ଘଣ୍ଟାକୁ ନେଇ ବାସ୍ତୁ; ଜାଣନ୍ତୁ ଲଗାଇବା ପାଇଁ ସଠିକ୍‌ ଦିଗ ଚୟନ କିଭଳି କରିବେ…

ସମୟ ଜାଣିବା ପାଇଁ ଘରେ କାନ୍ଥ ଘଣ୍ଟା ଲଗାଯାଏ। ବାସ୍ତୁଶାସ୍ତ୍ର ଅନୁଯାୟୀ, ଘଣ୍ଟା ଲଗାଇବା ପାଇଁ ସଠିକ୍‌ ଦିଗର ଚୟନ କରିବା ବି ଅତ୍ୟନ୍ତ ଜରୁରୀ ହୋଇଥାଏ; ନଚେତ୍‌ ଏହାର କୁପ୍ରଭାବ ଆମ ଜୀବନଶୈଳୀ ଉପରେ ପଡିଥାଏ ବୋଲି ବିଶ୍ୱାସ ରହିଛି..

* ଘଣ୍ଟାକୁ ଘରର ପୂର୍ବ, ପଶ୍ଚିମ ଅଥବା ଉତ୍ତର ଦିଗର କାନ୍ଥରେ ଲଗାଇବା ଦରକାର। ଯେହେତୁ ଦକ୍ଷିଣ ଦିଗ ହେଉଛି ଯମରାଜଙ୍କର ଦିଗ ତେଣୁ ସେହି ଦିଗରେ ଘଣ୍ଟା ଲଗାଇବା ଉଚିତ୍‌ ନୁହେଁ। କାରଣ ଏହାଦ୍ୱାରା ଘରର ସଦସ୍ୟଙ୍କ ଉପରେ ନକାରାତ୍ମକ ପ୍ରଭାବ ପଡିଥାଏ। ଖାସ୍‌ କରି ଆୟୁ ଓ ସ୍ବାସ୍ଥ୍ୟହାନୀର ଏହା କାରଣ ସାଜିଥାଏ।

* ଘରର ମୁଖ୍ୟଦ୍ୱାର ବା ମୁଖ୍ୟଦ୍ୱାରର କବାଟ ଉପରେ ଘଣ୍ଟା ଲଗାଇବା ଠିକ୍‌ ନୁହେଁ। କାରଣ ଏହାଦ୍ୱାରା ଘରେ ସର୍ବଦା କଳହ ଲାଗି ରହିଥାଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି।

* ଘଣ୍ଟାକୁ ସବୁବେଳେ ସଫା ରଖିବା ଆବଶ୍ୟକ। ଏହା ଉପରେ ଧୂଳି ଜମିବାକୁ ଦିଅନ୍ତୁ ନାହିଁ। ଭାଙ୍ଗି ଯାଇଥିବା କିମ୍ବା ଅଚଳ ଘଣ୍ଟାକୁ ଆଦୌ ଘରେ ରଖନ୍ତୁ ନାହିଁ। ଏହାଦ୍ୱାରା ଅଶୁଭ ହୋଇଥାଏ ବୋଲି ବିଶ୍ୱାସ ରହିଛି।

* ଅନ୍ୟପକ୍ଷେ ଘଣ୍ଟାକୁ କେବେ ବି ବିଳମ୍ବରେ ଚାଲିବାକୁ ଦେବେ ନାହିଁ। ଆବଶ୍ୟକ ପଡିଲେ ଏହାର ସମୟକୁ ଦୁଇ/ତିନି ମିନିଟ୍‌ ଆଗକୁ ପଛେ କରିଦେବେ ହେଲେ ଆଦୌ ଡେରୀ ହେବାକୁ ଦେବେନି। କାରଣ ଏହା ପରିବାର ଲୋକଙ୍କ ଉପରେ ସମୟାନୁବର୍ତ୍ତିତାର ପ୍ରଭାବ ପକାଇଥାଏ।

* ଘରର ହଲ୍‌ରେ ପେଣ୍ଡୁଲମ୍‌ ଘଣ୍ଟା ଲଗାଇବା ଅତ୍ୟନ୍ତ ଶୁଭ ହୋଇଥାଏ ବୋଲି ବିଶ୍ୱାସ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ୱିଶା ଶର୍ମା ମୃତ୍ୟୁ ମାମଲାରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ,୨୫ରେ …

ନୂଆଦିଲ୍ଲୀ,୨୩ା୫: ଗଣମାଧ୍ୟମ ରିପୋର୍ଟକୁ ଆଧାର କରି ସୁପ୍ରିମକୋର୍ଟ ଅଭିନେତ୍ରୀ ତଥା ମଡେଲ ଟ୍ବିଶା ଶର୍ମା ମୃତ୍ୟୁ ମାମଲାକୁ ନିଜଆଡ଼ୁ ବିଚାର ପାଇଁ ଗ୍ରହଣ କରିଛନ୍ତି। ପ୍ରଧାନ ବିଚାରପତି…

ଦ୍ରୁତଗତିରେ ଆସି ଗ୍ୟାରେଜ୍‌ରେ ପଶିଗଲା ଥାର୍‌, ଆଉ ତା’ପରେ..

ଭୁବନେଶ୍ୱର,୨୩ା୫: ରାଜଧାନୀ ଭୁବନେଶ୍ୱରରେ ପୁଣି ଥାର୍‌ ଆତଙ୍କ। ଦ୍ରୁତଗତିରେ ଏକ ଥାର୍‌ ଆସି ନୟାପଲ୍ଲୀ ଥାନା ଅଞ୍ଚଳରେ ଥିବା ଏକ ଗ୍ୟାରେଜ ଭିତରକୁ ପଶିଯାଇଥିଲା। ଫଳରେ ଗ୍ୟାରେଜ…

ମେ ୩୧ରେ BEd ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୨୩ା୫: ଆସନ୍ତା ୩୧ ତାରିଖରେ ଦୁଇବର୍ଷିଆ ବି.ଏଡ୍‌(BEd)ପାଠ୍ୟକ୍ରମର ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ସେହିପରି ବି.ଏଚ୍‌.ଏଡ଼ (ହିନ୍ଦୀ) ଓ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ: ରଣେନ୍ଦ୍ର ପ୍ରତାପଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ବିରୋଧରେ…

ଭୁବନେଶ୍ୱର,୨୩।୫(ସୁନିତ୍‌ ମିଶ୍ର): ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ(ରାଜା)ଙ୍କ ଉପରେ ଗତ ଶୁକ୍ରବାର ହୋଇଥିବା ଆକ୍ରମଣକୁ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ…

ଗାଁରେ ମଦ ବିକିବା ପଡିଲା ମହଙ୍ଗା

କୋକସରା,୨୩ା୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଅବକାରୀ ଥାନା ପକ୍ଷରୁ ଶନିବାର ମହାଜନଗୁଡା ଗ୍ରାମରେ ଚଢ଼ାଉ କରାଯାଇ ଦେଶୀ ଓ ବିଦେଶୀ ମଦ ଜବତ ସହ ୨ ଜଣଙ୍କୁ…

ଗଣ୍ଡ ସମାଜର ସାଙ୍ଗଠନିକ ସଭା

କୋକସରା,୨୩ା୫ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଖପ୍ରାମାଲ ଗ୍ରାମର ଆମ୍ବପଡ଼ା ମହାଭାରତ ଆମ୍ବତୋଟାଠାରେ ବ୍ଲକ ଗଣ୍ଡ ସମାଜର ସାଙ୍ଗଠନିକ ସଭା ଶନିବାର ଅନୁଷ୍ଠିତ…

ଅଂଶୁଘାତ ନେଲା ୧୬ ଜୀବନ

ହାଇଦ୍ରାବାଦ,୨୩ା୫: ତେଲଙ୍ଗାନାରେ ପ୍ରବଳ ଗ୍ରୀଷ୍ମଲହରି ଜାରି ରହିଥିବାବେଳେ ଅଂଶୁଘାତରେ ୧୬ ଜଣଙ୍କର ମୃତ୍ୟୁ ଘଟିଥିବା ରାଜ୍ୟ ରାଜସ୍ବ ମନ୍ତ୍ରୀ ପୋଙ୍ଗୁଲେଟି ଶ୍ରୀନିବାସ ରେଡ୍ଡୀ ଶନିବାର ପ୍ରକାଶ କରିଛନ୍ତି।…

ସମର୍ଥଙ୍କୁ ୭ ଦିନିଆ ରିମାଣ୍ଡରେ ନେଲା ପୋଲିସ

ଭୋପାଳ,୨୩ା୫: ଟ୍ବିଶା ଶର୍ମା ମୃତ୍ୟୁ ମାମଲାରେ ୧୦ ଦିନ ହେଲା ଫେରାର ଥିବା ସ୍ବାମୀ ସମର୍ଥ ସିଂଙ୍କୁ ପୋଲିସ ଶୁକ୍ରବାର ଜବଲପୁରରୁ ଗିରଫ କରିବା ପରେ ଶନିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri