ସୁଏଜ୍‌ କେନାଲରେ ଟ୍ରାଫିକ୍‌ ଜାମ୍‌

କାଏରୋ,୨୬ା୩:ତିନୋଟି ଫୁଟ୍‌ବଲ ପଡ଼ିଆର ଆୟତନଠାରୁ ବଡ଼ ଆକୃତିର ଏକ ଜାହାଜ ସୁଏଜ୍‌ କେନାଲରେ ଅଚଳାବସ୍ଥା ସୃଷ୍ଟି କରିଛି। ଉକ୍ତ ମାଲବାହୀ ଜାହାଜ ଯୋଗୁ ସୁଏଜ୍‌ କେନାଲରେ ଟ୍ରାଫିକ୍‌ ଜାମ୍‌ ହୋଇଯାଇଛି। ଏଥିଯୋଗୁ ଜଳପଥର ଉଭୟ ପାର୍ଶ୍ୱରେ ୧୮୦ରୁ ଅଧିକ ଜାହାଜ ଓ ବୋଟ୍‌ ଫସିରହିଛନ୍ତି। ବାଣିଜି୍ୟକ ପରିବହନ ବାଧାପ୍ରାପ୍ତ ହେବା ଫଳରେ ଘଣ୍ଟା ପ୍ରତି ୪୦୦ ନିୟୁତ ଡଲାର କ୍ଷତି ହେବାରେ ଲାଗିଛି। ତେବେ ଉକ୍ତ ଜାହାଜରେ ଥିବା ସମସ୍ତ ୨୫ କ୍ରିଉ ମେମ୍ବର ଭାରତୀୟ ଏବଂ ସେମାନେ ସମସ୍ତେ ସୁରକ୍ଷିତ ଥିବା ଜଣାପଡ଼ିଛି। ବିଶ୍ୱର ପ୍ରାୟ ୧୨% ବାଣିଜ୍ୟ କାରବାର ଇଜିପ୍ଟର ୧୨୦ ମାଇଲ ବିଶିଷ୍ଟ ସୁଏଜ୍‌ କେନାଲ ଦେଇ ହୋଇଥାଏ। ଉତ୍ତରରେ ଭୂମଧ୍ୟସାଗରକୁ ଦକ୍ଷିଣର ଲୋହିତ ସାଗର ସହ ଯୋଡ଼ୁଥିବା ଏହି କେନାଲ ହେଉଛି ଏସିଆ ଏବଂ ୟୁରୋପ ମଧ୍ୟରେ କ୍ଷୁଦ୍ରତମ ଜଳପଥ। କେନାଲର ଜଳପଥର ଓସାର ମାତ୍ର ୨୦୫ ମିଟର ହୋଇଥିବାରୁ ନିମ୍ନ ଦୃଶ୍ୟମାନତା ଯୋଗୁ ଜାହାଜ ଚଳାଚଳରେ ଅସୁବିଧା ହୋଇଥାଏ। ୧୮୬୯ରେ ସୁଏଜ୍‌ କେନାଲର ନିର୍ମାଣ ଶେଷ ହେବା ପରଠାରୁ ବିଶ୍ୱର ମହାଶକ୍ତିଗୁଡ଼ିକ ଏହାକୁ ନେଇ ମୁହଁାମୁହଁି ହୋଇଥାଆନ୍ତି। ତାଇଓ୍ବାନର ପରିବହନ କମ୍ପାନୀ ଏଭରଗ୍ରୀନ୍‌ ମେରାଇନ୍‌ ଦ୍ୱାରା ପରିଚାଳିତ କଣ୍ଟେନର ଶିପ୍‌ ଏଭର୍‌ ଗିଭେନ୍‌ ରୋଟରଡାମ୍‌ରୁ ଚାଇନା ଅଭିମୁଖେ ଯାଉଥିଲା।
ମଙ୍ଗଳବାର ଭୋର୍‌ ୫ଟା ୪୦ରେ ଖୁବ୍‌ ଜୋର୍‌ରେ ପବନ ବହି ଧୂଳିଝଡ଼ ହେବାରୁ ଏହି କେନାଲରେ ଫସିଯାଇଥିଲା। ଉକ୍ତ ଜାହାଜରେ ୨୦,୧୦୦ରୁ ଊର୍ଦ୍ଧ୍ୱ ଷ୍ଟିଲ୍‌ ବକ୍ସ ରହିଛି। ଏହା ବିଶ୍ୱର ଅନ୍ୟତମ ବୃହତ୍‌ କଣ୍ଟେନର ଜାହାଜ, ଯାହାର ଆକୃତି ଇଫେଲ୍‌ ଟାଓ୍ବାରଠାରୁ ମଧ୍ୟ ବଡ଼ ଏବଂ ଆୟତନ ୩ଟି ଫୁଟ୍‌ବଲ ଫିଲ୍ଡଠାରୁ ଅଧିକ ବୋଲି ମାରିଟାଇମ୍‌ ଆଡ୍‌ଭାଇଜର ଡ୍ରଓ୍ବେରି କନ୍‌ସଲ୍‌ଟାନ୍ସି ନିର୍ଦ୍ଦେଶକ ଜୟେନ୍ଦୁ କ୍ରିଷ୍ଣା ସୂଚନା ଦେଇଛନ୍ତି। ସୁଏଜ୍‌ କେନାଲରେ ଧୂଡ଼ିଝଡ଼ ଯୋଗୁ ଦୃଶ୍ୟମାନତା ହ୍ରାସ ପାଇଛି। କିଛି ଦେଖାଯାଉ ନ ଥିବାରୁ ୪୦୦ ମିଟର ଲମ୍ବା ଓ ୨୦୦,୦୦୦ ଟନ୍‌ ଓଜନର ଏହି ଜାହାଜ ସେଠାରେ ଫସିରହିଛି। ସ୍ଥାନୀୟ କର୍ତ୍ତୃପକ୍ଷ ଓ ଜାହାଜ ପରିଚାଳନା କମ୍ପାନୀ ବର୍ନହାର୍ଡ ସ୍କୁଲଟେ ଶିପ୍‌ମ୍ୟାନଜ୍‌ମେଣ୍ଟ ସହାୟତାରେ ଏହାକୁ ବାହାର କରିବା ପାଇଁ ଚେଷ୍ଟା ଚାଲିଛି। ୪୮ ଘଣ୍ଟାର ଅକ୍ଳାନ୍ତ ଉଦ୍ୟମ ସତ୍ତ୍ୱେ ଏହି ବିଶାଳକାୟ ଜାହାଜକୁ ବାହାର କରାଯାଇ ପାରିନାହିଁ। ଜାହାଜ ଯେଉଁଠି ଫସିଥିଲା ଏବେ ମଧ୍ୟ ସେଇଠି ରହିଛି। ଫଳରେ ବିଶ୍ୱ ବାଣିଜି୍ୟକ ପରିବହନ ବାଧାପ୍ରାପ୍ତ ହୋଇଛି। ଏହି ଅଚଳାବସ୍ଥା ପାଇଁ ଉକ୍ତ ଜାହାଜର ଜାପାନୀ ମାଲିକ ଶୋଏଇ କିଏସ୍‌ କାଇଶା କ୍ଷମା ମାଗିଛନ୍ତି।
ସୁଏଜ୍‌ କେନାଲରେ ଟ୍ରାଫିକ୍‌ ଜାମ୍‌ ହେବା ପରେ ବୁଧବାର ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ୬% ବୃଦ୍ଧି ପାଇଥିଲା। ବିଶ୍ୱ ବାଣିଜ୍ୟ ଏକ ପ୍ରତିକୂଳ ସମୟ ଦେଇ ଗତିକରୁଥିବାରୁ ଯୋଗାଣ ଶୃଙ୍ଖଳ ବାଧାପ୍ରାପ୍ତ ହୋଇଛି। ତୈଳ ଦର ଆହୁରି ବଢ଼ିବା ଆଶଙ୍କା କରାଯାଉଛି। ଏଭଳି ସମୟରେ କେନାଲ ଭିତରେ ଏଭର ଗିଭେନ୍‌ ଦୁଇଦିନ ଫସିରହିବା ବିଶ୍ୱ ଅର୍ଥନୀତି ପାଇଁ ବଡ଼ କ୍ଷତିର କାରଣ ସାଜିପାରେ ବୋଲି ଜେଓସି ଗ୍ରୁପ୍‌ ୟୁରୋପିଆନ୍‌ ଏଡିଟର ଗ୍ରେଗ୍‌ ନୋଲର କହିଛନ୍ତି। କେପ୍‌ ଅଫ୍‌ ଗୁଡ୍‌ ହୋପ୍‌ ଦେଇ ଏକ ବିକଳ୍ପ ରୁଟ୍‌ରେ ଜାହାଜ ଚଳାଚଳ କରିବା ପାଇଁ ୨ ସପ୍ତାହ ଲାଗିଯିବ।


Enter your email to get our daily news in your inbox.

All Right Reserved By Dharitri.Com

୭ରୁ ୧୩ ସେପ୍ଟେମ୍ୱର ଯାଏ ଏହି ୪ରାଶିଙ୍କୁ ମିଳିବ ବଡ଼ ଲାଭ; ହୁ ହୁ ହୋଇ ବଢିବ ଇନକମ୍‌, ଘରକୁ ଆସିବ ଖୁସି ଖବର

ସେପ୍ଟେମ୍ୱର ମାସର ଦ୍ୱିତୀୟ ସପ୍ତାହ କିଛି ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଖୁସି ଏବଂ ସଫଳତାର ଉପହାର ନେଇ ଆସିଛି। ଏହି ସମୟ ମଧ୍ୟରେ ମନମୁତାବକ ଲାଭ ମିଳିବା…

ମନ୍ତ୍ରୀଙ୍କ ପ୍ରଦର୍ଶନ ଉପରେ ମୋଦିଙ୍କ ନଜର, କ୍ୟାବିନେଟ୍ ଅଦଳବଦଳ ନେଇ ବଢ଼ିଲା ଚର୍ଚ୍ଚା

ନୂଆଦିଲ୍ଲୀ,୬ା୯: ମନ୍ତ୍ରୀମାନଙ୍କ କାର୍ଯ୍ୟଧାରା ଓ ବିଭିନ୍ନ ମନ୍ତ୍ରଣାଳୟର ପ୍ରଦର୍ଶନକୁ ନେଇ ସୋମବାର ସନ୍ଧ୍ୟାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବୈଠକରେ ଅଧ୍ୟକ୍ଷତା…

ଗାଁରେ ମାଙ୍କଡ଼ ଆତଙ୍କ: ଦୁଇଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ ପରେ…

ବଞ୍ଚୋ,୬ା୯(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ମୋଚିନ୍ଦା ଗ୍ରାମରେ ଏକ ବୁଲା ମାଙ୍କଡ଼ର ଉତ୍ପାତକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଭୟ ଓ ଆତଙ୍କ ଦେଖାଦେଇଛି। ଗ୍ରାମ…

ପାଳନ ହେବ ଘୁମୁସର ଦିବସ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯିବ…

ଭଞ୍ଜନଗର,୬ା୯(ବାବୁଲା ପ୍ରଧାନ): ଘୁମୁସର ବିକାଶ ପରିଷଦର ଏକ ବୈଠକ ଭଞ୍ଜନଗରଠାରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ପରିଷଦର ବରିଷ୍ଠ କର୍ମକର୍ତ୍ତା ସୋମନାଥ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଘୁମୁସର…

TVK ନେତାଙ୍କୁ ବୀଭତ୍ସ ହତ୍ୟା, କାର୍ଯ୍ୟାଳୟକୁ ଯାଉଥିବା ବେଳେ ହାଣିଦେଲେ

ଚେନ୍ନାଇ,୬।୯: ତାମିଲନାଡୁର ଚେନ୍ନାଇରେ ଜଣେ ବ୍ୟକ୍ତିଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି । ମୃତକଙ୍କ ନାମ କନ୍ନନ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, କନ୍ନନ ନିକଟରେ ଶାସକ…

ଦିଗପହଣ୍ଡି ଏନ୍ଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ହେଲେ ପ୍ରଦେଶ କଂଗ୍ରେସ କମିଟି ସାଧାରଣ ସମ୍ପାଦକ:  ଚାରିଆଡୁ ଛୁଟୁଛି ଶୁଭେତ୍ସାର ସୁଅ 

ଦିଗପହଣ୍ଡି,୬|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡାଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି(ପିସିସି)ର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ କରାଯାଇଥିବା ଜଣାପଡିଛି।…

ବଲାଙ୍ଗୀରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ…

ବଲାଙ୍ଗୀର,୬ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଓକିଲ ସଂଘ ପକ୍ଷରୁ ରବିବାର ହାଇକୋର୍ଟ ଜ୍ୟୋତିଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବଲାଙ୍ଗୀରଠାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କରାଯିବାକୁ…

ଢେଙ୍କାନାଳ ଶକ୍ତି ସୁଗାର ନିକଟରେ ରାସ୍ତାରୁ ଖାଲକୁ ଖସିଲା ଚଳନ୍ତା ବସ୍‌: ୫୦ ଯାତ୍ରୀ…

ଢେଙ୍କାନାଳ, ୬।୯: ଢେଙ୍କାନାଳ ଶକ୍ତି ସୁଗାର ନିକଟରେ ରବିବାର ଏକ ଚଳନ୍ତା ଯାତ୍ରୀବାହୀ ବସ୍‌ ରାସ୍ତାରୁ ଖାଲକୁ ଖସିପଡ଼ିଥିବା ଜଣାପଡ଼ିଛି। ବସ୍‌ଟି କେନ୍ଦୁଝର ଜିଲାର ତେଲକୋଇରୁ ଭୁବନେଶ୍ୱର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri