Posted inଫୁରସତ

୬ରୁ ଊର୍ଦ୍ଧ୍ୱ ଅନ୍ତର୍ଜାତୀୟ ଗୋଲ୍ଡ ମେଡାଲ ହାସଲ କରିଥିବା ଭାଲେନା ଭାଲେଣ୍ଟିନା କହିଲେ ବିବାହ ସିକ୍ରେଟ୍‌

ସମସ୍ତେ ତାଙ୍କୁ ଜାଣନ୍ତି ‘କରାଟେ କୁଇନ୍‌’ ଭାବେ। ୨୦୧୦ ଏସିଆନ୍‌ ଗେମ୍ସରେ ବ୍ରୋଞ୍ଜ ମେଡାଲ ମ୍ୟାଚ୍‌ ପର୍ଯ୍ୟନ୍ତ ପହଞ୍ଚତ୍ପାରିଥିବା, ୨୬ରୁ ଊର୍ଦ୍ଧ୍ୱ ଅନ୍ତର୍ଜାତୀୟ ଗୋଲ୍ଡ ମେଡାଲ ହାସଲ କରିଥିବା ଏହି କରାଟେକା ହେଉଛନ୍ତି ଭାଲେନା ଭାଲେଣ୍ଟିନା। ଏଥର ଜାଣିବା ଏହି ଗ୍ଲାମର୍ସ କରାଟେକାଙ୍କ ଜୀବନର କିଛି ସିକ୍ରେଟ୍‌..
ପିଲାଦିନୁ ସାହସୀ: ପିଲାଟି ଦିନୁ ମୁଁ ଖୁବ୍‌ ସାହସୀ ଥିଲି। ଆଉ ଆତ୍ମନିର୍ଭରଶୀଳ ହେବାକୁ ପସନ୍ଦ କରୁଥିଲି। କେହି ମତେ ସ୍କୁଲ ଛାଡ଼ିବାକୁ ଆସନ୍ତୁ ତାହା ମୋର ପସନ୍ଦ ନ ଥିଲା। ସେଥିପାଇଁ ଦ୍ୱିତୀୟ ଶ୍ରେଣୀରେ ପଢ଼ିବାବେଳୁ ମାଷ୍ଟରକ୍ୟାଣ୍ଟିନରୁ ୟୁନିଟ୍‌ ୨ସ୍ଥିତ ମୋ ସ୍କୁଲକୁ ମୁଁ ନିଜେ ସାଇକେଲ ଚଲେଇକି ଯାଉଥିଲି। ମୋର ଏଭଳି ନେଚର୍‌ ଦେଖି ମୋ ମା’ବାପା ଭାବି ନେଇଥିଲେ ମୁଁ ନିଶ୍ଚୟ ସ୍ପୋର୍ଟସ୍‌ ଲାଇନ୍‌କୁ ଯିବି। ଏଭଳି ଭାବିବା ପଛରେ ଆଉ ଏକ କାରଣ ହେଉଛି ମୋ ବାପା ରାଧାରମଣ ମହାନ୍ତି ଜାତୀୟ ସ୍ତରର ଆର୍ମ ରେସଲର୍‌ ଓ ଫୁଟବଲ୍‌ ଖେଳାଳି ଥିଲେ। ମା’ ବି ସ୍କୁଲରେ ପଢ଼ିବାବେଳେ ସ୍ପୋର୍ଟସ୍‌ରେ ବହୁତ ଭଲ ଥିଲେ। ନାମକରଣ: ଭାଲେଣ୍ଟିନା ତେରେସ୍କୋଭାଙ୍କ ନାମାନୁସାରେ ମୋ ମା’ ମୋର ନାଁ ଭାଲେନା ଭାଲେଣ୍ଟିନା ରଖିଛନ୍ତି।
କରାଟେ ଟ୍ରେନିଂ ଆରମ୍ଭ:ସ୍କୁଲରେ ପଢିବାବେଳେ ସ୍ପୋର୍ଟସ୍‌ରେ ଭାଗ ନେଇ ଭଲ ପ୍ରଦର୍ଶନ କରୁଥିଲି। ତେଣୁ ଏଇ କ୍ଷେତ୍ରରେ ଆଗେଇବି ଭାବି ୬ଷ୍ଠ ଶ୍ରେଣୀରେ ପଢିବାବେଳେ କରାଟେ ଶିଖିବା ଆରମ୍ଭ କଲି। ସେତେବେଳେ କରାଟେ ପୁରୁଷ ପ୍ରାଧାନ୍ୟ ଥିଲା। ଏହି ଖେଳ ଅଲିମ୍ପିକ୍ସରେ ବି ସାମିଲ ନ ଥିଲା। ତଥାପି ମୁଁ ଏହାକୁ ବାଛିଲି। ମତେ ଲାଗେ ମୁଁ ଗୋଲ୍ଡେନ ସ୍ପୁନ ନେଇ ଜନ୍ମ ହେଇଛି। ସେଥିପାଇଁ ମୋ ମା’ ବାପା ମତେ ସବୁଥିରେ ସପୋର୍ଟ କରିଛନ୍ତି। ମୋ ବଡ଼ ଭଉଣୀ, ସାନ ଭାଇ ଭଲ ପଢନ୍ତି। କିନ୍ତୁ ମୁଁ ପଢା ପ୍ରତି ବେଶି ଧ୍ୟାନ ନ ଦେଇ ଖେଳରେ ମନ ଦେବାକୁ ନେଇ ମୋ ବାପା ମା’ କେବେ ବି ଭାଇ ଭଉଣୀ କିମ୍ବା ଅନ୍ୟ କାହା ସହ ତୁଳନା କରି ମତେ ଗାଳି ଦେଇ ନାହାନ୍ତି। ବରଂ ଯାହା ଭଲ ଲାଗୁଛି ସେଥିରେ ଆଗକୁ ବଢିବା ପାଇଁ ପ୍ରେରଣା ଦେଇଛନ୍ତି। ଖାସ୍‌ ସେମାନଙ୍କର ଏଭଳି ସପୋର୍ଟ ପାଇଁ ହିଁ ମୁଁ ଅନ୍ତର୍ଜାତୀୟ ସ୍ତରକୁ ପହଞ୍ଚତ୍ ପାରିଲି ।
ଦୁଃଖ ଆସିଛି ହେଲେ ଭାଙ୍ଗି ପଡ଼ିନି: ୨୦୧୦ ଏସିଆନ ଗେମ୍ସରେ ଅଳ୍ପକେ ବ୍ରୋଞ୍ଜ ମେଡାଲ ହରାଇବା ହେଉଛି ମୋ ଜୀବନର ସବୁଠୁ ବଡ଼ ଦୁଃଖ। ଯଦି ମେଡାଲ ପାଇ ପାରିଥାନ୍ତି ତେବେ କେବଳ ଓଡ଼ିଶା କରାଟେ ନୁହେଁ ସାରା ଭାରତର କରାଟେରେ ବଡ଼ ପରିବର୍ତ୍ତନ ଆସିଥାନ୍ତା। ଏହି ଗେମ୍‌ ଆହୁରି ହାଇଲାଇଟ୍‌ ହେଇପାରିଥାନ୍ତା। ଏହାବାଦ ୨୦୧୮ ମସିହାରେ ଓ୍ବାର୍ଲଡ ର଼୍ୟାଙ୍କିଙ୍ଗରେ ୧୧ ନମ୍ବରରେ ଥିବାରୁ ଅଲିମ୍ପିକ୍ସରେ ଟ୍ରାଏଲ ପାଇଁ ଚୟନ ହୋଇଥିଲି । ହେଲେ ଫେଡେରେଶନ୍‌ରେ ସମସ୍ୟା ପାଇଁ ଟ୍ରାଏଲ୍‌ ପାଇଁ ଯାଇପାରି ନ ଥିଲି। ଏହିସବୁ ଅବସୋସ ତ ଆଜୀବନ ରହିବ। ହେଲେ ଏଥିଯୋଗୁ ମୁଁ କେବେ ଭାଙ୍ଗି ପଡ଼ିନି। ଆଜି ବି ଚେଷ୍ଟା ଜାରି ରଖିଛି କେମିତି ପୁଣିଥରେ ସେସବୁ ଫେରି ପାଇବି। ତେଣୁ ରିଟାୟରମେଣ୍ଟ ନେଇନି। ଏବେ ମୋ ଷ୍ଟୁଡେଣ୍ଟମାନେ ବି ବିଭିନ୍ନ ଅନ୍ତର୍ଜାତୀୟ ସ୍ତରର ଟୁର୍ନାମେଣ୍ଟରେ ମେଡାଲ ପାଇ ଦେଶ ଲାଗି ଗୌରବ ଆଣିବାରେ ସଫଳ ହୋଇଛନ୍ତି। ଯେମିତି କି ଅଲିଶା ସୁବୁଦ୍ଧି ୨୨ ବର୍ଷ ପରେ ଏସିଆନ କରାଟେ ଚାମ୍ପିୟନଶିପ୍‌ରେ ଭାରତ ପାଇଁ ମେଡାଲ ନେଇ ଆସିଲେ।
ନିଜେ ଜିତିବା ନା ଷ୍ଟୁଡେଣ୍ଟ ଜିତିବା ଖୁସି ଲାଗେ
ଉଭୟର ଖୁସି ଭିନ୍ନ ଭିନ୍ନ। ଷ୍ଟୁଡେଣ୍ଟ ଜିତିଲେ ବେଶ୍‌ ଗର୍ବ ଅନୁଭବ ହୁଏ। ହେଲେ ଯେବେ ନିଜେ ଜିତେ, ଦେଶର ଗୌରବ ଲାଗି ବଜାଯାଉଥିବା ନ୍ୟାଶନାଲ ଆନ୍ଥମ୍‌ ସହ ଗଳାରେ ପଡ଼ିଥିବା ମେଡାଲର ଅନୁଭୂତିକୁ ବର୍ଣ୍ଣନା କରିହେବନି।
ଡେଲି ରୁଟିନ୍‌: ପ୍ରତିଦିନ ସକାଳ ୫ଟା ୩୦ରୁ ଉଠେ। ଫ୍ରେଶ ହେଇ କଳିଙ୍ଗ ଷ୍ଟାଡିୟମ୍‌କୁ ଯାଏ ଟ୍ରେନିଂ ପାଇଁ। ୯ଟାରେ ଫେରେ। ଏହାପରେ ୧୨.୩୦ରୁ ୨.୩୦ଟା ପର୍ଯ୍ୟନ୍ତ ଟେକ୍‌ନିକ ସେସନ୍‌ ଚାଲେ। ସନ୍ଧ୍ୟା ୭ରୁ ୯ଟା ଯାଏ ଟୁର୍ନାମେଣ୍ଟ ଭର୍ସନ ଖେଳୁ। ମୋର ଏକ କରାଟେ ସ୍କୁଲ ବି ଅଛି। ୬ବର୍ଷ ବୟସରୁ ଆରମ୍ଭ କରି ପିଲା ଏଠି ଟ୍ରେନିଂ ନିଅନ୍ତି। ସେମାନଙ୍କୁ ବି ସମୟ ଦେବାକୁ ହୁଏ।
ଗ୍ଲାମର୍ସ ଭାଲେନା: ସେରେନା ଓ୍ବିଲିୟମ୍‌, ସାନିଆ ମିର୍ଜାଙ୍କ ଷ୍ଟାଇଲିସ୍‌ ଲୁକ୍‌ ବହୁତ ଭଲ ଲାଗେ। ଆଉ ତାଙ୍କ ଭଳି ଗ୍ଲାମର୍ସ ରହିବାକୁ ମୁଁ ପସନ୍ଦ କରେ। ମୋ ମତରେ ସବୁ ସ୍ପୋର୍ଟସ୍‌ ପର୍ସନ ଗ୍ଲାମର୍ସ ହେବା ଦରକାର। କାରଣ ସେମାନେ ନିଜ ଦେଶକୁ ରିପ୍ରେଜେଣ୍ଟ କରନ୍ତି।
ଲାଇଫ୍‌ ପାର୍ଟନର: ବିବାହ ପାଇଁ ଇଣ୍ଟରେଷ୍ଟ ନାହିଁ କି କେବେ ଏକଥା ଚିନ୍ତା କରିନି। ତେବେ ବିବାହ ଯେ କରିବିନି କେବେ ମନା ବି କରିନି। ବୟଫ୍ରେଣ୍ଡ କଥା କହିଲେ ସମୟ ଦେଇ ନ ପାରିବାରୁ ଗୋଟେ ରିଲେସନ୍‌ ମୋର ଆଗେଇପାରି ନ ଥିଲା। ଆମେ କେବଳ ଭଲ ଫ୍ରେଣ୍ଡ ହେଇ ରହିଗଲୁ। ଘରେ ମଧ୍ୟ କେବେ ଚାପ ପକାଇ ନାହାନ୍ତି ବିବାହ କରିବା ପାଇଁ। ମୁଁ ଦେଖିଛି ଯେବେ ଅନ୍ତର୍ଜାତୀୟ ଖେଳାଳିର ବିଜୟ ହୁଏ ଖେଳାଳୀଙ୍କୁ ନିଜ କାନ୍ଧ ଉପରେ ତ୍ରିରଙ୍ଗାକୁ ଧାରଣ କରିବାର ସୌଭାଗ୍ୟ ମିଳେ, ଯାହାକି ସବୁଠୁ ବଡ଼ ସମ୍ମାନ। ବଞ୍ଚତ୍ଥିବାବେଳେ ଯଦି ତ୍ରିରଙ୍ଗା କାନ୍ଧରେ ପଡ଼େ ତା’ଠାରୁ ବଡ଼ କଥା ଆଉ କିଛି ନାହିଁ ବୋଲି ମୁଁ ମନେକରେ। ଯାହାକି ବିବାହଠାରୁ ବହୁ ଉର୍ଦ୍ଧ୍ୱରେ।
କୋଉଥିରେ ବେଶି କମ୍ପ୍ଲିମେଣ୍ଟ ମିଳେ ଗ୍ଲାମର୍ସ ଲୁକ୍‌ ପାଇଁ ନା କରାଟେ ପାଇଁ: ଲୋକେ ପ୍ରଥମେ ମତେ ମୋ ଖେଳରେ ଭଲ ପ୍ରଦର୍ଶନ ପାଇଁ ଜାଣିଲେ। ଦେଶ ପାଇଁ ମେଡାଲ ଆଣିବାରୁ ମତେ ପସନ୍ଦ କଲେ। ଆଉ ମୋ ଷ୍ଟାଇଲ୍‌ ବି ସମସ୍ତଙ୍କୁ ଭଲ ଲାଗିଲା। କହିବାକୁ ଗଲେ କରାଟେ ମୋ ପରିଚୟ । ତେଣୁ ଆଜି ଯିଏ ବି ମୋ ଲୁକ୍‌କୁ ପସନ୍ଦ କରୁଛନ୍ତି କେବଳ ମୋ ଖେଳର ଆଚିଭ୍‌ମେଣ୍ଟ ପାଇଁ।
କରାଟେକା ନ ହୋଇଥିଲେ: କରାଟେକା ନ ହୋଇଥିଲେ ମଡେଲିଂ କରିଥାଆନ୍ତି। ମୋର ଏଇ ସ୍ବପ୍ନ ବି ପୂରଣ ହୋଇପାରିଛି ମୋ ଡିଜାଇନର୍‌ଙ୍କ ପାଇଁ। ତାଙ୍କ ଶୋ’ରେ ମୁଁ ଶୋ’ ଷ୍ଟପର୍‌ ହେଇ ର଼୍ୟାମ୍ପରେ ଚାଲିଛି।
ପ୍ରିୟ ଖାଦ୍ୟ: ଚିକେନ ବିରୟାନୀ ମୋର ସବୁଠୁ ପ୍ରିୟ । ମୁଁ ଜମାରୁ ଡାଏଟ କରେନା। ମୋ ମତରେ ଭଲ ଖାଇଲେ ମନ ଖୁସି ରହେ। ଆଉ ଟ୍ରେନିଂ ବି ଭଲରେ ହୁଏ।
ପସନ୍ଦର ଗେଟ୍‌ଅପ୍‌: ଶାଢ଼ି ପିନ୍ଧିବାକୁ ବେଶି ଭଲ ଲାଗେ। ତେଣୁ ପାର୍ଟି, ଫଙ୍କ୍‌ସନ୍‌ରେ ମୁଁ ଶାଢ଼ି ପିନ୍ଧେ।
ରୋଷେଇ: ଖାଇବା ମୋର ପସନ୍ଦ। ଆଉ ରୋଷେଇ ଭଲ ହେଇଛି କି ନା ତାହା ବି ମୁଁ କହିପାରେ। ହେଲେ ରୋଷେଇ ଆସେନା। ଖାଲି ଯାହା କଫି, ଚା’ କରିଆସେ।
ଶପିଂ କେତେ ପସନ୍ଦ: ଶପିଂ କରିବାକୁ ଭଲ ଲାଗେନା। ମତେ ଲାଗେ ଏଥିରେ ସମୟ ଅଯଥା ନଷ୍ଟ ହୁଏ। କିନ୍ତୁ ୟୁନିକ ପିନ୍ଧିବା ମୋର ନେଚର୍‌। ତେଣୁ ଡିଜାଇନର୍‌ ଜାହିଦା ଏହମ୍ମଦଙ୍କ ଦ୍ୱାରା ସ୍ବତନ୍ତ୍ରଭାବେ ପୋଷାକ ଡିଜାଇନ୍‌ କରି ମୁଁ ପିନ୍ଧେ।
ହବି: ବାଇକ ଚଳାଇବା, ପେଣ୍ଟିଂ କରିବା।
ସ୍ବପ୍ନ: ଦ୍ରୋଣାଚାର୍ଯ୍ୟ ଆଓ୍ବାର୍ଡ ପାଇବା ମୋର ସ୍ବପ୍ନ।
ଆଶା ଅଛି ମେଡାଲ ଆଣିବୁ: ଆଗାମୀ ନଭେମ୍ବରରେ କମନଓ୍ବେଲ୍ଥ କରାଟେ ଚାମ୍ପିୟନଶିପ୍‌ ଅଛି; ଯେଉଁଥିରେ ଭାଗ ନେବାକୁ ମୁଁ ଓ ମୋ ଷ୍ଟୁଡେଣ୍ଟ ମିଶି ୧୪ ଜଣ ଯାଉଛୁ। ଆଶା ରଖିଛୁ ଦେଶ ପାଇଁ ମେଡାଲ ନିଶ୍ଚୟ ଆଣିବୁ।

– ଶିବାନୀ ମହାନ୍ତି


Enter your email to get our daily news in your inbox.

All Right Reserved By Dharitri.Com

କ୍ରମାଗତ କ୍ଷତି ପରେ ଶେୟାର ବଜାରରେ ସାମାନ୍ୟ ସୁଧାର

ମୁମ୍ବାଇ,୫ା୯: ଚଳିତ ସପ୍ତାହରେ କ୍ରମାଗତ ଭାବେ ୪ଟି କାର୍ଯ୍ୟଦିବସରେ ଶେୟାର ବଜାର କାରବାର ହ୍ରାସ ପାଇ ଆସିଥିଲାବେଳେ ଶୁକ୍ରବାର କାରବାର ପରେ ସାମାନ୍ୟ ସୁଧାର ଆସିଛି। ଏହାଦ୍ୱାରା…

୪୦ ବର୍ଷ ପରେ ଖୋଲେ ଭାଗ୍ୟର ତାଲା! ଏହି ୩ ରାଶିର ଲୋକଙ୍କ ଉପରେ ବର୍ଷେ ଧନ , ଯଶ

ଜୀବନରେ ଅନେକ ସଂଘର୍ଷ କରିବା ପରେ ମଧ୍ୟ ଯଦି ସଫଳତା ମିଳୁନାହିଁ, ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହା ପଛରେ ଗ୍ରହ ନକ୍ଷତ୍ରର ପ୍ରଭାବ ଥାଇପାରେ। ଜ୍ୟୋତିଷର…

ଜଣେ ଶିକ୍ଷକଙ୍କ କାନ୍ଧରେ ସ୍କୁଲ ଭାର: ୭ ବିଷୟ ସହ ଶାରୀରିକ ଶିକ୍ଷା ଦେଉଛନ୍ତି ସାହିତ୍ୟ ସାର୍‌

ହାଟଡିହୀ,୫।୯(ଶୁଭକାନ୍ତ ନାୟକ):କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ତଙ୍କୁ ଶିକ୍ଷା, ଉତ୍ତମ ଶିକ୍ଷାର ନାରା ଦେଉଛନ୍ତି। ମାତ୍ର ବାସ୍ତବ ସ୍ଥିତି କିନ୍ତୁ ଓଲଟା। ଗ୍ରାମାଞ୍ଚଳରେ ସ୍କୁଲରେ ମୌଳିକ ସୁବିଧା,…

ଡୋପ୍‌ ଟେଷ୍ଟରେ ଧରାପଡ଼ିଥିବା ଏୟାର ଇଣ୍ଡିଆ ପାଇଲଟ୍‌ ବହିଷ୍କୃତ

ନୂଆଦିଲ୍ଲୀ,୫ା୯: ଫୁକେଟ୍‌ରୁ ଦିଲ୍ଲୀ ଉଡ଼ାଣ ବେଳେ ବିମାନ ହଠାତ୍‌ ୩୦୦ ଫୁଟ୍‌ ଖସିବା ଘଟଣା ପରେ ନିଷେଧ ନିଶାଦ୍ରବ୍ୟ ସେବନ କରିଥିବା ଡୋପ୍‌ ଟେଷ୍ଟରୁ ଧରାପଡ଼ିବା ପରେ…

ଭୀଷଣ ପାଗ ନେଇ ସତର୍କ କରାଇଲେ ଡବ୍ଲ୍ୟୁଏମ୍‌ଓ ମୁଖ୍ୟ: ଫେବୃଆରୀ ଯାଏ ଜାରି ରହିବ…

ନୂଆଦିଲ୍ଲୀ,୫ା୯: ପ୍ରଶାନ୍ତ ମହାସାଗର ଉପରେ ସକ୍ରିୟ ଥିବା ଏଲ୍‌ ନିନୋ ଆଗାମୀ ମାସଗୁଡ଼ିକରେ ଅଧିକ ଘନୀଭୂତ ହୋଇ ଏକ ଶକ୍ତିଶାଳୀ ରୂପ ନେବ ଏବଂ ଆସନ୍ତାବର୍ଷ ଫେବୃଆରୀ…

ଶିମ୍ପାଞ୍ଜିଙ୍କର ଅଛି ନିଜସ୍ବ ‘ଉପଭାଷା’

ନୂଆଦିଲ୍ଲୀ,୫ା୯: ମଣିଷମାନଙ୍କ ଭଳି ଶିମ୍ପାଞ୍ଜିଙ୍କର ମଧ୍ୟ ନିଜସ୍ବ ‘ଉପଭାଷା’ ବା ‘ଆଞ୍ଚଳିକ ଭାଷା’ (ଡାଏଲେକ୍ଟସ) ରହିଥାଏ। ଏକ ନୂତନ ଗବେଷଣାରୁ ଜଣାପଡ଼ିଛି, ଶିମ୍ପାଞ୍ଜି ଛୁଆମାନେ ବଡ଼ ହେବା…

ଥାନା ହାଜତରେ ରେଳ କର୍ମଚାରୀଙ୍କୁ ନିର୍ଯାତନା: ହାତ, ଗୋଡ଼ ଭାଙ୍ଗିଦେଲେ, ଯୌନାଙ୍ଗରେ…

ପୁରୁଣା ଭୁବନେଶ୍ୱର,୫ା୯(ସୁବାସ ଚନ୍ଦ୍ର ପ୍ରଧାନ): ବ୍ରହ୍ମପୁର ରେଳ ସୁରକ୍ଷା ବଳ (ଆର୍‌ପିଏଫ୍‌) ଦ୍ୱାରା ଅମାନୁଷିକତାର ସବୁ ସୀମା ଟପିଯାଇଛି। ଚୋରି ସନ୍ଦେହରେ ସୌମ୍ୟରଞ୍ଜନ ମିଶ୍ର ନାମକ ଜଣେ…

ହିନ୍ଦୁତ୍ୱ ଇନ୍‌ଫ୍ଲୁଏନ୍ସର ସ୍ବତନ୍ତ୍ର ଭରଦ୍ୱାଜ ଗିରଫ

ନୂଆଦିଲ୍ଲୀ,୫ା୯:ଦିଲ୍ଲୀର ଯନ୍ତରମନ୍ତରରେ ଗତ ଜୁଲାଇରେ କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି) ନେତୃତ୍ୱରେ ଛାତ୍ର ଆନ୍ଦୋଳନ ବେଳେ ଜଣେ ଛାତ୍ରୀଙ୍କ ବାପାଙ୍କୁ ଆକ୍ରମଣ କରିଥିବା ହିନ୍ଦୁତ୍ୱ ଇନ୍‌ଫ୍ଲୁଏନ୍ସର ସ୍ବତନ୍ତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri