Posted inଜାତୀୟ

ବେଦ କୁମାରୀ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ନୂଆ କୁଳପତି ନିଯୁକ୍ତ

ନୂଆଦିଲ୍ଲୀ,୨୩।୨: ଓଡ଼ିଶାର ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ନୂଆ କୁଳପତି ଭାବେ ପ୍ରଫେସର ଡ. ବେଦ କୁମାରୀ ନିଯୁକ୍ତ ହୋଇଛନ୍ତି। ପ୍ରଫେସର ଏସ.କେ. ଭଟ୍ଟନଗର, ଡକ୍ଟର ଫୈଜାନ ମୁସ୍ତାଫା ଏବଂ ବିଚାରପତି ଏ.କେ. ପଟ୍ଟାନାୟକଙ୍କୁ ନେଇ ଗଠିତ ସର୍ଚ୍ଚ କମିଟି ପ୍ରଧାନ ବିଚାରପତିଙ୍କୁ ତିନି ଜଣଙ୍କ ନାମ ସୁପାରିଶ କରିଥିଲେ। ଆବେଦନ କରିଥିବା ୪୧ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ଆଠ ଜଣଙ୍କୁ ଶର୍ଟଲିଷ୍ଟ କରାଯାଇଥିଲା। ଡ. ବେଦ କୁମାରୀ ଦିଲ୍ଲୀ ବିଶ୍ୱବିଦ୍ୟାଳର ଆଇନ ଫାକ୍ୟୁଲ୍ଟିର ଡିନ ଭାବେ କାର୍ଯ୍ୟ କରିଥିଲେ। ସେ ଦିଲ୍ଲୀ ଜୁଡିସିଆଲ ଏକାଡେମୀର ଅଧ୍ୟକ୍ଷା ଭାବେ ୨୦୦୯ରୁ ୨୦୧୧ ପର୍ଯ୍ୟନ୍ତ ଦାୟିତ୍ୱରେ ଅବସ୍ଥାପିତ ଥିଲେ। ୧୯୮୩ରୁ ୧୯୮୫ ପଯ;୍ୟନ୍ତ ସେ ଜମ୍ମୁ ବିଶ୍ୱବିଦ୍ୟାଳୟରେ ଆଇନ ଅଧ୍ୟାପିକା ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି। ୧୯୯୭ରେ ସେ ଆମେରିକାର ଭାଣ୍ଡରବିଲ୍ଟ ବିଶ୍ୱବିଦ୍ୟାଳୟରେ ଫୁଲବ୍ରାଇଟ ଫେଲୋ ଥିଲେ। ସେ ଭାରତରେ ନାବାଳକ ନ୍ୟାୟ ଉପରେ ତିନୋଟି ପୁସ୍ତକ ଲେଖିଛନ୍ତି। ଏହା ଅନ୍ତର୍ଗତ ‘ ଦ ଜୁଭେନାଇଲ୍‌ ଜଷ୍ଟିସ୍‌(କେୟାର ଆଣ୍ଡ୍‌ ପ୍ରୋଟେକଶନ୍‌ ଅଫ୍‌ ଚିଲଡ୍ରେନ୍‌) ଆକ୍ଟ-୨୦୧୫- କ୍ରିଟିକାଲ ଆନାଲିସିସ୍‌’ ତାଙ୍କର ସଦ୍ୟ ପ୍ରକାଶିତ ପୁସ୍ତକ।


Enter your email to get our daily news in your inbox.

All Right Reserved By Dharitri.Com

ବିଷ ପିଇଥିବା ମହିଳାଙ୍କ ପାଟିରୁ ବାହାରିଲା ନିଆଁ: ଆଶ୍ଚର୍ଯ୍ୟ ହେଲେ ଡାକ୍ତର

ଆଲିଗଡ଼,୧୭।୫: ଆଲିଗଡ ମୁସଲିମ ୟୁନିଭର୍ସିିଟିର ଜେଏନ୍‌ ମେଡିକାଲ କଲେଜରେ ଗତ ବୁଧବାର ଦେଖିବାକୁ ମିଳିଛି ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା। ଜଣେ ମହିଳା ବିଷ...

ଦେଶରେ ୨୯ କରୋନା ସଂକ୍ରମିତ: ପ୍ରସ୍ତୁତ ରହିବାକୁ ଡବ୍ଲ୍ୟୁଏଚ୍‌ଓର ପରାମର୍ଶ

ନୂଆଦିଲ୍ଲୀ,୫।୩: ଭାରତରେ କରୋନା ଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ୨୯ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରେ ୧୬ ଇଟାଲୀ ପର୍ଯ୍ୟଟକ ଅଛନ୍ତି ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ବୁଧବାର...

ଭାରତର ଲକ୍ଷେ ୨୧ ହଜାର ୧୮୦ ବର୍ଗ କିମି ଜମି ମାଡ଼ି ବସିଛନ୍ତି ଚାଇନା-ପାକିସ୍ତାନ

ନୂଆଦିଲ୍ଲୀ,୬।୭: ଭାରତର ୭ ପଡ଼ୋଶୀଙ୍କ ମଧ୍ୟରୁ ୩ ଦେଶ ସହିତ ସୀମା ବିବାଦ ଲାଗି ରହିଛି। ଭାରତର ୧୫ ହଜାର୧୦୬ କିମି ଦୀର୍ଘ ସୀମା ପାକିସ୍ତାନ,...

କଲାମଙ୍କ ନାଁରେ ଦିଆଯାଉଥିବା ପୁରସ୍କାରର ନାଁ ପରିବର୍ତ୍ତନ କଲେ ଆନ୍ଧ୍ର ସରକାର

ଅମରାବତି,୫।୧୧: ଆନ୍ଧ୍ର ପ୍ରଦେଶର ଓ୍ବାଇଏସ୍‌ ଜଗନ ମୋହନ ରେଡ୍ଡି ସରକାର ଡ. ଏପିଜେ ଅବଦୁଲ କଲାମ ପ୍ରତିଭା ପୁରସ୍କାରର ନାଁ ପରିବର୍ତ୍ତନ କରିଛନ୍ତି। ଏହାକୁ ଓ୍ବାଇଏସ୍‌ଆର୍‌...

ବିହାର, ମଧ୍ୟପ୍ରଦେଶ ଭୋଟର ଆମେରିକା ରାଷ୍ଟ୍ରପତି ପ୍ରାର୍ଥୀ ବିଡେନଙ୍କ ଟିପ୍ପଣିକୁ ମନେ ରଖନ୍ତୁ: ଚିଦାମ୍ବରମ

ନୂଆଦିଲ୍ଲୀ,୧୮ ।୧୦: କଂଗ୍ରେସର ବରିଷ୍ଠ ନେତା ପି. ଚିଦାମ୍ବରମ ବିହାର, ମଧ୍ୟପ୍ରଦେଶ ଓ ଦେଶର ଅନ୍ୟ ରାଜ୍ୟର ଜନତାଙ୍କୁ ଅପିଲ କରି କହିଛନ୍ତି, ଭୋଟ ଦେବା...

ରାଷ୍ଟ୍ରପତିଙ୍କ ଅଧିସୂଚନା: ଜମ୍ମୁ-କଶ୍ମୀରରେ ଲାଗୁ ହେଲା ଭାରତର ସମ୍ବିଧାନ

ନୂଆଦିଲ୍ଲୀ,୫ା୮(ପି.ଟି./ଆଇଏଏନ୍‌ଏସ୍‌): ରାଷ୍ଟ୍ରପତି ରାମନାଥ କୋବିନ୍ଦ ସୋମବାର ଜମ୍ମୁ-କଶ୍ମୀର ସରକାର ସମ୍ପର୍କିତ ସମ୍ବିଧାନ (ଜମ୍ମୁ-କଶ୍ମୀରରେ ଲାଗୁ) ନିର୍ଦ୍ଦେଶନାମା, ୨୦୧୯ ଜାରି କରିଛନ୍ତି। ଭାରତୀୟ ସମ୍ବିଧାନ ଏହି ରାଜ୍ୟରେ...

୧୮ ହଜାର ଦିଆସିଲି ଖୋଳରେ ତିଆରି ହେଲା ଗାନ୍ଧୀଜିଙ୍କ ପ୍ରତିମୂର୍ତ୍ତି

ଗାନ୍ଧିନଗର,୧୫।୭: ଗୁଜରାଟ ବଦୋଦରାରେ ଜଣେ ବ୍ୟକ୍ତି ପାଖାପାଖି ୧୮ ହଜାର ଅଦରକାରୀ ଦିଆସିଲି ଖୋଳରେ ମାହାତ୍ମା ଗାନ୍ଧୀଙ୍କ ଏକ ମୂର୍ତ୍ତି ତିଆରି କରିଥିବା କହିଛନ୍ତି। ଗାନ୍ଧୀଜିଙ୍କ...

ଜମ୍ମୁ ବସ୍‌ଷ୍ଟାଣ୍ଡ୍‌ ନିକଟରୁ ୭ କିଲୋଗ୍ରାମ୍‌ ଆର୍‌ଡିଏକ୍ସ ଜବତ

ଶ୍ରୀନଗର,୧୪।୨: ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ଘଟଣାକୁ ରବିବାର ୨ ବର୍ଷ ପୂରଣ ହୋଇଛି। ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା କଡ଼ିକଡ଼ି ରହିଛି। ତେବେ ଜମ୍ମୁ ବସ୍‌ଷ୍ଟାଣ୍ଡ୍‌ ନିକଟରୁ...

Play 250+ Trending Games
Archives

Model This Week

Why Dharitri