ଭାରତରେ ସୁନା ଆମଦାନୀରେ ବମ୍ପର ହ୍ରାସ, PM ମୋଦିଙ୍କ ଅପିଲ ନା ଆଉ କିଛି କାରଣ? ଜାଣନ୍ତୁ…

ନୂଆଦିଲ୍ଲୀ,୭।୯: ଭାରତରେ ସୁନାର ଚାହିଦା ଏବଂ ଆମଦାନୀକୁ ନେଇ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳୁଛି। ପ୍ରକାଶିତ ତଥ୍ୟ ଅନୁସାରେ, ଅଗଷ୍ଟ ମାସରେ ଭାରତର ସୁନା ଆମଦାନୀ ବାର୍ଷିକ ଆଧାରରେ ପ୍ରାୟ ୩୦ ପ୍ରତିଶତ ହ୍ରାସ ପାଇଛି। ଏହି ହ୍ରାସକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହୱାନ ସହିତ ସରକାରଙ୍କ ନୀତିଗତ ନିଷ୍ପତ୍ତି ସହ ଯୋଡ଼ି ଦେଖାଯାଉଛି।
ତେବେ ବଜାର ବିଶେଷଜ୍ଞଙ୍କ ମତରେ, ସୁନା ଆମଦାନୀ କମିବା ପଛରେ କେବଳ ଗୋଟିଏ କାରଣ ନାହିଁ। ସୁନାର ରେକର୍ଡ ଦର ଏବଂ କଷ୍ଟମ ଡ୍ୟୁଟି ବୃଦ୍ଧି ମଧ୍ୟ ଏହାର ପ୍ରମୁଖ କାରଣ ବୋଲି କୁହାଯାଉଛି।
‘ମେଟାଲ୍ସ ଫୋକସ’ର ତଥ୍ୟ ଅନୁସାରେ, ମେ’ ମାସରେ ଭାରତ ପ୍ରାୟ ୨୯.୪ ଟନ ସୁନା ଆମଦାନୀ କରିଥିଲା। ଗତବର୍ଷର ସମାନ ସମୟ ତୁଳନାରେ ଏହା ପ୍ରାୟ ୪ ପ୍ରତିଶତ କମ ଥିଲା। ଏହାପରେ ଆମଦାନୀ ହ୍ରାସର ଗତି ଆହୁରି ବଢ଼ିଥିଲା। ଜୁନରେ ସୁନା ଆମଦାନୀ ପ୍ରାୟ ୨୦ ପ୍ରତିଶତ, ଜୁଲାଇରେ ୨୩.୭ ପ୍ରତିଶତ ଏବଂ ଅଗଷ୍ଟରେ ପ୍ରାୟ ୩୦ ପ୍ରତିଶତ କମିଥିବା ଜଣାପଡ଼ିଛି। ତେବେ କେବଳ ପ୍ରଧାନମନ୍ତ୍ରୀଙ୍କ ଆହୱାନ ଯୋଗୁ ହିଁ ଆମଦାନୀ କମିଛି ବୋଲି ତଥ୍ୟରୁ ସ୍ପଷ୍ଟ ହେଉନାହିଁ। ବର୍ତ୍ତମାନ ସୁନାର ଦର ମଧ୍ୟ ଉଚ୍ଚସ୍ତରରେ ରହିଛି। ଏହା ସହିତ ଟିକସ ଓ ଡ୍ୟୁଟି ବୃଦ୍ଧି ଯୋଗୁ ଆମଦାନୀକୃତ ସୁନା ଆହୁରି ମହଙ୍ଗା ହୋଇଛି। ସୁନା ଆମଦାନୀ ହ୍ରାସ ପଛରେ ମୁଖ୍ୟତଃ ଦୁଇଟି ବଡ଼ କାରଣ ରହିଥିବା କୁହାଯାଉଛି।

କଷ୍ଟମ ଡ୍ୟୁଟି ବୃଦ୍ଧି: କେନ୍ଦ୍ର ସରକାର ମେ’ ମାସରେ ସୁନା ଓ ରୁପା ଉପରେ କଷ୍ଟମ ଡ୍ୟୁଟି ବଢ଼ାଇ ୧୫ ପ୍ରତିଶତ କରିଥିଲେ। ଫଳରେ ବିଦେଶରୁ ସୁନା ଆମଦାନୀ କରିବା ମହଙ୍ଗା ହୋଇଛି।

ସୁନାର ରେକର୍ଡ ଦର: ଦେଶୀୟ ଓ ଅନ୍ତର୍ଜାତୀୟ ବଜାରରେ ସୁନା ଦର ଦୀର୍ଘ ସମୟ ଧରି ଉଚ୍ଚସ୍ତରରେ ରହିଛି। ଏହାର ପ୍ରଭାବ ସିଧାସଳଖ ଭାବେ ଗ୍ରାହକଙ୍କ ଉପରେ ପଡ଼ିଛି। ଅନେକ ଲୋକ ନୂଆ ଗହଣା କିଣିବାକୁ ସୀମିତ କରିଦେଇଛନ୍ତି।

ଭାରତ ଚାଇନା ପରେ ବିଶ୍ୱର ଦ୍ୱିତୀୟ ବୃହତ୍ତମ ସୁନା ଖରିଦଦାର ଦେଶ। ପ୍ରତିବର୍ଷ ଭାରତ ପ୍ରାୟ ୭୦୦ରୁ ୯୦୦ ଟନ ସୁନା ଆମଦାନୀ କରିଥାଏ। ଏଥିପାଇଁ ବହୁ ପରିମାଣର ବିଦେଶୀ ମୁଦ୍ରା ଖର୍ଚ୍ଚ ହୋଇଥାଏ। ଏହା ଦେଶର ବାଣିଜ୍ୟିକ ନିଅଣ୍ଟ ଏବଂ ଚାଲୁ ଖାତା ନିଅଣ୍ଟ (CAD) ଉପରେ ମଧ୍ୟ ପ୍ରଭାବ ପକାଇଥାଏ।

ଅନ୍ୟପଟେ, ଏକ ଆକଳନ ଅନୁସାରେ ଭାରତୀୟ ପରିବାରଗୁଡ଼ିକ ପାଖରେ ପ୍ରାୟ ୩୧,୦୦୦ ଟନ ସୁନା ନିଷ୍କ୍ରିୟ ଭାବେ ରହିଛି। ସରକାରଙ୍କ ଉଦ୍ଦେଶ୍ୟ ହେଉଛି, ଏହି ନିଷ୍କ୍ରିୟ ସୁନାକୁ ଅର୍ଥନୀତିରେ ବ୍ୟବହାର କରାଯାଇ ଦେଶର ଆର୍ଥିକ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରାଯାଉ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଆପତ୍ତିଜନକ ଇଙ୍ଗିତ କରିବା ପାକିସ୍ତାନ ଅଧିନାୟିକାଙ୍କୁ ପଡ଼ିଲା ମହଙ୍ଗା

ଦୁବାଇ, ୭ା୯: ପାକିସ୍ତାନ ଅଧିନାୟିକା ଫାତିମା ସାନାଙ୍କୁ ତାଙ୍କ ମ୍ୟାଚ୍‌ ଫି’ର ୧୦ ପ୍ରତିଶତ ଜରିମାନା କରାଯାଇଛି। ଶନିବାର ଚଳିତ ମହିଳା ଟି୨୦ କ୍ରିକେଟ ଏସିଆ କପ୍‌ର…

୧୮୬ ଯାତ୍ରୀଙ୍କୁ ନେଇ ଯାଉଥିଲା ବିମାନ, ମଝି ଆକାଶରେ ଘଟିଲା…

ନୂଆଦିଲ୍ଲୀ,୭।୯: ସୋମବାର କୁଆଲାଲମ୍ପୁରରୁ ଜେଦ୍ଦା ଯାଉଥିବା ମାଲେସିଆ ଏୟାରଲାଇନ୍ସର ଏକ ବିମାନର ଇଞ୍ଜିନରେ ବୈଷୟିକ ତ୍ରୁଟି ଦେଖାଦେବାରୁ ଏହାକୁ ଚେନ୍ନାଇ ଅଭିମୁଖେ ଡାଇଭର୍ଟ କରାଯାଇଥିଲା। ବିମାନରେ ୧୮୬…

ଭଉଣୀଙ୍କୁ ଗୁଳି କରି ହତ୍ୟା କରିଥିଲେ ଭାଇ, କୋର୍ଟ ଶୁଣାଇଲେ କଠୋର ଦଣ୍ଡ

କେନ୍ଦୁଝର,୭ା୯ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଦୌରାଜଜ୍‌ ଗୋପାଳ ଚନ୍ଦ୍ର ବେହେରା ସୋମବାର ଏକ ହତ୍ୟା ମାମଲାରେ ଶୁଣାଣି କରି ଅଭିଯୁକ୍ତ ପ୍ରସନ୍ନ ବାରିକଙ୍କୁ ଆଜୀବନ…

ଚାକିରି ନୁହେଁ ବ୍ୟବସାୟରେ ରାଜ୍‌ କରନ୍ତି ଏହି ୬ ରାଶି, ନିଜ ଦମ୍‌ରେ ପାଆନ୍ତି ବଡ଼ ସଫଳତା

ବ୍ୟବସାୟ ଦୁନିଆରେ କିଛି ଲୋକ ଖୁବ କମ ସମୟରେ ସଫଳତାର ଶୀର୍ଷରେ ପହଞ୍ଚିଯାଆନ୍ତି, ଆଉ କିଛି ଲୋକ ବର୍ଷ ବର୍ଷ ଧରି ପରିଶ୍ରମ କରିବା ପରେ ମଧ୍ୟ…

ଏମିତି କାମ କରି ଗର୍ଲଫ୍ରେଣ୍ଡଙ୍କ ହୃଦୟ ଜିତିଲେ ଇଶାନ କିଶାନ: ଭାଇରାଲ ହେଉଛି…

ନୂଆଦିଲ୍ଲୀ,୭।୯: ଦୁଲୀପ ଟ୍ରଫି ଫାଇନାଲର ପ୍ରଥମ ଦିନ ପାଇଁ ଚେନ୍ନାଇର ଚେପକ ଷ୍ଟାଡିୟମରେ ଏକ ବିଶାଳ ଭିଡ଼ ହୋଇଥିଲା। ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟରୁ ରନର ଝଡ଼ ଦେଖିବା…

ଭୟରେ ଝାରମୁଣ୍ଡାବାସୀ; ବିପଦପୂର୍ଣ୍ଣ ଅବସ୍ଥାରେ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର, ସୁରକ୍ଷା ବାଡ଼…

ରିଷିଡା,୭।୯(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଝାରମୁଣ୍ଡା ଗ୍ରାମରେ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି । ଫଳରେ ସାଧାରଣ ଲୋକଙ୍କ ମଧ୍ୟରେ ଭୟ ଦେଖାଦେଇଛି…

୨୦ ବର୍ଷ ପରେ ଏକାଠି ହେବେ ରାଣୀ-ଅଭିଷେକ: ଆସିଲା ବଡ଼ ଅପଡେଟ୍‌

ବଲିଉଡ୍‌ ବାଦଶାହ ଶାହରୁଖ ଖାନଙ୍କୁ ବଡ଼ ପରଦାରେ ଦେଖିବାକୁ ଦୀର୍ଘଦିନ ହେଲାଣି ଅପେକ୍ଷା କରିଛନ୍ତି ପ୍ରଶଂସକ। ୨୦୨୩ ଡିସେମ୍ବର ପରଠାରୁ ଶାହରୁଖଙ୍କ କୌଣସି ନୂଆ ଫିଲ୍ମ ରିଲିଜ…

ଅନ୍ତେବାସୀଙ୍କ ହଷ୍ଟେଲ ଛାଡିବା ଘଟଣାକୁ ମାସେ, ଆଜି ବି ଶ୍ରେଣୀ ଗୃହରେ ଚାଲିଛି ଛାତ୍ରାବାସ

ଝରିଗାଁ,୭।୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅନ୍ତର୍ଗତ ସାନଟେମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଅନ୍ତେବାସୀଙ୍କ ହଷ୍ଟେଲ ଛାଡିବା ଘଟଣାକୁ ଏହାରି ମଧ୍ୟରେ ମାସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri