ଶୟନ କକ୍ଷରେ କ’ଣ ରଖିବେ, କ’ଣ ନୁହେଁ; ଜାଣନ୍ତୁ ଏନେଇ ବାସ୍ତୁ…

ଦିନଯାକର ଅକ୍ଳାନ୍ତ ପରିଶ୍ରମ ପରେ ଟିକେ ବିଶ୍ରାମ ପାଇଁ ଯେବେ ଶୋଇବା ଘରେ ପାଦ ପଡ଼ିଯାଏ ସେତେବେଳେ ମନକୁ ଖୁବ୍‌ ଶାନ୍ତି ମିଳିଥାଏ। କାରଣ ଶୋଇବା ଘର ହେଉଛି ଏପରି ଏକ ସ୍ଥାନ, ଯେଉଁଠି ବ୍ୟକ୍ତି ଆରାମ କରିପାରେ। ସୁଖୀ ଦାମ୍ପତ୍ୟ ଜୀବନ ପାଇଁ ବି ଶୋଇବା ଘରର ଭୂମିକା ଯଥେଷ୍ଟ ଥାଏ ବୋଲି କୁହାଯାଏ। ତେଣୁ ବାସ୍ତୁଶାସ୍ତ୍ର ଅନୁଯାୟୀ ଶୋଇବା ଘର କିପରି ହେବା ଦରକାର ଆସନ୍ତୁ ଜାଣିବା:

* ଦାମ୍ପତ୍ୟ ସୁଖ ପାଇଁ ଶୋଇବା ଘର ଦକ୍ଷିଣ ପଶ୍ଚିମ କୋଣରେ ରହିଲେ ଭଲ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି।

* ସେହିପରି ସୁଖୀ ଦାମ୍ପତ୍ୟ ପାଇଁ ଶୋଇବା ଘରର ଖଟକୁ କେବେ ବି କାନ୍ଥକୁ ଲଗାଇ ରଖିବା ଠିକ୍‌ ନୁହେଁ।

* ଶୟନ କକ୍ଷରେ ଆଇନା ରଖିବା ଉଚିତ ନୁହେଁ। ଯଦି ଅଛି ସାଜଶୃଙ୍ଗାର ପରେ ଆଇନା ଉପରେ ପରଦା ପକାଇଦେବା ଠିକ୍‌ ହେବ। କାରଣ ଶୋଇବା ସମୟର ଛବି ଆଇନାରେ ପ୍ରତିଫଳିତ ହେବା ଅଶୁଭ ବୋଲି କୁହାଯାଇଥାଏ।

* ଶୟନ କକ୍ଷରେ ପୂଜାଘର ରଖିବା ମଧ୍ୟ ଭଲ ନୁହେଁ।

* ସବୁଠୁ ବଡ଼ କଥା ହେଉଛି, ଶୋଇବା ଘରେ ଭୁଲ୍‌ରେ ବି ଦୁଇଟି ଖଟକୁ ଯୋଡ଼ି ଶୁଅନ୍ତୁ ନାହିଁ। କାରଣ ଏହା ଦାମ୍ପତ୍ୟ ଜୀବନ ଉପରେ ଖରାପ ପ୍ରଭାବ ପକାଇଥାଏ।

* ଶୟନ କକ୍ଷରେ କାନ୍ଦିବା ଚିତ୍ର, ଯୁଦ୍ଧ ଚିତ୍ର କିମ୍ବା ମୃତ ବ୍ୟକ୍ତିଙ୍କ ଫଟୋ ନ ରଖି ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତି, ଉଭୟ ପତ୍ନୀପତିଙ୍କ ଖୁସି ସମୟର ଚିତ୍ର କିମ୍ବା ଯୁଗଳ ଚଢ଼େଇଙ୍କ ଚିତ୍ର ରଖିଲେ ଦାମ୍ପତ୍ୟ ଜୀବନରେ ସୁପ୍ରଭାବ ପଡ଼ିଥାଏ ବୋଲି ବିଶ୍ୱାସ କରାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri