Posted inଜାତୀୟ

ଅଭିନନ୍ଦନଙ୍କୁ ବୀର ଚକ୍ର…

ନୂଆଦିଲ୍ଲୀ,୨୨।୧୧: ବାୟୁସେନାର ଗ୍ରୁପ୍‌ କ୍ୟାପଟେନ୍‌ ଅଭିନନ୍ଦନ ବର୍ଥମାନଙ୍କୁ ବୀର ଚକ୍ରରେ ସମ୍ମାନୀତ କରାଯାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି। ବାଲାକୋଟ ଏୟାର ଷ୍ଟ୍ରାଇକ୍‌ ସମୟରେ ଅଭିନନ୍ଦନ ବାୟୁସେନାର ଓ୍ବିଙ୍ଗ୍‌ କମାଣ୍ଡା ଭାବେ କାର୍ଯ୍ୟ କରୁଥିଲେ। ସେ ପାକିସ୍ତାନ ଏଫ୍‌-୧୬ ଯୁଦ୍ଧ ବିମାନକୁ ଧ୍ୱଂସ କରିଥିଲେ।

ଚଳିତ ବର୍ଷ ନଭେମ୍ବର ୩ରେ ତାଙ୍କୁ ପଦୋନ୍ନତି ଦିଆଯାଇଥିଲା। ଏବେ ସେ ଗ୍ରୁପ କ୍ୟାପଟେନ ଦାୟିତ୍ୱରେ ଅଛନ୍ତି। ପ୍ରଦାନ କରାଯାଇଥିଲା। ୨୦୧୯ ଫେତ୍ୃୟାରୀ ୨୬-୨୭ ରାତିରେ ଅଭିନନ୍ଦନ ମିଗ-୨୧ ବିମାନରୁ ପାକିସ୍ତାନ ଯୁଦ୍ଧ ବିମାନ ଏଫ୍‌-୧୬ ଉପରେ ଆକ୍ରମଣ କରିଥିଲେ। ଏହାପରେ ମିଗ୍‌-୨୧ ଦୁର୍ଘଟଣା ଗ୍ରସ୍ତ ହେବାକରୁ ସେ ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ)ରେ ଅବତରଣ କରିଥିଲେ। ତାଙ୍କୁ ପାକିସ୍ତାନୀ ସୈନ୍ୟ ଗିରଫ କରିଥିଲେ।
ତେବେ ପରେ ତାଙ୍କୁ ପାକିସ୍ତାନ ମୁକ୍ତ କରିଥିଲା। ଭାରତର କୂଟନୈତିକ ଚାପ ସମ୍ମୁଖରେ ପାକିସ୍ତାନ ତାଙ୍କୁ ୱାଘା ସୀମାରେ ନିରାପଦରେ ଛାଡି ଦେଇଥିଲା।
ପାକିସ୍ତାନୀ ବିମାନ ଏଫ୍‌-୧୬କୁ ଗୁଳି କରିଥିବାରୁ ତାଙ୍କୁ ପ୍ରଶଂସା କରାଯାଇଥିଲା ଏବଂ ସେ ଜାତୀୟ ହିରୋ ଭାବରେ ପରିଚିତି ଲାଭ କରିପାରିଥିଲେ।

ଏହି ଅବସରରେ ସୈପର୍‌ ପ୍ରକାଶ ଯାଦବଙ୍କ ମରଣୋତ୍ତର ’କୀର୍ତ୍ତୀ ଚକ୍ର’ ପ୍ରଦାନ କରାଯାଇଛି। ଜମ୍ମୁ କଶ୍ମୀରରେ ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର କରିଥିବାରୁ ପ୍ରକାଶଙ୍କ ସ୍ତ୍ରୀ ଏବଂ ମାତାଙ୍କୁ ରାଷ୍ଟ୍ରପତି ଏହି ସମ୍ମାନ ପ୍ରଦାନ କରିଛନ୍ତି।


ନାଏବ ସୁବେଦାର ସୋମବୀରଙ୍କୁ ମରଣୋତ୍ତର ‘ଶୌର୍ଯ୍ୟ ଚକ୍ର’ ସମ୍ମାନରେ ସମ୍ମାନୀତ କରାଯାଇଛି।

୫ ଜଣ ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର କରିଥିବା ମେଜର ବିଭୁତି ଢୋଣ୍ଡିଆଲଙ୍କୁ ମରଣୋତ୍ତର‘ଶୌର୍ଯ୍ୟ ଚକ୍ର’ ସମ୍ମାନରେ ସମ୍ମାନୀତ କରାଯାଇଛି। ତାଙ୍କ ସ୍ତ୍ରୀ ଲ୍ୟୁଟନାଟ୍‌ ନିତିକା କୌଲ ଏବଂ ମାତା ରାଷ୍ଟ୍ରପତିଙ୍କଠାରୁ ଏହି ସମ୍ମାନ ଗ୍ରହଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୬ ହଜାର ଫୁଟ ଉଚ୍ଚରେ ଉଡ଼ିଲା ତ୍ରିରଙ୍ଗା

ନୂଆଦିଲ୍ଲୀ,୧୫।୮: ଦେଶର ୭୪ତମ ସ୍ବାଧୀନତା ଦିବସ ଅବସରରେ ଲଦାଖରେ ୧୬ ହଜାର ଫୁଟ ଉଚ୍ଚ ପାହାଡ଼ରେ ଭାରତୀୟ ଯବାନ ତ୍ରିରଙ୍ଗା ଉତ୍ତୋଳନ କରିଛନ୍ତି। ସ୍ଥାନୀୟ ପୋଙ୍ଗୋଙ୍ଗ୍‌...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ୧୧ ଜୀବନ

ଭୋପାଳ,୪।୧୧: ମଧ୍ୟପ୍ରଦେଶରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ବେଟୁଲ ଜିଲାର ଜାଲାର...

କରୋନା ଚିକିତ୍ସା ଉପକରଣ ଆଣିବା ଲାଗି ଚାଇନା ଗଲା ଏୟାର ଇଣ୍ଡିଆ ବି-୭୮୭ ବିମାନ

ନୂଆଦିଲ୍ଲୀ,୧୮।୪: ଭାରତରେ କରୋନା ବିରୋଧର ଲଢ଼େଇ ଜାରି ରହିଛି। ଦେଶରେ ଆବଶ୍ୟକ ଚିକିତ୍ସା ଉପକରଣର ଅଭାବ ପୂରଣ କରିବା ଲାଗି ସରକାରଙ୍କ ପକ୍ଷରୁ ଯୋଜନା ପ୍ରସ୍ତୁତ...

ଚାଇନା ଗୋଇନ୍ଦାକୁ ପ୍ରତିରକ୍ଷା ତଥ୍ୟ ଯୋଗାଣ

ନୂଆଦିଲ୍ଲୀ,୨୧।୯(ପି.ଟି.): ଚାଇନା ଗୋଇନ୍ଦା ଅଧିକାରୀଙ୍କୁ ପ୍ରତିରକ୍ଷା ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଯୋଗାଇବା ଅଭିଯୋଗରେ ଦିଲ୍ଲୀ ପୋଲିସ ଜଣେ ସାମ୍ବାଦିକଙ୍କୁ ଗିରଫ କରିଛି। ଗିରଫ ରାଜୀବ ଶର୍ମା...

ହରିୟାଣା ବିଧାନସଭା ନିର୍ବାଚନ: ଯୋଗେଶ୍ୱର, ବବିତାଙ୍କୁ ଟିକେଟ

ନୂଆଦିଲ୍ଲୀ,୧ା୧୦(ପି.ଟି.)-୯୦ ଆସନ ବିଶିଷ୍ଟ ହରିୟାଣା ବିଧାନସଭା ପାଇଁ ଅକ୍ଟୋବର ୨୧ରେ ନିର୍ବାଚନ ହେବାକୁ ଯାଉଥିବାବେଳେ ସୋମବାର ଭାଜପା ୭୮ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ମୁଖ୍ୟମନ୍ତ୍ରୀ...

ହନୁମାନ ଚାଳିଶା ପାଠୋତ୍ସବରେ ଯୋଗ ହେବାରୁ ମୁସଲମାନ ମହିଳାଙ୍କୁ ଘର ଛାଡିବାକୁ କହିଲେ ମାଲିକ

କୋଲକାତା,୧୮।୭: ସାମୁହିକ ହନୁମାନ ଚାଳିଶା ପାଠରେ ଯୋଗ ଦେଇଥିବା ଭାଜପା ନେତା ଇଶରତ ଜହାଁଙ୍କୁ ଏବେ ହିନସ୍ତା ହେବାକୁ ପଡିଛି। ସେ ଯେଉଁ ଘରେ ଭଡାରେ...

ବଲିଉଡ୍‌ ଅଭିନେତ୍ରୀ ନିମିଙ୍କ ପରଲୋକ

ମୁମ୍ବାଇ,୨୬।୩: ବଲିଉଡର ଭେଟେରାନ୍‌ ଅଭିନେତ୍ରୀ ନିମିଙ୍କର ବୁଧବାର ୮୮ ବର୍ଷ ବୟସରେ ପରଲୋକ ହୋଇଛି। ପ୍ରଥମେ ଫିଲ୍ମ ନିର୍ମାତା ଶେଖର ଏହି ସୂଚନା ଦେଇଥିଲେ। ନିଶ୍ୱାସ...

ରାତିରେ ଶୋଇବା ପୂର୍ବରୁ ପିଅନ୍ତୁ ଏଥିରୁ ଅଧାଗ୍ଲାସେ …

ରାତିରେ ଶୋଇବା ପୂର୍ବରୁ ଅଧାଗ୍ଲାସେ ହଳଦୀ ମିଶା କ୍ଷୀର ପିଇଲେ ବହୁ ଉପକାର ମିଳିଥାଏ। ଏହାଦ୍ୱାରା ସାରାଦିନର ଥକାପଣ ଦୂରହୋଇ ସୁଖନିଦ୍ରା ହୋଇଥାଏ। ଶରୀର ପୀଡ଼ାରୁ...

Advertisement
Archives

Model This Week