ବେଦାନ୍ତକୁ ୨ କୋଟି ଜଳକର ଛାଡ଼

ସମ୍ବଲପୁର,୧୫ା୯(ବ୍ୟୁରୋ):ରାଜ୍ୟ ସରକାର କମ୍ପାନୀ ପ୍ରତି ଅହେତୁକ ଅନୁକମ୍ପା ଦେଖାଉଥିବା ନେଇ ଅଭିଯୋଗ ହୋଇଆସୁଛି। ଝାରସୁଗୁଡ଼ା ଜିଲାରେ ଥିବା ବେଦାନ୍ତ ଆଲୁମିନିୟମ କମ୍ପାନୀକୁ ଚଞ୍ଚକତା କରି ଜଳକର ଛାଡ କରାଯାଇଥିବା ନେଇ ଆଉ ଏକ ଅଭିଯୋଗ ଏଥିରେ ଯୋଡିହୋଇଛି। ବେଦାନ୍ତ କମ୍ପାନୀ ଆରମ୍ଭରୁ ଜଳକର ଦେବାରେ ବିଳମ୍ବ କରିବା ସହ ବିବାଦରେ ରହିଆସିଛି। ଏପରିସ୍ଥଳେ ରାଜ୍ୟ ଜଳସମ୍ପଦ ବିଭାଗ ପକ୍ଷରୁ ନଭେମ୍ବର ୨୦୨୦ରେ ଏକକାଳୀନ ଟିକସ ପ୍ରଦାନ (ଓଟିଏସ୍‌) ବ୍ୟବସ୍ଥା କରାଯାଇଥିଲା। ଏ ନେଇ ଜଳସମ୍ପଦ ବିଭାଗ ଇଞ୍ଜିନିୟର ଇନ୍‌ ଚିଫ୍‌ ଜ୍ୟୋତିର୍ମୟ ରଥଙ୍କ ହସ୍ତାକ୍ଷର ଥିବା ଚିଠି (ନଂ. ୨୦୦୯୦, ସେପ୍ଟେମ୍ବର ୨୨, ୨୦୨୦) କରାଯାଇଛି। ଏହା ଆଧାରରେ କମ୍ପାନୀର ୨ କୋଟି ୭ ଲକ୍ଷ ୫ ହଜାର ଟଙ୍କା ଜଳକର ଛାଡ କରାଯାଇଥିଲା। ଏହି ଚିଠିର ନକଲ ଧରିତ୍ରୀର ହସ୍ତଗତ ହୋଇଛି।
ଅନ୍ୟପକ୍ଷେ ୨୦୨୦ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ବେଦାନ୍ତର ଜଳକର, ସୁଧ ଓ ଜରିମାନା ମିଶି ୧୦ କୋଟି ୮ ଲକ୍ଷ ୬୮ ହଜାର ଟଙ୍କା ବକେୟା ରହିଥିଲା। ଟଙ୍କା ଦେବାରେ ଖିଲାପ କରିଥିବା ସତ୍ତ୍ୱେ କମ୍ପାନୀକୁ ହୀରାକୁଦ ଜଳଭଣ୍ଡାରରୁ ପାଣି ନେବା ଉପରେ ରୋକ ଲଗାଯାଇ ନ ଥିଲା। ଏଥିରୁ ଚଞ୍ଚକତା କରି କମ୍ପାନୀକୁ ଓଟିଏସ୍‌ରେ ସାମିଲ କରାଯାଇଥିବା ସ୍ପଷ୍ଟ ହେଉଛି। ବେଦାନ୍ତ କମ୍ପାନୀ ପୂର୍ବରୁ ମଧ୍ୟ ଜଳକର ଦେବାରେ ଖିଲାପ କରିଥିବା ଜଣାପଡିଛି। ବେଦାନ୍ତ ଭଳି ବୃହତ୍‌ କମ୍ପାନୀକୁ ଅନେକ କୋଟି ଟଙ୍କା ଛାଡ କରାଯାଉଥିବାବେଳେ ଗରିବ ଚାଷୀଙ୍କୁ ଗୋଟିଏ ଟଙ୍କା ମଧ୍ୟ ଛାଡ଼ କରାଯାଉନାହିଁ। ଜମିର ଖଜଣା ଦେବା ସମୟରେ ରାଜସ୍ବ ବିଭାଗ ଜଳକର ମିଶାଇ ନେଇଯାଉଛି। ଏପରି କି ଚାଷୀ ନ ଦେଲେ ଜମିରେ ନାଲି ଝଣ୍ଡା ଲଗାଇବା ଭଳି ଘଟଣା ଦେଖାଯାଉଛି। ସୂଚନାଯୋଗ୍ୟ, ଝାରସୁଗୁଡ଼ାର ବେଦାନ୍ତ କମ୍ପାନୀ ସମ୍ବଲପୁର ପିତାପାଲିଠାରେ ପମ୍ପ୍‌ହାଉସ କରି ହୀରାକୁଦ ଜଳଭଣ୍ଡାରରୁ ପାଣି ନେଉଛି। ଜଳଭଣ୍ଡାରରୁ ପାଣି ନେବା ସମୟରେ ବିରୋଧ ହୋଇଥିଲା। ପରେ ପ୍ରଶାସନ ପକ୍ଷରୁ ବଳପୂର୍ବକ ଜଳଭଣ୍ଡାରରୁ ପାଣି ଯୋଗାଇଦେବା ବ୍ୟବସ୍ଥା ହୋଇଥିଲା। ଏ ସମ୍ପର୍କରେ ହୀରାକୁଦ ଜଳଭଣ୍ଡାର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ନିରାକାର ବିଶି କହିଛନ୍ତି, ଓଟିଏସ୍‌ ବ୍ୟବସ୍ଥା ଆମ କାର୍ଯ୍ୟାଳୟରୁ ହୋଇ ନ ଥାଏ। କମ୍ପାନୀର ଜଳକର ଛାଡ ହୋଇଥିବା ନେଇ ସେ ଜାଣିନାହାନ୍ତି ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଢୁଛି କଂସ କଳାକାରଙ୍କ ଅଡ଼ୁଆ: ପରିବର୍ତ୍ତନ ଦାବିରେ ଚାଲିଲା ଦସ୍ତଖତ ଅଭିଯାନ

ବରଗଡ଼,୨୯।୯(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ସାଢ଼େ ୩ ମାସ ବାକି ରହିଲା। ୨୦୨୭ ଜାନୁଆରୀ ୧୨ରୁ ୨୨ ତାରିଖ…

୩୬ ଘଣ୍ଟାରେ ଜ୍ଞାନେଶ କୁମାରଙ୍କୁ ୩ ବଡ଼ ଆଶ୍ୱସ୍ତି, ନୀରବ ରହି ମଜବୁତ କଲେ ନିଜ ସ୍ଥିତି

ନୂଆଦିଲ୍ଲୀ,୨୮।୯: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କୁ ନେଇ ଗତ କିଛି ଦିନ ହେବ ରାଜନୀତି ସରଗରମ ରହିଛି। ସେପ୍ଟେମ୍ବର ୨୩ରେ ପ୍ରକାଶିତ ଏକ ରିପୋର୍ଟରେ…

କଲେଜ ବ୍ୟାଗ୍‌ରେ ଗଞ୍ଜେଇ ଚାଲାଣ, ଧରାପଡ଼ିଲେ ଯୁବକ

ଦିଗପହଣ୍ଡି,୨୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକରେ ସୋମବାର ସନ୍ଦେହ ଜନକ ଭାବେ ଠିଆ ହୋଇଥିବା ଜଣେ ଯୁବକଙ୍କ କଲେଜ ବ୍ୟାଗକୁ ପୋଲିସ ଯାଞ୍ଚ…

ମହିଳା ୨୫ ମି. ପିସ୍ତଲରେ ଇଶାଙ୍କୁ ରୌପ୍ୟ, ନିରାଶ କଲେ ମନୁ

ନାଗୋୟା,୨୮ା୯: ଭାରତୀୟ ଶୁଟର ଇଶା ସିଂ ମହିଳା ୨୫ ମି. ପିସ୍ତଲ ବ୍ୟକ୍ତିଗତ ଇଭେଣ୍ଟରେ ରୌପ୍ୟ ପଦକ ଜିତିଛନ୍ତି। ଚଳିତ ଏସିଆନ ଗେମ୍ସରେ ଶୁଟିଂ ପ୍ରତିଯୋଗିତାରେ ଏହା…

ତେଜିଲା ଆନ୍ଦୋଳନ, ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ କଂଗ୍ରେସର ବିକ୍ଷୋଭ

ଛତ୍ରପୁର,୨୮।୯(ଦିଲ୍ଲୀପି ସାମଲ/ଦ୍ୱାରିକା ସାମଲ): ଅଖିଳ ଭାରତ କଂଗ୍ରେସ କମିଟିର ନିର୍ଦ୍ଦେଶ କ୍ରମେ ଭୋଟ ଚୋରି ଅଭିଯୋଗକୁ ନେଇ ମୁଖ୍ୟ ନିର୍ବାଚନ କମିସନରଙ୍କ ବିରୋଧରେ ଗଞ୍ଜାମ ଜିଲା କଂଗ୍ରେସ…

ପଞ୍ଚାୟତ କାର୍ଯ୍ୟାଳୟରେ ଆଇନ ସଚେତନତା: ବିଭିନ୍ନ ଆଇନ ସମ୍ପର୍କରେ ଆଲୋଚନା

ଦିଗପହଣ୍ଡି, ୨୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ କାର୍ଯ୍ୟାଳୟ ସଭାଗୃହରେ ଦିଗପହଣ୍ଡି ତାଲୁକ ଆଇନ ସେବା କମିଟି ପକ୍ଷରୁ ସୋମବାର ଏକ…

୧୬ ଶିକ୍ଷୟିତ୍ରୀ-ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି: ବିଭିନ୍ନ ମହଲରୁ ଶୁଭେଚ୍ଛା

କର୍ଲାମୁଣ୍ଡା, ୨୮।୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ୧୬ ଜଣ ଶିକ୍ଷୟିତ୍ରୀଶିକ୍ଷକଙ୍କୁ ପଦୋନ୍ନତି ମିଳିଥିବା ଜଣାପଡ଼ିଛି। ଏଥିରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୧୩ ଜଣ…

କାଠ ସଂଗ୍ରହ ବେଳେ ମହୁମାଛି ଆକ୍ରମଣ: ୪ ଜଣ ଆହତ, ତୁମୁଡ଼ିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ

ତୁମୁଡ଼ିବନ୍ଧ, ୨୮୯ (ଦୀପକ କୁମାର ପରାସେଠ): ଜାଳେଣି କାଠ ସଂଗ୍ରହ କରିବାକୁ ଜଙ୍ଗଲକୁ ଯାଇଥିବାବେଳେ ମହୁମାଛି ଆକ୍ରମଣରେ ୪ ଜଣ ଆହତ ହୋଇଛନ୍ତି। କନ୍ଧମାଳ ଜିଲା ତୁମୁଡ଼ିବନ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?