ନବମୀରେ ହୁଏ ମାଛଭୋଗ

କଟକ ଅଫିସ,୧୧ା୯: ଶାରଦୀୟ ପୂଜା ପାଇଁ ଚଳଚଞ୍ଚଳ ହୋଇଛି କଟକର ବିଭିନ୍ନ ପୂଜାମଣ୍ଡପ। ମା’ଙ୍କର ଆଗମନ ପାଇଁ କମିଟି କର୍ମକର୍ତ୍ତାମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ପୂଜାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ସମସ୍ତେ ଲାଗି ପଡିଛନ୍ତି। ଏହି ପୂଜାଦୌଡରେ ନିଜକୁ ସାମିଲ କରିଛି ସହରର ବହୁ ପୁରାତନ ଚାନ୍ଦିନୀଚୌକ ପୂଜା କମିଟି। ଏହି କମିଟି ରାଜାରାଜୁଡା ଅମଳରୁ ପୂଜାର୍ଚ୍ଚନା କରିଆସୁଛି। ୧୮୭୫ରେ ଦର୍ପଣୀ ରାଜା ଜମି ଦେବା ପରେ ଦୁର୍ଗାପୂଜା ହୋଇଥିଲା। ଏକ ଚାଳଘରେ ପୂଜା କରାଯାଉଥିଲା। ପରବର୍ତ୍ତୀ ସମୟରେ ବିହାରୀଲାଲ ପଣ୍ଡିତଙ୍କ ଦ୍ୱାରା ଏକ ମଣ୍ଡପ ନିର୍ମାଣ କରାଯାଇଥିଲା। ୧୯୨୬ ମସିହାରୁ ଉକ୍ତ ମଣ୍ଡପରେ ମା’ଙ୍କର ପୂଜା କରାଯାଇଆସୁଛି। ୨୦୦୪ରୁ ଏଠାରେ ଚାନ୍ଦିମେଢ଼ ନିର୍ମାଣ କରାଯାଉଛି। ଏହାର ଓଜନ ପ୍ରାୟ ୪ କୁଇଣ୍ଟାଲ ଓ ଉଚ୍ଚତା ୧୪ ଫୁଟ ରହିଛି। ଏଠାରେ ମା’ ଦୁର୍ଗାଙ୍କର ମୃଣ୍ମୟୀ ମୂର୍ତ୍ତି ନିର୍ମାଣ କରାଯାଉଥିଲେ ମଧ୍ୟ ଏହାର ମୁଖା ଅନ୍ୟଠାରୁ ଭିନ୍ନ। ରାଜାଙ୍କ ଅମଳରେ ପୂଜା କରାଯିବା ସମୟରେ ଏହି ମୁଖା ନେପାଳରୁ ଆସିଥିଲା। ପ୍ରତିବର୍ଷ ମୂର୍ତ୍ତି ତିଆରିବେଳେ ଏହି ମୁଖା ବ୍ୟବହାର କରାଯାଏ। ଚାନ୍ଦିନୀଚୌକ ଦୁର୍ଗାଙ୍କୁ ସାନଭଉଣୀ କୁହାଯାଏ। ସାନ ଭଉଣୀ ହୋଇଥିବାରୁ ସମସ୍ତ ମୂର୍ତ୍ତି ଭସାଣ ପରଦିନ ଏଠାକାର ମା’ଙ୍କୁ ମେଲାଣି ଦିଆଯାଇଥାଏ। ବହୁବର୍ଷ ଧରି ରାଜ ପରିବାର ଦୁର୍ଗାପୂଜା କରିଆସୁଥିବାବେଳେ ସମୟାନୁକ୍ରମେ ସାହି ଓ ପୂଜା କମିଟି ଗଠନ କରାଯାଇ ମୁରବୀ ଓ ଯୁବକମାନଙ୍କୁ ପୂଜା ପରିଚାଳନା ଦାୟିତ୍ୱ ଦିଆଯାଇଥିଲା। ଚଳିତବର୍ଷ ପ୍ରାୟ ୨୨ଲକ୍ଷ ଟଙ୍କାର ପୂଜା ବଜେଟ ରହିଛି।

ଚଳିତବର୍ଷ କମିଟି କିଛି ନୂଆ ଢଙ୍ଗରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସାଜସଜ୍ଜା କରିବାକୁ ଲକ୍ଷ୍ୟ ରଖିଛି ା ପୂଜା ସମୟରେ ୪ ଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମ ହେବ। ଭୁବନେଶ୍ୱର ଓ କଟକର ନାମୀଦାମୀ ମେଲୋଡି କଳାକାର ସଙ୍ଗୀତ ପରିବେଷଣ କରିବେ। ଚାନ୍ଦିନୀଚୌକ ଏକ ବଡ଼ ଅଞ୍ଚଳ ହୋଇଥିବାରୁ ୮ରୁ ଅଧିକ ଗେଟ୍‌ ତିଆରି ହେବ। ସହରର ପ୍ରବେଶ ପଥ ବେଲ୍‌ଭ୍ୟୁ ଛକ ନିକଟ ଗୋଲେଇରେ ଅତ୍ୟାଧୁନିକ ଲାଇଟ୍‌ରେ ୱେଲ୍‌କମ୍‌ ଗେଟ୍‌ ନିର୍ମାଣ ପାଇଁ ଯୋଜନା ରହିଛି। ସେହିପରି ପରମ୍ପରା ଅନୁଯାୟୀ ମା’ଙ୍କ ନିକଟରେ ମାଛ ଓ ମିଠା ଭୋଗ କରାଯାଇଥାଏ। ମାଛ ଭୋଗ ଏଠାକାର ନିଆର ପରମ୍ପରା ରହିଛି ା ପ୍ରତିବର୍ଷ ନବମୀରେ ମା’ଙ୍କ ନିକଟରେ ମାଛ ଭୋଗ କରାଯାଏ। ଚଳିତବର୍ଷ ୫ କୁଇଣ୍ଟାଲ ମାଛ ଭୋଗ କରାଯିବ ବୋଲି କମିଟି ପକ୍ଷରୁ ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ହତ୍ୟା ଉଦ୍ୟମ ମାମଲା: ୪ ମାସ ପରେ ଦମ୍ପତି ଗଲେ ଜେଲ୍

ଦିଗପହଣ୍ଡି, ୨।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସାହାଣୀ ସାହିର କୀର୍ତ୍ତନ ଦାସ (୬୬) ଏବଂ ତାଙ୍କ ସ୍ତ୍ରୀ ସୁବାସି ଦାସ (୬୦)ଙ୍କୁ ଶୁକ୍ରବାର…

ଦ୍ରୁତଗତିରେ ବାଇକ୍ ଚାଳନାକୁ ନେଇ ଗୋଷ୍ଠୀ ସଂଘର୍ଷ: ବୁଲିଲା ଠେଙ୍ଗା, ରଣକ୍ଷେତ୍ର ପାଲଟିଲା ଗାଁ ରାସ୍ତା

ଦିଗପହଣ୍ଡି, ୨।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ପଞ୍ଚାୟତ ଅନ୍ତର୍ଗତ ବଜ୍ରଗୁମ୍ମା ଗ୍ରାମର ଓଡ଼ିଆ ସାହିରେ ଗୁରୁବାର ଅପରାହ୍ନରେ ଦ୍ରୁତଗତିରେ…

ଯୌତୁକ ନିର୍ଯ୍ୟାତନାରୁ ମହିଳାଙ୍କ ଆତ୍ମହତ୍ୟା ଘଟଣା: ୫ ମାସ ପରେ ଅଭିଯୁକ୍ତ ସ୍ବାମୀ ଗଲେ ଜେଲ  

ଦିଗପହଣ୍ଡି,୨|୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୧୦ ନଂ ୱାର୍ଡ ଆନନ୍ଦ ନଗର ର ବିଶ୍ଵନାଥ ମହାରଣାଙ୍କ ଝିଅ ଉଷାରାଣୀ ମହାରଣା ସ୍ବାମୀ ଓ…

୧୦ ଲକ୍ଷ ଯୌତୁକ ଦାବିରେ ନିର୍ଯାତନା: ମାଡ଼ମାରି ନବବଧୂଙ୍କ ନାକରୁ ରକ୍ତସ୍ରାବ, ନନ୍ଦିପଦା ଥାନାରେ ମାମଲା ରୁଜୁ

ହାଟଡିହୀ/ଛେନାପଦୀ, ୨।୧୦ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଡ଼ଅଁର ପଞ୍ଚାୟତ ଅନ୍ତର୍ଗତ ସରଳା-ରାଧାନଗରପାଟଣା ଗ୍ରାମରେ ଜଣେ ନବବଧୂଙ୍କୁ ୧୦ ଲକ୍ଷ ଟଙ୍କା ଯୌତୁକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?