ପ୍ଲାଜମାରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରୁଛି ଟିକା

କଟକ ଅଫିସ, ୨୯ା୪: ରାଜ୍ୟରେ କରୋନାର ଦ୍ୱିତୀୟ ଲହର ଅଧିକ ସଂକ୍ରାମକ ରହିଛି। ପ୍ରତିଦିନ ରେକର୍ଡ ସଂଖ୍ୟକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏପରି କି ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଏପ୍ରିଲ ମାସରେ କେବଳ ୮୭,୫୯୮ ଚିହ୍ନଟ ହୋଇଥିବାବେଳେ ୯୬ଜଣଙ୍କ ମୃତ୍ୟୁ ଘଟିଲାଣି। ମେ’ ମାସରେ ଏହା ଆହୁରି ବଢ଼ିବ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଉଛନ୍ତି। ଏଭଳିସ୍ଥିତିରେ ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି। ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିବାରେ ସହାୟକ ହୋଇଥାଏ। ରାଜ୍ୟରେ କୋଭାକ୍ସିନ ଓ କୋଭିଶିଲ୍ଡ ଟିକାକୁ କିପରି ଅଧିକରୁ ଅଧିକ ଲୋକଙ୍କୁ ଦିଆଯାଇପାରିବ ସେନେଇ ଚେଷ୍ଟା ଜାରି ରହିଥିବା କୁହାଯାଉଥିବାବେଳେ ଟିକା ଅଭାବରୁ ଅନେକ ଟିକାକରଣ କେନ୍ଦ୍ର ବନ୍ଦ ହୋଇଗଲାଣି। ଏହା ସତ୍ତ୍ୱେ ଟିକା ଲୋକଙ୍କ ପାଇଁ ଅତି ଜରୁରୀ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ମତ ଦେଉଛନ୍ତି।
ଟିକାର ପ୍ରଭାବ ଏବଂ ପାର୍ଶ୍ୱ ପ୍ରତିକ୍ରିୟା ନେଇ ଭୁବନେଶ୍ୱରସ୍ଥିତ ଆଦିତ୍ୟ ଅଶ୍ୱିନୀ ହସ୍ପିଟାଲର ଛାତି ଓ ଯକ୍ଷ୍ମାରୋଗ ବିଶେଷଜ୍ଞ ଡା. ସମ୍ପଦ ଦାସଙ୍କ କହିବାନୁସାରେ, ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହେବା ଜରୁରୀ। ଏହି ରୋଗ ପ୍ରତିରୋଧକ ଶକ୍ତି ଦୁଇ ପ୍ରକାରର। ସ୍ବଳ୍ପ ସମୟ ପାଇଁ ଦେହରେ ବୃଦ୍ଧି କରାଇ ପାରୁଥିବା ରୋଗ ପ୍ରତିରୋଧକ ଶକ୍ତି ଟିକାକୁ ଆମେ ଇମ୍ୟୁନୋଗ୍ଲୋବୁଲିନ-ଏମ୍‌ କହିଥାଉ। ଯେପରି କି ଟକ୍ସାଇଡ୍‌ ଇଞ୍ଜେକ୍ସନ୍‌। ସେହିପରି ଦୀର୍ଘ ସମୟ ପାଇଁ ଦେହରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରାଇ ପାରୁଥିବା ଟିକାକୁ ଆମେ ଇମ୍ୟୁନୋଗ୍ଲୋବୁଲିନ-ଜି କହିଥାଉ। କରୋନା ସଂକ୍ରମଣରୁ ରକ୍ଷା ନିମନ୍ତେ ଯେଉଁ କୋଭାକ୍ସିନ୍‌ ଓ କୋଭିଶିଲ୍ଡ ଟିକା ଦିଆଯାଉଛି ତାହା ଇମ୍ୟୁନୋଗ୍ଲୋବୁଲିନ-ଜି ବର୍ଗର ଅଟେ। କୋଭାକ୍ସିନ୍‌ ଏବଂ କୋଭିଶିଲ୍ଡ ଟିକା ରକ୍ତରେ ଥିବା ପ୍ଲାଜ୍‌ମାରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହେଉଛି। ତେବେ ମୋ ନିକଟରେ ଯେଉଁ ୩ ହଜାର ବ୍ୟକ୍ତି କୋଭାକ୍ସିନ ଟିକା ନେଇଛନ୍ତି ସେମାନଙ୍କ ମଧ୍ୟରୁ ମାତ୍ର ୧୦ପ୍ରତିଶତଙ୍କୁ ସାମାନ୍ୟ ଜ୍ୱର ଆସିଥିବାବେଳେ ୫ପ୍ରତିଶତଙ୍କ ଠାରେ ବିନ୍ଧାବିନ୍ଧିର ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଇଥିବା ଜଣାପଡ଼ିଛି। ୨ଡୋଜ୍‌ ଟିକା ନେବା ପରେ ମଧ୍ୟ ଜଣଙ୍କ ଠାରେ ସଂକ୍ରମଣର ଆଶଙ୍କା ରହିଛି। ଏହା କେବଳ ଶରୀର ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିବାରେ ସହାୟକ ହୋଇଥାଏ। ଗୋଟିଏ ଭାଏଲରେ ୧୦ଟି ଡୋଜ୍‌ ରହୁଥିବା ବେଳେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ୦.୫ ଏମ୍‌ଏଲ୍‌ ଡୋଜ୍‌ ଦିଆଯାଉଛି। କୋଭାକ୍ସିନ ଟିକା ପ୍ରଥମ ଡୋଜ୍‌ ନେବାର ୪ ରୁ ୬ସପ୍ତାହ ମଧ୍ୟରେ ଦ୍ୱିତୀୟ ଡୋଜ୍‌ ନେବାକୁ କୁହାଯାଉଥିବାବେଳେ କୋଭିଶିଲ୍ଡ ଟିକା ପ୍ରଥମ ଡୋଜ୍‌ ନେବାର ୬ ରୁ ୮ସପ୍ତାହ ମଧ୍ୟରେ ଦ୍ୱିତୀୟ ଡୋଜ୍‌ ନେବାକୁ କୁହାଯାଉଛି। ପ୍ରଥମ ଡୋଜ୍‌ ନେବାର ନିର୍ଦ୍ଧାରିତ ସମୟ ମଧ୍ୟରେ ୨ୟ ଡୋଜ୍‌ ନ ନେଲେ ପ୍ରଥମ ଡୋଜ୍‌ର ପ୍ରଭାବ ବିଶେଷ ଭାବେ କାର୍ଯ୍ୟ କରିବ ନାହିଁ। ଉଭୟ ଟିକାର କାର୍ଯ୍ୟକାରିତା ସମାନ ଅଟେ। କେବଳ ୨ଟି ଅଲଗା କମ୍ପାନୀ ଦ୍ୱାରା ଏହା ପ୍ରସ୍ତୁତ ହୋଇଛି ବୋଲି ଡା. ଦାଶ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀକ୍ଷେତ୍ରରେ ସାହିଯାତ ଆରମ୍ଭ

ପୁରୀ,୧୮ା୪(ଅଜିତ ମହାନ୍ତି)ପବିତ୍ର ରାମନବମୀ ଅବସରରେ ବୁଧବାରଠାରୁ ଶ୍ରୀମନ୍ଦିର ଓ ଶ୍ରୀକ୍ଷେତ୍ରରେ ସାହିଯାତ ଆରମ୍ଭ ହୋଇଛି। ସହିଯାତ ପାଇଁ ଉତ୍ସବମୁଖର ହୋଇପଡ଼ିଛି ଶ୍ରୀକ୍ଷେତ୍ର। ଶ୍ରୀରାମଙ୍କ ଜନ୍ମଲୀଳାଠାରୁ ଆରମ୍ଭ...

ପୁଣି କର୍ମଚାରୀ ଛଟେଇ କଲା ଗୁଗ୍‌ଲ

କାଲିଫର୍ନିଆ, ୧୮।୪: ବଡ ଆଇଟି କମ୍ପାନୀଗୁଡିକ ଆଜିକାଲି ଏକ ସମ୍ଭାବ୍ୟ ମାନ୍ଦାବସ୍ଥାର ସମ୍ମୁଖୀନ ହେଉଛନ୍ତି। ଖର୍ଚ୍ଚ ହ୍ରାସ କରିବାକୁ ଏହି କମ୍ପାନୀଗୁଡିକ କର୍ମଚାରୀଙ୍କ ଉପରେ ଛଟେଇ...

ଅପରାଜିତାଙ୍କ ବିପକ୍ଷରେ ୨ ଯୁବନେତା

ଖୋର୍ଦ୍ଧା,୧୮।୪(ପ୍ରଭାତ ପାଣିଗ୍ରାହୀ)ଭୁବନେଶ୍ବର ସଂସଦୀୟ କ୍ଷେତ୍ର ପାଇଁ ଭାଜପା ଅପରାଜିତା ଷଡ଼ଙ୍ଗୀ, ବିଜେଡି ମନ୍ମଥ ରାଉତରାୟ ଏବଂ କଂଗ୍ରେସ ୟାସିର ନୱାଜଙ୍କୁ ପ୍ରାର୍ଥୀ ଘୋଷଣା କରିଛି। ଦୁଇ...

ଅସ୍ଥିଶଲ୍ୟ ବିଭାଗରେ ଅସ୍ତ୍ରୋପଚାର ଠପ୍‌

ଭବାନୀପାଟଣା,୧୮।୪(ଉତ୍ତମ କୁମାର ଦାଶ)କଳାହାଣ୍ଡିବାସୀ ମେଡ଼ିକାଲ କଲେଜ ଆରମ୍ଭ ହେବାରୁ ଖୁସୀ ହୋଇଥିଲେ। ହେଲେ ଜିଲା ହସ୍ପିଟାଲ ଓ ଶହୀଦ ରେଣ୍ଡୋ ମାଝି ମେଡ଼ିକାଲ କଲେଜ ମଧ୍ୟରେ...

ସ୍ବାସ୍ଥ୍ୟ, ଶିକ୍ଷା, ବିଜୁଳି ସାତସପନ

ନୂଆପଡ଼ା,୧୮।୪(ମକାରୁ ବେମାଲ)ସ୍ବାଧୀନତାର ଦୀର୍ଘ ବର୍ଷ ପରେ ବି ଲୋକେ ମୌଳିକ ସୁବିଧାରୁ ବଞ୍ଚତ୍ତ। କେନ୍ଦ୍ର ଓ ରାଜ୍ୟ ସରକାର ମାଳମାଳ ଯୋଜନା କରୁଥିଲେ ମଧ୍ୟ ଲୋକ...

ଶିକ୍ଷିତ ଯୁବବର୍ଗଙ୍କ ନିଯୁକ୍ତି ବ୍ୟବସ୍ଥାରେ ଢିଲା

ରାଉରକେଲା,୧୮ା୪(ବିପ୍ଳବ ରଞ୍ଜନ ଦାଶ)ରାଉରକେଲା ଜିଲା ନିଯୁକ୍ତି ନିୟୋଜନ କାର୍ଯ୍ୟାଳୟ ସ୍ଥାପନ ହେବାର ଆଜକୁ ୬୩ ବର୍ଷ ପୂରିଲା। ବିଭାଗ ହାତରେ ଜିଲାର ୧୭ ବ୍ଲକର ଶିକ୍ଷିତ...

ଚର୍ଚ୍ଚାରେ ସମୀରଙ୍କ ଭାଇରାଲ ଫଟୋ

ନିମାପଡ଼ା,୧୮।୪ (ରଞ୍ଜନ କୁମାର ପଟ୍ଟନାୟକ)ବିଜେଡି ବିଧାୟକ ସମୀର ରଞ୍ଜନ ଦାଶ ହାତ ଧରିବା ନେଇ ଆଲୋଚନା ହେଉଛି। ବୁଧବାର ସମୀରଙ୍କ ସହିତ ରାହୁଲ ଗାନ୍ଧୀଙ୍କ ଭାଇରାଲ...

ନୂଆ ରୂପରେ ସଜେଇ ହେଲା ଭାଗବତ ଟୁଙ୍ଗି

ବେଗୁନିଆ,୧୮ା୪(ହରପ୍ରସନ୍ନ ପଣ୍ଡା)ବେଗୁନିଆ ବ୍ଲକ ପୋଡ଼ାଡିହ ପଞ୍ଚାୟତ ଅନ୍ତର୍ଗତ ତଳଗଡ଼ ଗାଁରେ ବୁଧବାର ପବିତ୍ର ରାମନବମୀରେ ଆଧ୍ୟାତ୍ମିକ ଭାବଧାରା ଦେଖିବାକୁ ମିଳିଛି। ବିଶ୍ୱାଳସାହିସ୍ଥିତ ଭାଗବତ ଦେବଙ୍କ ନୂତନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri