ସୁଏଜ୍‌ କେନାଲରେ ଟ୍ରାଫିକ୍‌ ଜାମ୍‌

କାଏରୋ,୨୬ା୩:ତିନୋଟି ଫୁଟ୍‌ବଲ ପଡ଼ିଆର ଆୟତନଠାରୁ ବଡ଼ ଆକୃତିର ଏକ ଜାହାଜ ସୁଏଜ୍‌ କେନାଲରେ ଅଚଳାବସ୍ଥା ସୃଷ୍ଟି କରିଛି। ଉକ୍ତ ମାଲବାହୀ ଜାହାଜ ଯୋଗୁ ସୁଏଜ୍‌ କେନାଲରେ ଟ୍ରାଫିକ୍‌ ଜାମ୍‌ ହୋଇଯାଇଛି। ଏଥିଯୋଗୁ ଜଳପଥର ଉଭୟ ପାର୍ଶ୍ୱରେ ୧୮୦ରୁ ଅଧିକ ଜାହାଜ ଓ ବୋଟ୍‌ ଫସିରହିଛନ୍ତି। ବାଣିଜି୍ୟକ ପରିବହନ ବାଧାପ୍ରାପ୍ତ ହେବା ଫଳରେ ଘଣ୍ଟା ପ୍ରତି ୪୦୦ ନିୟୁତ ଡଲାର କ୍ଷତି ହେବାରେ ଲାଗିଛି। ତେବେ ଉକ୍ତ ଜାହାଜରେ ଥିବା ସମସ୍ତ ୨୫ କ୍ରିଉ ମେମ୍ବର ଭାରତୀୟ ଏବଂ ସେମାନେ ସମସ୍ତେ ସୁରକ୍ଷିତ ଥିବା ଜଣାପଡ଼ିଛି। ବିଶ୍ୱର ପ୍ରାୟ ୧୨% ବାଣିଜ୍ୟ କାରବାର ଇଜିପ୍ଟର ୧୨୦ ମାଇଲ ବିଶିଷ୍ଟ ସୁଏଜ୍‌ କେନାଲ ଦେଇ ହୋଇଥାଏ। ଉତ୍ତରରେ ଭୂମଧ୍ୟସାଗରକୁ ଦକ୍ଷିଣର ଲୋହିତ ସାଗର ସହ ଯୋଡ଼ୁଥିବା ଏହି କେନାଲ ହେଉଛି ଏସିଆ ଏବଂ ୟୁରୋପ ମଧ୍ୟରେ କ୍ଷୁଦ୍ରତମ ଜଳପଥ। କେନାଲର ଜଳପଥର ଓସାର ମାତ୍ର ୨୦୫ ମିଟର ହୋଇଥିବାରୁ ନିମ୍ନ ଦୃଶ୍ୟମାନତା ଯୋଗୁ ଜାହାଜ ଚଳାଚଳରେ ଅସୁବିଧା ହୋଇଥାଏ। ୧୮୬୯ରେ ସୁଏଜ୍‌ କେନାଲର ନିର୍ମାଣ ଶେଷ ହେବା ପରଠାରୁ ବିଶ୍ୱର ମହାଶକ୍ତିଗୁଡ଼ିକ ଏହାକୁ ନେଇ ମୁହଁାମୁହଁି ହୋଇଥାଆନ୍ତି। ତାଇଓ୍ବାନର ପରିବହନ କମ୍ପାନୀ ଏଭରଗ୍ରୀନ୍‌ ମେରାଇନ୍‌ ଦ୍ୱାରା ପରିଚାଳିତ କଣ୍ଟେନର ଶିପ୍‌ ଏଭର୍‌ ଗିଭେନ୍‌ ରୋଟରଡାମ୍‌ରୁ ଚାଇନା ଅଭିମୁଖେ ଯାଉଥିଲା।
ମଙ୍ଗଳବାର ଭୋର୍‌ ୫ଟା ୪୦ରେ ଖୁବ୍‌ ଜୋର୍‌ରେ ପବନ ବହି ଧୂଳିଝଡ଼ ହେବାରୁ ଏହି କେନାଲରେ ଫସିଯାଇଥିଲା। ଉକ୍ତ ଜାହାଜରେ ୨୦,୧୦୦ରୁ ଊର୍ଦ୍ଧ୍ୱ ଷ୍ଟିଲ୍‌ ବକ୍ସ ରହିଛି। ଏହା ବିଶ୍ୱର ଅନ୍ୟତମ ବୃହତ୍‌ କଣ୍ଟେନର ଜାହାଜ, ଯାହାର ଆକୃତି ଇଫେଲ୍‌ ଟାଓ୍ବାରଠାରୁ ମଧ୍ୟ ବଡ଼ ଏବଂ ଆୟତନ ୩ଟି ଫୁଟ୍‌ବଲ ଫିଲ୍ଡଠାରୁ ଅଧିକ ବୋଲି ମାରିଟାଇମ୍‌ ଆଡ୍‌ଭାଇଜର ଡ୍ରଓ୍ବେରି କନ୍‌ସଲ୍‌ଟାନ୍ସି ନିର୍ଦ୍ଦେଶକ ଜୟେନ୍ଦୁ କ୍ରିଷ୍ଣା ସୂଚନା ଦେଇଛନ୍ତି। ସୁଏଜ୍‌ କେନାଲରେ ଧୂଡ଼ିଝଡ଼ ଯୋଗୁ ଦୃଶ୍ୟମାନତା ହ୍ରାସ ପାଇଛି। କିଛି ଦେଖାଯାଉ ନ ଥିବାରୁ ୪୦୦ ମିଟର ଲମ୍ବା ଓ ୨୦୦,୦୦୦ ଟନ୍‌ ଓଜନର ଏହି ଜାହାଜ ସେଠାରେ ଫସିରହିଛି। ସ୍ଥାନୀୟ କର୍ତ୍ତୃପକ୍ଷ ଓ ଜାହାଜ ପରିଚାଳନା କମ୍ପାନୀ ବର୍ନହାର୍ଡ ସ୍କୁଲଟେ ଶିପ୍‌ମ୍ୟାନଜ୍‌ମେଣ୍ଟ ସହାୟତାରେ ଏହାକୁ ବାହାର କରିବା ପାଇଁ ଚେଷ୍ଟା ଚାଲିଛି। ୪୮ ଘଣ୍ଟାର ଅକ୍ଳାନ୍ତ ଉଦ୍ୟମ ସତ୍ତ୍ୱେ ଏହି ବିଶାଳକାୟ ଜାହାଜକୁ ବାହାର କରାଯାଇ ପାରିନାହିଁ। ଜାହାଜ ଯେଉଁଠି ଫସିଥିଲା ଏବେ ମଧ୍ୟ ସେଇଠି ରହିଛି। ଫଳରେ ବିଶ୍ୱ ବାଣିଜି୍ୟକ ପରିବହନ ବାଧାପ୍ରାପ୍ତ ହୋଇଛି। ଏହି ଅଚଳାବସ୍ଥା ପାଇଁ ଉକ୍ତ ଜାହାଜର ଜାପାନୀ ମାଲିକ ଶୋଏଇ କିଏସ୍‌ କାଇଶା କ୍ଷମା ମାଗିଛନ୍ତି।
ସୁଏଜ୍‌ କେନାଲରେ ଟ୍ରାଫିକ୍‌ ଜାମ୍‌ ହେବା ପରେ ବୁଧବାର ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ୬% ବୃଦ୍ଧି ପାଇଥିଲା। ବିଶ୍ୱ ବାଣିଜ୍ୟ ଏକ ପ୍ରତିକୂଳ ସମୟ ଦେଇ ଗତିକରୁଥିବାରୁ ଯୋଗାଣ ଶୃଙ୍ଖଳ ବାଧାପ୍ରାପ୍ତ ହୋଇଛି। ତୈଳ ଦର ଆହୁରି ବଢ଼ିବା ଆଶଙ୍କା କରାଯାଉଛି। ଏଭଳି ସମୟରେ କେନାଲ ଭିତରେ ଏଭର ଗିଭେନ୍‌ ଦୁଇଦିନ ଫସିରହିବା ବିଶ୍ୱ ଅର୍ଥନୀତି ପାଇଁ ବଡ଼ କ୍ଷତିର କାରଣ ସାଜିପାରେ ବୋଲି ଜେଓସି ଗ୍ରୁପ୍‌ ୟୁରୋପିଆନ୍‌ ଏଡିଟର ଗ୍ରେଗ୍‌ ନୋଲର କହିଛନ୍ତି। କେପ୍‌ ଅଫ୍‌ ଗୁଡ୍‌ ହୋପ୍‌ ଦେଇ ଏକ ବିକଳ୍ପ ରୁଟ୍‌ରେ ଜାହାଜ ଚଳାଚଳ କରିବା ପାଇଁ ୨ ସପ୍ତାହ ଲାଗିଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?