ବର୍ଷିଲେ ବିରୋଧୀ

ଭୁବନେଶ୍ବର, ୧୪ା୪(ବ୍ୟୁରୋ): ପୁରୀରେ ପ୍ରସ୍ତାବିତ ବେଦାନ୍ତ ବିଶ୍ୱବିଦ୍ୟାଳୟ ପ୍ରକଳ୍ପ ଲାଗି କରାଯାଇଥିବା ଜମି ଅଧିଗ୍ରହଣ ଅବୈଧ ବୋଲି ସୁପ୍ରିମ କୋର୍ଟ ରାୟ ଦେବାପରେ ଉଭୟ ରାଜ୍ୟ ସରକାର ଓ ଅନୀଲ ଅଗ୍ରଓ୍ବାଲ ଫାଉଣ୍ଡେଶନକୁ ବଡ଼ ଝଟକା ଲାଗିଥିଲା। ବେଦାନ୍ତ ବିଶ୍ୱବିଦ୍ୟାଳୟ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟ ଭର୍ସନା କରିଥିଲେ। ମଙ୍ଗଳବାର ଏହି ରାୟ ପ୍ରକାଶ ପାଇବାପରେ ରାଜ୍ୟ ସରକାରଙ୍କୁ ଉଭୟ ଭାଜପା ଏବଂ କଂଗ୍ରେସ କଡ଼ା ସମାଲୋଚନା କରିଛନ୍ତି। ବିଜେଡି ମଧ୍ୟ ଏହି ପ୍ରସଙ୍ଗରେ ପାଲଟା ଭାଜପା ନେତାଙ୍କୁ ଘେରିଛି।
ଭାଜପା ନେତା ସମ୍ବିତ ପାତ୍ର ଗୁରୁବାର ଦଳର ରାଜ୍ୟ କାର୍ଯ୍ୟାଳୟ ଠାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି, ଘରୋଇ କମ୍ପାନୀକୁ ଅହେତୁକ ଅନୁକମ୍ପା ନେଇ ସୁପ୍ରିମକୋର୍ଟ ଭର୍ତ୍ସନା କରିଛନ୍ତି। ସାଧାରଣ ଲୋକଙ୍କ ସମ୍ପତ୍ତିକୁ ଏକ କମ୍ପାନୀକୁ ଟେକିଦେବା ଚିନ୍ତାର ବିଷୟ। ଘରୋଇ କମ୍ପାନୀ ସହ ମିଶି ରାଜ୍ୟ ସରକାର ଚାଷୀଙ୍କ ଜମିକୁ ହଡ଼ପ କରୁଛନ୍ତି ା କେବଳ ଜମି ନୁହେଁ ବରଂ ଦୁଇ ନଦୀକୁ ମଧ୍ୟ ବିକ୍ରି କରିଦେବାର ଷଡ଼ଯନ୍ତ୍ର କରିଥିଲେ। ଜମି ଅଧିଗ୍ରହଣ ପାଇଁ ଯେଉଁ ସବୁ ନିୟମାବଳୀ ରହିଛି, ତାକୁ ପାଳନ କରିବା ତ ଦୂରର କଥା ଷଡ଼ଯନ୍ତ୍ର କରି ଜମି ହଡ଼ପ କରିବା କାର୍ଯ୍ୟରେ ଶାସକ ଦଳ ଲାଗିପଡିଛି। ସୁପ୍ରିମକୋର୍ଟଙ୍କ ରାୟ ବିଜେଡି ସରକାରର ଅସଲ ମୁଖା ଖୋଲିଦେଇଛି। ବହୁ ବିବାଦୀୟ ବେଦାନ୍ତ ବିଶ୍ୱବିଦ୍ୟାଳୟ ଜମି ଅଧିଗ୍ରହଣକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ବିଜେଡି ସରକାରର ବିରାଟ ଷଡ଼ଯନ୍ତ୍ରକୁ ପଦାରେ ପକାଇଦେଇଛି ା ଲୋକଙ୍କ ସହ ସରକାର ବିଶ୍ୱାସଘାତକତା କରିଛନ୍ତି ବୋଲି ସମ୍ବିତ କହିଛନ୍ତି ା
ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ବେଦାନ୍ତ ବିଶ୍ୱବିଦ୍ୟାଳୟ ଜମି ଅଧିଗ୍ରହଣ ମାମଲାର ସୁପ୍ରିମ କୋର୍ଟଙ୍କ ରାୟ ପ୍ରକାଶ ପରେ କାହିଁକି ମୁଖ୍ୟମନ୍ତ୍ରୀ ତାଙ୍କ ପଦରୁ ଇସ୍ତଫା ଦେଉନାହାନ୍ତି। ଏ ସରକାର ଆଇନକୁ ସର୍ବମାନ୍ୟ ବୋଲି ଦ୍ୱାହି ଦେଉଥିଲା ବେଳେ ସୁପ୍ରିମକୋର୍ଟର ରାୟ ପ୍ରକାଶ ପାଇବା ପରେ ମୁଖ୍ୟମନ୍ତ୍ରୀ କାହିଁକି ପୁଣି ନିଜ ପଦବୀକୁ ମାଡ଼ି ବସିଛନ୍ତି। ସୁପ୍ରିମକୋର୍ଟ କେବେହେଲେ ପୂର୍ବରୁ ଏଭଳି କଟୁ ଭାଷାରେ ଓଡ଼ିଶା ସରକାରଙ୍କୁ ଭର୍ତ୍ସନା କରିନାହାନ୍ତି। ରାଜ୍ୟ ସରକାର କାହିଁକି ଗୋଟିଏ ଘରୋଇ କମ୍ପାନୀକୁ ଏତେ ଅନୁକମ୍ପା ଦେଖାଇବା ପଛରେ ମୂଳ କାରଣ କ’ଣ ବୋଲି ସେ ପ୍ରଶ୍ନ କରିଛନ୍ତି।
ବିଜେଡି ଏମ୍‌ପି ସସ୍ମିତ ପାତ୍ର କହିଛନ୍ତି, ମନମୋହନ ସାମଲ ରାଜ୍ୟ ଭାଜପାର ସଭାପତି ହେବା ନେଇ ଦଳର ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଅସନ୍ତୁଷ୍ଟ ଥିବା କଥା ଯାହା ଶୁଣାଯାଉଥିଲା ତାହା ସତ୍ୟ ପ୍ରମାଣିତ ହୋଇଛି। ସମ୍ବିତ ପାତ୍ର ତାଙ୍କ ଦଳର ରାଜ୍ୟ ସଭାପତିଙ୍କୁ କାଠଗଡାରେ ଛିଡା କରାଇଛନ୍ତି। କାରଣ ବେଦାନ୍ତକୁ ବିଶ୍ୱବିଦ୍ୟାଳୟ ପାଇଁ ଜମି ପ୍ରଦାନ ସମୟରେ ମନମୋହନ ଓଡ଼ିଶାର ରାଜସ୍ବ ମନ୍ତ୍ରୀ ଥିଲେ ା କେବଳ ସେତିକି ନୁହେଁ, ଏହି ବିଶ୍ୱବିଦ୍ୟାଳୟର ପରିକଳ୍ପନା ବେଳେ ତତ୍କାଳୀନ ଶିକ୍ଷା ମନ୍ତ୍ରୀ ସମୀର ଦେ କରିଥିଲେ ା ସେ ମଧ୍ୟ ଭାଜପାର ବରିଷ୍ଠ ନେତା ଥିଲେ ା ଏହି ଜମି ହସ୍ତାନ୍ତରକୁ ନେଇ ସେତେବେଳର ରାଜସ୍ବ ମନ୍ତ୍ରୀ ମନମୋହନ ବିଧାନସଭାରେ ଏହାକୁ ଦୃଢଭାବେ ସମର୍ଥନ କରିଥିଲେ। ହେଲେ ଏବେ ସମ୍ବିତଙ୍କ ମନ୍ତବ୍ୟରୁ ସ୍ପଷ୍ଟ ହୋଇଛି ଯେ ମନମୋହନ ସାମଲଙ୍କୁ ଜାଣିଶୁଣି ଅକଳରେ ପକାଇବା ପାଇଁ ସେ ଏଭଳି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅପହୃତ ବ୍ୟବସାୟୀ ଉଦ୍ଧାର, ଅଭିଯୁକ୍ତ ଅଟକ: ମୁହାଁମୁହିଁ ଜେରା …

ବଲାଙ୍ଗୀର, ୧୬।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଅପହୃତ ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ୍‌ ଗୁଣ୍ଡାଙ୍କୁ ବଲାଙ୍ଗୀର ପୋଲିସର ସ୍ୱତନ୍ତ୍ର ଟିମ୍‌ ଭୁବନେଶ୍ୱରରୁ ସୁରକ୍ଷିତ ଭାବେ ଉଦ୍ଧାର…

ବଙ୍ଗୋପସାଗରରେ ପୁଣି ଲଘୁଚାପ: ରାଜ୍ୟରେ ପ୍ରବଳ ବର୍ଷା, ୩୦ରୁ ୪୦ କିମି ବେଗରେ…

ଭୁବନେଶ୍ୱର,୧୬।୮: ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହୋଇଛି। ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏକ ଲଘୁଚାପ କ୍ଷେତ୍ର ଘନୀଭୂତ…

ନାଗ ପଞ୍ଚମୀରେ ଦୁର୍ଲଭ ଯୋଗ; ସୂର୍ଯ୍ୟ କରିବେ ଗୋଚର, ୩ ରାଶିଙ୍କ ଉପରେ ବର୍ଷିବ ଧନ ଦୌଲତ…

ଚଳିତବର୍ଷ, ପବିତ୍ର ନାଗ ପଞ୍ଚମୀ ତିଥି ଆସନ୍ତା ଅଗଷ୍ଟ ୧୭ ତାରିଖ ଅର୍ଥାତ୍ ସୋମବାରରେ ପାଳିତ ହେବାକୁ ଯାଉଛି । ଏହି ବର୍ଷ, ନାଗ ପଞ୍ଚମୀ ମଧ୍ୟ…

ଥୁଆମୂଳ ରାମପୁରରେ ସ୍ବାଧୀନତା ଦିବସ: କୋର୍ଟରେ ପତାକା ଉତ୍ତୋଳନ କଲେ ବିଚାରପତି

ଥୁଆମୂଳ ରାମପୁର,୧୫।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ୮୦ତମ ସ୍ବାଧୀନତା ଦିବସ ଉତ୍ସାହ ଏବଂ ଆନନ୍ଦର ସହିତ…

କଲ୍ୟାଣସିଂହପୁର ଭିଡ଼ ହିଂସାରୁ ଯୁବତୀଙ୍କୁ ଉଦ୍ଧାର କରିଥିବା ୩ ସାହସୀ ଯୁବକଙ୍କୁ ଜିଲାସ୍ତରୀୟ ସମ୍ମାନ

​କଲ୍ୟାଣସିଂହପୁର, ୧୫/୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲାରେ ଉତ୍ସାହ ଓ ଦେଶଭକ୍ତିର ମାହୋଲ ମଧ୍ୟରେ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଆଡ଼ମ୍ବରର ସହ ପାଳିତ ହୋଇଯାଇଛି। ସ୍ଥାନୀୟ…

ସ୍ବାଧୀନତା ଦିବସରେ ରକ୍ତଦାନ କଲେ ସ୍ବେଚ୍ଛାସେବୀ

ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ): ସ୍ବାଧୀନତା ଦିବସ ଅବସରରେ ବରଗଡ଼ର ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଜିଲାସ୍ତରୀୟ ସ୍ବାଧୀନତା ଦିବସ…

ପତାକା ଉତ୍ତୋଳନକୁ ନେଇ ଟଣାଓଟରା

ଖଲ୍ଲିକୋଟ,୧୫।୮(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ପରିସରରେ ସ୍ବଧୀନତା ଦିବସ ପାଳନ ବେଳେ ପତାକା ଉତ୍ତୋଳନକୁ ନେଇ ବିଡିଓ ଦେବାଶିଷ ସାମଲ ଏବଂ ବ୍ଲକ…

ଉପଖଣ୍ଡସ୍ତରୀୟ ସ୍ବାଧୀନତା ଦିବସ, ପତାକା ଉତ୍ତୋଳନ କଲେ ଉପଜିଲାପାଳ

ସୁବର୍ଣ୍ଣପୁର,୧୫।୮(ଯୁଗଳ କିଶୋର ମିଶ୍ର): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁରଠାରେ ଉପଖଣ୍ଡସ୍ତରୀୟ ୮୦ତମ ସ୍ବାଧୀନତା ଦିବସ ପାଳନ ହୋଇଯାଇଛି l ବୀରମହାରାଜପୁର ଉପଜିଲାପାଳ ସୁରେନ୍ଦ୍ର କୁମାର ମେହେର ପତାକା ଉତ୍ତୋଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri