ସରିଗଲା ଡେଡ୍‌ଲାଇନ୍‌; ଏବେ ଆଉ ମିଳିବନି ସିଲିଣ୍ଡର? ଶୀଘ୍ର କରନ୍ତୁ ଏହି କାମ…

ନୂଆଦିଲ୍‌ଲୀ,୮।୯: LPG ଗ୍ୟାସ ସିଲିଣ୍ଡରର ନୂଆ କନେକସନ ଉପରେ ଏବେ ମଧ୍ୟ ରୋକ ଲାଗି ରହିଛି। ଅନ୍ୟପଟେ ନିକଟରେ ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ ନକଲି କନେକସନକୁ ହଟାଇବା ପାଇଁ e-KYC ପ୍ରକ୍ରିୟା ସମ୍ପୂର୍ଣ୍ଣ କରାଯାଉଛି। କାରଣ କିଛି ଲୋକ ଭୁଲ ଉପାୟରେ ଅନ୍ୟ ନାମରେ କନେକସନ ନେଇ ବ୍ୟବସାୟ କରୁଛନ୍ତି। ଏଭଳି କନେକସନକୁ KYC ପ୍ରକ୍ରିୟା ମାଧ୍ୟମରେ ରଦ୍ଦ କରାଯାଉଛି। ଏହାପରେ ହିଁ ନୂଆ କନେକସନ ସମ୍ପର୍କରେ ସରକାର ଏବଂ କମ୍ପାନୀଗୁଡ଼ିକ ନୂତନ ରଣନୀତି ପ୍ରସ୍ତୁତ କରିପାରିବେ। ସରକାର ନିକଟରେ LPG ର e-KYC କରିବାର ସମୟସୀମା ଅଗଷ୍ଟ ୩୧ରୁ ବୃଦ୍ଧି କରି ସେପ୍ଟେମ୍ୱର ୭ କରିଥିଲେ।

ସେପ୍ଟେମ୍ୱର ୭ ତାରିଖରେ e-KYC ର ସମୟସୀମା ଶେଷ ହୋଇସାରିଛି। ଅର୍ଥାତ ଯଦି ଆପଣ ଏପର୍ଯ୍ୟନ୍ତ ଗ୍ୟାସ କନେକସନର e-KYC କରାଇ ନାହାନ୍ତି, ତେବେ ଏବେ ଆପଣଙ୍କୁ ସିଲିଣ୍ଡର ମିଳିବାରେ ସମସ୍ୟା ହୋଇପାରେ। ଏପରି ସ୍ଥିତିରେ ପ୍ରଶ୍ନ ଉଠୁଛି ଯେ ଆପଣଙ୍କୁ ଆଉ ସିଲିଣ୍ଡର ମିଳିବ ନାହିଁ କି?

ଯେଉଁ LPG ଗ୍ୟାସ ଉପଭୋକ୍ତାମାନେ ଏପର୍ଯ୍ୟନ୍ତ e-KYC ପ୍ରକ୍ରିୟା ସମ୍ପୂର୍ଣ୍ଣ କରିନାହାନ୍ତି, ସେମାନଙ୍କୁ ଏବେ ସିଲିଣ୍ଡର ବୁକିଂ କରିବାରେ ଅସୁବିଧା ହୋଇପାରେ। ଏହା ବ୍ୟତୀତ ସବସିଡିର ଲାଭ ପାଇବାରେ ମଧ୍ୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। ତଥାପି ଯଦି ଆପଣ ଏବେ ମଧ୍ୟ e-KYC ପ୍ରକ୍ରିୟା ପୂରା କରିନିଅନ୍ତି, ତେବେ ସିଲିଣ୍ଡର ବୁକିଂ ଏବଂ ସବସିଡି ସମ୍ପର୍କିତ ସମସ୍ୟା ରହିବ ନାହିଁ। ଅର୍ଥାତ୍ LPG ଉପଭୋକ୍ତାମାନଙ୍କୁ ଯେକୌଣସି ପରିସ୍ଥିତିରେ ଗ୍ୟାସ ପାଇବା ପାଇଁ ନିଜ କନେକସନର e-KYC କରାଇବାକୁ ପଡ଼ିବ। ତେବେ ଯାଇ ଗ୍ୟାସ ବୁକ ହୋଇପାରିବ ଏବଂ ଆପଣଙ୍କୁ ଗ୍ୟାସ ଡେଲିଭରି ମିଳିବ।

ଗ୍ୟାସ ଉପଭୋକ୍ତା ଚାହିଁଲେ ନିଜ ଗ୍ୟାସ କନେକସନ ପାଇଁ ଏଜେନ୍ସିକୁ ଯାଇ e-KYC କରାଇପାରିବେ, ଅଥବା ଅନଲାଇନ ମାଧ୍ୟମରେ ମଧ୍ୟ e-KYC କରିପାରିବେ। ନିଜ ଗ୍ୟାସ କମ୍ପାନୀର ଅଫିସିଆଲ ୱେବସାଇଟ କିମ୍ୱା ଆପ ଜରିଆରେ e-KYC ପ୍ରକ୍ରିୟା ପୂରା କରିହେବ। ଏଥିପାଇଁ ଯାହାଙ୍କ ନାମରେ କନେକସନ ଅଛି, ତାଙ୍କର ଆଧାର କାର୍ଡ ଆବଶ୍ୟକ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ-ଏନ୍‌ସିଆର୍‌ରେ ଭୂକମ୍ପ ଝଟ୍‌କା: ଭୟରେ ଘରୁ ବାହାରି ଆସିଲେ ଲୋକେ

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ-ଏନ୍‌ସିଆର୍‌ (Delhi-NCR) ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଛଳରେ ମୃଦୁ ରୁ ମଧ୍ୟମ ଧରଣର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରାତି ୧୦ଟା ୨୩ ମିନିଟ୍‌ରେ…

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଗ୍ୟାସ ସିଲିଣ୍ଡର ଫେରାଇଲେ ସିଧା ମିଳିବ ୫୦୦ଟଙ୍କା!

ନୂଆଦିଲ୍ଲୀ,୬।୧୦: ଯଦି ଆପଣ ଚାକିରି କିମ୍ୱା ପାଠପଢ଼ା ପାଇଁ ବାହାରେ କୌଣସି ଅନ୍ୟ ସହରରେ ରହୁଛନ୍ତି ଏବଂ ଆପଣଙ୍କ ପାଖରେ ସେଠାକାର ସ୍ଥାନୀୟ ଠିକଣା ପ୍ରମାଣପତ୍ର (Local…

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ଶୁକ୍ରାଦିତ୍ୟ ଯୋଗ ବଦଳାଇବ ୩ ରାଶିଙ୍କ ଭାଗ୍ୟ: ପ୍ରଚୁର ଧନଲାଭ ସହ କ୍ୟାରିୟରରେ ମିଳିବ ବଡ଼ ସଫଳତା

ତୁଳା ରାଶିରେ ସୂର୍ଯ୍ୟଙ୍କ ଗୋଚର ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ରାଶିର ଅଧିପତି ଶୁକ୍ର ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, ସଂଯୋଗବଶତଃ ବର୍ତ୍ତମାନ ଶୁକ୍ର…

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

ଶ୍ରମିକଙ୍କୁ ପାର୍ବଣ ଭେଟି ଦେଲେ ସରକାର, ଏତେ ବଢିଲା ମଜୁରୀ!

ନୂଆଦିଲ୍ଲୀ,୬।୧୦: ଦୀପାବଳି ପୂର୍ବରୁ ଦେଶର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ଭେରିଏବଲ୍ ଡିଅରନେସ୍ ଆଲାଉନ୍ସ (VDA)କୁ ବୃଦ୍ଧି କରିଛନ୍ତି ସରକାର। ଏହି…

ହାଲ୍‌ରେ ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ସୁନାବେଡ଼ା, ୬।୧୦(କୃତ୍ତିବାସ ପ୍ରଧାନ): କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍‌ (ହାଲ୍‌)କୁ ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗସ୍ତକରି ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?