ସରିଗଲା ଡେଡ୍‌ଲାଇନ୍‌; ଏବେ ଆଉ ମିଳିବନି ସିଲିଣ୍ଡର? ଶୀଘ୍ର କରନ୍ତୁ ଏହି କାମ…

ନୂଆଦିଲ୍‌ଲୀ,୮।୯: LPG ଗ୍ୟାସ ସିଲିଣ୍ଡରର ନୂଆ କନେକସନ ଉପରେ ଏବେ ମଧ୍ୟ ରୋକ ଲାଗି ରହିଛି। ଅନ୍ୟପଟେ ନିକଟରେ ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ ନକଲି କନେକସନକୁ ହଟାଇବା ପାଇଁ e-KYC ପ୍ରକ୍ରିୟା ସମ୍ପୂର୍ଣ୍ଣ କରାଯାଉଛି। କାରଣ କିଛି ଲୋକ ଭୁଲ ଉପାୟରେ ଅନ୍ୟ ନାମରେ କନେକସନ ନେଇ ବ୍ୟବସାୟ କରୁଛନ୍ତି। ଏଭଳି କନେକସନକୁ KYC ପ୍ରକ୍ରିୟା ମାଧ୍ୟମରେ ରଦ୍ଦ କରାଯାଉଛି। ଏହାପରେ ହିଁ ନୂଆ କନେକସନ ସମ୍ପର୍କରେ ସରକାର ଏବଂ କମ୍ପାନୀଗୁଡ଼ିକ ନୂତନ ରଣନୀତି ପ୍ରସ୍ତୁତ କରିପାରିବେ। ସରକାର ନିକଟରେ LPG ର e-KYC କରିବାର ସମୟସୀମା ଅଗଷ୍ଟ ୩୧ରୁ ବୃଦ୍ଧି କରି ସେପ୍ଟେମ୍ୱର ୭ କରିଥିଲେ।

ସେପ୍ଟେମ୍ୱର ୭ ତାରିଖରେ e-KYC ର ସମୟସୀମା ଶେଷ ହୋଇସାରିଛି। ଅର୍ଥାତ ଯଦି ଆପଣ ଏପର୍ଯ୍ୟନ୍ତ ଗ୍ୟାସ କନେକସନର e-KYC କରାଇ ନାହାନ୍ତି, ତେବେ ଏବେ ଆପଣଙ୍କୁ ସିଲିଣ୍ଡର ମିଳିବାରେ ସମସ୍ୟା ହୋଇପାରେ। ଏପରି ସ୍ଥିତିରେ ପ୍ରଶ୍ନ ଉଠୁଛି ଯେ ଆପଣଙ୍କୁ ଆଉ ସିଲିଣ୍ଡର ମିଳିବ ନାହିଁ କି?

ଯେଉଁ LPG ଗ୍ୟାସ ଉପଭୋକ୍ତାମାନେ ଏପର୍ଯ୍ୟନ୍ତ e-KYC ପ୍ରକ୍ରିୟା ସମ୍ପୂର୍ଣ୍ଣ କରିନାହାନ୍ତି, ସେମାନଙ୍କୁ ଏବେ ସିଲିଣ୍ଡର ବୁକିଂ କରିବାରେ ଅସୁବିଧା ହୋଇପାରେ। ଏହା ବ୍ୟତୀତ ସବସିଡିର ଲାଭ ପାଇବାରେ ମଧ୍ୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। ତଥାପି ଯଦି ଆପଣ ଏବେ ମଧ୍ୟ e-KYC ପ୍ରକ୍ରିୟା ପୂରା କରିନିଅନ୍ତି, ତେବେ ସିଲିଣ୍ଡର ବୁକିଂ ଏବଂ ସବସିଡି ସମ୍ପର୍କିତ ସମସ୍ୟା ରହିବ ନାହିଁ। ଅର୍ଥାତ୍ LPG ଉପଭୋକ୍ତାମାନଙ୍କୁ ଯେକୌଣସି ପରିସ୍ଥିତିରେ ଗ୍ୟାସ ପାଇବା ପାଇଁ ନିଜ କନେକସନର e-KYC କରାଇବାକୁ ପଡ଼ିବ। ତେବେ ଯାଇ ଗ୍ୟାସ ବୁକ ହୋଇପାରିବ ଏବଂ ଆପଣଙ୍କୁ ଗ୍ୟାସ ଡେଲିଭରି ମିଳିବ।

ଗ୍ୟାସ ଉପଭୋକ୍ତା ଚାହିଁଲେ ନିଜ ଗ୍ୟାସ କନେକସନ ପାଇଁ ଏଜେନ୍ସିକୁ ଯାଇ e-KYC କରାଇପାରିବେ, ଅଥବା ଅନଲାଇନ ମାଧ୍ୟମରେ ମଧ୍ୟ e-KYC କରିପାରିବେ। ନିଜ ଗ୍ୟାସ କମ୍ପାନୀର ଅଫିସିଆଲ ୱେବସାଇଟ କିମ୍ୱା ଆପ ଜରିଆରେ e-KYC ପ୍ରକ୍ରିୟା ପୂରା କରିହେବ। ଏଥିପାଇଁ ଯାହାଙ୍କ ନାମରେ କନେକସନ ଅଛି, ତାଙ୍କର ଆଧାର କାର୍ଡ ଆବଶ୍ୟକ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷକୁ ବ୍ୟାଙ୍କରେ କେତେ କ୍ୟାଶ୍‌ ଜମା କରିପାରିବେ? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୮।୯: ସଞ୍ଚୟ ଖାତାରେ (Savings Account) ନଗଦ ଟଙ୍କା ଜମା କରିବା ଏକ ସାଧାରଣ ପ୍ରକ୍ରିୟା, କିନ୍ତୁ ଆପଣ ଜାଣନ୍ତି କି ଏକ ନିର୍ଦ୍ଦିଷ୍ଟ ସୀମାରୁ ଅଧିକ…

ବାଘ ଛାଲ ଡିଲ୍‌ ବେଳେ ମାଡ଼ି ବସିଲା ଗୁଜରାଟ ଟିମ୍‌

ଜୟପୁର,୮।୯: ଗୁଜରାଟର ସ୍ବତନ୍ତ୍ର ଡିଆର୍‌ଆଇ ଟିମ୍‌କୁ ଓଡ଼ିଶାରେ ଏକ ବଡ଼ ସଫଳତା ମିଳିଛି। ଡିଆର୍‌ଆଇ ଟିମ୍‌ ଜୟପୁରରେ ଚଢ଼ାଉ କରି ଏକ କଲରା ପତରିଆ ବାଘ ଛାଲ…

ଏମଆରଏଫ୍‌ ୟୁନିଟ୍‌ରେ ପଶିଲା ୫ ଫୁଟର ଅଜଗର, ପରେ….

କୁଆଁରମୁଣ୍ଡା, ୮।୯ (ମହେନ୍ଦ୍ର କୁମାର ସାହୁ): ମଙ୍ଗଳବାର ମଧ୍ୟାହ୍ନରେ କୁଆଁରମୁଣ୍ଡା ବ୍ଲକ ଏମଆରଏଫ୍‌ ୟୁନିଟ୍‌ ଭିତରକୁ ଏକ ଅଜଗର ସାପ ପଶିଯାଇଥିଲା। ସାପଟିକୁ ଦେଖି କର୍ମଚାରୀମାନେ ଭୟଭୀତ…

Ration Card Big Update: ଅକ୍ଟୋବର ୧ରୁ ଏମାନଙ୍କର କଟିଯିବ ରାସନ କାର୍ଡ! ସେପ୍ଟେମ୍ୱର ୨୧ ସୁଦ୍ଧା ସାରନ୍ତୁ ଏହି କାମ

ନୂଆଦିଲ୍ଲୀ,୮।୯: ଯଦି ଆପଣଙ୍କ ପାଖରେ ମଧ୍ୟ ରାସନ କାର୍ଡ ଅଛି ଏବଂ ଆପଣ ଅନେକ ମାସ ଧରି ସାଧାରଣ ବଣ୍ଟନ ବ୍ୟବସ୍ଥା (PDS) ଦୋକାନରୁ ରାସନ ସାମଗ୍ରୀ…

ଯୁବ IAS କସ୍ତୁରୀ ଶାହାଙ୍କୁ ଭବାନୀପାଟଣା ଉପଜିଲାପାଳ ଦାୟିତ୍ୱ, ଛୁଟିଲା ଶୁଭେଚ୍ଛା…

ଭବାନୀପାଟଣା,୮।୯(ଉତ୍ତମ କୁମାର ଦାଶ): ଟ୍ରେନିଂ ଶେଷ ପରେ ୯ ଯୁବ IASଙ୍କୁ ଉପଜିଲାପାଳ ଭାବେ ନିଯୁକ୍ତି ମିଳିଛି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।…

ଆଜିଠୁ ଆରମ୍ଭ ହେଲା ଖରାପ ସମୟ: ମେଷ ସମେତ ଏହି ରାଶି ରୁହନ୍ତୁ ସତର୍କ, କେତୁ -ଚନ୍ଦ୍ରଙ୍କ ସଂଯୋଗ କରିଦେବ ବର୍ବାଦ!

ଜ୍ୟୋତିଷ ଶାସ୍ତ୍ର ଅନୁସାରେ କେତୁ ଓ ଚନ୍ଦ୍ରମାଙ୍କ ଯୁତିକୁ ଶୁଭ ବୋଲି ବିବେଚନା କରାଯାଏ ନାହିଁ। ମାନ୍ୟତା ରହିଛି ଯେ, ଏହି ଦୁଇ ଗ୍ରହଙ୍କ ଯୁତି ଜାତକଙ୍କ…

ପାକିସ୍ତାନର ଇଣ୍ଡିଆ ପ୍ରେମ! ବିରାଟ କୋହଲିଙ୍କ ବ୍ରାଣ୍ଡର ଜୋତା ପିନ୍ଧି ଖେଳୁଛନ୍ତି ପାକିସ୍ତାନୀ କ୍ରିକେଟର; ଫଟୋ ଭାଇରାଲ

ନୂଆଦିଲ୍ଲୀ,୮।୯: ପାକିସ୍ତାନ ଦଳର କେତେଜଣ ଖେଳାଳି ବିରାଟ କୋହଲିଙ୍କ ବ୍ରାଣ୍ଡ, One8 ର ଜୋତା ପିନ୍ଧି ମହିଳା ଏସିଆ କପରେ ଖେଳୁଛନ୍ତି; ଏହାର ଫଟୋ ଏବେ ଭାଇରାଲ…

‘କାଜି କ୍ୟାମ୍ପ ଉପରେ କ୍ଷେପଣାସ୍ତ୍ର ପକାଅ’: ଭୋପାଳ ଭାଜପା ବିଧାୟକଙ୍କ ବୟାନକୁ ନେଇ ରାଜନୈତିକ ମହଲରେ ହଇଚଇ

ଭୋପାଳ,୮।୯: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଭାରତୀୟ ଜନତା ପାର୍ଟି (ଭାଜପା) ବିଧାୟକ ରାମେଶ୍ୱର ଶର୍ମାଙ୍କ ଏକ ବୟାନ ରାଜନୈତିକ ବିବାଦ ସୃଷ୍ଟି କରିଛି। ହୁଜୁର ବିଧାନସଭା ନିର୍ବାଚନମଣ୍ଡଳୀର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri