ ଆମ ପବିତ୍ର ମାତୃଭୂମି।
ସମଗ୍ର ବିଶ୍ୱରେ ଭାରତବର୍ଷ ନିତ୍ୟ ପ୍ରାର୍ଥନାରେ ବିଶ୍ୱ ମୋ ପରିବାର ବୋଲି କହିଛି, କେବଳ ମଣିଷ ନୁହେଁ ସମସ୍ତେ ସୁଖରେ ଅବସ୍ଥାନ କରନ୍ତୁ ବୋଲି ନିତ୍ୟ କାମନା କରିଛି। ଏଭଳି ଅନନ୍ୟ ଅତୁଳନୀୟ ସ୍ବର୍ଗୀୟ ସଭ୍ୟତାର ସୃଷ୍ଟି ପାଇଁ ଯେଉଁ ସବୁ ସାଧନ ସାହାଯ୍ୟ କରିଛି ସେ ମଧ୍ୟରୁ ଏକ ଗୁରୁତ୍ୱପୂର୍ଣ୍ଣ ଆଧାର ହେଉଛି ବିଶ୍ୱରେ ଭାରତବର୍ଷ ସର୍ବାଧିକ ନିରାମିଷାଶୀ। ଏକ ଆକଳନ କହେ ଶହେ ବର୍ଷ ପୂର୍ବରୁ ଭାରତରେ ସତୁରିଭାଗରୁ ଅଧିକ ଲୋକ ନିରାମିଷାଶୀ ଥିଲେ। ଗବେଷଣାରୁ ଏହା ମଧ୍ୟ ଜାଣିଲି ଭାରତ ବାହାରେ ଯେତେସବୁ ମହାନ୍‌ ମଣିଷ ସତ୍ୟର ସନ୍ଧାନୀ, ମାନବତାର ପ୍ରେମିକ, ସୃଜନର ସ୍ରଷ୍ଟା ସେମାନେ ଅଧିକାଂଶ ନିରାମିଷାଶୀ- ପିଥାଗୋରାସ୍‌, ସକ୍ରେଟିସ୍‌, ଲିଓନାଡ୍‌, ୱଡ୍ସୱର୍ଥ, ନିଉଟନ୍‌, ଭୋଲ୍ଟେୟାର୍‌, ଟଲ୍‌ଷ୍ଟୟ, ଆଇନ୍‌ଷ୍ଟାଇନ୍‌, ଏଡିସନ୍‌, ଟେଲ୍ସା ପ୍ରମୁଖ- ଏ ନାମ ତାଲିକା ବହୁଦୀର୍ଘ। ହିଂସ୍ରତା, ପାଶବିକତା, ଉତ୍ତେଜନାରେ ପୂର୍ଣ୍ଣ ପ୍ରାଣମନ କ’ଣ ସତ୍ୟର, ସୃଜନର ସ୍ରଷ୍ଟା ହୋଇପାରିବ?
ଇନ୍ଦ୍ରାବତୀ, ନବରଙ୍ଗପୁର
ମୋ- ୯୪୩୭୬୪୧୪୧୩


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri