ଟିକା ପ୍ରାଇସ୍‌ ବିଡିଂ ୯ରେ

ଭୁବନେଶ୍ୱର,୫।୬(ବ୍ୟୁରୋ): ଟିକା ପାଇଁ ଓଡ଼ିଶା ରାଜ୍ୟ ଔଷଧ ନିଗମ (ଓଏସ୍‌ଏମ୍‌ସିଏଲ) ପକ୍ଷରୁ ଡକାଯାଇଥିବା ଗ୍ଲୋବାଲ ଇ-ଟେଣ୍ଡରରେ ୨ ଜଣ ବିଡର ଅଂଶଗ୍ରହଣ କରିଛନ୍ତି। ସେମାନଙ୍କର ବିଡ୍‌କୁ ମୂଲ୍ୟାୟନ କରାଯାଉଛି। ଶୁକ୍ରବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଏହି ସୂଚନା ଦେଇଛନ୍ତି। ତେବେ ଏହି ଟେଣ୍ଡରରେ ଦେଶୀୟ କିମ୍ବା ଅନ୍ତର୍ଜାତୀୟ କମ୍ପାନୀ ଅଂଶଗ୍ରହଣ କରିଛନ୍ତି କି ନାହିଁ ସେ ନେଇ କୌଣସି ସୂଚନା ଦିଆଯାଇ ନାହିଁ। ଟେଣ୍ଡର ଆବେଦନ ପାଇଁ ୪ ତାରିଖ ଧାର୍ଯ୍ୟ କରାଯାଇଥିଲା। ଆସନ୍ତା ୯ ତାରିଖରେ ଟେଣ୍ଡରର ପ୍ରାଇସ୍‌ ବିଡିଂ ଖୋଲାଯିବା ନେଇ ଔଷଧ ନିଗମ ସମୟ ଧାର୍ଯ୍ୟ କରିଛି।
ସୂଚନାଯୋଗ୍ୟ କେନ୍ଦ୍ର ସରକାର ଆବଶ୍ୟକ ମୁତାବକ କୋଭିଡ୍‌ ଟିକା ଯୋଗାଇ ପାରୁ ନ ଥିବାରୁ ରାଜ୍ୟ ସରକାର ନିଜସ୍ବ ଉଦ୍ୟମରେ କ୍ରୟ କରିବାକୁ ଏପ୍ରିଲ ମାସରେ ଗ୍ଲୋବାଲ ଇ-ଟେଣ୍ଡର ଡାକିଥିଲେ। ତେବେ ସେହି ଟେଣ୍ଡରରେ ଜାତୀୟ କିମ୍ବା ଅନ୍ତର୍ଜାତୀୟ ଟିକା ଉତ୍ପାଦନକାରୀ କମ୍ପାନୀ ଅଂଶଗ୍ରହଣ କରି ନ ଥିଲେ। ଗତ କ୍ୟାବିନେଟ ବୈଠକରେ ରାଜ୍ୟ ସରକାର ବିଶ୍ୱସ୍ତରୀୟ ଟେଣ୍ଡର ପାଇଁ ସର୍ତ୍ତରେ କେତେକ କୋହଳ କରିଥିଲେ ମଧ୍ୟ ଅନ୍ତର୍ଦ୍ଦେଶୀୟ ଟିକା ଉତ୍ପାଦନକାରୀ କମ୍ପାନୀ ପ୍ରି-ବିଡିଂ ଟେଣ୍ଡରରେ ଅଂଶଗ୍ରହଣ କରି ନ ଥିଲେ। ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍‌ ଇଣ୍ଡିଆ(ଡିସିଜିଆଇ) ଅନୁମତି ଆବଶ୍ୟକ ପଡୁଥିବାରୁ ବିଦେଶୀ କମ୍ପାନୀ ଏହି ଟେଣ୍ଡରରେ ଅଂଶଗ୍ରହଣ କରି ନ ଥିବା ଜଣାପଡ଼ିଛି। ଫଳରେ ରାଜ୍ୟ ସରକାର ଜୁନ୍‌ ୧ରେ ଏ ନେଇ ଟେଣ୍ଡର ସର୍ତ୍ତରେ ସଂଶୋଧନ କରିଥିଲେ। ପୂର୍ବରୁ ଟେଣ୍ଡର ଆବେଦନ ପାଇଁ ଡିସିଜିଆଇ ଅନୁମୋଦନ ବାଧ୍ୟତାମୂଳକ ଥିଲା। ସଂଶୋଧନ ପରେ ବିଡରମାନେ ଆବଶ୍ୟକ କାଗଜପତ୍ର ସହିତ ଟେଣ୍ଡରରେ ଅଂଶଗ୍ରହଣ କରିପାରିବେ ବୋଲି କୁହାଯାଇଥିଲା। ଡିସିଜିଆଇ ଅନୁମୋଦନ ଆଣିବା ପରେ ଟେଣ୍ଡରରେ ଯୋଗ୍ୟତା ଅର୍ଜନ କରିଥିବା କମ୍ପାନୀକୁ ପର୍ଚେଜ୍‌ ଅର୍ଡର ଦିଆଯିବ ବୋଲି ସଂଶୋଧିତ ନିର୍ଦ୍ଦେଶାବଳୀରେ କୁହାଯାଇଥିଲା। ଏହା ସତ୍ତ୍ୱେ ଟେଣ୍ଡରରେ ମାତ୍ର ୨ଟି ସଂସ୍ଥା ଅଂଶଗ୍ରହଣ କରିଛନ୍ତି। ଟେଣ୍ଡର ପ୍ରକ୍ରିୟା ସଫଳ ହେଉ ନ ଥିବାରୁ ରାଜ୍ୟ ସରକାର ଟିକା ଯୋଗାଇବା ପାଇଁ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ଜୁନ୍‌ ୧ରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ ଚିଠି ଲେଖିଥିବା ବେଳେ ଜୁନ୍‌ ୨ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ଉପରେ ଚାପ ପକାଇବା ପାଇଁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ।
ରାଜ୍ୟରେ ଏ ପର୍ଯ୍ୟନ୍ତ ପ୍ରାୟ ୬୨ ଲକ୍ଷ ଲୋକଙ୍କୁ ଗୋଟିଏ ଡୋଜ୍‌ ଲେଖାଏ ଟିକାକରଣ କରାଯାଇଛି। ଗତ ଏପ୍ରିଲଠାରୁ ରାଜ୍ୟରେ ଦୈନିକ ୨ ଲକ୍ଷ ଲୋକଙ୍କୁ ଟିକା ଦିଆଯାଇ ଆସୁଛି। ଦିନକୁ ୩ ଲକ୍ଷ ଲୋକଙ୍କୁ ଟିକା ଦେବା ବ୍ୟବସ୍ଥା ଥିବାବେଳେ ଟିକା ଅଭାବରୁ ବର୍ତ୍ତମାନ ଏହା ୬୦ରୁ ୭୦ ହଜାରକୁ ଖସି ଆସିଛି। କେନ୍ଦ୍ର ସରକାର ୧୮ରୁ ୪୪ ବର୍ଷ ଲୋକଙ୍କ ପାଇଁ ସିଧାସଳଖ ଟିକା କିଣିବା ପାଇଁ ଅନୁମତି ଦେଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସିରମ୍‌ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡିଆରୁ ୨୨୦ ଲକ୍ଷ କୋଭିଶିଲ୍ଡ ଏବଂ ଭାରତ ବାୟୋଟେକ୍‌ରୁ ୧୦.୩୪ ଲକ୍ଷ କୋଭାକ୍ସିନ ଟିକା କିଣିବାକୁ ଅର୍ଡର ଦେଇଥିଲେ। ସେହି ସଂସ୍ଥାଗୁଡ଼ିକ ମଧ୍ୟ ଟିକା ଯୋଗାଇ ନ ଥିଲେ। ଫଳରେ ରାଜ୍ୟ ସରକାର ବିଶ୍ୱ ବଜାରରୁ ଟିକା କ୍ରୟ କରିବାକୁ ଇ-ଟେଣ୍ଡର ଆହ୍ବାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାନ୍ଧ ତଳକୁ ହାତରେ ଦିଆଯିବ କରୋନା ଟିକା: ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର, ୫।୧(ବ୍ୟୁରୋ): କାନ୍ଧ ତଳକୁ ହାତରେ ଦିଆଯିବ କରୋନା ଟିକା । ମଙ୍ଗଳବାର ଏହି ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ। ସେ କହିଛନ୍ତି,...

ଖୁସି ଖବର: କରୋନାକୁ ହରାଇବ କୋର୍ବେଭାକ୍ସ୍‌ ଭାକ୍ସିନ୍‌…

ନୂଆଦିଲ୍ଲୀ,୧୭।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ସଂକ୍ରମଣରୁ ଦୂରେଇ ରହିବା ଲାଗି ସରକାରଙ୍କ ପକ୍ଷରୁ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି...

ଚାନ୍ଦିପୁରରେ ଗାନ୍ଧୀଙ୍କୁ ନେଇ ସ୍ବତନ୍ତ୍ର କବିତା ପାଠୋତ୍ସବ

ବାଲେଶ୍ୱର ଅଫିସ, ୨୮।୧-ଚାନ୍ଦିପୁରଠାରେ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପକ୍ଷରୁ ମହାମତ୍ା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ଅବସରରେ ଦିବସ ବ୍ୟାପୀ ରାଜ୍ୟସ୍ତରୀୟ କବି ସମ୍ମିଳନୀ ଓ...

୧୯ରୁ ଭୁବନେଶ୍ୱରରେ ପଲ୍‌ସ ପୋଲିଓ ଟିକାକରଣ

ଭୁବନେଶ୍ୱର,୧୦।୧(ବ୍ୟୁରୋ): ଭୁବନେଶ୍ୱରରେ ଆସନ୍ତା ୧୯, ୨୦ ଓ ୨୧ ତାରିଖରେ ପଲସ୍‌ ପୋଲିଓ ଟିକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ୨୪୯ ବୁଥ୍‌ରେ ୪୯୮ ଦଳ ଅନ୍ତର୍ଭୁକ୍ତ...

୨୩ରୁ ଖୋଲିବ ଶ୍ରୀମନ୍ଦିର

ପୁରୀ ଅଫିସ, ୧୨।୧୨: କରୋନା ଯୋଗୁ ପ୍ରାୟ ୯ମାସ ଧରି ବନ୍ଦ ରହିଥିବା ଶ୍ରୀମନ୍ଦିର ଏବେ ଖୋଲିବାକୁ ଯାଉଛି। ଏନେଇ ଶନିବାର ମନ୍ଦିର ପ୍ରଶାସନ ଏବଂ...

କରୋନା ସଂକ୍ରମଣ: ଦେଶରେ ୩୧.୬ ଲକ୍ଷ ଲୋକ କ୍ୱାରାଣ୍ଟାଇନରେ

ନୂଆଦିଲ୍ଲୀ,୧୭।୭: କରୋନା ସଂକ୍ରମଣ ବେଳକୁ ବେଳ ଉଗ୍ର ରୂପ ନେଉଥିବା ବେଳେ ଏବେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ଅତିକ୍ରମ କରି ସାରିଲାଣି।...

ଡରାଇଲାଣି କରୋନା: ରାଜଧାନୀରୁ ଚିହ୍ନଟ ହେଲେ ଆଉ ୨୧୫ ଆକ୍ରାନ୍ତ, ଜାଣନ୍ତୁ କେଉଁଠୁ କେତେ..

ଭୁବନେଶ୍ୱର,୯୨୮।୭(ବ୍ୟୁରୋ): ଦିନକୁ ଦିନ ରାଜଧାନୀ ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ମଙ୍ଗଳବାର ପୁଣି ୨୧୫ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୫୦...

କରୋନା ସହାୟତା: ଜକର ପଞ୍ଚାୟତର ୩୭ ଏସ୍‌ଏଚ୍‌ଜି ଗ୍ରୁପ୍‌ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦେଲେ ୪୦ହଜାର

ପୋଲସରା, ୧୩।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୋଲସରା ବ୍ଲକ ଜକର ପଞ୍ଚାୟତର ୩୭ଟି ଏସଏଚ୍‌ଜି ଗ୍ରୁପ୍‌ ମିଶି ସୋମବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୪୦ହଜାର ଟଙ୍କା ପ୍ରଦାନ...

Advertisement
Archives

Model This Week