ମା’ ଆଉ ଅନ୍‌ଲାଇନ ଜବ୍‌

ଅନେକ କର୍ମଜୀବୀ ମହିଳାଙ୍କୁ ସନ୍ତାନ ଜନ୍ମ ପରେ ଚାକିରି ସମ୍ଭାଳିବା କଷ୍ଟକର ହୋଇପଡ଼େ। ପିଲାକୁ ଛାଡ଼ି ବାହାରକୁ ଯିବା ଏକ ପ୍ରକାର ଅସମ୍ଭବ ହୋଇ ପଡୁଥିବାରୁ ମନ କଷ୍ଟ ସତ୍ତ୍ୱେ କେତେଜଣଙ୍କୁ ପରିସ୍ଥିତି ବାଧ୍ୟକରେ ଜବ୍‌ ଛାଡ଼ିବାକୁ। ହେଲେ ଏବେ ଅନ୍‌ଲାଇନ ଜବ୍‌ ଘରେ ଥାଇ ବି ଅନେକଙ୍କୁ ରୋଜଗାରକ୍ଷମ ହେବାରେ ସାହାଯ୍ୟ କରୁଛି। ତେବେ ଏମିତିରେ ମା’ଙ୍କ ପାଇଁ ଘରେ ଥାଇ ପିଲା ସହ ଅଫିସ୍‌ କାମ ଉଭୟକୁ ସମାନ୍ତରାଳ ଭାବେ ସମ୍ଭାଳିବା କୌଣସି ଚ୍ୟାଲେଞ୍ଜଠୁ କମ୍‌ ନୁହେଁ …

ସନ୍ତାନ ଜନ୍ମ ପରେ କର୍ମଜଞ୍ଜାଳ ସହ ପିଲାକୁ ଛାଡ଼ି ବାହାରକୁ ଯିବା ଅସମ୍ଭବ ହୋଇ ପଡୁଥିବାରୁ ଅନେକ କର୍ମଜୀବୀ ମା’ଙ୍କୁ ଚାକିରି ଛାଡ଼ିବାକୁ ପଡୁଥିଲା। ହେଲେ ବର୍ତ୍ତମାନ ଚାକିରି ପାଇଁ ଇଚ୍ଛୁକ ଥିବା ମା’ମାନଙ୍କ ପାଇଁ ବିଭିନ୍ନ କ୍ଷେତ୍ରରେ ଅନ୍‌ଲାଇନ ଜବ୍‌ କରିବାର ସୁବିଧା ଉପଲବ୍ଧ ଥିବାରୁ ଅନେକେ ଯେଉଁମାନଙ୍କ ଘରେ ଛୋଟପିଲା ଅଛନ୍ତି, ସେମାନଙ୍କୁ ଘରେ ଅଫିସ କାମ କରିବାରେ ଅନେକ ଅସୁବିଧା ହେଉଛି। କାରଣ ପିଲାଙ୍କୁ ବୁଝାଇ, ସେମାନଙ୍କ ଦୁଷ୍ଟାମି ସମ୍ଭାଳିବା ସହ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଅଫିସ କାମ ସାରିବା ସେମାନଙ୍କ ପାଇଁ କୌଣସି ଚ୍ୟାଲେଞ୍ଜଠୁ କମ୍‌ ନୁହେଁ। ତେବେ ଏମିତିରେ ଛୋଟ ପିଲା ଡିଷ୍ଟର୍ବ ନ କରିବା ଲାଗି କେତୋଟି ଉପାୟ ଆପଣେଇଲେ ଆପଣଙ୍କୁ ଘରେ ଅଫିସ କାମ କରିବା ସହଜ ହୋଇପାରିବ…
ଟାଇମ୍‌ ଟେବୁଲ ପ୍ରସ୍ତୁତ କରନ୍ତୁ: ଅନ୍‌ଲାଇନ ଜବ୍‌ର ଭିନ୍ନ ଭିନ୍ନ ଟାଇମ୍‌ ଶିଫ୍ଟ ଥାଏ। ନିଜ ସୁବିଧାକୁ ଆଖି ଆଗରେ ରଖି ଅର୍ଥାତ୍‌ ପିଲାର ଗାଧୁଆ, ଖାଇବା, ଶୋଇବା ଆଦି ସହ ଘରର ଅନ୍ୟାନ୍ୟ କାମକୁ ନଜରରେ ରଖି ଓ୍ବାର୍କିଂ ଟାଇମ୍‌ ବାଛନ୍ତୁ। ମନେ ରଖନ୍ତୁ କିଚେନ୍‌, ବେଡରୁମ୍‌, ଡାଇନିଂ ଏଣେ ତେଣେ ବୁଲି ବୁଲି କାମ କରିବା ପରିବର୍ତ୍ତେ ଏକ ନିର୍ଦ୍ଧିଷ୍ଟ ସ୍ଥାନରେ ବସି କାମ କରନ୍ତୁ। ପିଲାଙ୍କ ଶୋଇବା ସମୟ କାମ ପାଇଁ ସବୁଠୁ ଭଲ। ଏହି ସମୟରେ ଅଧିକରୁ ଅଧିକ କାମ ସାରିବାକୁ ଚେଷ୍ଟା କରନ୍ତୁ।
ପିଲାଙ୍କୁ ଦିଅନ୍ତୁ ଆଟେନ୍ସନ: ଛୋଟ ପିଲାମାନେ ସାଧାରଣତଃ ସବୁ ସମୟରେ ତାଙ୍କ ଆଡ଼କୁ ଆଟେନ୍ସନ ଚାହାନ୍ତି। ବିଶେଷକରି ମା’ ଅନ୍ୟ କେଉଁଆଡ଼େ ଧ୍ୟାନ ଦେଲେ ପିଲା ତାହା ପସନ୍ଦ କରନ୍ତି ନାହିଁ। ଏମିତିରେ ଘରେ ଅଫିସ୍‌ କାମ କରିବା କଷ୍ଟ ହୋଇଥାଏ। ତେଣୁ ପିଲା ଡିଷ୍ଟର୍ବ ନ କରିବା ଲାଗି କାମ ଆରମ୍ଭ କରିବା ପୂର୍ବରୁ କିଛି ସମୟ ପିଲାଙ୍କ ସହ ଭଲ ଭାବେ ଖେଳନ୍ତୁ, ଗପନ୍ତୁ ଏବଂ ଏହା ମଧ୍ୟରେ ତାଙ୍କ ଧ୍ୟାନ ଅନ୍ୟ ଆଡ଼େ ଆକର୍ଷିତ କରିବାକୁ ଚେଷ୍ଟା କରନ୍ତୁ। କାମ ମଝିରେ ମଝିରେ ବି ଉଠି ଆସି ପିଲାଙ୍କ ସହ କଥା ହୁଅନ୍ତୁ।
ଡିମାଣ୍ଡ ପୂରଣ କରନ୍ତୁ: ବେଳେ ବେଳେ ପିଲା କିଛି ଡିମାଣ୍ଡ କରିଥାନ୍ତି ଏବଂ କାର୍ଯ୍ୟ ବ୍ୟସ୍ତତା ମଧ୍ୟରେ ମା’ ତାହା ଭୁଲିଯାଆନ୍ତି ଅବା କିଛି ସମୟ ପରେ କରିବା ଭାବି ଅବହେଳା କରିବସନ୍ତି। ଏପରି କରିବା ଦ୍ୱାରା ପିଲା ବିରକ୍ତ ହୋଇଯାଆନ୍ତି। ତେଣୁ ପ୍ରଥମେ ପିଲାର ଡିମାଣ୍ଡ ପୂରଣ କଲେ ସେ ଖୁସିରେ ରହିବା ସହ ଜିଦ୍‌ କିମ୍ବା ଦୁଷ୍ଟାମି କରିବେ ନାହିଁ।
ପିଲାଙ୍କୁ ରଖନ୍ତୁ ଏନ୍‌ଗେଜ୍‌ : ପିଲାଙ୍କ ଉପସ୍ଥିତିରେ ଅଫିସ କାମ କରିବାରେ ଅଧିକାଂଶ ମା’ଙ୍କୁ ଅସୁବିଧା ହୋଇଥାଏ। ଏହାର ମୁଖ୍ୟ କାରଣ ହେଉଛି, ପିଲାମାନେ କମ୍ପ୍ୟୁଟର, ଲାପ୍‌ଟପ୍‌ ଆଦି ଦେଖିଲେ ଆକର୍ଷିତ ହୋଇ ଚାଲିଆସନ୍ତି ଏବଂ ସେଥିରେ ଲାଗନ୍ତି। ତେଣୁ ନିଜେ ଅଫିସ କାମ କରିବା ବେଳେ ଡିଷ୍ଟର୍ବ ନ ହେବା ଲାଗି ପିଲାଙ୍କୁ ପିକ୍ଚର ବୁକ୍‌, ବିଲ୍ଡିଂ ବ୍ଲକ୍ସ କିମ୍ବା ସେ ଖେଳିବାକୁ ପସନ୍ଦ କରୁଥିବା କୌଣସି ଖେଳନା ଦିଅନ୍ତୁ। ସେମାନେ ଏଥିରେ ଏନ୍‌ଗେଜ୍‌ ରହିବା ଦ୍ୱାରା ଆପଣଙ୍କ କାମରୁ ସେମାନଙ୍କ ଧ୍ୟାନ ଦୂରେଇ ନିଜ ଖେଳ ଉପରେ ରହିବ।
ସମୟ ଦିଅନ୍ତୁ: ଅନେକ ମା’ କାମ ସମୟରେ ପିଲାଙ୍କୁ ଅଲଗା ରୁମ୍‌ରେ ଛାଡି ଦିଅନ୍ତି। ହେଲେ କାମ ସମୟରେ ପିଲାଙ୍କୁ ସମ୍ପୂର୍ଣ୍ଣ ଅଲଗା ରୁମ୍‌ରେ ଛାଡ଼ିଦେବା ଦ୍ୱାରା ବି ଏହା ପିଲାଙ୍କୁ ବିରକ୍ତ କରିଥାଏ ଏବଂ ସେ ବାରମ୍ବାର ଆସି ଡିଷ୍ଟର୍ବ କରିଥାନ୍ତି। ଏମିତିରେ ପିଲାଙ୍କ ଉପରେ ରାଗିବା ଅବା ଗାଳି ଦେବା ପରିବର୍ତ୍ତେ ବୁଝାଇବା ଲାଗି କିଛି ସମୟ ପାଖରେ ଅନ୍ୟ ଏକ ଚେୟାରରେ ବସାଇ ଦେଖିବାକୁ ଦିଅନ୍ତୁ ଏବଂ କିଛି ଖେଳନା ମଧ୍ୟ ଦିଅନ୍ତୁ। ଏହାଦ୍ୱାରା ଧୀରେ ଧୀରେ ସେ ଖେଳରେ ବ୍ୟସ୍ତ ରହିବ।
ନିଅନ୍ତୁ ପରିବାରର ସାହାଯ୍ୟ : ପରିବାର ସଦସ୍ୟଙ୍କଠାରୁ ଅଫିସ କାମ ସମୟରେ ପିଲାଙ୍କୁ ରଖିବା ଲାଗି ସାହାଯ୍ୟ ନିଅନ୍ତୁ। କେବଳ ସ୍ବାମୀସ୍ତ୍ରୀ ଏବଂ ପିଲା ରହୁଥିଲେ ଉଭୟ ନିଜର ସୁବିଧା ଅନୁଯାୟୀ ସମୟ ବାଣ୍ଟିନିଅନ୍ତୁ, ଯେପରି କାମ ବେଳେ ପିଲାକୁ ସମ୍ଭାଳିବା ସହଜ ହେବ।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସ କାର୍ଯ୍ୟାଳୟରେ ଧସ୍ତାଧସ୍ତି ସହ ଚାପୁଡ଼ା ମାଡ଼; ରାଗରେ ବାହାରିଗଲେ ଅଜୟ

ଲକ୍ଷ୍ନୌ,୧୧।୧୦: ରବିବାର ଉତ୍ତର ପ୍ରଦେଶ କଂଗ୍ରେସ ମୁଖ୍ୟାଳୟରେ ନବନିଯୁକ୍ତ ରାଜ୍ୟ ସଭାପତି ଆରାଧନା ମିଶ୍ର ‘ମୋନା’ଙ୍କ ଦାୟିତ୍ୱ ଗ୍ରହଣ ଉତ୍ସବ ସମୟରେ ହଟ୍ଟଗୋଳ ସୃଷ୍ଟି ହୋଇଥିଲା। ପୂର୍ବତନ…

ଡଙ୍ଗା ଓଲଟି ଚାଲିଗଲା ୧୦୦ରୁ ଅଧିକ ଜୀବନ, ୧୧୬ ନିଖୋଜ

ଜିବୁତି ସିଟି,୧୧।୧୦: ପୂର୍ବ ଆଫ୍ରିକାର ଜିବୁତି ଉପକୂଳରେ ଏକ ବଡ଼ ଡଙ୍ଗା ଦୁର୍ଘଟଣା ଘଟିଛି । ପ୍ରାୟ ୩୦୫ ଜଣ ପ୍ରବାସୀଙ୍କୁ ନେଇ ଯାଉଥିବା ଏକ ଡଙ୍ଗା…

କୁଶପଲ୍ଲୀ ଚଳଚଞ୍ଚଳ: ମା’ ଚାମୁଣ୍ଡାଙ୍କ ପୀଠରେ ଆରମ୍ଭ ହେଲା ନବରାତ୍ର ପୂଜା

ଗଞ୍ଜାମ,୧୧ା୧୦(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ୍‌ ମଲାଡ଼ ପଞ୍ଚାୟତ ଅନ୍ତର୍ଗତ କୁଶପଲ୍ଲୀସ୍ଥିତ ମା’ ଚାମୁଣ୍ଡାଙ୍କ ପୀଠରେ ଶାରଦୀୟ ଦୁର୍ଗାପୂଜା ଅବସରରେ ୯ ଦିନବ୍ୟାପୀ ନବରାତ୍ର ପୂଜା ଓ ଅଖଣ୍ଡ…

୮ ବର୍ଷ ପରେ ବି କାର୍ଯ୍ୟକ୍ଷମ ହୋଇପାରିଲାନି ଛାତ୍ରୀନିବାସ: ଭୂତକୋଠି ପାଲଟିଛି କୋଟି ଟଙ୍କାର କୋଠା

ଗୁଡ଼ାରି, ୧୦।୧୦ (ପ୍ରମୋଦ କୁମାର ପତି): ଆଦିବାସୀ ଛାତ୍ରୀମାନଙ୍କୁ ଉଚ୍ଚଶିକ୍ଷା ପ୍ରଦାନ ଓ ସେମାନଙ୍କ ଶିକ୍ଷାକୁ ପ୍ରୋତ୍ସାହନ ଦେବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ମାତ୍ର…

CM ବିଜୟଙ୍କୁ ବଡ଼ ପ୍ରତିଶ୍ରୁତି ଦେଲେ ମୋଦି, କେନ୍ଦ୍ରରୁ ଯାହା….

ଚେନ୍ନାଇ,୧୧।୧୦: ତାମିଲନାଡୁକୁ ବିକାଶର ନୂଆ ଶିଖରରେ ପହଞ୍ଚାଇବା ପାଇଁ କେନ୍ଦ୍ର ସରକାର ସମସ୍ତ ପ୍ରକାରର ସହଯୋଗ ଯୋଗାଇଦେବେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରବିବାର ଚେନ୍ନାଇରେ…

‘ରକ୍ତ ଜମାଟ ବାନ୍ଧିବା ସମସ୍ୟା’: ନାନା ପାଟେକରଙ୍କ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି…

ମୁମ୍ବାଇ: ବିଶିଷ୍ଟ ବଲିଉଡ ଅଭିନେତା ନାନା ପାଟେକରଙ୍କର ଅକ୍ଟୋବର ୮,୨୦୨୬ ରେ ଗୋଆରେ ଦେହାନ୍ତ ହୋଇଛି। ତାଙ୍କ ମୃତ୍ୟୁ ପରେ, ଗୋଆର ପଣାଜୀ ପୋଲିସ ଏକ ଅସ୍ବାଭାବିକ…

ଖଡ଼ିଆଳ କଲେଜ ସାଇନ୍‌ ଡାଏ: ଅଧ୍ୟକ୍ଷଙ୍କ ଇସ୍ତଫା ଦାବି ନେଇ ତେଜିଲା ଛାତ୍ର ଆନ୍ଦୋଳନ

ଖଡ଼ିଆଳ,୧୧ା୧୦(ସୁଜିତ୍‌ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ସ୍ବୟଂଶାସିତ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବାତିଲ ହେବା ଘଟଣାକୁ ନେଇ କ୍ୟାମ୍ପସରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।…

ମାସିକ ୧୮ ହଜାର ଦରମାରେ କୋଟିପତି ହେବାକୁ ଚାହୁଁଛନ୍ତି କି? ୨୬ ବର୍ଷୀୟ ଯୁବକଙ୍କ କମାଲକୁ ନେଇ ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୧୧।୧୦: ଦୃଢ଼ ଇଚ୍ଛାଶକ୍ତି, ନୂଆ କୌଶଳ ଶିଖିବାର ଆଗ୍ରହ ଏବଂ ନିୟମିତ ସଞ୍ଚୟ-ନିବେଶର ଅଭ୍ୟାସ ଜଣେ ଯୁବକଙ୍କ ଜୀବନକୁ କିପରି ବଦଳାଇପାରେ, ତାହାର ଉଦାହରଣ ହେଉଛନ୍ତି ମଧ୍ୟପ୍ରଦେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?