ପ୍ରେମରେ ପ୍ରେମରେ ବର୍ଷେ…

ଆସନ୍ତାକାଲି ପ୍ରେମର ଦିବସ ଭାଲେଣ୍ଟାଇନ୍ସ ଡେ’। ପ୍ରତିଟି ପ୍ରେମୀଯୁଗଳଙ୍କ ପାଇଁ ବେଶ୍‌ ପ୍ରତୀକ୍ଷିତ ଦିନଟିଏ। ହେଲେ, ଦୁଇ ଅଚିହ୍ନା ମଣିଷ ଯଦି ଏହିଦିନ ବିବାହ ବନ୍ଧନରେ ବାନ୍ଧି ହୋଇ ପରବର୍ତ୍ତୀ ସମୟରେ ଏହି ଦିନରେ ବିବାହ ବାର୍ଷିକୀ ପାଳନ କରନ୍ତି, ତେବେ ସେମାନଙ୍କ ପାଇଁ ଏହା ପାଲଟିଯାଏ ଆହୁରି ଖାସ୍‌ ଆଉ ସ୍ପେଶାଲ୍‌। ଏବର୍ଷ ଭାଲେଣ୍ଟାଇନ୍ସ ଡେ’ରେ ପ୍ରଥମ ବିବାହ ବାର୍ଷିକୀ ପାଳିବାକୁ ଯାଉଥିବା ସେହିଭଳି କେତେଜଣ ଦମ୍ପତିଙ୍କୁ ନେଇ ଏଥରର
ବିଶେଷ ଉପସ୍ଥାପନା…

ଭଲପାଇବାରେ
ଜଣାପଡ଼େନି ସମୟ
ଦୀପଙ୍କର ମହାନ୍ତି (କଟକ)- ଭଲପାଇବା ଏମିତି ଏକ ସମ୍ପର୍କ, ଯାହା କେବେ କାହା ସହ ଗଢ଼ିଉଠେ ଜଣାପଡ଼େନି। ଠିକ୍‌ ଯେମିତି ଆମ ସହ ହୋଇଥିଲା। ଅଲିଭାଙ୍କ ସହ ମୋର ବିବାହ ପ୍ରସ୍ତାବ ପଡ଼ିବା ପରେ ହିଁ ତାଙ୍କୁ ଚିହ୍ନିଲି। ହେଲେ ଧୀରେ ଧୀରେ କଥା ହେବା ପରେ ଏକ ଭଲପାଇବାର ସମ୍ପର୍କ ଗଢ଼ିଉଠିଲା ଏବଂ ମନେହେଲା ଯେମିତି ବହୁ ବର୍ଷରୁ ପରସ୍ପରକୁ ଜାଣିଛୁ। ଯେହେତୁ ଆମେ ଅନ୍ୟ ପ୍ରେମୀ ଯୁଗଳଙ୍କ ପରି ପୂର୍ବରୁ ଭାଲେଣ୍ଟାଇନ୍ସ ଡେ’ ସେଲିବ୍ରେଟ୍‌ କରି ନ ଥିଲୁ, ତେଣୁ ଆମ ଭଲପାଇବାକୁ ସ୍ପେଶାଲ କରିବା ପାଇଁ ଆମେ ବିବାହ ନିମନ୍ତେ ଏହି ଦିନକୁ ବାଛିଲୁ। ପରସ୍ପର ସହ ସମୟ ବିତାଇବାରେ ଇତିମଧ୍ୟରେ କେବେ ଏକ ବର୍ଷ ବିତିଗଲାଣି ଆଦୌ ଜଣାପଡ଼ୁନି। ଆସନ୍ତାକାଲି ଭାଲେଣ୍ଟାଇନ୍ସ ଡେ’ ସହ ପ୍ରଥମ ବିବାହ ବାର୍ଷିକୀ ପାଳନ କରିବାକୁ ନେଇ ଆମେ ଉତ୍କଣ୍ଠାର ସହ ଚାହିଁ ରହିଛୁ।

ଭାଲେଣ୍ଟାଇନ୍ସ ଡେ’ରେ ବିବାହର ଅନୁଭୂତି ଅନନ୍ୟ
ସୁମିତ୍ରା ସାହୁ (ଯାଜପୁର)- ପ୍ରତିଟି ପ୍ରେମୀଯୁଗଳଙ୍କ ପାଇଁ ଭାଲେଣ୍ଟାଇନ୍ସ ଡେ’ କେତେ ଖାସ୍‌ ତା’ କିଏ ବା ନ ଜାଣେ! ହେଲେ ଏହି ଦିନଟି ଆହୁରି ସ୍ପେଶାଲ୍‌ ହୋଇଯାଏ, ଯେବେ ପାଖରେ ନିଜ ଜୀବନସାଥୀ ଥାଆନ୍ତି। ତେବେ ମୋ ପାଇଁ ଏହି ଦିନଟି ବେଶ୍‌ ଗୁରୁତ୍ୱ ରଖିବାର କାରଣ ହେଉଛି ଗତବର୍ଷ ଏହି ଦିନରେ ମୋର ମାନସ ରଞ୍ଜନ ସାହୁଙ୍କ ସହ ବିବାହ ହୋଇଥିଲା। ସଭିଏଁ ଏହି ଦିନକୁ ପ୍ରେମ ଦିବସ ଭାବେ ପାଳୁଥିବା ବେଳେ ଆମେ ବିବାହ ବେଦିରେ ପରସ୍ପରକୁ ସାରାଜୀବନ ପାଇଁ ପାଇଥିଲୁ। କଥାରେ ଅଛି, ଜୀବନସାଥୀ ଯଦି ଭଲ ହୁଏ, ଜୀବନ ଅତି ମଧୁରମୟ ହୋଇଯାଏ। ଏହା ସତ। କାରଣ ଆସନ୍ତାକାଲି ଆମ ବିବାହକୁ ବର୍ଷେ ପୂରିବାକୁ ଯାଉଛି, ଆଉ ଏହା ଭିତରେ ତାଙ୍କଠାରୁ ଯେଉଁ ଭଲପାଇବା, ସ୍ନେହ ଶ୍ରଦ୍ଧା, ଖୁସି, ଯତ୍ନ ପାଇଛି, ତାହାର ବର୍ଣ୍ଣନା ନାହିଁ। ଆମ ଭଲପାଇବା ପବିତ୍ର, ନିର୍ମଳ, ସ୍ବଚ୍ଛ। ତାଙ୍କ ସହ ଏମିତି ସାରା ଜୀବନ ହସଖୁସିରେ କଟୁ ବୋଲି ପ୍ରଥମ ବିବାହ ବାର୍ଷିକୀରେ ପ୍ରଭୁଙ୍କ ନିକଟରେ କାମନା କରିବି।
ସ୍ପେଶାଲ ଭାଲେଣ୍ଟାଇନ୍ସ
ଗିଫ୍ଟ ଆମ ପୁଅ:
ପ୍ରଣତି ଦାସ (କେନ୍ଦୁଝର): ଘରେ ଯେତେବେଳେ ବାହାଘର ପ୍ରସ୍ତାବ ବିଷୟରେ ମୋତେ ପ୍ରଥମେ କହିଲେ, ସେତେବେଳେ ଭାବିଲି ବୋଧହୁଏ ଘରଲୋକ ନୂଆବର୍ଷରେ ମୋ ସହ ମଜା କରୁଛନ୍ତି। ହେଲେ, ପରେ ଜାଣିଲି ବାହାଘର ସତ। ନାହିଁ ନାହିଁ ଭିତରେ ଆଜକୁ ଠିକ୍‌ ବର୍ଷେ ତଳେ ଅର୍ଥାତ୍‌ ୨୦୨୧ ଫେବୃୟାରୀ ୧୪ରେ ବିଜୟ ପ୍ରଧାନଙ୍କ ସହ ହେଲା ବାହାଘର। ଯେହେତୁ ଆରେଞ୍ଜ ମ୍ୟାରେଜ୍‌, ତେଣୁ ସେଠାରେ କେମିତି ରହିବି ମନରେ ଡର ଥିଲା। ହେଲେ ସ୍ବାମୀଙ୍କ ସପୋର୍ଟ ସହ ପରିବାର ସଦସ୍ୟଙ୍କ ଭଲପାଇବା ଯୋଗୁଁ ବର୍ଷଟି କେମିତି ଅତିବାହିତ ହୋଇଗଲା ଜଣାପଡ଼ିଲାନି। ଆଉ ଆମ ପାଇଁ ସବୁଠୁ ଖାସ୍‌ କଥା ହେଲା, ଏ ଭିତରେ ଏବେ ମୁଁ ମା’ ହୋଇ ସାରିଲିଣି। ପୂର୍ବ ବର୍ଷର ଭାଲେଣ୍ଟାଇନ୍ସ ଡେ’ରେ ଜୀବନସାଥୀଙ୍କୁ ପାଇଲି, ଆଉ ଏ ବର୍ଷ ପୁଅକୁ। ତେଣୁ ଏବର୍ଷର ଭାଲେଣ୍ଟାଇନ୍ସ ଡେ’କୁ ପୁଅ ଆମ ପାଇଁ ସ୍ପେଶାଲ୍‌ କରିଦେଲା। ସେ ହିଁ ଆମ ପାଇଁ ଭଗବାନ୍‌ଙ୍କ ତରଫରୁ ସ୍ପେଶାଲ ଭାଲେଣ୍ଟାଇନ୍ସ ଗିଫ୍ଟ।
ପ୍ରେମ ଦିବସରେ
ଆନିଭର୍ସାରିର ମଜା ନିଆରା
ବିବେକ ମହାନ୍ତି (ଜଗନ୍ନାଥପୁର, ଭଦ୍ରକ)- ଅତି ନିଜର ଲାଗୁଥିବା ଲୋକ ସହ ବର୍ଷବର୍ଷ କେମିତି କଟିଯାଏ ଜଣାପଡ଼େନି। ବିଶେଷକରି ଯଦି ନିଜ ଲାଇଫ୍‌ ପାର୍ଟନରଙ୍କ ସହ ଅଣ୍ଡରଷ୍ଟାଣ୍ଡିଂ ଭଲ ରହିଲା, ତେବେ ସମ୍ପର୍କ ଆହୁରି ସୁନ୍ଦର ଓ ଜୀବନ ଖୁସିପୂର୍ଣ୍ଣ ହୋଇଯାଏ। ଏମିତିରେ ଯେତେ ସମସ୍ୟାର ପାହାଡ଼ ଆସି ମୁଣ୍ଡ ଟେକିଲେ ନ ଡରି ଦୁଇଜଣ ମିଶି ସାମ୍ନା କରିବା ସହଜ ହୋଇଯାଏ। ଏଭଳି ଜଣେ ଜୀବନସାଥୀ ଭାବେ ଅନିତା ଦାସଙ୍କୁ ପାଇ ମୁଁ ବହୁତ ଖୁସି। କେହି କେହି କୁହନ୍ତି, ପ୍ରେମ ଦିବସ ଅର୍ଥାତ୍‌ ଭାଲେଣ୍ଟାଇନ୍ସ ଡେ’ରେ ବିବାହ ହୋଇଥିବାରୁ ଆମ ସମ୍ପର୍କ ସୁମଧୁର ହୋଇପାରିଛି। ତେବେ ଏଥିରେ କେତେ ସତ୍ୟତା ଅଛି ତା’ ତ ଜାଣିନି; କିନ୍ତୁ ଏକଥା ସତ ଯେ, ଭାଲେଣ୍ଟାଇନ୍ସ ଡେ’ରେ ଆନିଭର୍ସାରି ପାଳନ କରିବାର ମଜା ନିଆରା। ଏହି ଦିନକୁ ଆମେ ଭଗବାନ୍‌ଙ୍କ ଦର୍ଶନରୁ ଆରମ୍ଭ କରି ବୁଲାବୁଲି, ହୋଟେଲରେ ଖାଇବା ସହ ପରସ୍ପରକୁ ସରପ୍ରାଇଜ୍‌ ଗିଫ୍ଟ ଦେବା ପର୍ଯ୍ୟନ୍ତ ଖୁବ୍‌ ମଜାମସ୍ତିରେ ପାଳିଥାଉ। ଏଥର ପାଇଁ ମଧ୍ୟ ଅନେକ ପ୍ଲାନିଂ ରହିଛି। -ପୌର୍ଣ୍ଣମାସୀ


Enter your email to get our daily news in your inbox.

All Right Reserved By Dharitri.Com

ପାଣି ପାଇଁ ତାତିଲେ ମହିଳା, ହାଣ୍ଡି-ମାଠିଆ ଧରି ରାସ୍ତାରେ ବସିଲେ

ପୁରୁଷୋତ୍ତମପୁର,୩୦ା୯(ସବିତା ପାଣି): ପାଣି ପାଇଁ ଫୁଟିଲା ଅସନ୍ତୋଷ। ହାଣ୍ଡି-ମାଠିଆ ଧରି ରାଜରାସ୍ତାକୁ ଓହ୍ଲାଇଲେ ମହିଳା। ଦୁଇ ମାସ ଧରି ପାନୀୟଜଳ ମିଳୁ ନ ଥିବା ଅଭିଯୋଗରେ ଗଞ୍ଜାମ…

ବଦଳିବ ରାହୁ-କେତୁଙ୍କ ଚାଲି: କନ୍ୟା,ମୀନ ରାଶିଙ୍କ ସମେତ ୬ ରାଶିଙ୍କ ଗୋଲଡେନ ଟାଇମ୍‌ ଆରମ୍ଭ, ଧନବର୍ଷା ସହ ବଡ଼ ଚାକିରିର ଅଫର୍‌

ରାହୁ ମକର ରାଶିକୁ ଏବଂ କେତୁ କର୍କଟ ରାଶିକୁ ଆସିବା ଫଳରେ ଡିସେମ୍ୱର ମାସରେ ଅନେକ ରାଶିଙ୍କ ପାଇଁ ଭଲ ସମୟ ଆରମ୍ଭ ହେବ। ଭାଗ୍ୟଶାଳୀ ରାଶିମାନଙ୍କ…

ବିଦ୍ୟାଭାରତୀଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ବଡ଼ ଝଟ୍‌କା: ଆବେଦନ ଖାରଜ

ଭୁବନେଶ୍ୱର,୩୦।୯: : ବହୁଚର୍ଚ୍ଚିତ ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ତାଙ୍କ ପତ୍ନୀ ବିଦ୍ୟାଭାରତୀ ମହାପାତ୍ରଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ବିଦ୍ୟାଭାରତୀଙ୍କ ପକ୍ଷରୁ ଦାଖଲ ହୋଇଥିବା…

ମେସେଜ ପାଇଁ ଟଙ୍କା ନେବ ହ଼୍ବାଟସଆପ୍‌! ୧ ଅକ୍ଟୋବରରୁ ବଦଳିବ ନିୟମ; ସାଧାରଣ ୟୁଜର୍ସଙ୍କୁ ପଡ଼ିବ ପ୍ରଭାବ?

ନୂଆଦିଲ୍‌ଲୀ,୩୦।୯: ଯଦି ଆପଣ ହ଼୍ବାଟସଆପ (WhatsApp)ରେ କୌଣସି କମ୍ପାନୀଠାରୁ ଅର୍ଡର ଅପଡେଟ, ଡେଲିଭରି ସୂଚନା କିମ୍ୱା କଷ୍ଟମର ସର୍ଭିସ ନେଉଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଆଶ୍ୱସ୍ତିକର…

ଲୋଇସିଂହାର ଗର୍ବ ଇଫ୍ରାତା: ‘ଇଣ୍ଡିଆ ଟ୍ୟାଲେଣ୍ଟ ଫାଇଟ’ରେ ଚମକିଲେ

ଲୋଇସିଂହା,୩୦।୯(ସୁଶାନ୍ତ ବାରିକ):ଜାତୀୟସ୍ତରୀୟ ରିଆଲିଟି ଶୋ’ ଟ୍ୟାଲେଣ୍ଟ ଫାଇଟସୁପର ମଡେଲ’ ଜୁନିୟର କାଟାଗୋରିରେ ଚାମ୍ପିୟନ ହୋଇ ଲୋଇସିଂହା ତଥା ବଲାଙ୍ଗୀର ଜିଲା ପାଇଁ ଗୌରବ ଆଣିଛନ୍ତି ଇଫ୍ରାତା। ତାଙ୍କ…

ଟ୍ରେନଯାତ୍ରୀଙ୍କ ପାଇଁ ବଡ଼ ସୂଚନା: ଅକ୍ଟୋବର ୧ରୁ କଡ଼ା ଚେକିଂ, ଟିକେଟ୍‌ ସାଙ୍ଗରେ ଏହି ID ନ ରଖିଲେ ଫସିବେ!

ନୂଆଦିଲ୍ଲୀ,୩୦।୯: ଯଦି ଆପଣ ଆଗାମୀ ଦିନରେ ଟ୍ରେନରେ ଯାତ୍ରା କରିବାକୁ ଯୋଜନା କରୁଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଜରୁରୀ। କେନ୍ଦ୍ରୀୟ ରେଳବାଇ ପକ୍ଷରୁ…

ବ୍ୟବସାୟୀ ଗୁଣ୍ଡା ସାହୁ ଅପହରଣ ମାମଲା: ସରିଲା କ୍ଷୀତିଶଙ୍କ ରିମାଣ୍ଡ ଅବଧି, ପୋଲିସ ହାତରେ ଲାଗିଲା କିଛି ନୂଆ ତଥ୍ୟ

ବଲାଙ୍ଗୀର,୩୦ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ଜଣାଶୁଣା ବ୍ୟବସାୟୀ ଗୁଣ୍ଡା ଓରଫ ନରେନ୍ଦ୍ର ସାହୁ ଅପହରଣ ଏବଂ ନିସ୍ତୁକ ମାଡ଼ ମାମଲାର ମୁଖ୍ୟ ଅଭିଯୁକ୍ତ କ୍ଷୀତିଶ ଚନ୍ଦ୍ର ସାହୁଙ୍କ…

ବିବାଦ ଭିତରେ ନିର୍ବାଚନ କମିଶନରଙ୍କ ବଡ଼ ନିଷ୍ପତ୍ତି, ଭୋଟର ଲିଷ୍ଟକୁ ନେଇ କହିଲେ ବଡ଼କଥା…

ନୂଆଦିଲ୍ଲୀ,୩୦।୯: ନିର୍ବାଚନ ଆୟୋଗ ‘ସ୍ପେଶାଲ ଇଣ୍ଟେନସିଭ ରିଭିଜନ’ (SIR) ପ୍ରକ୍ରିୟା ଶେଷ କରିସାରିଥିବା ରାଜ୍ୟଗୁଡ଼ିକରେ ନୂଆ ଭୋଟରମାନଙ୍କ ପାଇଁ ଫର୍ମ-୬ ସହିତ ଯୋଡ଼ା ଯାଇଥିବା ଅତିରିକ୍ତ ଘୋଷଣାନାମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?