ବୀମାଭୁକ୍ତ କାର୍ଯ୍ୟରତ ଖବରଦାତାଙ୍କୁ ଟିକା

ଭୁବନେଶ୍ୱର, ୫।୫(ବ୍ୟୁରୋ):ରାଜ୍ୟରେ କରୋନା ସଂକଟ ଭିତରେ ନିଜ ଜୀବନକୁ ବାଜି ଲଗାଇ ଖବରଦାତାମାନେ ଅହରହ କାର୍ଯ୍ୟ କରୁଛନ୍ତି। ଇତିମଧ୍ୟରେ ୧୦ରୁ ଊର୍ଦ୍ଧ୍ୱ ଖବରଦାତାଙ୍କ କୋଭିଡ୍‌ରେ ମୃତ୍ୟୁ ଘଟିଛି। କରୋନା ମୁକାବିଲାରେ ଖବରଦାତାମାନେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ କୋଭିଡ୍‌ ଯୋଦ୍ଧାର ମାନ୍ୟତା ପ୍ରଦାନ ସହ ଟିକାକରଣ ପାଇଁ ଘୋଷଣା କରିଥିଲେ। ଏହି ପରିପ୍ରେକ୍ଷୀରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏବଂ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ମେ ୪ରୁ ୬ ତାରିଖ ପର୍ଯ୍ୟନ୍ତ ୩ ଦିନିଆ ସ୍ବତନ୍ତ୍ର ଟିକାଦାନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ସ୍ଥାନୀୟ ୟୁନିଟ୍‌-୬ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ପରିସରରେ ସକାଳ ୯ଟା ୩୦ରୁ ଅପରାହ୍ନ ୩ଟା ୩୦ ପର୍ଯ୍ୟନ୍ତ ଟିକାକରଣ କରାଯାଉଛି। ଏଠାରେ କେବଳ ସରକାରଙ୍କ ଦ୍ୱାରା ବୀମାଭୁକ୍ତ (ଗୋପବନ୍ଧୁ ଓ୍ବାର୍କିଂ ଜର୍ନାଲିଷ୍ଟ୍‌ସ ହେଲ୍‌ଥ ଇନ୍‌ସ୍ୟୁରାନ୍ସ ସ୍କିମ୍‌) ଖବରଦାତାଙ୍କୁ ଟିକା ପ୍ରଦାନ କରାଯାଉଛି। ପ୍ରଥମ ଦିନରେ ଭୁବନେଶ୍ୱରରେ ୨୩୦ଜଣ ଖବରଦାତା ଟିକା ନେଇଛନ୍ତି। କାର୍ଯ୍ୟକ୍ରମକୁ ବରିଷ୍ଠ ଜିଲା ସୂଚନା ଅଧିକାରୀ ଗୌର ମହାପାତ୍ର, ଲୋକ ସମ୍ପର୍କ ଅଧିକାରୀ (ପିଏମ୍‌ୟୁ ସେଲ୍‌, ବିଏମ୍‌ସି) ନିହାର ସାହୁ ଓ ବରିଷ୍ଠ ଯୋଗାଯୋଗ ଅଧିକାରୀ ଦେବାଶିଷ ବାରିକଙ୍କ ସମେତ ସ୍ବାସ୍ଥ୍ୟ ବିଭାଗ, ବିଏମ୍‌ସି ଓ ସୂଚନା ଲୋକ ସମ୍ପର୍କ ବିଭାଗର କର୍ମଚାରୀମାନେ ସୁଚାରୁରୂପେ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜଣେ ଶିକ୍ଷକରେ ଚାଲିଛି ୧୪୫୮ ସ୍କୁଲ

ଭୁବନେଶ୍ୱର,୨୧।୭: କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ UDISE+(Unified District Information System for Education Plus (UDISE+) ରିପୋର୍ଟରେ ଏକ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। ତଥ୍ୟ ମୁତାବକ,…

‘ହୁଏତ ଶିକ୍ଷାମନ୍ତ୍ରୀଙ୍କୁ ଲେଖି ଆସେନି…’; ଧର୍ମେନ୍ଦ୍ର ପ୍ରଧାନଙ୍କୁ କଟାକ୍ଷ କରି ମହୁଆ କହିଲେ…

ନୂଆଦିଲ୍ଲୀ,୨୧।୭: ନିଟ୍‌ (NEET) ପେପର ଲିକ୍‌ ମାମଲାକୁ ନେଇ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କ୍ରମାଗତ ଭାବରେ ଉଠୁଛି। ଏହି ପ୍ରସଙ୍ଗରେ କକ୍ରୋଚ ଜନତା ପାର୍ଟି…

୧୬ କେଜି ଗଞ୍ଜେଇ ଜବତ, ୨ ଗିରଫ

ନୂଆପଡ଼ା,୨୧।୭ (ମକାରୁ ବେମାଲ): ନୂଆପଡ଼ା ଜିଲା ଅବକାରୀ ବିଭାଗ କର୍ମଚାରୀ ସୋମବାର ପୃଥକ୍‌ ସ୍ଥାନରେ ଚଢ଼ାଉ କରି ୧୬ କେଜି ଗଞ୍ଜେଇ ଜବତ ସହ ୨ଜଣଙ୍କୁ ଗିରଫ…

ବସ୍‌ଷ୍ଟାଣ୍ଡ୍‌ରୁ ଯୁବତୀଙ୍କୁ ଉଠାଇ ନେଇ ଗଣବଳାତ୍କାର କଲେ ୩ ଯୁବକ: ଆଉ ତା’ପରେ ଘଟିଲା…

ମହୀଶୁର,୨୧।୭: କର୍ନାଟକର ମହୀଶୁର ଜିଲାରେ ପଶ୍ଚିମବଙ୍ଗର ଜଣେ ଯୁବତୀଙ୍କ ସହ ଗଣବଳାତ୍କାର ଅଭିଯୋଗରେ ତିନି ଜଣଙ୍କୁ ଗିରଫ କରାଯାଇଛି। ମାମଲାର ସତ୍ୟତା ଏବଂ ପୀଡିତାଙ୍କ ଅଭିଯୋଗର ତଦନ୍ତ…

ଆନ୍ଦୋଳନ ଭିତରେ ଖାର୍ଗେଙ୍କ ବଡ଼ ଘୋଷଣା: ଏଥର ମୁଁ ପାଳିବିନି…

ନୂଆଦିଲ୍ଲୀ,୨୧।୭: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ମଙ୍ଗଳବାର କହିଛନ୍ତି , ସେ ନିଜର ଜନ୍ମଦିନ ପାଳନ କରିବେ ନାହିଁ। ଖାର୍ଗେଙ୍କ କହିବା କଥା ହେଉଛି ଏହା ଉତ୍ସବ…

ରୁଷିଆ ଉପରେ ବର୍ଷିଲା ଭାରତ: ସିଧା ସିଧା ଶୁଣାଇ ଦେଇ କହିଲା…

ନୂଆଦିଲ୍ଲୀ,୨୧।୭: ୟୁକ୍ରେନୀୟ ଉପକୂଳ ନିକଟରେ ଏକ ମାଲବାହୀ ଜାହାଜ ଉପରେ ଆକ୍ରମଣରେ ଚାରି ଜଣ ଭାରତୀୟ ନାବିକଙ୍କ ମୃତ୍ୟୁ ଘଟିଛି ଏବଂ ଅନ୍ୟ ଜଣେ ଗୁରୁତର ଆହତ…

ଆଗାମୀ ପଞ୍ଚାୟତ, ପୌର ନିର୍ବାଚନ ପ୍ରସ୍ତୁତି : ନିର୍ବାଚନ ଆୟୋଗଙ୍କ ବଡ଼ ବୈଠକ

ଭୁବନେଶ୍ୱର, ୨୧।୭: ଆଗାମୀ ପଞ୍ଚାୟତ ଏବଂ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ଓଡ଼ିଶା ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆରମ୍ଭ ହୋଇଛି।…

ଫ୍ଲାଟ୍‌ କିଣିଲେ ଜନ୍‌ ଆବ୍ରାହମ୍‌: ଦାମ୍‌ ଜାଣିଲେ ଉଡ଼ିଯିବ ହୋଶ୍‌

ବଲିଉଡରେ ଦୁଇ ଦଶନ୍ଧି ଧରି କାମ କରୁଥିବା ପ୍ରଖ୍ୟାତ ଅଭିନେତା ଜନ୍‌ ଆବ୍ରାହମ ଏକ ବିଳାସପୂର୍ଣ୍ଣ ଜୀବନଶୈଳୀ ବିତାନ୍ତି। ସେ କେବଳ ତାଙ୍କ ଫିଲ୍ମ ପାଇଁ ନୁହେଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri