ପରିବା ଦର ନିୟନ୍ତ୍ରଣ ବାହାରେ

ଜଗତ୍‌ସିଂହପୁର, ୧୦ା୭ (ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ଜିଲାରେ ସମ୍ପ୍ରତି ପରିବା ଦର ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ଏବେ କୌଣସି ପରିବା ଦର ୫୦ ଟଙ୍କା ତଳକୁ ନାହିଁ। ଟମାଟୋ କିଲୋଗ୍ରାମ ପ୍ରତି ଦର ୧୨୦ ଟଙ୍କାରେ ପହଞ୍ଚତ୍ଥିବା ବେଳେ ବିନ୍‌ ୧୦୦, କାଙ୍କଡ଼ ୯୦, ଭେଣ୍ଡି ୯୦, ପୋଟଳ ୮୦, ଝୁଡ଼ଙ୍ଗ ୮୦, ସଜନା ୮୦, ସାରୁ ୬୦ରୁ ୮୦, ବାଇଗଣ ୭୦, ଜହ୍ନି ୬୦, ଗାଜର ୬୦ ଟଙ୍କାକୁ ବୃଦ୍ଧି ପାଇଲାଣି। ଏପରି କି କଖାରୁ କିଲୋ ପ୍ରତି ଦର ୨୫ରୁ ୩୦ ଟଙ୍କା ହେଲାଣି। ଅଦା ୨୦୦, ରସୁଣ ୩୦୦ ଟଙ୍କାରେ ପହଞ୍ଚତ୍ଛି। କେବଳ ଆଳୁ ୨୦ ଓ ପିଆଜ ୩୦ ଟଙ୍କା ଥିବାରୁ ଲୋକେ କେତେକାଂଶରେ ଆଶ୍ୱସ୍ତ ଅଛନ୍ତି। ବଡ କଥା ହେଲା ଦର ବୃଦ୍ଧି ସତ୍ତ୍ବେ ବଜାରରେ ଆବଶ୍ୟକ ପରିମାଣର ପରିବା ଉପଲବ୍ଧ ହେଉନାହିଁ। ଦର ବୃଦ୍ଧି ଯୋଗୁ ଯେଉଁମାନେ କିଲୋଗ୍ରାମ ହିସାବରେ ପରିବା କିଣୁଥିଲେ ସେମାନେ ଏବେ ୨୫୦ରୁ ୫୦୦ ଗ୍ରାମ ନେଉଛନ୍ତି। ଏବେ ୫୦୦ ଟଙ୍କାରେ ମଧ୍ୟ ବ୍ୟାଗ୍‌ ଭରୁନି। ଏନେଇ ଯଦିଓ ସାଧାରଣରେ ଚିନ୍ତା ପ୍ରକଟ କରାଯାଉଛି କିନ୍ତୁ ଏହାର କୌଣସି ସ୍ଥାୟୀ ସମାଧାନ ହେଉନାହିଁ। ପ୍ରତିବର୍ଷ ପରିବା ଦରରେ ଅସମାନତା କଥା ସରକାର ଜାଣିଛନ୍ତି। ବିଭିନ୍ନ ସମୟରେ ଅନେକ ଜନକଲ୍ୟାଣକାରୀ ଯୋଜନା ପ୍ରଣୟନ କରାଯାଉଛି। ହେଲେ ଦେଶର ସର୍ବାଧିକ ଜନତା ଚାଷୀ ହୋଇଥିଲେ ସୁଦ୍ଧା ସେମାନଙ୍କ ସ୍ବାର୍ଥକୁ ଗୌଣ କରାଯାଉଛି। ମଣିଷ ଜୀବନଧାରଣର ପ୍ରମୁଖ ମାଧ୍ୟମ ପରିବା ହୋଇଥିଲେ ସୁଦ୍ଧା ଏହା ଉପରେ ସେଭଳି ଦୃଷ୍ଟି ଦିଆ ନ ଯିବା ସାଧାରଣରେ ଅସନ୍ତୋଷର କାରଣ ହୋଇଛି।
ଜଗତ୍‌ସିଂହପୁର ଏକ କୃଷିପ୍ରଧାନ ଜିଲା। ଏ ଜିଲାର ଜମି ଉର୍ବର ହୋଇଥିବାରୁ ପରିବା ଚାଷ ପାଇଁ ଅନୁକୂଳ। ହେଲେ ଆବଶ୍ୟକ ସରକାରୀ ପ୍ରୋତ୍ସାହନ ଅଭାବରୁ ଚାଷୀ କ୍ଷତିରେ ପଡ଼ୁଛନ୍ତି। ଏ ସମ୍ପର୍କରେ ସ୍ଥାନୀୟ ଅଞ୍ଚଳର କେତେଜଣ ଚାଷୀ ପ୍ରତିକ୍ରିୟାରେ କହିଛନ୍ତି, ଜିଲାରେ ଥିବା ସରକାରୀ ଶୀତଳ ଭଣ୍ଡାରଗୁଡିକ ବନ୍ଦ ହୋଇଯାଇଛି। ବେସରକାରୀ ଶୀତଳ ଭଣ୍ଡାର ସଂଖ୍ୟା ନଗଣ୍ୟ। ଏଥିଯୋଗୁ ଚାଷୀ ଉତ୍ପାଦିତ ପରିବା ସଂରକ୍ଷଣ କରିପାରୁନାହିଁ। ଉତ୍ପାଦନ ସମୟରେ ନଷ୍ଟ ହୋଇଯିବା ଭୟରେ ଶସ୍ତାରେ ବିକିବାକୁ ବାଧ୍ୟ ହେଉଛି। ସାର, କୀଟନାଶକ ଔଷଧ ଆଦିର ଦର ଅଧିକ। ଖର୍ଚ୍ଚାନ୍ତ ସହ ବହୁ ପରିଶ୍ରମ କରି ଚାଷୀ ଫଳ ଉତ୍ପାଦନ କରୁଛି। କିନ୍ତୁ ଉଚିତ ମୂଲ୍ୟ ମିଳିବା ତ ଦୂରର କଥା ଅନେକ ସମୟରେ ମୂଳଧନ ନ ପାଇ ନିରାଶ ହୋଇପଡ଼ୁଛି। ତା’ ଭିତରେ ଅନେକ ସମୟରେ ପ୍ରାକୃତିକ ବିପର୍ଯ୍ୟୟ ଦାଉ ସାଧୁଛି। ଅନ୍ୟପଟେ ବିକ୍ରି ପାଇଁ ଉତ୍ତମ ବଜାର ବ୍ୟବସ୍ଥା ନାହିଁ। ସରକାର ଯେପରି ଧାନ ପାଇଁ ମଣ୍ଡି ଖୋଲୁଛନ୍ତି ସେହିପରି ପରିବା ମଣ୍ଡି କଲେ ଚାଷୀ ଚାଷ ଆଡକୁ ଆକର୍ଷିତ ହୁଅନ୍ତେ। ସରକାର ଏହା ଜାଣି ମଧ୍ୟ ଗୁରୁତ୍ୱ ଦେଉନାହାନ୍ତି। ସରକାର ସ୍ବୟଂ ସହାୟକ ଗୋଷ୍ଠୀକୁ ପ୍ରୋତ୍ସାହିତ କରୁଛନ୍ତି। ମିଶନ ଶକ୍ତିର କାୟା ବୃଦ୍ଧି ହୋଇଥିବା କହି ଡିଣ୍ଡିମ ପିଟୁଛନ୍ତି। କିନ୍ତୁ ସେମାନଙ୍କ ମାଧ୍ୟମରେ କିପରି ପରିବା ଉତ୍ପାଦନ ବୃଦ୍ଧି ସାଙ୍ଗକୁ ଉତ୍ତମ ବଜାର ଖୋଲାଯାଇପାରିବ ସେନେଇ ପ୍ରୋତ୍ସାହିତ କରୁନାହାନ୍ତି। ଏଭଳି ହେଲେ କେତେକାଂଶରେ ସୁଫଳ ମିଳିପାରନ୍ତା। ଏହାବାଦ୍‌ ଜିଲାରେ ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗ ଢାଞ୍ଚାରେ ବଜାର ଓ ଉତ୍ପାଦନ ପାଇଁ ସୁଯୋଗ ସୃଷ୍ଟି କରିବା ଉଚିତ। ଓଡ଼ିଶା ଆଳୁ ପାଇଁ ପଶ୍ଚିମବଙ୍ଗ ଉପରେ ନିର୍ଭରଶୀଳ।
ପଶ୍ଚିମବଙ୍ଗର ଅଧିକାଂଶ ଚାଷୀ ବ୍ୟକ୍ତିଗତ ଛୋଟ ଶୀତଳ ଭଣ୍ଡାର କରିଛନ୍ତି। ଅନୁରୂପ ଭାବେ ଆନ୍ଧ୍ରପ୍ରଦେଶରେ ମଧ୍ୟ ବହୁ ସଂଖ୍ୟାରେ ଶୀତଳ ଭଣ୍ଡାର ରହିଛି। ତେଣୁ ସରକାର ସରକାରୀ ଓ ବେସରକାରୀ ଭାବେ ବହୁ ସଂଖ୍ୟକ ଶୀତଳ ଭଣ୍ଡାର ଖୋଲିବା ପାଇଁ ଆନ୍ତରିକତା ପ୍ରକାଶ କରିବା ଉଚିତ। ବାସ୍ତବ ଲକ୍ଷ୍ୟ ପୂରଣ କରିବାକୁ ହେଲେ ନୂଆ ଯୋଜନା କାର୍ଯ୍ୟକାରୀ କରିବା ଦରକାର। କାରଣ ବିଦ୍ୟୁତ୍‌ ୟୁନିଟ୍‌ ପ୍ରତି ଦର ଶୀତଳ ଭଣ୍ଡାର ନିର୍ମାଣରେ ବାଧକ ସାଧୁଛି। ନୂଆ ଯୋଜନାରେ ବିଦ୍ୟୁତ୍‌ ଦର କୋହଳ କରାଗଲେ ଶୀତଳ ଭଣ୍ଡାର ସଂଖ୍ୟା ଆପେ ଆପେ ବଢ଼ିଯିବ। ଏଥିସହ ସହଜରେ ବୀମା ସୁବିଧା ଓ ପରିବା ଚାହିଦା ବୃଦ୍ଧି ପାଇଁ ପ୍ରୋସେସିଂ ୟୁନିଟ୍‌କୁ ପ୍ରୋତ୍ସାହନ ଦେବାକୁ ପଡ଼ିବ। ବିକ୍ରି ପାଇଁ ଯୋଜନାବଦ୍ଧ ଖସଡା ପ୍ରସ୍ତୁତ କରିବା ଦରକାର। କେବଳ ପରିବା ଚାଷ କରିଦେଲେ ହେବନାହିଁ ମାନ ବୃଦ୍ଧି ପାଇଁ ଆବଶ୍ୟକ କୌଶଳ ଓ ବୈଷୟିକ ଜ୍ଞାନ ଆଦିର ପ୍ରୟୋଗ ଉପରେ ଗୁରୁତ୍ୱ ଦିଆଯିବା କଥା। ସେହିପରି ପରିବା ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ରିହାତି ସୁବିଧା ଦିଆଯିବା ଆବଶ୍ୟକ ା କେତେ ପରିମାଣର ଅମଳ କଲେ କେତେ ରିହାତି ମିଳିବ ତା’ର ଏକ ଚାର୍ଟ ପ୍ରସ୍ତୁତ କରାଯିବା ଉଚିତ। ଏସବୁ ଦିଗ ପ୍ରତି ଧ୍ୟାନ ଦିଆଗଲେ ଲୋକେ ଚାଷ ଆଡକୁ ଆକର୍ଷିତ ହୋଇପାରନ୍ତେ। ଏହାଦ୍ୱାରା ବାସ୍ତବ ଲକ୍ଷ୍ୟ ପୂରଣ ହେବା ସାଙ୍ଗକୁ ପରିବା ଦରରେ ଦେଖାଦେଉଥିବା ଅସମାନତା ଦୂର ହୋଇପାରିବ ବୋଲି ଯୁକ୍ତି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?