ଯୁବକଙ୍କୁ ଟିକା ଦିଅ

ଭାରତରେ ଏବେ କରୋନା ଭୂତାଣୁର ଦ୍ୱିତୀୟ ଲହର ଦେଖାଦେଇଛି। ଆଜି ଦେଶରେ ୫୩ ହଜାରରୁ ଅଧିକ କୋଭିଡ୍‌ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହି ସଂଖ୍ୟା ଗତ ୪ ମାସ ମଧ୍ୟରେ ସର୍ବାଧିକ। ଅପରପକ୍ଷରେ ସୁସ୍ଥତା ହାର ହ୍ରାସ ପାଇଛି। ସଂକ୍ରମଣକୁ ରୋକିବା ଲାଗି ମହାରାଷ୍ଟ୍ର, ପଞ୍ଜାବ ଏବଂ କେରଳ ପୁନର୍ବାର ଲକ୍‌ଡାଉନ ଲାଗୁ କରିବା ଆରମ୍ଭ କରିଛନ୍ତି। ଆମ ରାଜ୍ୟରେ ମଧ୍ୟ କେତେକ ଜିଲାରେ ନାଇଟ୍‌ କର୍ଫ୍ୟୁ ଲାଗୁହୋଇଛି। ମଙ୍ଗଳବାର ମାଲକାନଗିରି ପ୍ରଶାସନ ପୁଣି ନାଇଟ୍‌ କର୍ଫ୍ୟୁ ଲାଗୁ କରିଥିତ୍ବାବେଳେ ରାଜ୍ୟ ସରକାର ବୁଧବାର ନବରଙ୍ଗପୁରରେ ୨୫ ମାର୍ଚ୍ଚରୁ ପୁନର୍ବାର ନାଇଟ୍‌କର୍ଫ୍ୟୁ ଲାଗୁ କରିଛନ୍ତି। ଆହୁରି ଅଧିକ ଜିଲାରେ ଏହା ଲାଗୁ କରାଯାଇପାରେ। ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଲେ ଯେ, ଯଦି ସମୂହ ସଂକ୍ରମଣ ପ୍ରକାଶ ପାଏ ତେବେ ସରକାର ସଂକ୍ରମିତ ଅଞ୍ଚଳଗୁଡ଼ିକରେ ଲକ୍‌ଡାଉନ ଲଗାଇବାକୁ ପଶ୍ଚାଦପଦ ହେବେ ନାହିଁ। ତେବେ ପୁନଃ ସଂକ୍ରମଣ ରୋକିବା ଲାଗି ସରକାର ସମ୍ପୂର୍ଣ୍ଣ ଲକ୍‌ଡାଉନ ଲଗାଇବାକୁ ଇଚ୍ଛାପ୍ରକାଶ କରିନାହାନ୍ତି। କାରଣ ଲକ୍‌ଡାଉନରୁ ଅଦ୍ୟାବଧି ସଫଳତା ମିଳିବାର ପ୍ରମାଣ ମିଳିନି। ଗତ ବର୍ଷ ଲକ୍‌ଡାଉନ ଲାଗୁ କରାଯାଇଥିବାବେଳେ କରୋନା ଭୂତାଣୁର ପଜିଟିଭ କେସ୍‌ ଧୀରେ ଧୀରେ ବୃଦ୍ଧି ପାଇଥିଲା। ଗତ ବର୍ଷ ଦେଶରେ ଲାଗୁ ହୋଇଥିବା ଲକ୍‌ଡାଉନ ଯୋଗୁ ଅର୍ଥ ବ୍ୟବସ୍ଥା ଭୁଶୁଡ଼ି ପଡିଥିଲା। ଏହା ଯୋଗୁ ଲକ୍ଷ ଲକ୍ଷ ଲୋକ ସେମାନଙ୍କ ଜୀବିକା ହରାଇଥିଲେ। ମାନ୍ଦା ଅର୍ଥବ୍ୟବସ୍ଥା ତା’ର କୋଭିଡ ପୂର୍ବାବସ୍ଥାକୁ ଫେରିବା ଲାଗି ଏବେ ସୁଦ୍ଧା ସଂଗ୍ରାମ ଜାରି ରଖିଛି। ରିୟଲ ଇଷ୍ଟେଟ ଭଳି ଅନେକ କ୍ଷେତ୍ର ଏ ଯାଏ ମାନ୍ଦାବସ୍ଥାରେ ରହିଛନ୍ତି। ଏବେଠାରୁ ଯଦି ପରିସ୍ଥିତି ପୁଣି ବିଗିଡ଼ିଯାଏ, ତବେ ଆଉ ଥରେ ଦେଶବ୍ୟାପୀ ଲକ୍‌ଡାଉନ ଘୋଷଣା କରିବା ବ୍ୟତୀତ ସରକାରଙ୍କ ପାଖରେ ଆଉ କିଛି ବିକଳ୍ପ ରହିବ ନାହିଁ। କିନ୍ତୁ ଭଗବାନ ଏହା ନ କରନ୍ତୁ।
୪୫ରୁ ଊର୍ଦ୍ଧ୍ୱ ବୟସର ସମସ୍ତ ବ୍ୟକ୍ତିଙ୍କୁ ଟିକା ଦେବା ଲାଗି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଉକ୍ତ ବୟସ ବର୍ଗର ଯେକୌଣସି ବ୍ୟକ୍ତି ରୋଗ ଥାଉ ବା ନ ଥାଉ ସମସ୍ତେ କରୋନା ଟିକା ନେଇପାରିବେ ବୋଲି କୁହାଯାଇଛି। ଟିକା ନେବା ଲାଗି ଏମାନଙ୍କ ପାଇଁ କୌଣସି ମେଡ଼ିକାଲ ସାର୍ଟିଫିକେଟ ଆବଶ୍ୟକ ପଡିବ ନାହିଁ। ସରକାରଙ୍କର ଏଭଳି ନିଷ୍ପତ୍ତି ବହୁତ ପୂର୍ବରୁ ନେବାର ଉଚିତ ଥିଲା, ତେବେ ଏହା ଏବେ ନିଆଯାଇଛି ଓ ଟିକା ନେବାକୁ ଅପେକ୍ଷାରତ ଏହି ବର୍ଗର ଲୋକମାନଙ୍କୁ ବେଶ୍‌ ଉତ୍ସାହିତ କରିଛି। ସେମାନଙ୍କ ଅଶା ମଧ୍ୟ ବଢିଯାଇଛି। କାରଣ,ଏମାନଙ୍କ ମଧ୍ୟରେ ରହିଥିତ୍ବା ସମସ୍ତ କର୍ମଜୀବୀ ବର୍ଗର ବ୍ୟକ୍ତିଙ୍କୁ କୋଭିଡ୍‌ ନିରୋଧୀ ଟିକା ନେବାକୁ ଆଉ ଅପେକ୍ଷା କରିବାକୁ ପଡ଼ିବନି। ଟିକାକରଣ ପ୍ରକ୍ରିୟା ଉପରେ ସରକାର ପ୍ରଥମରୁ ଅତ୍ୟଧିତ୍କ କଟକଣା ଲଗାଇବା ଦ୍ୱାରା ଏହା ମନ୍ଥର ହୋଇଯାଇଛି। ଏଭଳି କରାଯାଇ ନ ଥିତ୍ଲେ ଆମେ ହୁଏତ ମହାମାରୀର ଦ୍ୱିତୀୟ ଲହରକୁ ଦୂରେଇ ଦେଇ ପାରିଥାନ୍ତେ। ଏଥିତ୍ରୁ ବି ଆମେ ବର୍ତ୍ତି ଯାଇଥାଆନ୍ତେ। ଦେଖିବାକୁ ଗଲେ ଦେଶରେ କୋଭିଡ୍‌ ଟିକାକରଣ ଆରମ୍ଭ ହେବା ଠାରୁ ତାହା ତ୍ରୁଟିପୂର୍ଣ୍ଣ ରହି ଆସିଛି। ପ୍ରଥମତଃ, ଟିକାକରଣ ପ୍ରକ୍ର୍ରିୟାକୁ ସରକାରୀ ହସ୍ପିଟାଲଗୁଡ଼ିକରେ ସୀମିତ ରଖି ବେସରକାରୀ ହସ୍ପିଟାଲଗୁଡ଼ିକ ଉପରେ କଟକଣା ରଖିତ୍ତ୍ବା ନିଷ୍ପତ୍ତି ସରକାରଙ୍କର ଏକ ରଣନୀତିକ ତ୍ରୁଟି । ଏହା ଅନାବଶ୍ୟକ ଥିତ୍ଲା। ଏହି ନିଷ୍ପତ୍ତି ଟିକାକରଣ ପ୍ରକ୍ରିୟାର ଗତିକୁ ମନ୍ଥର କରିଦେଲା। ଘରୋଇ ହସ୍ପିଟାଲଗୁଡ଼ିକୁ ଟିକାକରଣ ଯୋଜନାରେ ସାମିଲ ନ କରିବା ଦ୍ୱାରା ମୂଲ୍ୟବାନ ସମୟକୁ ନଷ୍ଟ କରାଗଲା । ଏହି ସମୟ ମଧ୍ୟରେ କରୋନାର ଦ୍ୱିତୀୟ ଲହରକୁ ରୋକା ଯାଇ ପାରିଥାନ୍ତା। ଘରୋଇ ହସ୍ପିଟାଲଗୁଡ଼ିକ ସେମାନଙ୍କ ଭିତ୍ତିଭୂମି ଏବଂ କର୍ମଶକ୍ତିକୁ ବିଚାରକୁ ନେଇ ସଂଖ୍ୟାନୁପାତରେ ସେମାନେ ନିଶ୍ଚିତ ଭାବେ ଅଧିକ ପ୍ରତିଶତ ଲୋକଙ୍କୁ ଟିକା ଦେଇପାରିଥାନ୍ତେ। କିନ୍ତୁ ଏହା ହେଲା ନାହିଁ। ଯେଉଁ ସମୟରେ ସରକାର ଘରୋଇ ହସ୍ପିଟାଲଗୁଡ଼ିକୁ ଟିକାକରଣ ପ୍ରକ୍ରିୟାରେ ସାମିଲ କରିବାର ନିଷ୍ପତ୍ତି ନେଲେ ସେତେବେଳକୁ ବହୁମୂଲ୍ୟ ସମୟ ହାତରୁ ଚାଲିଯାଇଥିତ୍ତ୍ଲା। ଏବେକାର ଦ୍ରୁତ ସଂକ୍ରମଣକୁ ବିଚାରକୁ ନେଲେ ୪୫ରୁ ଊର୍ଦ୍ଧ୍ୱ ବୟସର ସମସ୍ତ ବ୍ୟକ୍ତିଙ୍କୁ ଟିକା ଦେବା ପାଇଁ ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା ଏକ ସର୍ବୋତ୍ତମ ନିଷ୍ପତ୍ତି ହୋଇ ନ ପାରେ। ଯେଉଁ ସମୟରେ ତୁମ ପାଖରେ ପର୍ଯ୍ୟାପ୍ତ ଟିକା ଥିତ୍ଲା ଏବଂ ଘରୋଇ ସଂସ୍ଥାଗୁଡ଼ିକୁ ଏହି ଯୋଜନାରେ ସାମିଲ କରିଲ ସେତେବେଳେ ୪୫ରୁ କମ୍‌ ବୟସର ସମସ୍ତ ବ୍ୟକ୍ତିଙ୍କୁ ଟିକା ନ ଦେଇ ଏହାଠାରୁ ଅଧିକ ବୟସର ବ୍ୟକ୍ତିଙ୍କୁ କାହିଁକି ଟିକା ଦେଲ। ଯୁବକମାନଙ୍କୁ ଏହି ଯୋଜନାରେ କାର୍ହିଁିକି ଅନ୍ତର୍ଭୁକ୍ତ କରିଲ ନାହିଁ। ଅନ୍ତତଃ ଦେଶର ଶ୍ରମ ତଥା କର୍ମଶକ୍ତି କୁହାଯାଉଥିବା ୨୦ରୁ ୬୦ ବର୍ଷ ବୟସ ମଧ୍ୟରେ ଥିବା ଲୋକମାନଙ୍କୁ ଟିକା ନେବାକୁ ଅନୁମତି ଦେବା ଉଚିତ ଥିଲା। ଫଳରେ ସେମାନଙ୍କର ଆଉ ସଂକ୍ରମଣ ଭୟ ରହି ନ ଥାନ୍ତା ଏବଂ ଏହା ଯୋଗୁ ଅର୍ଥବ୍ୟବସ୍ଥା ସୁଧାରିବାରେ ସେମାନଙ୍କ ଯୋଗଦାନ ରହିପାରିଥାନ୍ତା। ଏହି ବର୍ଗର ବ୍ୟକ୍ତିମାନେ କର୍ମକ୍ଷେତ୍ରକୁ ଆସିବା ଦ୍ୱାରା ବାହ୍ୟ ପରିବେଶ ସଂସ୍ପର୍ଶରେ ଆସିଛନ୍ତି। ଏମାନଙ୍କ ମଧ୍ୟରେ ଅଧିତ୍କ ରହିଛନ୍ତି ଯୁବକ। ଏଣୁ ଯୁବକମାନଙ୍କୁ ଟିକାକରଣରେ ଅଧିକ ସାମିଲ କରାଗଲେ ତାହା ଦ୍ୱିତୀୟ ଲହରର କ୍ଷତିକୁ କମାଇବା ପାଇଁ ଏକ ପ୍ରଭାବୀ ଉପାୟ ହେବ। କେନ୍ଦ୍ର ଅନ୍ୟ ଦେଶଗୁଡ଼ିକୁ ଟିକା ରପ୍ତାନି ବନ୍ଦ କରିବା ଉଚିତ। ଅନ୍ୟ ପକ୍ଷରେ ୭୦ଟି ଦେଶକୁ ଟିକା ରପ୍ତାନି କରି ପ୍ରଧାନମନ୍ତ୍ରୀ ଶ୍ରେୟ ନେଲେ। ବୈଶ୍ୱିକ ମହାମାରୀ ସମୟରେ ସରକାର ବହାର ଦେଶଗୁଡ଼ିକୁ ଟିକା ଯୋଗାଇ ଆନ୍ତର୍ଜାତିକ ସହାନୁଭୂତି ପ୍ରକାଶ କରିବାକୁ ଆମେ ଅସ୍ବୀକାର କରୁନାହଁୁ, କିନ୍ତୁ ନିଜ ଦେଶର ଲୋକମାନେ ଏ କ୍ଷେତ୍ରରେ ଅଗ୍ରାଧିତ୍କାର ପାଇବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri