Posted inଜାତୀୟ

ଜଳର ପୁନଃ ଚକ୍ରଣ କରୁଛି ବେଦାନ୍ତ ଆଲୁମିନିୟମ

ଭୁବନେଶ୍ୱର,୭।୯: ଦେଶର ପ୍ରମୁଖ ଘରୋଇ ଆଲୁମିନିୟମ ଉପତ୍ାଦକ ବେଦାନ୍ତ ଆଲୁମିନିୟମର ଝାରସୁଗୁଡ଼ାସ୍ଥିତ ଆଲୁମିନିୟମ ସ୍ମେଲଟର-୧ ଆର୍ଥିକ ବର୍ଷ-୨୨ରେ ନିର୍ଦ୍ଧାରିତ ପରିମାଣର ଜଳ ବିନିଯୋଗକୁ ୧୧% ହ୍ରାସ କରିବାର ଗୌରବ ଅର୍ଜନ କରିଛି। ଗତ ଆର୍ଥିକ ବର୍ଷ-୨୧ରେ ୧୭,୪୦୦ ଟନ୍‌ରୁ ଅଧିକ ଆଲୁମିନିୟମ ଉପତ୍ାଦନ କରିଛି। ବେଦାନ୍ତ ଆଲୁମିନିୟମ ଝାରସୁଗୁଡ଼ା ବିଶ୍ୱର ବୃହତ୍‌ ଆଲୁମିନିୟମ ସ୍ମେଲ୍‌ଟିଂ କମ୍ପ୍ଲେକ୍ସ ମଧ୍ୟରୁ ଅନ୍ୟତମ। ଏହାର ସ୍ମେଲ୍‌ଟର-୨ରେ ଜଳ ବ୍ୟବହାରକୁ ଆର୍ଥିକ ବର୍ଷ-୨୨ରେ ପ୍ରାୟ ୮ % ହ୍ରାସ କରିଥିଲାବେଳେ ଉପତ୍ାଦନକୁ ପ୍ରାୟ ୨ଲକ୍ଷ ଟନ ବୃଦ୍ଧି କରିଛି। ମୋଟ ଉପରେ ଗତ ଆର୍ଥିକ ବର୍ଷରେ ଇନ୍‌ ହାଉସ ବ୍ୟବହାର ପାଇଁ ଏହି ସାଇଟ ପ୍ରାୟ ୫ ବିଲିୟନ ଲିଟର ଜଳର ପୁନଃ ଚକ୍ରଣ କରିଛି। ୨୦୩୦ ସୁଦ୍ଧା ଏହାର କାର୍ଯ୍ୟକୁ ନେଟ୍‌ ୱାଟର ପଜିଟିଭ କରିବା କମ୍ପାନୀର ଲକ୍ଷ୍ୟ ରହିଛି।
ସମ୍ପର୍କରେ ବେଦାନ୍ତ ଲିମିଟେଡ୍‌ (ଝାରସୁଗୁଡ଼ା ୟୁନିଟ୍‌)ର ସିଇଓ ସୁନୀଲ ଗୁପ୍ତା କହିଛନ୍ତି, ଆମର ଜଳ ପ୍ରବନ୍ଧନ ପ୍ରଚେଷ୍ଟା ୟୁଏନ୍‌ ସଷ୍ଟେନବେଲ ଡେଭଲପମେଣ୍ଟ ଗୋଲ୍‌ (ଏସ୍‌ଡିଜି) ଆଧାରିତ। ଆମେ ଜଳ ବ୍ୟବହାରକୁ କମ୍‌ କରିବା ପାଇଁ ପ୍ରୟାସ କରୁଛୁ। ଜଳ ପ୍ରବନ୍ଧନ ଯୋଜନା ବେଦାନ୍ତର ଏକ ଆଭ୍ୟନ୍ତରୀଣ ଅଂଶ। ଏହା ଶୂନ୍ୟ ଲିକୁଇଡ୍‌ ଡିସ୍‌ଚାର୍ଜ ନୀତିକୁ ଆପଣାଇଥାଏ, ଯାହାଦ୍ୱାରା ନିର୍ଗମିତ ହେଉଥିବା ଜଳକୁ ପ୍ରକ୍ରିୟାକୃତ କରାଯାଇ ପ୍ଲାଣ୍ଟରେ ପୁନଃ ବ୍ୟବହାର କରାଯାଏ। ସ୍ଥାୟୀ ଜଳ ସମାଧାନ ପାଇଁ କମ୍ପାନୀ ପକ୍ଷରୁ ୪ସ୍ତମ୍ଭ ବିଶିଷ୍ଟ କାର୍ଯ୍ୟକାରୀ ଯୋଜନା ପ୍ରସ୍ତୁତ କରାଯାଇଛି ବୋଲି ସେ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri