ବେଦାନ୍ତକୁ ୨ କୋଟି ଜଳକର ଛାଡ଼

ସମ୍ବଲପୁର,୧୫ା୯(ବ୍ୟୁରୋ):ରାଜ୍ୟ ସରକାର କମ୍ପାନୀ ପ୍ରତି ଅହେତୁକ ଅନୁକମ୍ପା ଦେଖାଉଥିବା ନେଇ ଅଭିଯୋଗ ହୋଇଆସୁଛି। ଝାରସୁଗୁଡ଼ା ଜିଲାରେ ଥିବା ବେଦାନ୍ତ ଆଲୁମିନିୟମ କମ୍ପାନୀକୁ ଚଞ୍ଚକତା କରି ଜଳକର ଛାଡ କରାଯାଇଥିବା ନେଇ ଆଉ ଏକ ଅଭିଯୋଗ ଏଥିରେ ଯୋଡିହୋଇଛି। ବେଦାନ୍ତ କମ୍ପାନୀ ଆରମ୍ଭରୁ ଜଳକର ଦେବାରେ ବିଳମ୍ବ କରିବା ସହ ବିବାଦରେ ରହିଆସିଛି। ଏପରିସ୍ଥଳେ ରାଜ୍ୟ ଜଳସମ୍ପଦ ବିଭାଗ ପକ୍ଷରୁ ନଭେମ୍ବର ୨୦୨୦ରେ ଏକକାଳୀନ ଟିକସ ପ୍ରଦାନ (ଓଟିଏସ୍‌) ବ୍ୟବସ୍ଥା କରାଯାଇଥିଲା। ଏ ନେଇ ଜଳସମ୍ପଦ ବିଭାଗ ଇଞ୍ଜିନିୟର ଇନ୍‌ ଚିଫ୍‌ ଜ୍ୟୋତିର୍ମୟ ରଥଙ୍କ ହସ୍ତାକ୍ଷର ଥିବା ଚିଠି (ନଂ. ୨୦୦୯୦, ସେପ୍ଟେମ୍ବର ୨୨, ୨୦୨୦) କରାଯାଇଛି। ଏହା ଆଧାରରେ କମ୍ପାନୀର ୨ କୋଟି ୭ ଲକ୍ଷ ୫ ହଜାର ଟଙ୍କା ଜଳକର ଛାଡ କରାଯାଇଥିଲା। ଏହି ଚିଠିର ନକଲ ଧରିତ୍ରୀର ହସ୍ତଗତ ହୋଇଛି।
ଅନ୍ୟପକ୍ଷେ ୨୦୨୦ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ବେଦାନ୍ତର ଜଳକର, ସୁଧ ଓ ଜରିମାନା ମିଶି ୧୦ କୋଟି ୮ ଲକ୍ଷ ୬୮ ହଜାର ଟଙ୍କା ବକେୟା ରହିଥିଲା। ଟଙ୍କା ଦେବାରେ ଖିଲାପ କରିଥିବା ସତ୍ତ୍ୱେ କମ୍ପାନୀକୁ ହୀରାକୁଦ ଜଳଭଣ୍ଡାରରୁ ପାଣି ନେବା ଉପରେ ରୋକ ଲଗାଯାଇ ନ ଥିଲା। ଏଥିରୁ ଚଞ୍ଚକତା କରି କମ୍ପାନୀକୁ ଓଟିଏସ୍‌ରେ ସାମିଲ କରାଯାଇଥିବା ସ୍ପଷ୍ଟ ହେଉଛି। ବେଦାନ୍ତ କମ୍ପାନୀ ପୂର୍ବରୁ ମଧ୍ୟ ଜଳକର ଦେବାରେ ଖିଲାପ କରିଥିବା ଜଣାପଡିଛି। ବେଦାନ୍ତ ଭଳି ବୃହତ୍‌ କମ୍ପାନୀକୁ ଅନେକ କୋଟି ଟଙ୍କା ଛାଡ କରାଯାଉଥିବାବେଳେ ଗରିବ ଚାଷୀଙ୍କୁ ଗୋଟିଏ ଟଙ୍କା ମଧ୍ୟ ଛାଡ଼ କରାଯାଉନାହିଁ। ଜମିର ଖଜଣା ଦେବା ସମୟରେ ରାଜସ୍ବ ବିଭାଗ ଜଳକର ମିଶାଇ ନେଇଯାଉଛି। ଏପରି କି ଚାଷୀ ନ ଦେଲେ ଜମିରେ ନାଲି ଝଣ୍ଡା ଲଗାଇବା ଭଳି ଘଟଣା ଦେଖାଯାଉଛି। ସୂଚନାଯୋଗ୍ୟ, ଝାରସୁଗୁଡ଼ାର ବେଦାନ୍ତ କମ୍ପାନୀ ସମ୍ବଲପୁର ପିତାପାଲିଠାରେ ପମ୍ପ୍‌ହାଉସ କରି ହୀରାକୁଦ ଜଳଭଣ୍ଡାରରୁ ପାଣି ନେଉଛି। ଜଳଭଣ୍ଡାରରୁ ପାଣି ନେବା ସମୟରେ ବିରୋଧ ହୋଇଥିଲା। ପରେ ପ୍ରଶାସନ ପକ୍ଷରୁ ବଳପୂର୍ବକ ଜଳଭଣ୍ଡାରରୁ ପାଣି ଯୋଗାଇଦେବା ବ୍ୟବସ୍ଥା ହୋଇଥିଲା। ଏ ସମ୍ପର୍କରେ ହୀରାକୁଦ ଜଳଭଣ୍ଡାର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ନିରାକାର ବିଶି କହିଛନ୍ତି, ଓଟିଏସ୍‌ ବ୍ୟବସ୍ଥା ଆମ କାର୍ଯ୍ୟାଳୟରୁ ହୋଇ ନ ଥାଏ। କମ୍ପାନୀର ଜଳକର ଛାଡ ହୋଇଥିବା ନେଇ ସେ ଜାଣିନାହାନ୍ତି ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାମନବମୀକୁ ଫିକା କରିଦେଲା କରୋନା କଟକଣା

ସମ୍ବଲପୁର, ୨।୪ (ବ୍ୟୁରୋ)- କରୋନା ଭୂତାଣୁ କଟକଣା ଯୋଗୁ ସମସ୍ତ ଧାର୍ମିକ ପୀଠରେ ତାଲା ପଡିଛି । ଗୁରୁବାର ରାମନବନୀ ଅବସରରେ ପରମ୍ପରାନୁସାରେ କେବଳ ପୂଜାର୍ଚ୍ଚନା...

ତ୍ରିନାଥ ମିଶ୍ରଙ୍କୁ ସର୍ତ୍ତମୂଳକ ଜାମିନ

କଟକ ଅଫିସ, ୧୯ା୪:ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହୋଇ ଜେଲ୍‌ରେ ଥିବା ପୋଲିସ କମ୍ୟୁନିକେଶନ ବିଭାଗର ପୂର୍ବତନ ଅତିରିକ୍ତ ଏସ୍‌ପି ତ୍ରିନାଥ ମିଶ୍ରଙ୍କୁ...

ମା’ ତାରିଣୀଙ୍କ ଚଇତିପର୍ବ

ଚଇତିପର୍ବ ମା’ ତାରିଣୀଙ୍କ ପ୍ରସିଦ୍ଧ ପର୍ବ ଭାବେ ପରିଚିତ। ଏହି ପର୍ବ ଲାଗି କେନ୍ଦୁଝର ଜିଲା ଘଟଗାଁସ୍ଥିତ ମା’ତାରିଣୀଙ୍କ ପୀଠରେ ମୁଖରିତ ହୋଇଉଠେ। ପୂର୍ବରୁ ଏହି...

କେନ୍ଦ୍ରମନ୍ତ୍ରୀଙ୍କୁ ପତ୍ର ଲେଖିଲେ ଏମ୍‌ପି: ଆଇଆଇଏମ୍‌ସିର ଉନ୍ନତୀକରଣ କରାଯାଉ

ଢେଙ୍କାନାଳ ଅଫିସ,୧ା୮ – ଢେଙ୍କାନାଳଠାରେ ଥିବା ଭାରତୀୟ ଜନସଞ୍ଚାର ସଂସ୍ଥାନର ଉନ୍ନତୀକରଣ କରାଯିବା ପାଇଁ ଏମ୍‌ପି ମହେଶ ସାହୁ ୨୭ ତାରିଖରେ କେନ୍ଦ୍ର ସୂଚନା ଓ...

ନନ୍ଦନକାନନରେ ହାତୀ ମୃତ୍ୟୁକୁ ନେଇ ବୈଷୟିକ କମିଟିର ବୈଠକ, ଚିକିତ୍ସା ପଦ୍ଧତିକୁ କଲେ ତର୍ଜମା

ବାରଙ୍ଗ,୨୨।୯(ଡି.ଏନ୍‌.ଏ.): ନନ୍ଦନକାନନରେ ଗତ କିଛିଦିନ ମଧ୍ୟରେ ଲଗାତର ହାତୀ ମୃତ୍ୟୁ ହେଉଥିବାରୁ ଏହାର ମୁଖ୍ୟ କାରଣ ଖୋଜିବା ପାଇଁ ଶନିବାର ବୈଷୟିକ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ...

ନିର୍ମାଣ ସମୟରେ ଭାଙ୍ଗିଲା ରେଲ୍‌ଓ୍ବେ ଓଭରବ୍ରିଜ୍‌

ବାଲେଶ୍ୱର ଅଫିସ,୨୯।୧୨: ବାଲେଶ୍ୱର ସହର ସଭାରାମପୁର ରେଲ୍‌ଓ୍ବେ ଗେଟ୍‌ ପାଇଁ ନବନିର୍ମିତ ଓଭରବ୍ରିଜ୍‌ ସଂଲଗ୍ନ ୫ଟି ବିମ୍‌ ରବିବାର ସକାଳେ ତଳକୁ ଖସି ପଡ଼ିଛି। ମାତ୍ର...

ବୈଷୟିକ ପରିଚାଳନା, ସଚେତନତାକୁ ଗୁରୁତ୍ୱ  

ଅନୁଗୋଳ ଅଫିସ, ୫ା୬- ରାଜ୍ୟ ସରକାରଙ୍କ ଦ୍ୱାରା ଅନୁଗୋଳ ଜିଲା ପାଇଁ କୋଭିଡ୍‌-୧୯ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର...

କପାଳୀ, ସରୁସାଗରକୁ ମିଳୁନି ନଦୀର ମାନ୍ୟତା

ବନ୍ତ,୧୮।୭ (ସ୍ବ.ପ୍ର.) – ଭଦ୍ରକ ଜିଲା ବନ୍ତ ବ୍ଲକ ଦେଇ ସାଳନ୍ଦୀ, କପାଳୀ ଓ ସରୁସାଗର ନଦୀ ପ୍ରବାହିତ ା ସାଳନ୍ଦୀକୁ ବାଦ୍‌ ଦେଲେ ସରୁସାଗର...

Advertisement
Archives

Model This Week