ପରିବା ଦର ଆକାଶଛୁଆଁ

ଭୁବନେଶ୍ୱର, ୧୭।୮(ବ୍ୟୁରୋ): ମହଙ୍ଗା ଦରଦାମ୍‌ରେ ଖାଉଟି ହନ୍ତସନ୍ତ ହେଉଥିବାବେଳେ ଦାଉ ସାଧିଛି ସାମ୍ଭାବ୍ୟ ବନ୍ୟା। ଲଗାଣ ବର୍ଷାରେ ଚାଷଜମି ଜଳମଗ୍ନ ହୋଇଥିବାରୁ ଫସଲ ନଷ୍ଟ ହେବାରେ ଲାଗିଛି। ଫଳରେ ପରିବା ଦର ଆକାଶଛୁଆଁ ହୋଇଛି। ବଜାରକୁ ଗଲେ ପକେଟ ଖାଲି ହେଉଛି, ମାତ୍ର ବ୍ୟାଗ୍‌ ଭର୍ତ୍ତି ହେଉନାହିଁ। ଆଳୁ ବ୍ୟତୀତ କୌଣସି ପରିବାର ଦର ୪୦ ଟଙ୍କା ତଳକୁ ନାହିଁ। ରାଜଧାନୀର ପ୍ରମୁଖ ବଜାର କୁହାଯାଉଥିବା ୟୁନିଟ-୧ ପରିବା ମାର୍କେଟରେ ଆଳୁ ଦର କିଲୋ ପିଛା ୩୦ ଟଙ୍କା ଥିବାବେଳେ ଛୋଟ ଆଳୁ ପିଛା ୨୫ଟଙ୍କା ରହିଛି। ସେହିପରି ପିଆଜ ୩୫ ଟଙ୍କା, ବାଇଗଣ କିଲୋପିଛା ୬୦, ବନ୍ଧାକୋବି ୪୫, ପୋଟଳ ୪୦ରୁ ୬୦, ଟମାଟୋ ୫୦, ସଜନାଛୁଇଁ ୮୦ ଟଙ୍କା ଥିବାବେଳେ ବିନ୍ସ ଏବଂ ସିମ୍‌ଲା ଲଙ୍କାର ଦର ୧୦୦ଟଙ୍କା ରହିଛି। ଅନ୍ୟ ହାଟ ଏବଂ ଦୋକାନରେ ପରିବା ଦର କେଜି ପିଛା ୮୦ ଟଙ୍କା ଉପରେ ରହିଛି। ଏ ସମ୍ପର୍କରେ ରାଜଧାନୀ କଞ୍ଚା ପରିବା ବିକ୍ରେତା ମହାସଂଘର ସଭାପତି କବିରାଜ ସ୍ବାଇଁ କହିଛନ୍ତି, ବନ୍ୟା ପାଇଁ ଏବେ ପରିବା ଦର ଅଧିକ ରହିଛି। ଆଗକୁ ମଧ୍ୟ କିଛିଦିନ ପାଇଁ ଏମିତି ଦର ରହିବ। ବାଙ୍ଗାଲୋରରୁ ବନ୍ଧାକୋବି, ଫୁଲକୋବି, ବିନ୍ସ, ସିମ୍‌ଲା, ଟମାଟୋ ଆଦି ପରିବା ଆମଦାନୀ ହୋଇଥାଏ। ସେହିପରି ତାମିଲନାଡୁରୁ ସଜନାଛୁଇଁ, କଖାରୁ, ଆନ୍ଧ୍ରପ୍ରଦେଶରୁ ଅମୃତଭଣ୍ଡା, ପଶ୍ଚିମବଙ୍ଗରୁ ବାଇଗଣ, କାଙ୍କଡ, ପୋଟଳ, ଅମୃତଭଣ୍ଡା, ଇନ୍ଦୋରରୁ ଗାଜର ଆମଦାନୀ ହେଉଛି। ସାଧାରଣତଃ ୮୦ ପ୍ରତିଶତ ପରିବା ବାହାର ରାଜ୍ୟରୁ ଆସୁଥିବାବେଳେ ଓଡ଼ିଶାରୁ ୨୦ ପ୍ରତିଶତ ପରିବା ଆମଦାନୀ ହୁଏ। ମାତ୍ର ଏଥର ବର୍ଷାରେ ସେତକ ବି ଭାସିଗଲା। ତେଣୁ ଆମକୁ ସମ୍ପୂର୍ଣ୍ଣରୂପେ ବାହାର ରାଜ୍ୟ ଉପରେ ଭରସା କରିବାକୁ ପଡ଼ିବ। ତେବେ ସମ୍ପ୍ରତି ବାହାର ରାଜ୍ୟରେ ବି ବର୍ଷା ହେଉଥିବାରୁ ସେଠାକାର ସ୍ଥିତି ମଧ୍ୟ ଖରାପ। ତେଣୁ ସେପଟୁ ଓଡ଼ିଶାକୁ ପରିବା ଆସିପାରୁନାହିଁ। ଯେତିକି ପରିବା ମହଜୁଦ ଅଛି ସେଗୁଡ଼ିକୁ ଉଚ୍ଚା ଦାମ୍‌ରେ କିଣିବାକୁ ପଡୁଛି। ତେଣୁ ଖାଉଟିଙ୍କୁ ମଧ୍ୟ ଚଢ଼ା ଦରରେ ବିକ୍ରି କରାଯାଉଛି ବୋଲି ସେ କହିଛନ୍ତି। ସେହିପରି ରାଜ୍ୟର ଉପକୂଳ ଅଞ୍ଚଳରେ ଦର ମହଙ୍ଗା ରହିଛି। କେନ୍ଦ୍ରାପଡ଼ାରେ ଆଳୁ କିଲୋ ପିଛା ୨୪ ଟଙ୍କା ଥିବାବେଳେ ପିଆଜ ୨୦, ରସୁଣ ୫୦, ଅଦା ୮୦, ବାଇଗଣ ୪୦, ଟମାଟୋ ୩୦, ଜହ୍ନି ୭୦, ଭେଣ୍ଡି ୪୦, ପୋଟଳ ୬୦, ଝୁଡ଼ଙ୍ଗ ୬୦, ଅମୃତଭଣ୍ଡା ୩୦, ସଜନା ଛୁଇଁ ୧୦୦, ଫୁଲକୋବି ୭୦, ବନ୍ଧାକୋବି ୫୦ ଏବଂ କଖାରୁ ୩୦ଟଙ୍କା ରହିଛି। ବର୍ତ୍ତମାନ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଦର ଆହୁରି ବଢିବା ଆଶଙ୍କା କରାଯାଉଛି। ତେବେ ଏଭଳି ଚଢ଼ା ଦର ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ସମସ୍ତ ବର୍ଗର ଖାଉଟିଙ୍କୁ ହନ୍ତସନ୍ତ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri