ପରିବା ଦର ଆକାଶଛୁଆଁ

ଭୁବନେଶ୍ୱର, ୧୭।୮(ବ୍ୟୁରୋ): ମହଙ୍ଗା ଦରଦାମ୍‌ରେ ଖାଉଟି ହନ୍ତସନ୍ତ ହେଉଥିବାବେଳେ ଦାଉ ସାଧିଛି ସାମ୍ଭାବ୍ୟ ବନ୍ୟା। ଲଗାଣ ବର୍ଷାରେ ଚାଷଜମି ଜଳମଗ୍ନ ହୋଇଥିବାରୁ ଫସଲ ନଷ୍ଟ ହେବାରେ ଲାଗିଛି। ଫଳରେ ପରିବା ଦର ଆକାଶଛୁଆଁ ହୋଇଛି। ବଜାରକୁ ଗଲେ ପକେଟ ଖାଲି ହେଉଛି, ମାତ୍ର ବ୍ୟାଗ୍‌ ଭର୍ତ୍ତି ହେଉନାହିଁ। ଆଳୁ ବ୍ୟତୀତ କୌଣସି ପରିବାର ଦର ୪୦ ଟଙ୍କା ତଳକୁ ନାହିଁ। ରାଜଧାନୀର ପ୍ରମୁଖ ବଜାର କୁହାଯାଉଥିବା ୟୁନିଟ-୧ ପରିବା ମାର୍କେଟରେ ଆଳୁ ଦର କିଲୋ ପିଛା ୩୦ ଟଙ୍କା ଥିବାବେଳେ ଛୋଟ ଆଳୁ ପିଛା ୨୫ଟଙ୍କା ରହିଛି। ସେହିପରି ପିଆଜ ୩୫ ଟଙ୍କା, ବାଇଗଣ କିଲୋପିଛା ୬୦, ବନ୍ଧାକୋବି ୪୫, ପୋଟଳ ୪୦ରୁ ୬୦, ଟମାଟୋ ୫୦, ସଜନାଛୁଇଁ ୮୦ ଟଙ୍କା ଥିବାବେଳେ ବିନ୍ସ ଏବଂ ସିମ୍‌ଲା ଲଙ୍କାର ଦର ୧୦୦ଟଙ୍କା ରହିଛି। ଅନ୍ୟ ହାଟ ଏବଂ ଦୋକାନରେ ପରିବା ଦର କେଜି ପିଛା ୮୦ ଟଙ୍କା ଉପରେ ରହିଛି। ଏ ସମ୍ପର୍କରେ ରାଜଧାନୀ କଞ୍ଚା ପରିବା ବିକ୍ରେତା ମହାସଂଘର ସଭାପତି କବିରାଜ ସ୍ବାଇଁ କହିଛନ୍ତି, ବନ୍ୟା ପାଇଁ ଏବେ ପରିବା ଦର ଅଧିକ ରହିଛି। ଆଗକୁ ମଧ୍ୟ କିଛିଦିନ ପାଇଁ ଏମିତି ଦର ରହିବ। ବାଙ୍ଗାଲୋରରୁ ବନ୍ଧାକୋବି, ଫୁଲକୋବି, ବିନ୍ସ, ସିମ୍‌ଲା, ଟମାଟୋ ଆଦି ପରିବା ଆମଦାନୀ ହୋଇଥାଏ। ସେହିପରି ତାମିଲନାଡୁରୁ ସଜନାଛୁଇଁ, କଖାରୁ, ଆନ୍ଧ୍ରପ୍ରଦେଶରୁ ଅମୃତଭଣ୍ଡା, ପଶ୍ଚିମବଙ୍ଗରୁ ବାଇଗଣ, କାଙ୍କଡ, ପୋଟଳ, ଅମୃତଭଣ୍ଡା, ଇନ୍ଦୋରରୁ ଗାଜର ଆମଦାନୀ ହେଉଛି। ସାଧାରଣତଃ ୮୦ ପ୍ରତିଶତ ପରିବା ବାହାର ରାଜ୍ୟରୁ ଆସୁଥିବାବେଳେ ଓଡ଼ିଶାରୁ ୨୦ ପ୍ରତିଶତ ପରିବା ଆମଦାନୀ ହୁଏ। ମାତ୍ର ଏଥର ବର୍ଷାରେ ସେତକ ବି ଭାସିଗଲା। ତେଣୁ ଆମକୁ ସମ୍ପୂର୍ଣ୍ଣରୂପେ ବାହାର ରାଜ୍ୟ ଉପରେ ଭରସା କରିବାକୁ ପଡ଼ିବ। ତେବେ ସମ୍ପ୍ରତି ବାହାର ରାଜ୍ୟରେ ବି ବର୍ଷା ହେଉଥିବାରୁ ସେଠାକାର ସ୍ଥିତି ମଧ୍ୟ ଖରାପ। ତେଣୁ ସେପଟୁ ଓଡ଼ିଶାକୁ ପରିବା ଆସିପାରୁନାହିଁ। ଯେତିକି ପରିବା ମହଜୁଦ ଅଛି ସେଗୁଡ଼ିକୁ ଉଚ୍ଚା ଦାମ୍‌ରେ କିଣିବାକୁ ପଡୁଛି। ତେଣୁ ଖାଉଟିଙ୍କୁ ମଧ୍ୟ ଚଢ଼ା ଦରରେ ବିକ୍ରି କରାଯାଉଛି ବୋଲି ସେ କହିଛନ୍ତି। ସେହିପରି ରାଜ୍ୟର ଉପକୂଳ ଅଞ୍ଚଳରେ ଦର ମହଙ୍ଗା ରହିଛି। କେନ୍ଦ୍ରାପଡ଼ାରେ ଆଳୁ କିଲୋ ପିଛା ୨୪ ଟଙ୍କା ଥିବାବେଳେ ପିଆଜ ୨୦, ରସୁଣ ୫୦, ଅଦା ୮୦, ବାଇଗଣ ୪୦, ଟମାଟୋ ୩୦, ଜହ୍ନି ୭୦, ଭେଣ୍ଡି ୪୦, ପୋଟଳ ୬୦, ଝୁଡ଼ଙ୍ଗ ୬୦, ଅମୃତଭଣ୍ଡା ୩୦, ସଜନା ଛୁଇଁ ୧୦୦, ଫୁଲକୋବି ୭୦, ବନ୍ଧାକୋବି ୫୦ ଏବଂ କଖାରୁ ୩୦ଟଙ୍କା ରହିଛି। ବର୍ତ୍ତମାନ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଦର ଆହୁରି ବଢିବା ଆଶଙ୍କା କରାଯାଉଛି। ତେବେ ଏଭଳି ଚଢ଼ା ଦର ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ସମସ୍ତ ବର୍ଗର ଖାଉଟିଙ୍କୁ ହନ୍ତସନ୍ତ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?