ଆଜିଠୁ ୧୨ରୁ ୧୪ବର୍ଷର ପିଲାଙ୍କୁ ଟିକା

ଭୁବନେଶ୍ୱର,୧୬।୩(ବ୍ୟୁରୋ): ସାରା ଦେଶରେ ବୁଧବାରଠାରୁ ୧୨ରୁ ୧୪ବର୍ଷ ବୟସର ପିଲାଙ୍କ କୋଭିଡ ଟିକାକରଣ ପ୍ରକ୍ରିୟା ଆରମ୍ଭ ହେବ। କେନ୍ଦ୍ର ସରକାରଙ୍କ ପରାମର୍ଶରେ ଓଡ଼ିଶାରେ ମଧ୍ୟ ଏହି ଟିକାକରଣ ପ୍ରକ୍ରିୟା ଆରମ୍ଭ ହେବ। ଏହି ବର୍ଗର ରାଜ୍ୟର ପ୍ରାୟ ୧୫.୨୧ଲକ୍ଷ ପିଲା କୋଭିଡ୍‌ ଟିକା ନେବେ। ଏବେ ରାଜ୍ୟ ସରକାରଙ୍କ ପାଖରେ ୧୫.୪୭ ଲକ୍ଷ ଡୋଜ ଟିକା ଉପଲବ୍ଧ ରହିଛି। ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡା. ବିଜୟ ପାଣିଗ୍ରାହୀ କହିଛନ୍ତି, ବୁଧବାରଠାରୁ ୧୨ରୁ ୧୪ବର୍ଷ ବୟସର ପିଲାଙ୍କୁ କୋଭିଡ ଟିକା ଦିଆଯିବ। ୨୦୧୦ ମାର୍ଚ୍ଚ ୧୫ତାରିଖ ପୂର୍ବରୁ ଜନ୍ମିତ ପିଲାମାନେ ଏହି ଟିକା ନେବେ। ଏଥିପାଇଁ ଜନ୍ମ ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ। ଏଣିକି ଜନ୍ମ ତାରିଖ ଆଧାରରେ ଟିକା ଦିଆଯିବ। ଏଥିପାଇଁ ଉଭୟ ଅନଲାଇନ ଓ ଅଫଲାଇନରେ ପଞ୍ଜୀକରଣ କରିହେବ। ୨୮ଦିନର ବ୍ୟବଧାନରେ ଦୁଇଟି ଡୋଜ ଟିକା ଦିଆଯିବ। ହାଇଦ୍ରାବାଦ କମ୍ପାନୀ ବାୟୋଲୋଜିକାଲ ଇ. ଲିମିଡେଟ ଦ୍ୱାରା ପ୍ରସ୍ତୁତ କୋର୍ବେଭାକ୍ସ ଟିକା ପିଲାଙ୍କୁ ଦିଆଯିବ। ଏହି ଟିକା ପାଇଁ ବୁଧବାର ସକାଳ ୯ଟାରୁ ଅନଲାଇନ ପଞ୍ଜୀକରଣ ଆରମ୍ଭ ହେବ। ଟିକାକରଣ କେନ୍ଦ୍ରରେ ମଧ୍ୟ ଟିକା ଦେବାର ସୁବିଧା ଉପଲବ୍ଧ ହେବ। ପିଲାମାନେ ନିଜ ପରିବାର ସଦସ୍ୟଙ୍କ ସହ ଅବା ଭିନ୍ନ ଭାବେ ପଞ୍ଜୀକରଣ କରିପାରିବେ। ଆଧାର କାର୍ଡ ନ ଥିଲେ ପିଲାଙ୍କ ସ୍କୁଲ ଆଇକାର୍ଡରେ ପଞ୍ଜୀକରଣ କରିହେବ। ଚାରିଜଣିଆ ସଦସ୍ୟ ବିଶିଷ୍ଟ ପରିବାର ଗୋଟିଏ ମୋବାଇଲ ନମ୍ବରରେ ପଞ୍ଜୀକରଣ କରିପାରିବେ।
ଶିକ୍ଷକମାନେ ଏହି ଟିକାକରଣ ଅଭିଯାନରେ ସହଯୋଗ କରିବେ। ପ୍ରଥମ ପର୍ଯ୍ୟାୟରେ ସ୍କୁଲ ସମୟରେ ଏହି ଟିକାକରଣ କାର୍ଯ୍ୟ କରିବାକୁ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଅନୁସୂଚିତ ଜାତି ଓ ଜନଜାତି ବିଭାଗ ସହ ସମନ୍ବୟ ରକ୍ଷା କରି ଶିକ୍ଷା ବିଭାଗ ଏହି ଟିକାକରଣ ଅଭିଯାନକୁ ସୁଗମ କରାଇବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ଜାନୁୟାରୀ ୩ରୁ ରାଜ୍ୟ ସରକାର ୧୫ରୁ ୧୮ବର୍ଷ ବୟସର ସମସ୍ତ ପିଲାଙ୍କ କୋଭିଡ୍‌ ଟିକାକରଣ କରାଇଥିଲେ। ଏଥିସହ ୬୦ବର୍ଷ ବୟସରୁ ଅଧିକ ସମସ୍ତ ବ୍ୟକ୍ତି ବୁଧବାରଠୁ ବୁଷ୍ଟର ଡୋଜ ନେଇପାରିବେ ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାହୁଲଙ୍କ ଭାଷଣକୁ ନେଇ ଜୋର୍‌ ଧରିଲା ରାଜନୀତି

ଭୁବନେଶ୍ୱର, ୨୯।୪(ସୁନିତ୍‌ ମିଶ୍ର):୨୦୨୪ ନିର୍ବାଚନ ପାଇଁ ମେ’ ୧୩ରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଅନୁଷ୍ଠିତ ହେବ। ଏଥିଲାଗି ଭାଜପା ଏବଂ କଂଗ୍ରେସର କେନ୍ଦ୍ରୀୟ ନେତାମାନଙ୍କ...

କଂଗ୍ରେସ ଛାଡ଼ିଲେ ଦୁଲାଲ

ଭୁବନେଶ୍ୱର,୨୯ା୪: କଂଗ୍ରେସରୁ ସୋମବାର ଇସ୍ତଫା ଦେଇଛନ୍ତି ଦୁଲାଲ ପ୍ରଧାନ। ରବିବାର ଦୁଲାଲଙ୍କଠାରୁ ତାଙ୍କ ଟିକେଟ୍‌ ଫେରାଇ ନେବା ପରେ ସେ ଦଳ ଛାଡ଼ିଛନ୍ତି। ଦୁଲାଲ ତାଙ୍କର...

ଘାଟିରୁ ଖସିଲା ପେପର ରୋଲ୍‌ ବୋଝେଇ ଟ୍ରକ୍‌: ଡ୍ରାଇଭର, ହେଲପର ଆହତ

ଖଲ୍ଲିକୋଟ,୨୯ା୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବଡ଼ଘାଟିରେ ସୋମବାର ଭାରସାମ୍ୟ ହରାଇ ୫୦ଫୁଟ ତଳକୁ ଏକ...

ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାସ ଆହତ

କାମାକ୍ଷାନଗର,୨୯ା୪(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ପୋଲିସ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆଙ୍କୁ ଏନ୍‌କାଉଣ୍ଟର କରିଛି। ଫଳରେ ସେ ଆହତ ହୋଇଛନ୍ତି। ତାଙ୍କ ଡାହାଣ...

ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ବର୍ଷା, ବାପାଙ୍କ ସମାଧିପୀଠରେ ପୂଜାର୍ଚ୍ଚନା କରି ହେଲେ ଭାବବିହ୍ବଳ

ପଦ୍ମପୁର,୨୯ା୪(ପ୍ରଦୀପ୍ତ ଦାଶ): ସୋମବାର ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ବର୍ଷା ସିଂ ବରିହା ତାଙ୍କ ନାମାଙ୍କନପତ୍ର ଦାଖଲ କରିବା କାର୍ଯ୍ୟକ୍ରମ ରହିଥିବାବେଳେ ସକାଳୁ ସକାଳୁ ପଦ୍ମପୁରସ୍ଥିତ...

ଉପକୂଳ ଓଡ଼ିଶାରେ ବହିବ ସାମୁଦ୍ରିକ ଝଡ଼

ଭୁବନେଶ୍ୱର,୨୯ା୪: ସୋମବାର ସକାଳ ସାଢ଼େ ୮ଟା ସୁଦ୍ଧା ବିଭିନ୍ନ ସ୍ଥାନର ତାପମାତ୍ରା ରେକର୍ଡ କରାଯାଇଛି। ବାରିପଦାରେ ତାପମାତ୍ରା ୩୬ ଡିଗ୍ରୀ ଥିବା ବେଳେ ବାଲେଶ୍ୱରରେ ୩୬,...

ବେକାରିଙ୍କ ମଧ୍ୟରେ ୮୩% ଯୁବପିଢ଼ି

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା):ଦେଶରେ ବେକାରି ସମସ୍ୟା ଚିନ୍ତାର ବିଷୟ ପାଲଟିଛି। ମାତ୍ର ଅନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲଏ)ର ରିପୋର୍ଟ ଅନୁଯାୟୀ, ୨୦୨୨ରେ ଭାରତର ମୋଟ ବେକାରି ଜନସଂଖ୍ୟାରେ...

ଶସ୍ତା ହୋଇପାରେ ବିମାନ ଟିକେଟ୍‌

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା):ବେସାମରିକ ବିମାନ ଚଳାଚଳ କ୍ଷେତ୍ର ନିୟାମକ (ଡିଜିସିଏ) ବିମାନ ସେବା ପାଇଁ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛିି। ଏପ୍ରିଲ ୨୩ ରେ ଜାରି କରାଯାଇଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri