ଘରେ ‘ମନି ପ୍ଲାଣ୍ଟ’ ଲଗାଇବା ବେଳେ କରୁନାହାନ୍ତି ତ ଏପରି ଭୁଲ; ମାନସିକ ଚିନ୍ତା ସାଙ୍ଗକୁ ବଢ଼ିବ ମତଭେଦ…

ଆଜିକାଲି ଘରର ସୁନ୍ଦରତା ବୃଦ୍ଧି କରିବା ଲାଗି ଲୋକମାନେ ଅନେକ ପ୍ରକାରର ଗଛ ଲଗାଉଛନ୍ତି। ବାସ୍ତୁଶାସ୍ତ୍ର ଅନୁସାରେ ଏଭଳି ଏକ ଗଛ ରହିଛି ଯାହାକୁ ଲଗାଇଲେ ଘରର ସୌନ୍ଦର୍ଯ୍ୟ ସାଙ୍ଗକୁ ଆର୍ଥିକ ସ୍ଥିତିରେ ସୁଧାର ଆସିଥାଏ। ସେଇଟି ହେଲା ମନି ପ୍ଲାଣ୍ଟ। ତେବେ କିଭଳି ଏବଂ କେଉଁ ଦିଗରେ ଲଗାଇବା ଠିକ୍‌ ତାହା ଜାଣି ନ ଥିବା ଲୋକ ମନଇଚ୍ଛା ଯେଉଁଠି ଚାହାନ୍ତି ଏହାକୁ ଲଗାଇ ଦେଇଥାନ୍ତି। ହେଲେ ମନି ପ୍ଲାଣ୍ଟକୁ ଲଗାଇବାର କିଛି ନିୟମ ରହିଛି। ଆସନ୍ତୁ ଜାଣିବା:-

-ବାସ୍ତୁଶାସ୍ତ୍ର ଅନୁଯାୟୀ ମନି ପ୍ଲାଣ୍ଟକୁ ଘରର ଅଗ୍ନିକୋଣରେ ଲଗାଇବା ସବୁଠାରୁ ଭଲ। ଏହି ଦିଗରେ ଗଛ ଲଗାଇଲେ ଘରେ ସକରାତ୍ମକ ଶକ୍ତି ବାସ କରିଥାଏ। ଆର୍ଥିକ ସ୍ଥିତିରେ ସୁଧାର ଆସିଥାଏ।

-ମନିପ୍ଲାଣ୍ଟକୁ କେବେହେଲେ ଉତ୍ତରପୂର୍ବ ଭାଗରେ ଲଗାନ୍ତୁ ନାହିଁ। ଏହା କରିବା ଦ୍ୱାରା ନକରାତ୍ମକ ପ୍ରଭାବ ପଡ଼ିଥାଏ। ଏହି ଦିଗର ପ୍ରତିନିଧିତ୍ୱ ବୃହସ୍ପତି କରିଥାନ୍ତି ଶୁକ୍ର ଏବଂ ବୃହସ୍ପତି ପରସ୍ପରର ବିରୋଧି। ଏଣୁ ଏହି ଦିଗରେ ମନି ପ୍ଲାଣ୍ଟ ଲଗାଇବା ହାନିକାରକ।

-ଘରର ପୂର୍ବ ନଚେତ ପଶ୍ଚିମ ଦିଗରେ ମନି ପ୍ଲାଣ୍ଟ ଲଗାନ୍ତୁ ନାହିଁ। ଏହି ଦିଗରେ ମନି ପ୍ଲାଣ୍ଟ ଲଗାଇଲେ ମାନସିକ ଚିନ୍ତା ବୃଦ୍ଧି ପାଇବା ସାଙ୍ଗକୁ ସମ୍ପର୍କରେ ମତଭେଦ ଦେଖାଦେଇଥାଏ। ଏଣୁ ଭୁଲ୍‌ରେ ବି ଏହି ଦିଗରେ ଏହି ଗଛ ଲଗାନ୍ତୁ ନାହିଁ।

-ବାସ୍ତୁ ଅନୁଯାୟୀ ମନି ପ୍ଲାଣ୍ଟର ଲତା ମାଟି ଛୁଇଁଲେ ଅଶୁଭ। ଏହା ସୁଖ-ସମୃଦ୍ଧିକୁ ରୋକିଦେଇଥାଏ। ଏଣୁ ସବୁବେଳେ ଏହାକୁ ଉପରକୁ ଟେକିକରି ଲଗାନ୍ତୁ।

-ବାସ୍ତୁ ଅନୁସାରେ ମନି ପ୍ଲାଣ୍ଟକୁ ଦକ୍ଷିଣ ପୂର୍ବ ଦିଗରେ ଲଗାଇବା ଶୁଭ। ଏହାଦ୍ୱାରା ଆର୍ଥିକ ସ୍ଥିତିରେ ସୁଧାର ଆସିଥାଏ। ଘରେ ସୁଖଶାନ୍ତି ବଜାୟ ରହିବା ପାଇଁ ମନି ପ୍ଲାଣ୍ଟକୁ ଦଉଡ଼ି ନଚେତ ବାଡ଼ି ସାହାଯ୍ୟରେ ବାନ୍ଧି ଦିଅନ୍ତୁ। ଏହାଦ୍ୱାରା ଆପଣଙ୍କ ମାନସମ୍ମାନ ବଢ଼ିବା ସହ ଟଙ୍କାପଇସାରେ ବୃଦ୍ଧି ହୋଇଥାଏ।

-ମନିପ୍ଲାଣ୍ଟର ପତ୍ର ଶୁଖିଯାଇଥିଲେ ତାକୁ ଶୀଘ୍ର କାଢ଼ି ଦିଅନ୍ତୁ। ଏହାଛଡ଼ା ରବିବାର ଦିନ ଏହି ଗଛରେ ପାଣି ଦିଅନ୍ତୁ ନାହିଁ। ଯଦି ପାଣି ଦିଅନ୍ତି ତେବେ ସେଥିରେ ଟିକିଏ କ୍ଷୀର ମିଶାଇପାରିବେ। ଏପରି କରିବା ଦ୍ୱାରା ଆର୍ଥିକ ସ୍ଥିତିରେ ସୁଧାର ଆସିପାରେ।

-ମନି ପ୍ଲାଣ୍ଟକୁ କେବେହେଲେ ଘର ବାହାରେ ଲଗାଇବା ଉଚିତ ନୁହେଁ। ଏହାକୁ ସବୁବେଳେ ଘର ଭିତରେ ରଖିବା ଉଚିତ । ଲୋକମାନଙ୍କ ଦୃଷ୍ଟି ଯେପରି ଏହା ଉପରେ ନ ପଡ଼ିବ ତାହା ଦେଖିବା ଉଚିତ। କାରଣ ଖରାପ ଦୃଷ୍ଟି ପଡ଼ିଲେ ଏହି ଗଛ ଶୁଖି ଯାଇଥାଏ। ଏଣୁ ଲୋକଙ୍କ ଦୃଷ୍ଟିରୁ ଅଲଗା ଏହି ଗଛକୁ ଲଗାଇବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

ହୀରାକୁଦ ଜଳଭଣ୍ଡାର ପୁଣି ପୂର୍ଣ୍ଣଗର୍ଭା: ଦ୍ବିତୀୟ ଥର ୬୩୦ ଫୁଟ ଛୁଇଁଲା ଜଳସ୍ତର

​ସମ୍ବଲପୁର,୨।୧୦(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ବର୍ତ୍ତମାନ ମାତ୍ର ଗୋଟିଏ ସ୍ଲୁଇସ ଗେଟ୍ ଖୋଲା ରହିଛି । ଫଳରେ ଶୁକ୍ରବାର ସକାଳେ ହୀରାକୁଦ ଜଳଭଣ୍ଡାରର ପୁଣିଥରେ ପୂର୍ଣ୍ଣଗର୍ଭା ହୋଇଛି…

୭୫ ବର୍ଷ ପରେ ଘଟିଲା ଏମିତି: ଏସିଆନ ଗେମ୍ସରେ ଚମତ୍କାର କଲା ଭାରତୀୟ ମହିଳା ଟିମ୍‌

ନୂଆଦିଲ୍ଲୀ,୨।୧୦: ୨୦୨୬ ଏସିଆନ ଗେମ୍ସରେ ଭାରତ ଆଉ ଏକ ଐତିହାସିକ ସଫଳତା ହାସଲ କରିଛି। ତୀରନ୍ଦାଜୀର ମହିଳା ରିକର୍ଭ ଟିମ ଫାଇନାଲରେ ଶକ୍ତିଶାଳୀ ଦକ୍ଷିଣ କୋରିଆକୁ ୫-୩ରେ…

ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ ପୁଟିନ୍, ନିରପେକ୍ଷ ରହିବା….

ମସ୍କୋ,୨।୧୦: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି । ମୋଦିଙ୍କୁ ବିଶ୍ୱର ସେହି ନେତାମାନଙ୍କ ମଧ୍ୟରେ ପୁଟିନ୍‌ ସାମିଲ କରିଛନ୍ତି,…

ବିନା ଛାତ୍ରରେ ଚାଲିଛି ବିଦ୍ୟାଳୟ: ସ୍କୁଲ ଜଗି ରହିଛନ୍ତି ଭାରପ୍ରାପ୍ତ ହେଡ୍‌ ପଣ୍ଡିତ

ବଲାଙ୍ଗୀର,୨ା୧୦(ବୀରେନ୍ଦ୍ର କୁମାର ଝାଙ୍କର):ବଲାଙ୍ଗୀର ସହର ମୁଖ୍ୟରାସ୍ତା ପାର୍ଶ୍ୱରେ ଥିବା ବିଦ୍ୟାଭୂଷଣ ସଂସ୍କୃତ ପ୍ରଥମା-ମଧ୍ୟମା ବିଦ୍ୟାଳୟରେ ୬ଷ୍ଠରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ଏକଦା ଏହି ବିଦ୍ୟାଳୟରେ ୧୦୦ରୁ…

ମୋହନ ସରକାରଙ୍କ ବଡ଼ ଘୋଷଣା: ୫.୧୨ଲକ୍ଷ ନୂଆ ହିତାଧିକାରୀଙ୍କୁ ମିଳିବ ଭତ୍ତା

ଭୁବନେଶ୍ୱର,୨।୧୦ (ରବିନାରାୟଣ ଜେନା):ଦୀର୍ଘଦିନ ଧରି ସରକାରଙ୍କୁ ଭତ୍ତା ଗଣ୍ଡିଏ ପାଇବା ପାଇଁ ଚାହିଁ ରହିଥିବା ବୃଦ୍ଧା/ବୃଦ୍ଧ ଓ ଅନ୍ୟାନ୍ୟ ବର୍ଗଙ୍କ ଅପେକ୍ଷାର ଅନ୍ତ ଘଟିଛି। ମୁଖ୍ୟମନ୍ତ୍ରୀ ମୋହନ…

ଆଜି ଇଣ୍ଡିଆ ମେଣ୍ଟର ‘ଗଣତନ୍ତ୍ର ବଞ୍ଚାଓ’ ପଦଯାତ୍ରା, ଫର୍ମ-୬ ପରିବର୍ତ୍ତନକୁ ନେଇ ରାହୁଲ କହିଲେ…

ନୂଆଦିଲ୍ଲୀ,୨।୧୦(ପି.ଟି.): ନୂତନ ଭୋଟର ପଞ୍ଜୀକରଣ ପାଇଁ ଭାରତର ନିର୍ବାଚନ ଆୟୋଗ (ଇସିଆଇ) ଦ୍ୱାରା ବ୍ୟବହୃତ ଅନ୍‌ଲାଇନ୍‌ ‘ଫର୍ମ-୬’ରେ ବେଆଇନ ଭାବେ ପରିବର୍ତ୍ତନ ପାଇଁ ଟାଟା କନ୍ସଲଟାନ୍ସି ସର୍ଭିସେସ୍‌…

ଗିଲ୍‌ଙ୍କ ଅଧିନାୟକତ୍ୱକୁ ନେଇ ଗମ୍ଭୀରଙ୍କ ବଡ଼ ବୟାନ, ବୋଲରଙ୍କ…

ନୂଆଦିଲ୍ଲୀ,୨।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଦିନିକିଆରେ ୪୦୬ ରନ୍‌ର ବଡ଼ ଲକ୍ଷ୍ୟକୁ ହାସଲ କରି ଭାରତ ଚମତ୍କାର ବିଜୟ ହାସଲ କରିଛି। ଏହି ମ୍ୟାଚ୍‌ରେ ଶୁବମନ ଗିଲ୍‌ଙ୍କ…

ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି, ଆଜିଠୁ ଆନ୍ଦୋଳନକୁ ଓହ୍ଲାଇବ CJP

ମୁମ୍ବାଇ, ୨।୧୦(ପି.ଟି.): ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ସାମ୍ନାକୁ ଆସିବା ପରେ ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ଜ୍ଞାନେଶ କୁମାରଙ୍କ ତୁରନ୍ତ ଇସ୍ତଫା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?