ବାସ୍ତୁଦୋଷ ଥିଲେ ଲାଗି ରହେ ଘରେ କଳହ, ଜାଣନ୍ତୁ କ’ଣ କଲେ ପାଇହେବ ମୁକ୍ତି…

ବାସ୍ତୁଶାସ୍ତ୍ର କହେ, ଘରେ ବାସ୍ତୁଦୋଷ ଥିଲେ କଳହ ଲାଗି ରହେ। ଘରର ଉନ୍ନତି ପଥରେ ବାରମ୍ବାର ବାଧା ଉପୁଜିବା ସହ ରୋଜଗାର ତୁଳନାରେ ଖର୍ଚ୍ଚ ବଢିଯାଏ, ରୋଗବ୍ୟାଧି ଲାଗି ରହେ ଇତ୍ୟାଦି। ତେଣୁ କ’ଣ କଲେ ଏସବୁରୁ ମୁକ୍ତି ପାଇହେବ ଜାଣନ୍ତୁ ସେ ସମ୍ପର୍କରେ…

*ଘରର ମୁଖ୍ୟ ଦ୍ୱାରକୁ ସର୍ବଦା ସଫାସୁତୁରା ରଖିବା ସହ ଏଠାରେ କେମିତି ଭଲ ଆଲୋକ ପଡିପାରିବ ସେ ବ୍ୟବସ୍ଥା କରିବା ଦରକାର।

*ରୋଷେଇ ଘରକୁ ସଫା ରଖିବା ସହ ତିଆରି କରାଯାଇଥିବା ପ୍ରଥମ ରୁଟିକୁ ଗୋମାତାଙ୍କୁ ଦେବା ପାଇଁ କାଢିଦେବା ଶୁଭ ହୋଇଥାଏ।

*ସପ୍ତାହକୁ ଥରେ ହେଉନା କାହିଁକି ଘରେ ଗୁଗୁଳ ଧୂଆଁ ଦେବା ଦ୍ୱାରା ଘରୁ ନକାରାତ୍ମକ ଉର୍ଜ୍ଜା ଦୂର ହୋଇଥାଏ ବୋଲି ବିଶ୍ୱାସ କରାଯାଏ।

*ଗୃହରେ କେବେବି ଗୋଟିଏ ରେଖାରେ ତିନୋଟି କବାଟ ରହିବା ଉଚିତ୍‌ ନୁହେଁ।

*ଘରେ କେବେ ବି କୌଣସି ଭଙ୍ଗାରୁଜା ଜିନିଷ କିମ୍ବା ଅଳିଆ ଆବର୍ଜନାକୁ ଗଦେଇକରି ରଖିବା ଠିକ୍‌ ନୁହେଁ। ଏହାର କୁପ୍ରଭାବ ମଧ୍ୟ ଘରର ସୁଖଶାନ୍ତି ଉପରେ ପଡିଥାଏ।

*ଯେଉଁ ଫର୍ଣିଚର୍‌ର କୋଣଗୁଡ଼ିକ ଗୋଲାକାର ଆକୃତିର ହୋଇଥିବ ସେହି ଫର୍ଣ୍ଣିଚର୍‌କୁ ଘରେ ପକାଇବା ଶୁଭ ହୋଇଥାଏ।

* ସେହିପରି ଧ୍ୟାନଦେବେ ଘରେ ଲାଗିଥିବା କୌଣସି ଟ୍ୟାପ୍‌ରୁ ଯେମିତି ପାଣି ଲିକ୍‌ କରୁନଥିବ ଏବଂ ଜଳ ନିଷ୍କାସନର ବ୍ୟବସ୍ଥା ଘରର ପୂର୍ବ କିମ୍ବା ଉତ୍ତର ଦିଗରେ ହୋଇଥିବ।

*ବାଥ୍‌ରୁମ୍‌କୁ ସର୍ବଦା ସଫା ରଖିବା ସହ, ଧ୍ୟାନଦେବେ ଏଠାରୁ ଯେମିତି ଦୁର୍ଗନ୍ଧ ବାହାରୁ ନଥିବ।

*ଘରର ପୂର୍ବ ଦିଗରେ କିମ୍ବା ପୂଜା ସ୍ଥାନରେ ତୁଳସୀ ଗଛ ରହିବାକୁ ମଧ୍ୟ ଅତ୍ୟନ୍ତ ଶୁଭ ବୋଲି କୁହାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ମାନ ପାଇବାକୁ ଚାହୁଁଥିଲେ ଜାଣନ୍ତୁ ଚାଣକ୍ୟଙ୍କ ଏ କଥା

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ପଦୋନ୍ନତି, ବୈବାହିକ ଜୀବନ, ବନ୍ଧୁତା, ଶତ୍ରୁତା ଏବଂ ସମ୍ମାନ ସହିତ ଜଡିତ ସମସ୍ତ ବିଷୟ ଉପରେ ପରାମର୍ଶ ଦେଇଛନ୍ତି। ଚାଣକ୍ୟଙ୍କ...

କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଁ…

କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଁ ଏକ ସରଳ ଉପାୟର ଉପଯୋଗ କରିପାରନ୍ତି। ଏହା ମଧ୍ୟ ଆପଣଙ୍କ ହାତପାହାନ୍ତାରେ ରହିଛି ଏବଂ ତାହା ସହିତ ଆମେ ଓତପ୍ରତ ଭାବରେ...

ଶତ୍ରୁ ବିଷୟରେ ସମ୍ପୂର୍ଣ୍ଣ ଜ୍ଞାନ ଅର୍ଜନ କରିବାକୁ କାହିଁକି କହିଛନ୍ତି ଚାଣକ୍ୟ ଜାଣନ୍ତୁ…

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଜୀବନକୁ ସଫଳ କରିବା ପାଇଁ ଅନେକ କିଛି ବର୍ଣ୍ଣନା କରିଛନ୍ତି। ସେ ଏକ ଶ୍ଳୋକ ମାଧ୍ୟମରେ ଅପମାନର ପ୍ରତିଶୋଧ ନେବା...

ସକାଳୁ ସକାଳୁ କଫି ପିଇବା ଲାଭଦାୟକ ନା କ୍ଷତିକାରକ

ଅଧିକାଂଶ ଲୋକେ ସକାଳୁ କଫି ନ ପିଇଲେ ବେଡ୍‌ରୁ ଉଠନ୍ତି ନାହିଁ। କଫି ପିଇବା ପରେ ନିଦ ଛାଡିବା ସହ ଶରୀରରେ ନୂତନ ଶକ୍ତି ବିସ୍ତାର...

୫ ଘଣ୍ଟାରୁ କମ୍‌ ଶୋଉଛନ୍ତି କି, ହୁଅନ୍ତୁ ସାବଧାନ…

ଦିନକୁ ୫ ଘଣ୍ଟାରୁ କମ୍‌ ସମୟ ଶୋଉଥିବା ବ୍ୟକ୍ତିଙ୍କୁ ନିଦ୍ରାହୀନତା ହୋଇଛି ବୋଲି କୁହାଯାଇଥାଏ। ଯଦି ଏହି ସମସ୍ୟା ଦୀର୍ଘଦିନ ଧରି ଲାଗି ରୁହେ, ତେବେ...

ଅବସାଦ ଦୂର କରେ ଗୋଲମରିଚ

ଗୋଲମରିଚ ଯେ କେବଳ ଖାଦ୍ୟର ସ୍ୱାଦ ବଢାଏ ତା’ ନୁହେଁ ବରଂ ଏହାର ଔଷଧୀୟ ଗୁଣ ଶରୀରକୁ ଅନେକ ଲାଭ ପ୍ରଦାନ କରିଥାଏ । ଅନେକ...

ହୋମ୍‌ ଡେକୋରେଶନ

ଘର ସଜାଇବାକୁ ତ ସମସ୍ତଙ୍କର ଇଚ୍ଛା। କିନ୍ତୁ ହୋମ୍‌ ଡେକୋରେସନ୍‌ ଜିନିଷର ଦାମ୍‌ ଦେଖି ବେଳେବେଳେ ମନ ଫିକା ପଡିଯାଏ। ତେବେ କମ୍‌ ସମୟ ଓ...

ଝିଅଙ୍କ ବିବାହ ସମ୍ବନ୍ଧୀୟ ସମସ୍ୟା ହେଉଥିଲେ…..

ବାସ୍ତୁବିତ୍‌ଙ୍କ ଅନୁଯାୟୀ, ଯେକୌଣସି ଘରେ ଧନ ସେତେବେଳେ ବଢ଼ିଥାଏ, ଯେତେବେଳେ ଘରେ ରହୁଥିବା ସଦସ୍ୟଙ୍କ ମଧ୍ୟରେ ହସ ଏବଂ ଖୁସିର ବାତାବରଣଥାଏ। ଯେତେବେଳେ ଘରର ସଦସ୍ୟମାନଙ୍କ...

Advertisement
Archives

Model This Week