Posted inଖେଳ

ବେଦାନ୍ତର କଳିଙ୍ଗ ଲାନ୍ସର୍ସ ଏଚଆଇଏଲ ୨୦୨୪ ରେ ନିଜର ଶ୍ରେଷ୍ଠ ଖେଳ ପ୍ରଦର୍ଶନ ପାଇଁ ପ୍ରସ୍ତୁତ

ଭୁବନେଶ୍ୱର,୧୩।୧୧: ସାତ ବର୍ଷର ବ୍ୟବଧାନ ପରେ ବହୁ ପ୍ରତୀକ୍ଷିତ ହକି ଇଣ୍ଡିଆ ଲିଗ୍ ଶୁଭାରମ୍ଭ ଅବଶରରେ ବେଦାନ୍ତର କଳିଙ୍ଗ ଲାନ୍ସର୍ସ ଏକ ଶକ୍ତିଶାଳୀ ଲାଇନ୍ଅପ୍ ତଥା ସୁସଜ୍ଜିତ ଖେଳ କୌଶଳ ସହିତ ନିଜର ଯାତ୍ରା ଆରମ୍ଭ କରିବାକୁ ଯାଉଛି। ଅନ୍ତର୍ଜାତୀୟ ତାରକା ତଥା ଉଦୀୟମାନ ସ୍ଥାନୀୟ ପ୍ରତିଭା ମାନଙ୍କୁ ସୁରକ୍ଷିତ କରିବା ସହିତ ପ୍ଲେୟାର ନିଲାମରେ ପ୍ରାଧାନ୍ୟ ବିସ୍ତାର କରିବା ପରେ ଦଳ ବର୍ତମାନ କାର୍ଯ୍ୟସୂଚୀ ଘୋଷଣା ଅବଶରରେ ବହୁ ପ୍ରତୀକ୍ଷିତ ମ୍ୟାଚ୍ ପାଇଁ ପ୍ରସ୍ତୁତ ହେଉଛି।

୨୮ ଡିସେମ୍ବର ୨୦୨୪ ରୁ ୧ ଫେବୃଆରୀ ୨୦୨୫ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଲିଗ୍, ରାଉରକେଲା ଏବଂ ରାଞ୍ଚିରେ ବିଶ୍ୱସ୍ତରିୟ ସ୍ଥାନଗୁଡିକରେ ଏଚଆଇଏଲ ଚାମ୍ପିଅନସିପ୍ ଟାଇଟଲ୍ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଆଠଟି ଭୟଙ୍କର ଦଳକୁ ଏକତ୍ରିତ କରିବ। କଳିଙ୍ଗ ଲାନ୍ସର୍ସ ଡିସେମ୍ବର ୩୦, ୨୦୨୪ ରେ ରାଉରକେଲାରେ ୟୁପି ରୁଦ୍ର ବିରୁଦ୍ଧରେ ନିଜର ଅଭିଯାନ ଆରମ୍ଭ କରିବ । ତାମିଲନାଡୁ ଡ୍ରାଗନ୍ସ, ଶ୍ରାଚି ରାହ ବେଙ୍ଗଲ ଟାଇଗର୍ସ ଏବଂ ଦିଲ୍ଲୀ ଏସ.ଜି ପାଇପର୍ସ ଭଳି ଭୟଙ୍କର ପ୍ରତିଦ୍ୱନ୍ଦ୍ୱୀମାନଙ୍କ ବିପକ୍ଷରେ ମ୍ୟାଚ୍ ଗୁଡ଼ିକ ସହିତ ଦଳ ଆଗରେ ଏକ ଚ୍ୟାଲେଞ୍ଜିଂ ତଥା ଏକ ପ୍ରତିଜ୍ଞାକାରୀ ରାସ୍ତା ରହିଛି । ଏହି ଦଳରେ କୃଷ୍ଣ ବି ପାଠକ୍, ଆରାନ୍ ଜାଲୁଭସ୍କି ଏବଂ ଆଲେକ୍ସଜାଣ୍ଡାର୍ ହେଣ୍ଡ୍ରିକ୍ସ, ରୋଜାନ୍ କୁଜୁର ଏବଂ ମୁକେଶ ଟପ୍ପୋଙ୍କ ଭଳି ଭାରତୀୟ ପ୍ରତିଭା ବୃଦ୍ଧି ପାଇଥିବା ଏହି ଦଳ ଟୁର୍ଣ୍ଣାମେଂଟରେ ଏକ ଚମକôାର ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି ।

କାର୍ଯ୍ୟସୂଚୀ ଚୂଡ଼ାନ୍ତକରଣ ସମ୍ପର୍କରେ ସୂଚନା ଦେଇ ବେଦାନ୍ତ ଆଲୁମିନିୟମର ସିଓଓ ସୁନୀଲ ଗୁପ୍ତା କହିଛନ୍ତି ଯେ ଏହା କେବଳ କଳିଙ୍ଗ ଲାନ୍ସର୍ସର ପାଇଁ ନୁହେଁ ବରଂ ଓଡିଶା ଏବଂ ଭାରତର ହକି ପାଇଁ ଏକ ପ୍ରମୁଖ ମୁହୂର୍ତ । ଆମେ ଉତ୍ସାହୀ ପ୍ରଶଂସକଙ୍କ ସାମ୍ନାରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଉତ୍ସାହିତ, ବିଶେଷତ ରାଉରକେଲାରେ ଥିବା ଆମର ହୋମଗ୍ରାଉଣ୍ଡରେ ଆମର ମିଶନ ହେଉଛି ଏହି ଅଂଚଳରେ ହକି ପାଇଁ ଉତ୍ସାହକୁ ଫେରାଇ ଆଣିବା । ପ୍ରତ୍ୟେକ ମ୍ୟାଚରେ ବିଜୟ ପାଇଁ ଚେଷ୍ଟା କରିବୁ ।

ଅଭିଜ୍ଞ ସହାୟକ କର୍ମଚାରୀଙ୍କ ମାର୍ଗଦର୍ଶନରେ, କଳିଙ୍ଗ ଲାନ୍ସର୍ସ ଶୃଙ୍ଖଳା ସହିତ ଦ୍ରୁତ ଗତିଶୀଳ ଖେଳ ଉପରେ ଧ୍ୟାନ ଦେବ । ଦଳ ଏକତା, ପ୍ରତିରକ୍ଷା ଏବଂ ସ୍କୋରର ସୁଯୋଗକୁ ବଢାଇବା ଉପରେ ଗୁରୁତ୍ୱ ଦେଇ ଉଭୟ ପଡ଼ିଆରେ ଏବଂ ବାହାରେ ତୀବ୍ର ପ୍ରସ୍ତୁତି କରୁଛି।

କଳିଙ୍ଗ ଲାନ୍ସର୍ସର ଷ୍ଟ୍ରାଟେଜୀ ନିଦେ୍ର୍ଦଶକ ଡେଭିଡ ଜନ୍ ଆହୁରି ମଧ୍ୟ କହିଛନ୍ତି, “ଆମ ଦଳର ଗଭୀରତା ଏବଂ ଶକ୍ତି ପ୍ରଦର୍ଶନ କରିବାକୁ କାର୍ଯ୍ୟସୂଚୀ ଆମକୁ ପର୍ଯ୍ୟାପ୍ତ ସୁଯୋଗ ଦେଇଛି । ଆମେ ପ୍ରତ୍ୟେକ ମ୍ୟାଚକୁ ଆତ୍ମବିଶ୍ୱାସର ସହ ସୁନିଶ୍ଚିତ କରିବା ପାଇଁ କଠୋର ତାଲିମ ଏବଂ ଦଳ ଗଠନ ପଦକ୍ଷେପ ଗ୍ରହଣ କରିଛୁ ।

କଳିଙ୍ଗ ଲାନ୍ସର୍ସ ସହିତ ବେଦାନ୍ତର ଯୋଗଦାନ ହେଉଛି ଓଡ଼ିଶାରେ ଯୁବ ବିକାଶ, ସମ୍ପ୍ରଦାୟର ଯୋଗଦାନ ଏବଂ କ୍ରୀଡା ଭିତିଭୂମି ପ୍ରତିପାଦନ କରିବା ପାଇଁ ଏହାର ବ୍ୟାପକ ପ୍ରତିବଦ୍ଧତାର ଏକ ଅଂଶ । ହକି ବ୍ୟତୀତ ବେଦାନ୍ତର ବିଭିନ୍ନ କ୍ରୀଡ଼ାରେ ତୃଣମୂଳ ସ୍ତରର ପଦକ୍ଷେପ ମାଧ୍ୟମରେ ସ୍ଥାନୀୟ ପ୍ରତିଭାଙ୍କୁ ପ୍ରୋତ୍ସାହିତ କରିବା ସହିତ ରାଜ୍ୟର ସମୃଦ୍ଧ କ୍ରୀଡା ସଂସ୍କୃତିରେ ଅବଦାନ ରହିଛି ।

ଏଚଆଇଏଲ ସିଜିନ ଯେତିକି ପାଖେଇ ଆସୁଛି ପ୍ରଶଂସକମାନେ ରୋମାଞ୍ଚକର ମ୍ୟାଚ୍ ଏବଂ ଓଡିଶାରେ ହକିର ନବୀକରଣକୁ ଅପେକ୍ଷା କରିଛନ୍ତି । ବେଦାନ୍ତର କଳିଙ୍ଗ ଲାନ୍ସର୍ସର ନେତୃତ୍ୱ ନେଇ ଏକ ଉତ୍ସାହଜନକ ପ୍ରତିଯୋଗିତା ପାଇଁ ମଞ୍ଚ ସ୍ଥିର ହୋଇଛି ।

କଳିଙ୍ଗ ଲାନ୍ସର୍ସର ମ୍ୟାଚ୍ କାର୍ଯ୍ୟସୂଚୀ:

୧ । ୩୦-ଡିସେମ୍ବର -୨୪: ବେଦାନ୍ତ କଳିଙ୍ଗ ଲାନ୍ସର୍ସ ବନାମ ୟୁପି ରୁଦ୍ରସ – ରାଉରକେଲା ।
୨ । ୦୩-ଜାନୁଆରୀ -୨୫: ବେଦାନ୍ତ କଳିଙ୍ଗ ଲାନ୍ସର୍ସ ବନାମ ତାମିଲନାଡୁ ଡ୍ରାଗନ୍ସ – ରାଉରକେଲା ।
୩ । ୦୫-ଜାନୁଆରୀ -୨୫: ବେଦାନ୍ତ କଳିଙ୍ଗ ଲାନ୍ସର୍ସ ବନାମ ସୋର୍ମା ହକି କ୍ଲବ୍ – ରାଉରକେଲା ।
୪ । ୦୬- ଜାନୁଆରୀ -୨୫: ବେଦାନ୍ତ କଳିଙ୍ଗ ଲାନ୍ସର୍ସ ବନାମ ଶ୍ରାଚି ରାହ ବଙ୍ଗଳା ଟାଇଗର – ରାଉରକେଲା ।
୫ । ୦୯-ଜାନୁଆରୀ -୨୫: ବେଦାନ୍ତ କଳିଙ୍ଗ ଲାନ୍ସର୍ସ ବନାମ ଗୋନାସିକା – ରାଉରକେଲା ।
୬ । ୧୨-ଜାନୁଆରୀ -୨୫: ବେଦାନ୍ତ କଳିଙ୍ଗ ଲାନ୍ସର୍ସ ବନାମ ହାଇଦ୍ରାବାଦ ତୁଫାନ୍ସ – ରାଉରକେଲା ।
୭ । ୧୬- ଜାନୁଆରୀ -୨୫: ବେଦାନ୍ତ କଳିଙ୍ଗ ଲାନ୍ସର୍ସ ବନାମ ଦିଲ୍ଲୀ ଏସଜି ପାଇପର୍ – ରାଉରକେଲା ।
୮ । ୧୯-ଜାନୁଆରୀ -୨୫: ବେଦାନ୍ତ କଳିଙ୍ଗ ଲାନ୍ସର୍ସ ବନାମ ଦିଲ୍ଲୀ ଏସଜି ପାଇପର୍ – ରାଉରକେଲା ।
୯ । ୨୪- ଜାନୁଆରୀ -୨୫: ବେଦାନ୍ତ କଳିଙ୍ଗ ଲାନ୍ସର୍ସ ବନାମ ଶ୍ରାଚି ରାହ ବଙ୍ଗଳା ଟାଇଗର – ରାଞ୍ଚି ।
୧୦ । ୨୭- ଜାନୁଆରୀ -୨୫: ବେଦାନ୍ତ କଳିଙ୍ଗ ଲାନ୍ସର୍ସ ବନାମ ସୋର୍ମା ହକି କ୍ଲବ୍ – ରାଉରକେଲା ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

‘ବିରାଟ’ଙ୍କ ଜର୍ସି ପିନ୍ଧିବେ ରବିନ୍ଦ୍ର ଜାଡେଜା !

ନୂଆଦିଲ୍ଲୀ,୨୨।୧: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କୁ ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ଭାରତୀୟ ଦଳରେ ଚୟନ କରାଯାଇଛି। ଫେବୃଆରୀ-ମାର୍ଚ୍ଚରେ ପାକିସ୍ତାନ ଏବଂ...

ହଠାତ୍‌ ସନ୍ନ୍ୟାସ ନେଇ ଚମକାଇଲେ ଏହି କ୍ରିକେଟର,୧୪ ବର୍ଷ କ୍ୟାରିୟରରେ…

ନୂଆଦିଲ୍ଲୀ,୨୨।୧: ଗୋଟିଏ ପଟେ ଇଂଲଣ୍ଡ ଦଳ ଭାରତ ବିପକ୍ଷରେ ଟି-୨୦ ସିରିଜ ଖେଳୁଥିବା ବେଳେ ଜଣେ ଇଂଲଣ୍ଡ କ୍ରିକେଟର ଅବସର ଘୋଷଣା କରି ଚମକାଇଛନ୍ତି। ସେ...

ଇଡେନ୍‌ ଗାର୍ଡେନରେ ଅଭିଷେକ ଶର୍ମା ଝଡ଼: ୭ ଉଇକେଟରେ ଜିତିଲା ଟିମ୍‌ ଇଣ୍ଡିଆ

କୋଲକାତା,୨୨।୧: ଇଂଲଣ୍ଡ ବିପକ୍ଷ ଟି୨୦ ସିରିଜର ପ୍ରଥମ ମ୍ୟାଚ୍‌କୁ ଜିତି ନେଇଛି ଟିମ୍‌ ଇଣ୍ଡିଆ। ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ମାତ୍ର ୧୩୨ ରନ୍‌ରେ ଅଲଆଉଟ୍‌...

ଷଡଯନ୍ତ୍ର କରି କ୍ୟାରିୟର ଶେଷ କରିଦେଲେ, ଟିମ୍ ମ୍ୟାନେଜମେଣ୍ଟ ଉପରେ ଲାଗିଲା ବଡ଼ ଅଭିଯୋଗ

କୋଲକାତା,୨୨।୧: ଚାମ୍ପିୟନ୍ସ ଟ୍ରଫି ପାଇଁ ଭାରତୀୟ ଦଳର ଚୟନକୁ ନେଇ ଚର୍ଚ୍ଚା ଜାରି ରହିଥିଲା ବେଳେ ଲେଗ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କ ପ୍ରସଙ୍ଗ ଉଠାଇଛନ୍ତି ପୂର୍ବତନ...

ଇତିହାସ ରଚିଲେ ଅର୍ଶଦୀପ ସିଂ, ରେକର୍ଡ ଭାଙ୍ଗି ପାଲଟିଲେ ନମ୍ବର-୧ ବୋଲର୍‌…

କୋଲକାତା,୨୨।୧: ଟି-୨୦ କ୍ରିକେଟରେ ଇତିହାସ ରଚିଲେ ଭାରତର ଯୁବ ଦ୍ରୁତ ବୋଲର ଅର୍ଶଦୀପ ସିଂ। କୋଲକାତାର ଇଡେନ ଗାର୍ଡେନ୍ସ ଷ୍ଟାଡିୟମରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଉଥିବା ଟି-୨୦...

ଅର୍ଶଦୀପ-ବରୁଣଙ୍କ ଚକ୍ରବ୍ୟୁହରେ ଫସିଗଲା ଇଂଲଣ୍ଡ, ଭାରତକୁ ମିଳିଲା ୧୩୩ ରନ୍‌ର ଟାର୍ଗେଟ

କୋଲକାତା,୨୨।୧: ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜର ପ୍ରଥମ ମୁକାବିଲାରେ ଭାରତକୁ ୧୩୩ ରନ୍‌ର ବିଜୟ ଲକ୍ଷ୍ୟ ମିଳିଛି। ଦଳ ପକ୍ଷରୁ ବରୁଣ...

IND vs ENG: ଟସ୍‌ ଜିତି ବୋଲିଂ କରୁଛି ଟିମ୍‌ ଇଣ୍ଡିଆ, କାହିଁକି ବାଦ୍‌ ପଡ଼ିଲେ ଶାମି?

କୋଲକାତା,୨୨।୧: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜର ପ୍ରଥମ ମୁକାବିଲା ବୁଧବାର ଖେଳାଯାଉଛି। କୋଲକାତାର ଇଡେନ୍‌ ଗାର୍ଡେନରେ ଖେଳାଯାଉଥିବା ଏହି...

ବିସିସିଆଇର ବଡ଼ ନିଷ୍ପତ୍ତି: ଟିମ୍‌ ଇଣ୍ଡିଆ ଜର୍ସିରେ ରହିବ ପାକିସ୍ତାନର ନାମ…

ନୂଆଦିଲ୍ଲୀ,୨୨।୧: ଫେବୃଆରୀ ୧୯ରୁ ଆରମ୍ଭ ହେବ ଚାମ୍ପିଅନ୍ସ ଟ୍ରଫି। ପାକିସ୍ତାନ ଆୟୋଜକ ଅଧୀନରେ ଖେଳାଯିବାକୁ ଥିବା ଏହି ଟୁର୍ନାମେଣ୍ଟ ହାଇବ୍ରିଡ ମଡେଲରେ ହେବ। ଏହାର ଅର୍ଥ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri