ମା’ ଆଉ ଅନ୍‌ଲାଇନ ଜବ୍‌

ଅନେକ କର୍ମଜୀବୀ ମହିଳାଙ୍କୁ ସନ୍ତାନ ଜନ୍ମ ପରେ ଚାକିରି ସମ୍ଭାଳିବା କଷ୍ଟକର ହୋଇପଡ଼େ। ପିଲାକୁ ଛାଡ଼ି ବାହାରକୁ ଯିବା ଏକ ପ୍ରକାର ଅସମ୍ଭବ ହୋଇ ପଡୁଥିବାରୁ ମନ କଷ୍ଟ ସତ୍ତ୍ୱେ କେତେଜଣଙ୍କୁ ପରିସ୍ଥିତି ବାଧ୍ୟକରେ ଜବ୍‌ ଛାଡ଼ିବାକୁ। ହେଲେ ଏବେ ଅନ୍‌ଲାଇନ ଜବ୍‌ ଘରେ ଥାଇ ବି ଅନେକଙ୍କୁ ରୋଜଗାରକ୍ଷମ ହେବାରେ ସାହାଯ୍ୟ କରୁଛି। ତେବେ ଏମିତିରେ ମା’ଙ୍କ ପାଇଁ ଘରେ ଥାଇ ପିଲା ସହ ଅଫିସ୍‌ କାମ ଉଭୟକୁ ସମାନ୍ତରାଳ ଭାବେ ସମ୍ଭାଳିବା କୌଣସି ଚ୍ୟାଲେଞ୍ଜଠୁ କମ୍‌ ନୁହେଁ …

ସନ୍ତାନ ଜନ୍ମ ପରେ କର୍ମଜଞ୍ଜାଳ ସହ ପିଲାକୁ ଛାଡ଼ି ବାହାରକୁ ଯିବା ଅସମ୍ଭବ ହୋଇ ପଡୁଥିବାରୁ ଅନେକ କର୍ମଜୀବୀ ମା’ଙ୍କୁ ଚାକିରି ଛାଡ଼ିବାକୁ ପଡୁଥିଲା। ହେଲେ ବର୍ତ୍ତମାନ ଚାକିରି ପାଇଁ ଇଚ୍ଛୁକ ଥିବା ମା’ମାନଙ୍କ ପାଇଁ ବିଭିନ୍ନ କ୍ଷେତ୍ରରେ ଅନ୍‌ଲାଇନ ଜବ୍‌ କରିବାର ସୁବିଧା ଉପଲବ୍ଧ ଥିବାରୁ ଅନେକେ ଯେଉଁମାନଙ୍କ ଘରେ ଛୋଟପିଲା ଅଛନ୍ତି, ସେମାନଙ୍କୁ ଘରେ ଅଫିସ କାମ କରିବାରେ ଅନେକ ଅସୁବିଧା ହେଉଛି। କାରଣ ପିଲାଙ୍କୁ ବୁଝାଇ, ସେମାନଙ୍କ ଦୁଷ୍ଟାମି ସମ୍ଭାଳିବା ସହ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଅଫିସ କାମ ସାରିବା ସେମାନଙ୍କ ପାଇଁ କୌଣସି ଚ୍ୟାଲେଞ୍ଜଠୁ କମ୍‌ ନୁହେଁ। ତେବେ ଏମିତିରେ ଛୋଟ ପିଲା ଡିଷ୍ଟର୍ବ ନ କରିବା ଲାଗି କେତୋଟି ଉପାୟ ଆପଣେଇଲେ ଆପଣଙ୍କୁ ଘରେ ଅଫିସ କାମ କରିବା ସହଜ ହୋଇପାରିବ…
ଟାଇମ୍‌ ଟେବୁଲ ପ୍ରସ୍ତୁତ କରନ୍ତୁ: ଅନ୍‌ଲାଇନ ଜବ୍‌ର ଭିନ୍ନ ଭିନ୍ନ ଟାଇମ୍‌ ଶିଫ୍ଟ ଥାଏ। ନିଜ ସୁବିଧାକୁ ଆଖି ଆଗରେ ରଖି ଅର୍ଥାତ୍‌ ପିଲାର ଗାଧୁଆ, ଖାଇବା, ଶୋଇବା ଆଦି ସହ ଘରର ଅନ୍ୟାନ୍ୟ କାମକୁ ନଜରରେ ରଖି ଓ୍ବାର୍କିଂ ଟାଇମ୍‌ ବାଛନ୍ତୁ। ମନେ ରଖନ୍ତୁ କିଚେନ୍‌, ବେଡରୁମ୍‌, ଡାଇନିଂ ଏଣେ ତେଣେ ବୁଲି ବୁଲି କାମ କରିବା ପରିବର୍ତ୍ତେ ଏକ ନିର୍ଦ୍ଧିଷ୍ଟ ସ୍ଥାନରେ ବସି କାମ କରନ୍ତୁ। ପିଲାଙ୍କ ଶୋଇବା ସମୟ କାମ ପାଇଁ ସବୁଠୁ ଭଲ। ଏହି ସମୟରେ ଅଧିକରୁ ଅଧିକ କାମ ସାରିବାକୁ ଚେଷ୍ଟା କରନ୍ତୁ।
ପିଲାଙ୍କୁ ଦିଅନ୍ତୁ ଆଟେନ୍ସନ: ଛୋଟ ପିଲାମାନେ ସାଧାରଣତଃ ସବୁ ସମୟରେ ତାଙ୍କ ଆଡ଼କୁ ଆଟେନ୍ସନ ଚାହାନ୍ତି। ବିଶେଷକରି ମା’ ଅନ୍ୟ କେଉଁଆଡ଼େ ଧ୍ୟାନ ଦେଲେ ପିଲା ତାହା ପସନ୍ଦ କରନ୍ତି ନାହିଁ। ଏମିତିରେ ଘରେ ଅଫିସ୍‌ କାମ କରିବା କଷ୍ଟ ହୋଇଥାଏ। ତେଣୁ ପିଲା ଡିଷ୍ଟର୍ବ ନ କରିବା ଲାଗି କାମ ଆରମ୍ଭ କରିବା ପୂର୍ବରୁ କିଛି ସମୟ ପିଲାଙ୍କ ସହ ଭଲ ଭାବେ ଖେଳନ୍ତୁ, ଗପନ୍ତୁ ଏବଂ ଏହା ମଧ୍ୟରେ ତାଙ୍କ ଧ୍ୟାନ ଅନ୍ୟ ଆଡ଼େ ଆକର୍ଷିତ କରିବାକୁ ଚେଷ୍ଟା କରନ୍ତୁ। କାମ ମଝିରେ ମଝିରେ ବି ଉଠି ଆସି ପିଲାଙ୍କ ସହ କଥା ହୁଅନ୍ତୁ।
ଡିମାଣ୍ଡ ପୂରଣ କରନ୍ତୁ: ବେଳେ ବେଳେ ପିଲା କିଛି ଡିମାଣ୍ଡ କରିଥାନ୍ତି ଏବଂ କାର୍ଯ୍ୟ ବ୍ୟସ୍ତତା ମଧ୍ୟରେ ମା’ ତାହା ଭୁଲିଯାଆନ୍ତି ଅବା କିଛି ସମୟ ପରେ କରିବା ଭାବି ଅବହେଳା କରିବସନ୍ତି। ଏପରି କରିବା ଦ୍ୱାରା ପିଲା ବିରକ୍ତ ହୋଇଯାଆନ୍ତି। ତେଣୁ ପ୍ରଥମେ ପିଲାର ଡିମାଣ୍ଡ ପୂରଣ କଲେ ସେ ଖୁସିରେ ରହିବା ସହ ଜିଦ୍‌ କିମ୍ବା ଦୁଷ୍ଟାମି କରିବେ ନାହିଁ।
ପିଲାଙ୍କୁ ରଖନ୍ତୁ ଏନ୍‌ଗେଜ୍‌ : ପିଲାଙ୍କ ଉପସ୍ଥିତିରେ ଅଫିସ କାମ କରିବାରେ ଅଧିକାଂଶ ମା’ଙ୍କୁ ଅସୁବିଧା ହୋଇଥାଏ। ଏହାର ମୁଖ୍ୟ କାରଣ ହେଉଛି, ପିଲାମାନେ କମ୍ପ୍ୟୁଟର, ଲାପ୍‌ଟପ୍‌ ଆଦି ଦେଖିଲେ ଆକର୍ଷିତ ହୋଇ ଚାଲିଆସନ୍ତି ଏବଂ ସେଥିରେ ଲାଗନ୍ତି। ତେଣୁ ନିଜେ ଅଫିସ କାମ କରିବା ବେଳେ ଡିଷ୍ଟର୍ବ ନ ହେବା ଲାଗି ପିଲାଙ୍କୁ ପିକ୍ଚର ବୁକ୍‌, ବିଲ୍ଡିଂ ବ୍ଲକ୍ସ କିମ୍ବା ସେ ଖେଳିବାକୁ ପସନ୍ଦ କରୁଥିବା କୌଣସି ଖେଳନା ଦିଅନ୍ତୁ। ସେମାନେ ଏଥିରେ ଏନ୍‌ଗେଜ୍‌ ରହିବା ଦ୍ୱାରା ଆପଣଙ୍କ କାମରୁ ସେମାନଙ୍କ ଧ୍ୟାନ ଦୂରେଇ ନିଜ ଖେଳ ଉପରେ ରହିବ।
ସମୟ ଦିଅନ୍ତୁ: ଅନେକ ମା’ କାମ ସମୟରେ ପିଲାଙ୍କୁ ଅଲଗା ରୁମ୍‌ରେ ଛାଡି ଦିଅନ୍ତି। ହେଲେ କାମ ସମୟରେ ପିଲାଙ୍କୁ ସମ୍ପୂର୍ଣ୍ଣ ଅଲଗା ରୁମ୍‌ରେ ଛାଡ଼ିଦେବା ଦ୍ୱାରା ବି ଏହା ପିଲାଙ୍କୁ ବିରକ୍ତ କରିଥାଏ ଏବଂ ସେ ବାରମ୍ବାର ଆସି ଡିଷ୍ଟର୍ବ କରିଥାନ୍ତି। ଏମିତିରେ ପିଲାଙ୍କ ଉପରେ ରାଗିବା ଅବା ଗାଳି ଦେବା ପରିବର୍ତ୍ତେ ବୁଝାଇବା ଲାଗି କିଛି ସମୟ ପାଖରେ ଅନ୍ୟ ଏକ ଚେୟାରରେ ବସାଇ ଦେଖିବାକୁ ଦିଅନ୍ତୁ ଏବଂ କିଛି ଖେଳନା ମଧ୍ୟ ଦିଅନ୍ତୁ। ଏହାଦ୍ୱାରା ଧୀରେ ଧୀରେ ସେ ଖେଳରେ ବ୍ୟସ୍ତ ରହିବ।
ନିଅନ୍ତୁ ପରିବାରର ସାହାଯ୍ୟ : ପରିବାର ସଦସ୍ୟଙ୍କଠାରୁ ଅଫିସ କାମ ସମୟରେ ପିଲାଙ୍କୁ ରଖିବା ଲାଗି ସାହାଯ୍ୟ ନିଅନ୍ତୁ। କେବଳ ସ୍ବାମୀସ୍ତ୍ରୀ ଏବଂ ପିଲା ରହୁଥିଲେ ଉଭୟ ନିଜର ସୁବିଧା ଅନୁଯାୟୀ ସମୟ ବାଣ୍ଟିନିଅନ୍ତୁ, ଯେପରି କାମ ବେଳେ ପିଲାକୁ ସମ୍ଭାଳିବା ସହଜ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri