ପ୍ରେମରେ ପ୍ରେମରେ ବର୍ଷେ…

ଆସନ୍ତାକାଲି ପ୍ରେମର ଦିବସ ଭାଲେଣ୍ଟାଇନ୍ସ ଡେ’। ପ୍ରତିଟି ପ୍ରେମୀଯୁଗଳଙ୍କ ପାଇଁ ବେଶ୍‌ ପ୍ରତୀକ୍ଷିତ ଦିନଟିଏ। ହେଲେ, ଦୁଇ ଅଚିହ୍ନା ମଣିଷ ଯଦି ଏହିଦିନ ବିବାହ ବନ୍ଧନରେ ବାନ୍ଧି ହୋଇ ପରବର୍ତ୍ତୀ ସମୟରେ ଏହି ଦିନରେ ବିବାହ ବାର୍ଷିକୀ ପାଳନ କରନ୍ତି, ତେବେ ସେମାନଙ୍କ ପାଇଁ ଏହା ପାଲଟିଯାଏ ଆହୁରି ଖାସ୍‌ ଆଉ ସ୍ପେଶାଲ୍‌। ଏବର୍ଷ ଭାଲେଣ୍ଟାଇନ୍ସ ଡେ’ରେ ପ୍ରଥମ ବିବାହ ବାର୍ଷିକୀ ପାଳିବାକୁ ଯାଉଥିବା ସେହିଭଳି କେତେଜଣ ଦମ୍ପତିଙ୍କୁ ନେଇ ଏଥରର
ବିଶେଷ ଉପସ୍ଥାପନା…

ଭଲପାଇବାରେ
ଜଣାପଡ଼େନି ସମୟ
ଦୀପଙ୍କର ମହାନ୍ତି (କଟକ)- ଭଲପାଇବା ଏମିତି ଏକ ସମ୍ପର୍କ, ଯାହା କେବେ କାହା ସହ ଗଢ଼ିଉଠେ ଜଣାପଡ଼େନି। ଠିକ୍‌ ଯେମିତି ଆମ ସହ ହୋଇଥିଲା। ଅଲିଭାଙ୍କ ସହ ମୋର ବିବାହ ପ୍ରସ୍ତାବ ପଡ଼ିବା ପରେ ହିଁ ତାଙ୍କୁ ଚିହ୍ନିଲି। ହେଲେ ଧୀରେ ଧୀରେ କଥା ହେବା ପରେ ଏକ ଭଲପାଇବାର ସମ୍ପର୍କ ଗଢ଼ିଉଠିଲା ଏବଂ ମନେହେଲା ଯେମିତି ବହୁ ବର୍ଷରୁ ପରସ୍ପରକୁ ଜାଣିଛୁ। ଯେହେତୁ ଆମେ ଅନ୍ୟ ପ୍ରେମୀ ଯୁଗଳଙ୍କ ପରି ପୂର୍ବରୁ ଭାଲେଣ୍ଟାଇନ୍ସ ଡେ’ ସେଲିବ୍ରେଟ୍‌ କରି ନ ଥିଲୁ, ତେଣୁ ଆମ ଭଲପାଇବାକୁ ସ୍ପେଶାଲ କରିବା ପାଇଁ ଆମେ ବିବାହ ନିମନ୍ତେ ଏହି ଦିନକୁ ବାଛିଲୁ। ପରସ୍ପର ସହ ସମୟ ବିତାଇବାରେ ଇତିମଧ୍ୟରେ କେବେ ଏକ ବର୍ଷ ବିତିଗଲାଣି ଆଦୌ ଜଣାପଡ଼ୁନି। ଆସନ୍ତାକାଲି ଭାଲେଣ୍ଟାଇନ୍ସ ଡେ’ ସହ ପ୍ରଥମ ବିବାହ ବାର୍ଷିକୀ ପାଳନ କରିବାକୁ ନେଇ ଆମେ ଉତ୍କଣ୍ଠାର ସହ ଚାହିଁ ରହିଛୁ।

ଭାଲେଣ୍ଟାଇନ୍ସ ଡେ’ରେ ବିବାହର ଅନୁଭୂତି ଅନନ୍ୟ
ସୁମିତ୍ରା ସାହୁ (ଯାଜପୁର)- ପ୍ରତିଟି ପ୍ରେମୀଯୁଗଳଙ୍କ ପାଇଁ ଭାଲେଣ୍ଟାଇନ୍ସ ଡେ’ କେତେ ଖାସ୍‌ ତା’ କିଏ ବା ନ ଜାଣେ! ହେଲେ ଏହି ଦିନଟି ଆହୁରି ସ୍ପେଶାଲ୍‌ ହୋଇଯାଏ, ଯେବେ ପାଖରେ ନିଜ ଜୀବନସାଥୀ ଥାଆନ୍ତି। ତେବେ ମୋ ପାଇଁ ଏହି ଦିନଟି ବେଶ୍‌ ଗୁରୁତ୍ୱ ରଖିବାର କାରଣ ହେଉଛି ଗତବର୍ଷ ଏହି ଦିନରେ ମୋର ମାନସ ରଞ୍ଜନ ସାହୁଙ୍କ ସହ ବିବାହ ହୋଇଥିଲା। ସଭିଏଁ ଏହି ଦିନକୁ ପ୍ରେମ ଦିବସ ଭାବେ ପାଳୁଥିବା ବେଳେ ଆମେ ବିବାହ ବେଦିରେ ପରସ୍ପରକୁ ସାରାଜୀବନ ପାଇଁ ପାଇଥିଲୁ। କଥାରେ ଅଛି, ଜୀବନସାଥୀ ଯଦି ଭଲ ହୁଏ, ଜୀବନ ଅତି ମଧୁରମୟ ହୋଇଯାଏ। ଏହା ସତ। କାରଣ ଆସନ୍ତାକାଲି ଆମ ବିବାହକୁ ବର୍ଷେ ପୂରିବାକୁ ଯାଉଛି, ଆଉ ଏହା ଭିତରେ ତାଙ୍କଠାରୁ ଯେଉଁ ଭଲପାଇବା, ସ୍ନେହ ଶ୍ରଦ୍ଧା, ଖୁସି, ଯତ୍ନ ପାଇଛି, ତାହାର ବର୍ଣ୍ଣନା ନାହିଁ। ଆମ ଭଲପାଇବା ପବିତ୍ର, ନିର୍ମଳ, ସ୍ବଚ୍ଛ। ତାଙ୍କ ସହ ଏମିତି ସାରା ଜୀବନ ହସଖୁସିରେ କଟୁ ବୋଲି ପ୍ରଥମ ବିବାହ ବାର୍ଷିକୀରେ ପ୍ରଭୁଙ୍କ ନିକଟରେ କାମନା କରିବି।
ସ୍ପେଶାଲ ଭାଲେଣ୍ଟାଇନ୍ସ
ଗିଫ୍ଟ ଆମ ପୁଅ:
ପ୍ରଣତି ଦାସ (କେନ୍ଦୁଝର): ଘରେ ଯେତେବେଳେ ବାହାଘର ପ୍ରସ୍ତାବ ବିଷୟରେ ମୋତେ ପ୍ରଥମେ କହିଲେ, ସେତେବେଳେ ଭାବିଲି ବୋଧହୁଏ ଘରଲୋକ ନୂଆବର୍ଷରେ ମୋ ସହ ମଜା କରୁଛନ୍ତି। ହେଲେ, ପରେ ଜାଣିଲି ବାହାଘର ସତ। ନାହିଁ ନାହିଁ ଭିତରେ ଆଜକୁ ଠିକ୍‌ ବର୍ଷେ ତଳେ ଅର୍ଥାତ୍‌ ୨୦୨୧ ଫେବୃୟାରୀ ୧୪ରେ ବିଜୟ ପ୍ରଧାନଙ୍କ ସହ ହେଲା ବାହାଘର। ଯେହେତୁ ଆରେଞ୍ଜ ମ୍ୟାରେଜ୍‌, ତେଣୁ ସେଠାରେ କେମିତି ରହିବି ମନରେ ଡର ଥିଲା। ହେଲେ ସ୍ବାମୀଙ୍କ ସପୋର୍ଟ ସହ ପରିବାର ସଦସ୍ୟଙ୍କ ଭଲପାଇବା ଯୋଗୁଁ ବର୍ଷଟି କେମିତି ଅତିବାହିତ ହୋଇଗଲା ଜଣାପଡ଼ିଲାନି। ଆଉ ଆମ ପାଇଁ ସବୁଠୁ ଖାସ୍‌ କଥା ହେଲା, ଏ ଭିତରେ ଏବେ ମୁଁ ମା’ ହୋଇ ସାରିଲିଣି। ପୂର୍ବ ବର୍ଷର ଭାଲେଣ୍ଟାଇନ୍ସ ଡେ’ରେ ଜୀବନସାଥୀଙ୍କୁ ପାଇଲି, ଆଉ ଏ ବର୍ଷ ପୁଅକୁ। ତେଣୁ ଏବର୍ଷର ଭାଲେଣ୍ଟାଇନ୍ସ ଡେ’କୁ ପୁଅ ଆମ ପାଇଁ ସ୍ପେଶାଲ୍‌ କରିଦେଲା। ସେ ହିଁ ଆମ ପାଇଁ ଭଗବାନ୍‌ଙ୍କ ତରଫରୁ ସ୍ପେଶାଲ ଭାଲେଣ୍ଟାଇନ୍ସ ଗିଫ୍ଟ।
ପ୍ରେମ ଦିବସରେ
ଆନିଭର୍ସାରିର ମଜା ନିଆରା
ବିବେକ ମହାନ୍ତି (ଜଗନ୍ନାଥପୁର, ଭଦ୍ରକ)- ଅତି ନିଜର ଲାଗୁଥିବା ଲୋକ ସହ ବର୍ଷବର୍ଷ କେମିତି କଟିଯାଏ ଜଣାପଡ଼େନି। ବିଶେଷକରି ଯଦି ନିଜ ଲାଇଫ୍‌ ପାର୍ଟନରଙ୍କ ସହ ଅଣ୍ଡରଷ୍ଟାଣ୍ଡିଂ ଭଲ ରହିଲା, ତେବେ ସମ୍ପର୍କ ଆହୁରି ସୁନ୍ଦର ଓ ଜୀବନ ଖୁସିପୂର୍ଣ୍ଣ ହୋଇଯାଏ। ଏମିତିରେ ଯେତେ ସମସ୍ୟାର ପାହାଡ଼ ଆସି ମୁଣ୍ଡ ଟେକିଲେ ନ ଡରି ଦୁଇଜଣ ମିଶି ସାମ୍ନା କରିବା ସହଜ ହୋଇଯାଏ। ଏଭଳି ଜଣେ ଜୀବନସାଥୀ ଭାବେ ଅନିତା ଦାସଙ୍କୁ ପାଇ ମୁଁ ବହୁତ ଖୁସି। କେହି କେହି କୁହନ୍ତି, ପ୍ରେମ ଦିବସ ଅର୍ଥାତ୍‌ ଭାଲେଣ୍ଟାଇନ୍ସ ଡେ’ରେ ବିବାହ ହୋଇଥିବାରୁ ଆମ ସମ୍ପର୍କ ସୁମଧୁର ହୋଇପାରିଛି। ତେବେ ଏଥିରେ କେତେ ସତ୍ୟତା ଅଛି ତା’ ତ ଜାଣିନି; କିନ୍ତୁ ଏକଥା ସତ ଯେ, ଭାଲେଣ୍ଟାଇନ୍ସ ଡେ’ରେ ଆନିଭର୍ସାରି ପାଳନ କରିବାର ମଜା ନିଆରା। ଏହି ଦିନକୁ ଆମେ ଭଗବାନ୍‌ଙ୍କ ଦର୍ଶନରୁ ଆରମ୍ଭ କରି ବୁଲାବୁଲି, ହୋଟେଲରେ ଖାଇବା ସହ ପରସ୍ପରକୁ ସରପ୍ରାଇଜ୍‌ ଗିଫ୍ଟ ଦେବା ପର୍ଯ୍ୟନ୍ତ ଖୁବ୍‌ ମଜାମସ୍ତିରେ ପାଳିଥାଉ। ଏଥର ପାଇଁ ମଧ୍ୟ ଅନେକ ପ୍ଲାନିଂ ରହିଛି। -ପୌର୍ଣ୍ଣମାସୀ


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri