Posted inଫୁରସତ

Valentine’s Day Special: ତୁ ମୋ ଭାଲେଣ୍ଟାଇନ୍‌…

ପ୍ରେମ ଚିରନ୍ତନ… ବିଶ୍ୱାସର ନୀଡ଼। ପ୍ରେମ ବ୍ୟକ୍ତ ପାଇଁ ଭାଷା ବା ଶବ୍ଦର ଆବଶ୍ୟକ ହୁଏନି। ଦୁଇ ଜଣଙ୍କ ଆଖିରେ ଆଖି ମିଶିବା ପରେ ହଜିଯାଏ ମନ। ପ୍ରେମିକର ଭାବନା ଆଉ ପ୍ରେମିକାର ଆନମନା ହିଁ ଏଇ ପ୍ରେମ। ନିଜ ଅବ୍ୟକ୍ତ ପ୍ରେମକୁ ପ୍ରେମୀଯୁଗଳ ପରିପ୍ରକାଶ ପାଇଁ ପାଳନ କରିଥାନ୍ତି ଭାଲେଣ୍ଟାଇନ୍ସ ଡେ’।

ପ୍ରେମ ସପ୍ତାହ (ଭାଲେଣ୍ଟାଇନ୍ସ ଓ୍ବିକ୍‌) ରୋଜ୍‌ ଡ଼େ’ରୁ ଆରମ୍ଭ ହୋଇ ପ୍ରପୋଜ୍‌ ଡେ’, ଚକୋଲେଟ୍‌ ଡେ’, ଟେଡ଼ି ଡେ’, କିସ୍‌ ଡେ’ ଦେଇ ଭାଲେଣ୍ଟାଇନ୍ସ ଡେ’ରେ ଆସି ପହଞ୍ଚେ। ଆଜି ଫେବୃଆରୀ ୧୪, ଭାଲେଣ୍ଟାଇନ୍ସ ଡେ’। ଏହି ପ୍ରେମ ଦିବସ ସମ୍ବନ୍ଧିତ ବିବିଧ ପ୍ରସଙ୍ଗକୁ ନେଇ ଉପସ୍ଥାପନା…
ଭାଲେଣ୍ଟାଇନ୍‌ କେକ୍‌
ଜନ୍ମଦିନ ହେଉ ଅବା ନୂଆବର୍ଷ କିମ୍ବା ରିଙ୍ଗସେରିମନି ସବୁ କାର୍ଯ୍ୟକ୍ରମରେ ଏବେ କେକ୍‌ କାଟିବା ଏକ ଟ୍ରେଣ୍ଡ ପାଲଟିଛି। ପରିବାର ଲୋକ ହୁଅନ୍ତୁ କି ସାଙ୍ଗସାଥୀ ସେମାନଙ୍କ ସହିତ ଖୁସିର ମୂହୁର୍ତ୍ତକୁ ଉପଭୋଗ କରିବାରେ କେକ୍‌ କାଟିବାକୁ ପ୍ରାଧାନ୍ୟ ଦିଆଯାଉଛି। ତେବେ ଭାଲେଣ୍ଟାଇନ୍ସ ଡେ’ ଲାଗି କେକ୍‌ ଦୋକାନ ଗୁଡିକ ପକ୍ଷରୁ ସ୍ବତନ୍ତ୍ର ପ୍ରସ୍ତୁତି କରାଯାଇଛି। ବିଭିନ୍ନ ଫ୍ଲେଭର ସାଙ୍ଗକୁ ଟ୍ରେଣ୍ଡରେ ଥିବା ବିଭିନ୍ନ ଭେରାଇଟର କେକ୍‌ ଦୋକାନରେ ଦେଖିବାକୁ ମିଳିଛି। ପ୍ରେମୀଯୁଗଳଙ୍କ ମନ ଜିଣିଲା ଭଳି କେକ ଉପରେ କଣ୍ଢେଇ, ସୁନ୍ଦର ଗୋଲାପ ଫୁଲ ସହିତ ‘ହାପି ଭାଲେଣ୍ଟାଇନ୍‌’, ‘ଆଇ ଲଭ୍‌ ୟୁ’ ଭଳି ବିଭିନ୍ନ ପ୍ରକାର କୋଟେସନ ରହିଛି।
ଗୋଲାପ ବିନା ପ୍ରେମ ଅଧୁରା
ଗୋଲାପ ପ୍ରେମର ପ୍ରତୀକ। ବିଭିନ୍ନ ରଙ୍ଗର ଗୋଲାପ ମଧ୍ୟରୁ ଲାଲ ଗୋଲାପ ସ୍ବତନ୍ତ୍ର। ଲାଲ ଗୋଲାପ ଦେଇ ପ୍ରେମୀଯୁଗଳମାନେ ନିଜ ମନର ଭାବନା ପରିପ୍ରକାଶ କରିଥାଆନ୍ତି। ଯେତେ ଯାହା ଗିଫ୍ଟ ଦିଅନା କାହିଁକି ତା ସହିତ ଫୁଲର ଆବଶ୍ୟକତା ରହିଛି। ତେଣୁ ଫୁଲର ଚାହିଦାକୁ ଦେଖି ବ୍ୟବସାୟୀମାନେ ମଧ୍ୟ ଚଢ଼ା ଦରରେ ବିକ୍ରି କରୁଛନ୍ତି। ଭୁବନେଶ୍ୱର ଏଜି ଛକ ନିକଟରେ ଫୁଲ ଦୋକାନ ଗୁଡିକରେ ବିଭିନ୍ନ ରଙ୍ଗବେରଙ୍ଗର ଗୋଲାପ ଦେଖିବାକୁ ମିଳିଛି। ଗୋଲାପ ଫୁଲ ଗୋଟାଏର ଦାମ୍‌ ୨୦ଟଙ୍କାରୁ ଆରମ୍ଭ ହୋଇଛି। ୧୫୦ଟଙ୍କାରୁ ଫୁଲତୋଡ଼ା ଆରମ୍ଭ ହେବ। କେବଳ ଗୋଲାପ ଫୁଲରତୋଡ଼ା ଦାମ୍‌ ୩ଶହ ଟଙ୍କାରୁ ଆରମ୍ଭ ହୋଇ ୧୫ଶହ ଟଙ୍କା ପର୍ଯ୍ୟନ୍ତ ରହିଛି। ତେବେ ଆଗରୁ କେବଳ ଗୋଲାପ ଫୁଲର ଚାହିଦା ରହିଥିବାବେଳେ ଏବେ ଫୁଲ କିସାନ୍‌କିମାମ୍‌, ଲିଲି, ଅର୍କିଡ୍‌, ଜରର୍ବେରା, ଜିପ୍ସ, ବ୍ଲୁଡେଜି ଭଳି ବିଭିନ୍ନ ଫୁଲର ଚାହିଦା ବଢୁଛି। କିସାନ୍‌କିମାମ୍‌ ଫୁଲ ଥାଇଲାଣ୍ଡରୁ ଆସୁଥିବାବେଳେ ଏହାର ଦାମ୍‌ ୧୦୦ଟଙ୍କା ରହିଛି। ସେହିପରି ନାଲି ଗୋଲାପର ଦାମ୍‌ ୨୦ରୁ ଆରମ୍ଭ ହେଉଥିବାବେଳେ ରଙ୍ଗୀନ ଗୋଲାପର ଦାମ୍‌ ୪୦ଟଙ୍କାରୁ ଆରମ୍ଭ ହେଉଛି। କୋଲକତା, ବାଙ୍ଗାଲୋର୍‌, ହାଇଦ୍ରାବାଦ୍‌ ଆଦି ବିଭିନ୍ନ ରାଜ୍ୟରୁ ଫୁଲ ଅଣାଯାଇଛି।
ଉପହାର ଦେବାକୁ ଉତ୍କଣ୍ଠା
ଭାଲେଣ୍ଟାଇନ୍ସ ଡେ’ରେ ଉପହାର ଦେବା ପାଇଁ ପ୍ରେମୀଯୁଗଳଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା ଦେଖାଦେଇଛି। ଉପହାର ଏମିତି ହେବା ଦରକାର ଯାହା ସବୁ ସମୟରେ ସେମାନଙ୍କର ଉପସ୍ଥିତିକୁ ଜାହିର୍‌ କରୁଥିବ। ତେଣୁ କେଉଁଟା ସବୁଠାରୁ ଭଲ ହେବ ଆଉ ମନକୁ ପାଇବ ତାକୁ ବଜାରରେ ଖୋଜିବାରେ ବ୍ୟସ୍ତ। କିଏ ପସନ୍ଦର ପର୍‌ଫ୍ୟୁମ୍‌ ଦେବାକୁ ମନ କରିଛନ୍ତି ତ ଆଉ କିଏ ଡ୍ରେସ୍‌, ଡିନର୍‌, କପଲ୍‌ ଗିଫ୍ଟ ସାଙ୍ଗକୁ ଫଟୋ ଫ୍ରେମ୍‌, ରୋଟେସନ୍‌ ମ୍ୟୁଜିକ୍‌ ଗିଫ୍ଟ, ଲଭ୍‌ବାର୍ଡ ଭଳି ବିଭିନ୍ନ ଗିଫ୍ଟ ଦେବାକୁ ମନ ବଳାଇଛନ୍ତି। ତା’ ସାଙ୍ଗକୁ ମନର କଥାକୁ ଶବ୍ଦର ରୂପ ଦେବା ପାଇଁ କାର୍ଡର ଚାହିଦା ଆଜି ମଧ୍ୟ ରହିଛି। ତେଣୁ ରୋମାଣ୍ଟିକ୍‌ ଲଭ୍‌ କାର୍ଡ କିଣିବା ନେଇ ଆଗ୍ରହ ଦେଖାଦେଇଥିଲା।
ପାର୍କ, ମଲ୍‌ ଓ ଫିଲ୍ମ ହଲରେ ପ୍ରେମୀଙ୍କ ଭିଡ
ରାଜଧାନୀର ବିଭିନ୍ନ ମଲ ଗୁଡିକରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ସେହିପରି ରେଷ୍ଟୁରାଣ୍ଟରେ ପ୍ରେମ ଦିବସକୁ ପାଳନ କରିବା ପାଇଁ ଜୋର୍‌ଦାର୍‌ ପ୍ରସ୍ତୁତ ହୋଇଛି। କେଉଁଠି ସ୍ପେଶିଆଲ ଅଫର ରହିଥିବା ବେଳେ କ୍ୟାଣ୍ଡେଲ ନାଇଟ ଡିନରର ଆୟୋଜନ କରାଯାଇଛି। ପ୍ରେମୀଯୁଗଳଙ୍କ ମନ ପସନ୍ଦ ହେଲା ଭଳି ଟେବୁଲ ସଜା ଯାଇଛି। ଭାଲେଣ୍ଟାଇନ୍‌ ସ୍ପେଶିଆଲ ଡିସ୍‌ ମଧ୍ୟ ପ୍ରସ୍ତୁତ କରଯାଇଛି। ଏହାସାଙ୍ଗକୁ ବିଭିନ୍ନ ସପିଂମଲ୍‌ରେ ମଧ୍ୟ ଭିଡ଼ ଜମିବ। ତେଣୁ ଖାଦ୍ୟପାନୀୟ ସହିତ ଭଳିକି ଭଳି ଉପହାର ଏବଂ ସ୍ବତନ୍ତ୍ର ଆକର୍ଷଣକୁ ନେଇ ସଜେଇ ହୋଇଛି ସପିଂମଲ୍‌। ସେହିପରି ଆଇଜି ପାର୍କ, ଫରେଷ୍ଟ ପାର୍କ, ଜୟଦେବ ବାଟିକା ଭଳି ବିଭିନ୍ନ ପାର୍କ ଏବଂ ପର୍ଯ୍ୟଟନସ୍ଥଳୀ ଗୁଡିକରେ ପ୍ରେମୀ ଯୁଗଳଙ୍କ ଭିଡ଼ ଦେଖିବାକୁ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଥିବା ଲଘୁଚାପ ଆହୁରି ଘନୀଭୂତ ହୋଇ ସୋମବାର ସକାଳ ୮ଟା ୩୦ରେ ପଶ୍ଚିମ-କେନ୍ଦ୍ରୀୟ ଓ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ ହେଲେ ଆଦିତ୍ୟ: ଖେଳିଗଲା ଖୁସିର ଲହରୀ

ଗୁଡାରି, ୨୧/୯ (ପ୍ରମୋଦ କୁମାର ପତି): ସ୍ଥାନୀୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ଆଦିତ୍ୟ ନାରାୟଣ ଗୌଡ଼ ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ…

ରିଲିଜ ପୂର୍ବରୁ ‘ରାକା’ରଚିଲା ଇତିହାସ: ଗିନିଜ ୱାଲର୍‌ଡ ରେକର୍ଡରେ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ

ମୁମ୍ବାଇ: ‘ପୁଷ୍ପା’ ଓ ‘ପୁଷ୍ପା ୨’ ଭଳି ଫିଲ୍ମ ଜରିଆରେ କେବଳ ଦେଶ ନୁହେଁ, ସାରା ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିଥିବା ତେଲୁଗୁ ସୁପରଷ୍ଟାର ଅଲ୍ଲୁ…

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

ଦୀପାବଳି ପୂର୍ବରୁ ମାଲାମାଲ ହେବେ ଚାଷୀ! ଆସିବାକୁ ଯାଉଛି…

ନୂଆଦିଲ୍ଲୀ, ୨୧।୯: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନାର ୨୪ତମ କିସ୍ତିକୁ ଦେଶର କୋଟି କୋଟି ଚାଷୀ ଅପେକ୍ଷା କରିଛନ୍ତି। ଏହି ଯୋଜନାର ୨୩ତମ କିସ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?