ଭେଜ୍‌ ମାଛ ତରକାରି

ଆବଶ୍ୟକ ସାମଗ୍ରୀ: ସୋୟାବିନ୍‌- ୧୦୦ଗ୍ରାମ୍‌, ବ୍ରେଡ- ୨ ଖଣ୍ଡ, କଞ୍ଚା କଦଳୀ- ଛୋଟ ୧ଟି ସିଝା, ଆଳୁ- ୪ଟି, ପିଆଜ- ୨ଟି ବଡ଼, ଅଦା- ଛୋଟ ଖଣ୍ଡେ, କଞ୍ଚାଲଙ୍କା- ୨/୩ଟି, ରସୁଣ- ୨ଟି ବଡ଼, ଜିରା ଓ ସୋରିଷ- ଅଳ୍ପ, ଲଙ୍କାଗୁଣ୍ଡ- ଅଧା ଚାମଚ, ଟମାଟୋ- ୧ଟା ବଡ଼,
ଲୁଣ, ତେଲ ଓ ହଳଦୀ (ଆବଶ୍ୟକ ଅନୁସାରେ)।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ସୋୟାବିନ୍‌କୁ ଗରମ ପାଣିରେ ଭିଜାଇ ଚିପୁଡି ରଖନ୍ତୁ। କଞ୍ଚା କଦଳୀ ଓ ଆଳୁର ଚୋପା ଛଡ଼ାଇ ଲୁଣ ଓ ହଳଦୀ ଦେଇ ସିଝାଇ ନିଅନ୍ତୁ। ସୋୟାବିନ୍‌, ପିଆଜ, ଅଦା, ରସୁଣ, କଞ୍ଚାଲଙ୍କାକୁ ହାଲ୍‌କା ଗ୍ରାଇଣ୍ଡିଂ କରି କିମା କରି ନିଅନ୍ତୁ। ଏଥିରେ ସିଝା ଆଳୁ ଓ କଦଳୀ, ଲୁଣ, ହଳଦୀଗୁଣ୍ଡ ପକାଇ ଭଲଭାବେ ଚକଟି ନିଅନ୍ତୁ। ସେଥିରେ ବ୍ରେଡକୁ ଛୋଟ ଛୋଟ କରି ମିଶାଇ ଦିଅନ୍ତୁ। ଏବେ ଏହି ପେଷ୍ଟକୁ ଛୋଟ ଛୋଟ ଗୁଳା କରି ମଝିରୁ କଣା କରି କଟା ମାଛ ଭଳି ସେପ୍‌ ଦିଅନ୍ତୁ ଓ ତାକୁ ମଇଦାରେ ଗଡ଼ାଇ କୋଟିଂ ଦିଅନ୍ତୁ। ଏହିପରି ସବୁତକ ମାଛ ପିସ୍‌ ଭଳି କରି କଡ଼େଇରେ ତେଲ ପକାଇ ଧୀରେ ଧୀରେ ଭାଜି ଦିଅନ୍ତୁ। ଏହାପରେ ତରକାରି ନିମନ୍ତେ ପିଆଜ, ରସୁଣ, ସୋରିଷ ଓ ଜିରାକୁ ବାଟି ବେସର ମସଲା ଗ୍ରାଇଣ୍ଡିଂ କରି ଦିଅନ୍ତୁ। କଡେଇରେ ତେଲ ଗରମ କରି ସେଥିରେ କଟା ଆଳୁକୁ ଟିକେ ଭାଜି ଦିଅନ୍ତୁ। ପୁଣି ଥରେ କଡେଇରେ ତେଲ ଗରମ କରି ସେଥିରେ କଟା ପିଆଜ ପକାନ୍ତୁ। ପିଆଜ ବାଦାମୀ ହୋଇଗଲେ ସେଥିରେ ବଟା ମସଲାକୁ ଅଳ୍ପ କଷି ସେଥିରେ ଲଙ୍କାଗୁଣ୍ଡ, ହଳଦୀଗୁଣ୍ଡ ଓ ଲୁଣ ପକାଇ ଭଲଭାବେ ଗୋଳାନ୍ତୁ। ଏହାପରେ ଟମାଟୋ ଓ ଆଳୁ ପକାଇ କଷିବା ପରେ ସେଥିରେ ପାଣି ଦେଇ ଘୋଡ଼ାଇ ଦିଅନ୍ତୁ। ଆଳୁ ସିଝିଗଲା ପରେ ସେଥିରେ ଭଜା ଭେଜ୍‌ ମାଛଗୁଡ଼ିକୁ ପକାନ୍ତୁ। ତେବେ ତରକାରି ଟିକେ ଥଣ୍ଡା ହେବା ପରେ ଏହି ମାଛକୁ ପକାଇଲେ ତାହା ଫିଟିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ହିଲୁଙ୍ଗ ମଣ୍ଡିରୁ ଉଠୁନି ଧାନ, ରାସ୍ତାରୋକୋ କରି ପ୍ରତିବାଦ କଲେ ଚାଷୀ

ଅମରପାଲି,୧୧।୬(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ହିଲୁଙ୍ଗ ମଣ୍ଡିରୁ ଧାନ ଉଠୁ ନଥିବାରୁ ପ୍ରତିବାଦ କରି ରାସ୍ତାରୋକ ଯାଇଛନ୍ତି ଚାଷୀ। ଚାଷୀମାନେ ଧାନ ବିକ୍ରି…

ମମତାଙ୍କ ଦଳରେ ବିଦ୍ରୋହର ସ୍ବର: TMC ଛାଡ଼ିଲେ ଆଉ ଜଣେ ଏମ୍‌ପି, ଏବେ ମାତ୍ର…

କୋଲକାତା,୧୧।୬: ତୃଣମୂଳ କଂଗ୍ରେସ (TMC)ର ସୁପ୍ରିମୋ ମମତା ବାନାର୍ଜୀଙ୍କୁ ଆଉ ଏକ ଝଟ୍‌କା। ଦଳର ଏମ୍‌ପିମାନେ ଏକାଠି ହୋଇ ଜଣଙ୍କ ପରେ ଜଣେ ମମତାଙ୍କ ହାତ ଛାଡୁଛନ୍ତି।…

ପ୍ରି-ୱେଡିଂ ସୁଟ୍ ହେଲା କାଳ! ଗଭୀର ପାଣିରେ ଖସିପଡ଼ିଲେ ଯୁବକ, ବାନ୍ଧବୀ ସାମ୍ନାରେ ହେଲା ମୃତ୍ୟୁ

ଜୟପୁର,୧୧।୬: ରାଜସ୍ଥାନର ରାଜସମନ୍ଦ ଜିଲାର ଡିଭେରରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ବିବାହ ପୂର୍ବ ଫଟୋସୁଟ୍ ସମୟରେ ଜଣେ ଯୁବକ ପାଣିରେ ବୁଡ଼ି ମୃତ୍ୟୁବରଣ…

ଜୁନ୍ ୧୩ରୁ ଏହି ରାଶିର ବଦଳିବ ଭାଗ୍ୟ, ମିଳିବ ପ୍ରଚୁର ଟଙ୍କା!

ଜ୍ୟୋତିଷ ଶାସ୍ତ୍ରରେ, ଗ୍ରହମାନଙ୍କର ଗତି ଏବଂ ସେମାନଙ୍କର ନିର୍ଦ୍ଦିଷ୍ଟ ସଂଯୋଜନକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏହି ପ୍ରକୃତିର ଏକ ବିଶେଷ ଗ୍ରହ ସଂଯୋଜନ ୧୩…

Term Insurance ପାଇଁ ୫୫ ନା ୮୦ ବର୍ଷର କଭର୍‌ ଶ୍ରେଷ୍ଠ? ଜାଣନ୍ତୁ କେଉଁଥିରେ ଅଛି ଆପଣଙ୍କ ଫାଇଦା

ନୂଆଦିଲ୍ଲୀ,୧୧।୬: ନିଜ ପରିବାରର ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ ଟର୍ମ ଇନସ୍ୟୁରାନ୍ସ ବା ଟର୍ମ ପ୍ଲାନ ନେବା ହେଉଛି ସବୁଠାରୁ ପ୍ରଥମ ଏବଂ ବୁଦ୍ଧିମାନ ପଦକ୍ଷେପ। କିନ୍ତୁ…

ବଡ ଭୁଲ୍‌ କରିଦେଲେ ବୈଭବ ସୂର୍ଯ୍ୟବଂଶୀ: ଅଳ୍ପକେ…

ନୂଆଦିଲ୍ଲୀ,୧୧।୬: ଆଫଗାନିସ୍ତାନ ଏ ବିପକ୍ଷ ମ୍ୟାଚ୍‌ରେ ଇତିହାସ ରଚିବାରୁ ବୈଭବ ସୂର୍ଯ୍ୟବଂଶୀ ବଞ୍ଚିତ ହୋଇଥିଲେ। ଗୁରୁବାର ଭାରତ ଏ ଏବଂ ଆଫଗାନିସ୍ତାନ ଏ ମଧ୍ୟରେ ଟ୍ରାଏ-ସିରିଜ ମୁକାବିଲାରେ,…

ସାଙ୍ଗଙ୍କୁ ଘରୁ ଡାକିନେଇ ଛୁରି ଭୁସି ହତ୍ୟା, ରକ୍ତ ଜୁଡୁବୁଡୁ ଅବସ୍ଥାରେ…

ରାଜନଗର,୧୧ା୬(ଭାସ୍କର ରାଉତରାୟ): କେନ୍ଦ୍ରାପଡ଼ା ଜିଲା ପଟାମୁଣ୍ଡାଇ ବ୍ଲକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ କଜଳବନ୍ଧ ଗ୍ରାମରେ ବୁଧବାର ରାତିରେ ଏକ ଦୁଖଃଦ ତଥା ଅଭାବନୀୟ ଘଟଣା ଘଟିଯାଇଛି। ରାତି…

ରବି ଧାନ ଉଠାଣରେ ବିଳମ୍ବ: ବର୍ଷାରେ ଭିଜି ଧାନ ଗଜା, ଜାତୀୟ ରାଜପଥରେ ବସିଲେ ଚାଷୀ

ଭବାନୀପାଟଣା, କେସିଙ୍ଗା, ୧୧।୬(ଉତ୍ତମ କୁମାର ଦାଶ/ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା ଏମ.ରାମପୁର ବ୍ଲକର ଅଁଳାପାଲି ଓ ବମକ ମଣ୍ଡିରେ ରବିଧାନ ଉଠାଣ ବିଳମ୍ବକୁ ନେଇ ସ୍ଥାନୀୟ ଚାଷୀଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri