Posted inଖେଳ

କାହିଁକି ମିଳିଲାନି ବୈଭବ ସୂର୍ଯ୍ୟବଂଶୀଙ୍କୁ ଡେବ୍ୟୁର ସୁଯୋଗ? ନିରାଶ ହେଲେ ପ୍ରଶଂସକ

ନୂଆଦିଲ୍ଲୀ, ୨୬।୬: ଆୟରଲ୍ୟାଣ୍ଡ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚ୍‌ରେ ଭାରତୀୟ କ୍ରିକେଟ୍ ପ୍ରେମୀଙ୍କୁ ସାମାନ୍ୟ ନିରାଶ ହେବାକୁ ପଡ଼ିଛି। ଦଳର ନୂଆ ଅଧିନାୟକ ଶ୍ରେୟସ ଆୟର ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ମାତ୍ର ଚୂଡ଼ାନ୍ତ ଏକାଦଶ ଘୋଷଣା ସମୟରେ ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କ ନାମ ସେଥିରେ ନ ଥିଲା। ପ୍ରଥମ ଥର ପାଇଁ ଟିମ୍ ଇଣ୍ଡିଆରେ ସାମିଲ ହୋଇଥିବା ବୈଭବ ଏହି ମ୍ୟାଚ୍ ଜରିଆରେ ଆନ୍ତର୍ଜାତୀୟ କ୍ରିକେଟ୍‌ରେ ପଦାର୍ପଣ (Debuts) କରିବେ ବୋଲି ପ୍ରଶଂସକମାନେ ଆଶା ରଖିଥିଲେ। ଆଇପିଏଲ୍ ୨୦୨୬ ଏବଂ ଶ୍ରୀଲଙ୍କା ଗସ୍ତରେ ଖେଳାଯାଇଥିବା ତ୍ରିଦେଶୀୟ ସିରିଜ୍‌ରେ ସେ ଦମଦାର ପ୍ରଦର୍ଶନ କରିଥିଲେ ମଧ୍ୟ ତାଙ୍କୁ ବେଞ୍ଚରେ ବସିବାକୁ ପଡ଼ିଛି।

ଟସ୍ ଜିତିବା ପରେ ଅଧିନାୟକ ଶ୍ରେୟସ ଆୟର ବୈଭବଙ୍କୁ ଦଳରେ ସୁଯୋଗ ନମିଳିବାର ପ୍ରକୃତ କାରଣ ସ୍ପଷ୍ଟ କରିଛନ୍ତି। ଆୟର କହିଛନ୍ତି, “ସୂର୍ଯ୍ୟବଂଶୀ ଜଣେ ଚମତ୍କାର ଓ ପ୍ରତିଭାବାନ ଖେଳାଳି, ମାତ୍ର ଏହି ମ୍ୟାଚ୍‌ରେ ସେ ବେଞ୍ଚରେ ଅଛନ୍ତି। ଆମେ ଦଳର ଅଭିଜ୍ଞ ଖେଳାଳିମାନଙ୍କୁ ନେଇ ହିଁ ପଡ଼ିଆକୁ ଓହ୍ଲାଇବାକୁ ସ୍ଥିର କରିଛୁ। ଉପଯୁକ୍ତ ସମୟ ଆସିଲେ ବୈଭବଙ୍କୁ ନିଶ୍ଚୟ ସୁଯୋଗ ମିଳିବ।”

ପୂର୍ବରୁ ଟିମ୍ ଇଣ୍ଡିଆର ବ୍ୟାଟିଂ କୋଚ୍ ସିତାଂଶୁ କୋଟକ ମଧ୍ୟ ଏହାର ସଙ୍କେତ ଦେଇଥିଲେ। ସେ କହିଥିଲେ ଯେ, ଯଦି ବୈଭବଙ୍କୁ ଏବେ ସୁଯୋଗ ଦିଆଯାଏ, ତେବେ ପୂର୍ବରୁ କ୍ରମାଗତ ଭାବେ ରନ୍ ସଂଗ୍ରହ କରୁଥିବା ଅନ୍ୟ ଖେଳାଳିମାନେ ଦଳରୁ ବାଦ୍ ପଡ଼ିବେ, ଯାହା ଠିକ୍ ହେବନାହିଁ।

ଭାରତୀୟ ଦଳରେ ବୈଭବଙ୍କୁ ସୁଯୋଗ ମିଳି ନ ଥିବା ବେଳେ ଆୟରଲ୍ୟାଣ୍ଡ ଦଳରେ ଜଣେ ଭାରତୀୟ ବଂଶୋଦ୍ଭବ ଦ୍ରୁତ ବୋଲରଙ୍କୁ ସ୍ଥାନ ମିଳିଛି। ଏହି ଖେଳାଳି ଜଣକ ହେଉଛନ୍ତି ଜୟ ମୁନ୍ଦ୍ରା (Jay Mundra), ଯିଏକି ମୂଳତଃ ରାଜସ୍ଥାନର ବାସିନ୍ଦା। ଏହି ବାମହାତୀ ଦ୍ରୁତ ବୋଲର ଜଣକ ବଲ୍‌କୁ ଉଭୟ ଦିଗକୁ ସୁଇଂ କରାଇବାରେ ବେଶ୍ ମାହିର। ୨୪ ବର୍ଷ ବୟସରେ ସେ ଆୟରଲ୍ୟାଣ୍ଡ ଯାଇଥିଲେ ଏବଂ ଏବେ ସେହି ଦେଶ ପାଇଁ ଆନ୍ତର୍ଜାତୀୟ କ୍ରିକେଟ୍ ଖେଳୁଛନ୍ତି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଦଶମ ପାସ କରିଥିଲେ ଆୟକର ବିଭାଗରେ ସରକାରୀ ଚାକିରି; ଦରମା ୫୫ହଜାରୁ ଅଧିକ, ଜାଣନ୍ତୁ କେମିତି କରିବେ ଆପ୍ଲାଏ…

ଆୟକର ବିଭାଗ ୧୦ମ ପାସ୍ ଯୁବକମାନଙ୍କ ପାଇଁ ସରକାରୀ ଚାକିରିର ସୁଯୋଗ ଆଣିଦେଇଛି। ବିଭାଗର ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ କ୍ଷେତ୍ରରେ କ୍ୟାଣ୍ଟିନ୍ ଆଟେଣ୍ଡାଣ୍ଟ (କ୍ୟାଣ୍ଟିନ୍ ପରିଚାରକ)ର ୭ଟି…

୭୫ ବର୍ଷ ହେଲା ହୋଇପାରିନି ସେଟଲମେଣ୍ଟ: ମିଳିନି ପଟ୍ଟା, ମଣ୍ଡିରେ ଖରିଫ ଧାନ ବିକ୍ରି ନେଇ ଉପୁଜିଛି ସମସ୍ୟା

ଦିଗପହଣ୍ଡି,୧୧।୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତହସିଲ ଆଙ୍କୋରଡା ମୌଜାରେ ଗତ ୭୫ ବର୍ଷ ହେଲା ସେଟଲମେଣ୍ଟ ହୋଇପାରିନାହିଁ। ଗତ କିଛି ଦିନ ପୂର୍ବେ ରାଜସ୍ବ…

ପରିବାର ଲୋକଙ୍କ ନାଁରେ ଲକ୍ଷ ଲକ୍ଷ ଟଙ୍କା ଋଣ ନେଇଗଲେ ସମ୍ପାଦକ: ଚାଷୀଙ୍କ ଆନ୍ଦୋଳନ ଚେତାବନୀ

ପୁରୁଷୋତ୍ତମପୁର,୧୧।୮(ସବିତା ମିଶ୍ର):ସରକାର କୃଷକଙ୍କୁ ସଶକ୍ତିକରଣ କରି କୃଷି ଓ କୃଷକଙ୍କ ବିକାଶ ଲାଗି ଯୋଜନା ପରେ ଯୋଜନା କରିବା ସହ ବିଭିନ୍ନ ଫସଲ ଚାଷ କରି ଲାଭବାନ…

‘ଘରେ ଘରେ ତ୍ରିରଙ୍ଗା’: ଉପମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସମେତ ଜିଲାସ୍ତରୀୟ ଅଧିକାରୀ, ସ୍କୁଲ-କଲେଜ ଛାତ୍ରଛାତ୍ରୀଙ୍କ ଯୋଗଦାନ

ବଲାଙ୍ଗୀର, ୧୧।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ମଙ୍ଗଳବାର ‘ଘରେ ଘରେ ତ୍ରିରଙ୍ଗା’ ପଦଯାତ୍ରା ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…

ପଥରରେ ଛେଚି ଯୁବକଙ୍କୁ ହତ୍ୟା !: ନିର୍ମାଣାଧୀନ ଆବାସ ଘରୁ ରକ୍ତାକ୍ତ ମୃତଦେହ

ରାଇରଙ୍ଗପୁର,୧୧।୮: ମୟୂରଭଞ୍ଜ ଜିଲା ବିଶୋଇ ଥାନା ଅଞ୍ଚଳର ବାଢୁଣିଆ ଗାଁରେ ଜଣେ ଯୁବକଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା ସନ୍ଦେହଜନକ ଘଟଣା ସାମ୍ନାକୁ ଆସିଛି। ଗାଁର ଏକ…

Blinkit ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ: ସସ୍‌ପେଣ୍ଡ ହେଲା ଲାଇସେନ୍ସ; ସାମ୍ନାକୁ ଆସିଲା ଗୁରୁତର ତ୍ରୁଟି

ନୂଆଦିଲ୍ଲୀ, ୧୧।୮: ମହାରାଷ୍ଟ୍ରରେ IAS ଅଧିକାରୀ ତୁକାରାମ ମୁଣ୍ଡେଙ୍କ ଖରାପ ଓ ଅସୁରକ୍ଷିତ ଖାଦ୍ୟ ପଦାର୍ଥ ବିରୋଧୀ ଅଭିଯାନ ଜାରି ରହିଛି। ଦେଶର ପ୍ରସିଦ୍ଧ କମ୍ପାନୀ Blinkit…

ଚିଲିକା ମଝିରେ ଆକ୍ରମଣ, ଜଣେ ମୃତ, ଜଣେ ଗୁରୁତର

କୃଷ୍ଣପ୍ରସାଦ,୧୨।୮(କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ରାମଲଙ୍କା ପଞ୍ଚାୟତ କୁମାରପୁର ଚିଲିକାରେ ମାଛ ଧରିବା ବେଳେ ଏକ ଅଘଟଣ ଘଟିଛି। କୁମାରପୁର ଗ୍ରାମର ଚିନ୍ମୟ…

ପୂର୍ବତନ ରାଷ୍ଟ୍ରପତିଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଲେ କୋର୍ଟ: ଆସିଥିଲା ସାଂଘାତିକ ଅଭିଯୋଗ

ଡାମସକସ୍‌,୧୧।୮: ସିରିଆର ଏକ କୋର୍ଟ ମଙ୍ଗଳବାର ଦେଶର ପୂର୍ବତନ ରାଷ୍ଟ୍ରପତି ବଶର ଅଲ-ଆସାଦ ଏବଂ ତାଙ୍କ ସାନ ଭାଇ ମାହେର ଅଲ-ଆସାଦଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri