ପାଣି ଅଭାବରୁ ପନିପରିବା ଫସଲ ନଷ୍ଟ

ପଟ୍ଟାମୁଣ୍ଡାଇ,୨୫ା୪(କଳ୍ପତରୁ ନାୟକ)କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଅସହ୍ୟ ଗୁଳୁଗୁଳି ସାଙ୍ଗକୁ ପ୍ରଚଣ୍ଡ ରୌଦ୍ରତାପରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛନ୍ତି। ୧୫ ଦିନ ହେଲା କ୍ରମାଗତ ତାପମାତ୍ରା ବୃଦ୍ଧି ପାଉଥିବାରୁ ସକାଳ ୯ଟା ପରେ ଘରୁ ପଦାକୁ ଗୋଡ଼ କାଢ଼ି ହେଉନାହିଁ। ଦିନର ତାପମାତ୍ରା ୪୨ ଡିଗ୍ରୀ ପାଖାପାଖି ରହୁଛି। ଗୁଳୁଗୁଳି ସାଙ୍ଗକୁ ତାପମାତ୍ରା ବୃଦ୍ଧି ଓ ଟାଣଖରା ପାଇଁ ବିଲରେ ପନିପରିବା ଫସଲ ଜଳି ମରିଯାଉଛି। ପଟ୍ଟାମୁଣ୍ଡାଇ ମୁଖ୍ୟ କେନାଲ ଓ ଏଥିରୁ ବାହାରିଥିବା ଶାଖା କେନାଲଗୁଡ଼ିକ ବର୍ଷାଦିନ ପରଠାରୁ ପାଣି ଆସିନାହିଁ। ଏଥିଯୋଗୁ ପୋଖରୀଗୁଡ଼ିକ ମଧ୍ୟ ଶୁଖିଗଲାଣି। ପଟ୍ଟାମୁଣ୍ଡାଇ ମୁଖ୍ୟ କେନାଲରେ ପାଣି ଛଡ଼ାଗଲେ ଏଥିରୁ ବାହାରିଥିବା ଶାଖା କେନାଲରେ ପାଣି ଆସିଲେ ବ୍ୟାପକ ଅଞ୍ଚଳରେ ଜଳ ସମସ୍ୟା ସମାଧାନ ହେବା ସହ ଉତ୍ତାପ ହ୍ରାସ ପାଆନ୍ତା ବୋଲି ସାଧାରଣରେ ମତପ୍ରକାଶ ପାଇଛି।

ଏ ସମ୍ପର୍କରେ ସାମାଜିକ କର୍ମୀ ପ୍ରଫୁଲ୍ଲ ଦାଶ କହିଛନ୍ତି, କଟକ ଜିଲା ଜଗତପୁର ମହାନଦୀ ବ୍ୟାରେଜରୁ ବାହାରିଥିବା ପଟ୍ଟାମୁଣ୍ଡାଇ ମୁଖ୍ୟ କେନାଲ ଶୁଖିଲା ପଡ଼ିଥିବାରୁ ପାଣି ଛାଡିବାକୁ ଚାଷୀମାନେ ଦାବି କରିଛନ୍ତି। ଅନ୍ୟପକ୍ଷରେ ପଟ୍ଟାମୁଣ୍ଡାଇ ମୁଖ୍ୟ କେନାଲକୁ ସଂଯୋଗ କରୁଥିବା ଗୋବରୀ ସମ୍ପ୍ରସାରିତ କେନାଲ ଓ ଏହାର ଶାଖା ୧୬ ନଂ. କେନାଲ, ୨ ନଂ. କେନାଲ, କୋରିଆପଲ୍ଲୀ ମାଇନର, ୧୪ ନଂ. କେନାଲ, ୧୫ ନଂ. ତାତନା ମାଇନର ଶୁଖିଲା ପଡ଼ିଛି। କେନାଲକୂଳ ଗ୍ରାମର ଅଧିକାଂଶ ଲୋକ ପଟ୍ଟାମୁଣ୍ଡାଇ ମୁଖ୍ୟ କେନାଲ ଓ ଶାଖା ଉପରେ ନିର୍ଭର କରି ଚଳିଥା’ନ୍ତି। କେନାଲ ସବୁ ଶୁଖିଲା ପଡ଼ିଥିବାରୁ ଚାଷ ସହ ବିଭିନ୍ନ କାର୍ଯ୍ୟରେ ସମସ୍ୟା ଦେଖାଦେଉଛି। ସେହିପରି ଗ୍ରୀଷ୍ମ ପ୍ରବାହ କାରଣରୁ ଗୋରୁ, ଛେଳିମେଣ୍ଢା ଆଦି ଗୃହପାଳିତ ପ୍ରାଣୀ ପିଇବା ପାଣି ନ ପାଇ ଡହଳବିକଳ ହେଉଛନ୍ତି। କେନାଲ କୂଳରେ ଥିବା ଜମିରେ ଚାଷୀମାନେ ପନିପରିବା ଚାଷ କରିଥିବାରୁ ପାଣି ବିନା ମରିଯିବାକୁ ବସିଲାଣି। କେନାଲରେ ତୁରନ୍ତ ପାଣି ଛାଡ଼ିବାକୁ ସେ ଦାବି କରିଛନ୍ତି। ଚାଷୀ ଅଜୟ ନାୟକ, ସୁଶାନ୍ତ ସାମଲ, ପ୍ରଫୁଲ୍ଲ ତରାଇ, ବିଜୟ ଦାସ, ବନମାଳୀ ମହାପାତ୍ର, ଦେବେନ୍ଦ୍ର ପ୍ରଧାନ, ତ୍ରିଲୋଚନ ମଲିକ, ଭ୍ରମରବର ବେହେରା ପ୍ରମୁଖ ଜଳସମ୍ପଦ ବିଭାଗକୁ ୧୫ ଦିନ ମଧ୍ୟରେ କେନାଲରେ ପାଣି ଛାଡ଼ିବାକୁ ଦାବି କରିଛନ୍ତି। ସେମାନଙ୍କ କହିବା କଥା, ପଟ୍ଟାମୁଣ୍ଡାଇ ଅଞ୍ଚଳର ଷଣ୍ଢପଲ୍ଲୀ, ଅଳଭା, ଖଡ଼ଇଣ୍ଟା, ଆମ୍ବେର, ଶିମୁଳିଆ, ଅରଡ଼ପଲ୍ଲୀ, ଗଙ୍ଗାରାମପୁର, ଗୁଣୁପୁର, ଛେଦରା, ଅଠରବାଟିଆ, ବେଲତଳ, ତାତନା, ଦକ୍ଷିଣଦିଆ, ବକ୍ତାରପୁର, ଛାଉଣୀ, ମାଟିଆ, କଖାରୁଣୀ, ବାଲିସାହି, ପୋଖରିଆପଡ଼ା, ଡିହାପଡ଼ା, ନରସିଂହପୁର, ବଡ଼ମୂଳବସନ୍ତ, ସେକପୁର, ଗଣ୍ଡକୂଳ, ନପଙ୍ଗ, ସୁବର୍ଣ୍ଣପୁର, ଓଉପଦା, ବିଲିକଣା, ଦୋସିଆ, ବଡ଼ପଡ଼ା, କାଠିଆପଡ଼ା ଆଦି ଉତିକୋଣ ଭେଡ଼ାରେ କେନାଲ ଜଳସେଚିତ ଜମିରେ ପନିପରିବା ଚାଷ କରାଯାଇଛି। କେନାଲ ପାଣି ବ୍ୟତୀତ ଅନ୍ୟ ବିକଳ୍ପ ବ୍ୟବସ୍ଥା ନ ଥିବାରୁ ଚାଷୀ କରିଥିବା ପରିବା ଫସଲ ଖରାରେ ଶୁଖିଯାଇ ବ୍ୟାପକ କ୍ଷତିଗ୍ରସ୍ତ ହେବାରେ ଲାଗିଛି। ଏବେ ଖରାଦିନ ହୋଇଥିବାରୁ ଗୃହପାଳିତ ପ୍ରାଣୀଙ୍କୁ ଗୁହାଳ କିମ୍ବା ଗୋଠରେ ବାନ୍ଧି ରଖି ହେଉନାହିଁ। ପାଣି ଅଭାବରୁ ଗୃହପାଳିତ ପ୍ରାଣୀମାନେ ଶୋଷରେ ଆଉଟୁପାଉଟୁ ହେଉଛନ୍ତି। କେନାଲରେ ପାଣି ନ ଥିବାରୁ ରୌଦ୍ରତାପରେ ପୋଖରୀ, ଗାଡ଼ିଆଗୁଡ଼ିକ ଶୁଖିଯାଇଛି। ଭୂତଳ ଜଳସ୍ତର କ୍ରମଶଃ ହ୍ରାସ ପାଉଥିବାରୁ କୂପ ଓ ନଳକୂପଗୁଡ଼ିକର ଜଳସ୍ତର ମଧ୍ୟ କମିବାରେ ଲାଗିଛି। ପଟ୍ଟାମୁଣ୍ଡାଇର ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଥିବା ଧୋୟାଞ୍ଚଳକୁ ବାଦ୍‌ ଦେଲେ ଭେଡ଼ା ଅଞ୍ଚଳର ୭୦ ଭାଗ ଲୋକ କେନାଲ ପାଣି ଉପରେ ନିର୍ଭର କରି ଚାଷଠାରୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟ ସମ୍ପାଦନ କରିଥାନ୍ତି। ଚଳିତବର୍ଷ ଅନ୍ୟବର୍ଷ ତୁଳନାରେ ତାପମାତ୍ରା ଅହେତୁକ ଭାବେ ବୃଦ୍ଧି ପାଇଛି। କେନାଲରେ ପାଣି ଛଡ଼ା ଗଲେ ଉଭୟପାର୍ଶ୍ୱରେ ଥିବା ଗ୍ରାମଗୁଡ଼ିକର ଜନସାଧାରଣ ଆଶ୍ୱସ୍ତି ଅନୁଭବ କରିପାରନ୍ତେ। ଏଥିପ୍ରତି ଜଳସମ୍ପଦ ବିଭାଗର ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି। ଏ ସମ୍ପର୍କରେ ଜଳସମ୍ପଦ ବିଭାଗ ଯନ୍ତ୍ରୀ ଅକୁଳୀ ସାହୁଙ୍କୁ ପଚାରିବାରେ ପଟ୍ଟାମୁଣ୍ଡାଇ ବାଇପାସ୍‌ ରାସ୍ତା ନିର୍ମାଣ କରୁଥିବା ଠିକାଦାର ମନମୁଖି କେନାଲକୁ ଖୋଳି ରାସ୍ତା ନିର୍ମାଣ କରୁଛନ୍ତି। କେନାଲରେ ପାଣି ଛଡ଼ାଗଲେ ପଟ୍ଟାମୁଣ୍ଡାଇ ସହର ଡୁବିଯିବ। ଠିକାଦାର ଜଣେ ପ୍ରଭାବଶାଳୀ ଲୋକ ହୋଇଥିବାରୁ କିଛି କହିପାରୁନାହଁୁ। ଜନସାଧାରଣ ଏକଜୁଟ ହୋଇ ଏହାର ପ୍ରତିବାଦ କଲେ ହୁଏତ କେନାଲରେ ପାଣି ଛାଡ଼ିହୁଅନ୍ତା ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?