ବଜେଟରେ ଆସିପାରେ ଭାକ୍ସିିନ ସେସ୍‌

ନୂଆଦିଲ୍ଲୀ: କରୋନା ଭାକ୍ସିନ କାର୍ଯ୍ୟକାରୀ କରାଇବା ଲାଗି ବଜେଟରେ ନୂଆ ସେସ୍‌ ଲାଗୁ ହୋଇପାରେ। ଏ ନେଇ ବର୍ତ୍ତମାନ ଜୋର୍‌ଦାର ଚର୍ଚ୍ଚା ଆରମ୍ଭ ହୋଇଛି। ବର୍ତ୍ତମାନ ସରକାରଙ୍କ ରାଜସ୍ବ କ୍ଷତିଗ୍ରସ୍ତ ହୋଇ ରହିଛି। ରାଜକୋଷକୁ ଅଧିକ ପାଣ୍ଠି ଆବଶ୍ୟକ ପଡୁଛି। ସେହିଭଳି ପ୍ରତିରକ୍ଷା ଲାଗି ଅଧିକ ଖର୍ଚ୍ଚ କରିବାକୁ ପଡୁଛି। ଏଭଳି ସ୍ଥିତିରେ ଫେବୃୟାରୀ ପହିଲାରେ ଆସିବାକୁ ଥିବା ବଜେଟରେ ସରକାର ‘ଭାକ୍ସିନ ସେସ୍‌’ ଲାଗୁ କରାଇବା ନେଇ ଘୋଷଣା କରିପାରନ୍ତି।
ବର୍ତ୍ତମାନ ଅର୍ଥ ବ୍ୟବସ୍ଥା ଧୀରେ ଧୀରେ ସ୍ବାଭାବିକ ସ୍ଥିତିକୁ ଫେରୁଛି। ରାଜସ୍ବ ସଂଗ୍ରହରେ ମଧ୍ୟ ପରିବର୍ତ୍ତନ ଦେଖାଯାଇଛି। ପ୍ରଥମ ତ୍ରୈମାସରେ ଟିକସ ସଂଗ୍ରହ ଖସି ଯାଇଥିଲା। ବିଭିନ୍ନ ଚ୍ୟାଲେଞ୍ଜ ସତ୍ତ୍ୱେ ବଜାର ଟ୍ରାକ୍‌କୁ ଫେରୁଛି। ହେଲେ ବଜେଟରେ ଯେଉଁ ଟିକସ ଧାର୍ଯ୍ୟ ଲକ୍ଷ୍ୟ ରହିଥିଲା ତାହା ହାସଲ କରିବାକୁ ସରକାର ସକ୍ଷମ ହେବେ ନାହିଁ। କରୋନା ବଜାରକୁ କ୍ଷତିଗ୍ରସ୍ତ କରିଥିବା ବେଳେ ଆର୍ଥତ୍କ କାର୍ଯ୍ୟକଳାପ ବିଶେଷ କରି ଭିତ୍ତିଭୂମି ଏବଂ ନିଯୁକ୍ତି ସୃଷ୍ଟି କରୁଥିବା କ୍ଷେତ୍ରଗୁଡିକୁ ସରକାର ଗୁରୁତ୍ୱ ଦେଇପାରନ୍ତି। ଏହା କରିବାକୁ ହେଲେ ସରକାରଙ୍କୁ ଅଧିକ ଖର୍ଚ୍ଚ କରିବାକୁ ପଡ଼ିପାରେ। ଭାକ୍ସିନ ଲାଗୁ କରାଇବା ଲାଗି ଯେଉଁ ଖର୍ଚ୍ଚ ଆସିବ ତା’ର ଭାର ଉଠାଇବା ଲାଗି କେନ୍ଦ୍ର ରାଜି ଅଛି। ଫଳରେ ସରକାରଙ୍କ ଲାଗି ଏହା ଆଉ ଏକ ବୋଝ ହେବ। ଭାକ୍ସିନ କାର୍ଯ୍ୟକାରୀ କରାଗଲେ ସରକାରଙ୍କୁ ୬୦ ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିବ ବୋଲି ଆକଳନ କରାଯାଇଛି।
ପ୍ରାଥମିକ ଅର୍ଡର ଭାବେ ସରକାର ୧୧ ନିୟୁତ ସଟ୍ସ ବ୍ୟବସ୍ଥା କରିବେ। ଏଥିଲାଗି ପ୍ରାୟ ୨୨୦ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏହି ଅର୍ଥ ପିଏମ୍‌ କେୟାର ପାଣ୍ଠିରୁ ପ୍ରଦାନ କରାଯିବ। ରାଜସ୍ବ ହ୍ରାସକୁ ଭରଣାକରିବା ଲାଗି ଟିକସ କିମ୍ବା ସେସ୍‌ ଲାଗୁ କରାଇବାକୁ ଲକ୍‌ଡାଉନ ବେଳେ ଟିକସ ଅଧିକାରୀମାନେ ସରକାରଙ୍କୁ ପରାମର୍ଶ ଦେଇଥିଲେ। ଏହା ଟିକସ ଲାଗୁ କରାଇବା ଲାଗି ଠିକ୍‌ ସମୟ ନୁହେଁ ବୋଲି କହି ଅର୍ଥ ମନ୍ତ୍ରଣାଳୟ ଏହି ପ୍ରସ୍ତାବକୁ ଟାଳିଦେଇଥିଲା। ଏହା ପରେ ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ଟିକସ ବଢ଼ାଇ ଦେଇଥିଲେ। ରାଜ୍ୟ ସରକାରଗୁଡିକ ମଧ୍ୟ ମଦ ଉପରେ ମଧ୍ୟ ଟିକସ ବଢାଇଥିଲେ। ବର୍ତ୍ତମାନ ମଦ ଉପରେ ଟିକସ କମିଥିଲେ ମଧ୍ୟ କେନ୍ଦ୍ର ସରକାର ଇନ୍ଧନ ଉପରୁ ଉତ୍ପାଦ ଟିକସ କମାଇବା ଦେଖାଯାଉନାହିଁ। ବର୍ତ୍ତମାନ ଅର୍ଥ ବ୍ୟବସ୍ଥାରେ ପୁଣି ଥରେ ଆଶା ଦେଖାଯାଉଛି। ଏଭଳି ସ୍ଥିତିରେ କେତେଜଣ ସରକାରୀ ଅଧିକାରୀ ଏବଂ ଟିକସ କନ୍‌ସଲଣ୍ଟାଣ୍ଟ ଭାକ୍ସିନ ନାମରେ ସ୍ବଳ୍ପ ପରିମାଣର ଟିକସ ଲାଗୁ କରାଇବା ସପକ୍ଷରେ ରହିଛନ୍ତି। ଆୟ ଉପରେ ଯଦି ୧ରୁ ୨% ସେସ୍‌ ଲାଗେ ତେବେ ଏହା ବେଶି ପ୍ରଭାବ ପକାଇ ନ ପାରେ ବୋଲି ଏକ ପ୍ରମୁଖ ଫାର୍ମର ଜଣେ କନ୍‌ସଲଣ୍ଟାଣ୍ଟ କହିଛନ୍ତି। ପୂର୍ବରୁ ମଧ୍ୟ ସରକାର ହେଲ୍‌ଥ ସେସ୍‌ ଲାଗୁ କରାଇଛନ୍ତି। ପରୋକ୍ଷ ଟିକସ ଉପରେ ଏବେ ସେସ୍‌ ଏବଂ ସରଚାର୍ଜ ଲାଗୁ ହେଉନାହିଁ। ଜିଏସ୍‌ଟି ଲାଗୁହେବା ପରେ ବିଳାସପୂର୍ଣ୍ଣ ସାମଗ୍ରୀ, ମଦ, ପାନମସଲା, ଗୁଟ୍‌ଖା ଏବଂ ଅନ୍ୟ ତମାଖୁ ସାମଗ୍ରୀ ଉପରେ କ୍ଷତିପୂରଣ ସେସ୍‌ ଲାଗୁ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଉପହାର, ୨୦% ମିଳିବ ବୋନସ ଆଉ ତା’ ସହ…

ନୂଆଦିଲ୍ଲୀ,୮।୯: କର୍ମଚାରୀମାନଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ଏବେ ନୂତନ ଶ୍ରମ କୋଡ (Labour Code) ଅଧୀନରେ କର୍ମଚାରୀମାନଙ୍କୁ ପ୍ରାୟ ୨୦ ପ୍ରତିଶତ ପର୍ଯ୍ୟନ୍ତ…

ବର୍ଷକୁ ବ୍ୟାଙ୍କରେ କେତେ କ୍ୟାଶ୍‌ ଜମା କରିପାରିବେ? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୮।୯: ସଞ୍ଚୟ ଖାତାରେ (Savings Account) ନଗଦ ଟଙ୍କା ଜମା କରିବା ଏକ ସାଧାରଣ ପ୍ରକ୍ରିୟା, କିନ୍ତୁ ଆପଣ ଜାଣନ୍ତି କି ଏକ ନିର୍ଦ୍ଦିଷ୍ଟ ସୀମାରୁ ଅଧିକ…

ସରିଗଲା ଡେଡ୍‌ଲାଇନ୍‌; ଏବେ ଆଉ ମିଳିବନି ସିଲିଣ୍ଡର? ଶୀଘ୍ର କରନ୍ତୁ ଏହି କାମ…

ନୂଆଦିଲ୍‌ଲୀ,୮।୯: LPG ଗ୍ୟାସ ସିଲିଣ୍ଡରର ନୂଆ କନେକସନ ଉପରେ ଏବେ ମଧ୍ୟ ରୋକ ଲାଗି ରହିଛି। ଅନ୍ୟପଟେ ନିକଟରେ ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ ନକଲି କନେକସନକୁ…

Ration Card Big Update: ଅକ୍ଟୋବର ୧ରୁ ଏମାନଙ୍କର କଟିଯିବ ରାସନ କାର୍ଡ! ସେପ୍ଟେମ୍ୱର ୨୧ ସୁଦ୍ଧା ସାରନ୍ତୁ ଏହି କାମ

ନୂଆଦିଲ୍ଲୀ,୮।୯: ଯଦି ଆପଣଙ୍କ ପାଖରେ ମଧ୍ୟ ରାସନ କାର୍ଡ ଅଛି ଏବଂ ଆପଣ ଅନେକ ମାସ ଧରି ସାଧାରଣ ବଣ୍ଟନ ବ୍ୟବସ୍ଥା (PDS) ଦୋକାନରୁ ରାସନ ସାମଗ୍ରୀ…

RBIର ବଡ଼ ଘୋଷଣା: UPI ଓ QR କୋଡ ବ୍ୟବହାରକାରୀ ସାବଧାନ! ୧୫ ସେପ୍ଟେମ୍ବରରୁ ବ୍ଲକ ହୋଇଯିବ ଆକାଉଣ୍ଟ

ନୂଆଦିଲ୍ଲୀ: ଯଦି ଆପଣ ଜଣେ ଛୋଟ ବ୍ୟବସାୟୀ ଏବଂ ଦୋକାନରେ QR କୋଡ କିମ୍ବା UPI ମାଧ୍ୟମରେ ପେମେଣ୍ଟ ଗ୍ରହଣ କରୁଛନ୍ତି, ତେବେ ଏହି ଖବର ଆପଣଙ୍କ…

ଭାରତରେ ସୁନା ଆମଦାନୀରେ ବମ୍ପର ହ୍ରାସ, PM ମୋଦିଙ୍କ ଅପିଲ ନା ଆଉ କିଛି କାରଣ? ଜାଣନ୍ତୁ…

ନୂଆଦିଲ୍ଲୀ,୭।୯: ଭାରତରେ ସୁନାର ଚାହିଦା ଏବଂ ଆମଦାନୀକୁ ନେଇ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳୁଛି। ପ୍ରକାଶିତ ତଥ୍ୟ ଅନୁସାରେ, ଅଗଷ୍ଟ ମାସରେ ଭାରତର ସୁନା ଆମଦାନୀ ବାର୍ଷିକ…

UPI Payment: ଭୁଲ ନମ୍ୱରକୁ କରିଦେଇଛନ୍ତି କି ପେମେଣ୍ଟ? ଜାଣନ୍ତୁ କେମିତି ଫେରି ପାଇବେ ଆପଣଙ୍କ ଟଙ୍କା, ତୁରନ୍ତ କରନ୍ତୁ ଏହି କାମ

ନୂଆଦିଲ୍ଲୀ,୬।୯: UPI ପେମେଣ୍ଟ ଟଙ୍କା କାରବାରକୁ ବହୁତ ସହଜ ଏବଂ ଦ୍ରୁତ କରିଦେଇଛି। ତଥାପି, ବେଳେବେଳେ ତରବରିଆ ଭାବେ କିମ୍ୱା ଅସାବଧାନତା ଯୋଗୁଁ ଭୁଲ ନମ୍ୱର ବା…

ଦୀପାବଳି ପାଇଁ ଏବେଠୁ ବୁକ୍‌ ହୋଇଗଲା ସବୁ ଟ୍ରେନ ଟିକେଟ୍‌! କିଛି ସମୟରେ…

ନୂଆଦିଲ୍‌ଲୀ,୬।୯: ଦୀପାବଳିରେ ଘରକୁ ଯିବା ପାଇଁ ପ୍ରସ୍ତୁତ ହେଉଥିବା ରେଳ ଯାତ୍ରୀମାନଙ୍କ ପାଇଁ ରିଜର୍ଭେସନ ୱିଣ୍ଡୋ ଖୋଲିଯାଇଛି। ନଭେମ୍ୱର ୮ ତାରିଖ ଦୀପାବଳିକୁ ଦୃଷ୍ଟିରେ ରଖି ଯାତ୍ରୀମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri