ଭାରତରେ ସୁନା ଆମଦାନୀରେ ବମ୍ପର ହ୍ରାସ, PM ମୋଦିଙ୍କ ଅପିଲ ନା ଆଉ କିଛି କାରଣ? ଜାଣନ୍ତୁ…

ନୂଆଦିଲ୍ଲୀ,୭।୯: ଭାରତରେ ସୁନାର ଚାହିଦା ଏବଂ ଆମଦାନୀକୁ ନେଇ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳୁଛି। ପ୍ରକାଶିତ ତଥ୍ୟ ଅନୁସାରେ, ଅଗଷ୍ଟ ମାସରେ ଭାରତର ସୁନା ଆମଦାନୀ ବାର୍ଷିକ ଆଧାରରେ ପ୍ରାୟ ୩୦ ପ୍ରତିଶତ ହ୍ରାସ ପାଇଛି। ଏହି ହ୍ରାସକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହୱାନ ସହିତ ସରକାରଙ୍କ ନୀତିଗତ ନିଷ୍ପତ୍ତି ସହ ଯୋଡ଼ି ଦେଖାଯାଉଛି।
ତେବେ ବଜାର ବିଶେଷଜ୍ଞଙ୍କ ମତରେ, ସୁନା ଆମଦାନୀ କମିବା ପଛରେ କେବଳ ଗୋଟିଏ କାରଣ ନାହିଁ। ସୁନାର ରେକର୍ଡ ଦର ଏବଂ କଷ୍ଟମ ଡ୍ୟୁଟି ବୃଦ୍ଧି ମଧ୍ୟ ଏହାର ପ୍ରମୁଖ କାରଣ ବୋଲି କୁହାଯାଉଛି।
‘ମେଟାଲ୍ସ ଫୋକସ’ର ତଥ୍ୟ ଅନୁସାରେ, ମେ’ ମାସରେ ଭାରତ ପ୍ରାୟ ୨୯.୪ ଟନ ସୁନା ଆମଦାନୀ କରିଥିଲା। ଗତବର୍ଷର ସମାନ ସମୟ ତୁଳନାରେ ଏହା ପ୍ରାୟ ୪ ପ୍ରତିଶତ କମ ଥିଲା। ଏହାପରେ ଆମଦାନୀ ହ୍ରାସର ଗତି ଆହୁରି ବଢ଼ିଥିଲା। ଜୁନରେ ସୁନା ଆମଦାନୀ ପ୍ରାୟ ୨୦ ପ୍ରତିଶତ, ଜୁଲାଇରେ ୨୩.୭ ପ୍ରତିଶତ ଏବଂ ଅଗଷ୍ଟରେ ପ୍ରାୟ ୩୦ ପ୍ରତିଶତ କମିଥିବା ଜଣାପଡ଼ିଛି। ତେବେ କେବଳ ପ୍ରଧାନମନ୍ତ୍ରୀଙ୍କ ଆହୱାନ ଯୋଗୁ ହିଁ ଆମଦାନୀ କମିଛି ବୋଲି ତଥ୍ୟରୁ ସ୍ପଷ୍ଟ ହେଉନାହିଁ। ବର୍ତ୍ତମାନ ସୁନାର ଦର ମଧ୍ୟ ଉଚ୍ଚସ୍ତରରେ ରହିଛି। ଏହା ସହିତ ଟିକସ ଓ ଡ୍ୟୁଟି ବୃଦ୍ଧି ଯୋଗୁ ଆମଦାନୀକୃତ ସୁନା ଆହୁରି ମହଙ୍ଗା ହୋଇଛି। ସୁନା ଆମଦାନୀ ହ୍ରାସ ପଛରେ ମୁଖ୍ୟତଃ ଦୁଇଟି ବଡ଼ କାରଣ ରହିଥିବା କୁହାଯାଉଛି।

କଷ୍ଟମ ଡ୍ୟୁଟି ବୃଦ୍ଧି: କେନ୍ଦ୍ର ସରକାର ମେ’ ମାସରେ ସୁନା ଓ ରୁପା ଉପରେ କଷ୍ଟମ ଡ୍ୟୁଟି ବଢ଼ାଇ ୧୫ ପ୍ରତିଶତ କରିଥିଲେ। ଫଳରେ ବିଦେଶରୁ ସୁନା ଆମଦାନୀ କରିବା ମହଙ୍ଗା ହୋଇଛି।

ସୁନାର ରେକର୍ଡ ଦର: ଦେଶୀୟ ଓ ଅନ୍ତର୍ଜାତୀୟ ବଜାରରେ ସୁନା ଦର ଦୀର୍ଘ ସମୟ ଧରି ଉଚ୍ଚସ୍ତରରେ ରହିଛି। ଏହାର ପ୍ରଭାବ ସିଧାସଳଖ ଭାବେ ଗ୍ରାହକଙ୍କ ଉପରେ ପଡ଼ିଛି। ଅନେକ ଲୋକ ନୂଆ ଗହଣା କିଣିବାକୁ ସୀମିତ କରିଦେଇଛନ୍ତି।

ଭାରତ ଚାଇନା ପରେ ବିଶ୍ୱର ଦ୍ୱିତୀୟ ବୃହତ୍ତମ ସୁନା ଖରିଦଦାର ଦେଶ। ପ୍ରତିବର୍ଷ ଭାରତ ପ୍ରାୟ ୭୦୦ରୁ ୯୦୦ ଟନ ସୁନା ଆମଦାନୀ କରିଥାଏ। ଏଥିପାଇଁ ବହୁ ପରିମାଣର ବିଦେଶୀ ମୁଦ୍ରା ଖର୍ଚ୍ଚ ହୋଇଥାଏ। ଏହା ଦେଶର ବାଣିଜ୍ୟିକ ନିଅଣ୍ଟ ଏବଂ ଚାଲୁ ଖାତା ନିଅଣ୍ଟ (CAD) ଉପରେ ମଧ୍ୟ ପ୍ରଭାବ ପକାଇଥାଏ।

ଅନ୍ୟପଟେ, ଏକ ଆକଳନ ଅନୁସାରେ ଭାରତୀୟ ପରିବାରଗୁଡ଼ିକ ପାଖରେ ପ୍ରାୟ ୩୧,୦୦୦ ଟନ ସୁନା ନିଷ୍କ୍ରିୟ ଭାବେ ରହିଛି। ସରକାରଙ୍କ ଉଦ୍ଦେଶ୍ୟ ହେଉଛି, ଏହି ନିଷ୍କ୍ରିୟ ସୁନାକୁ ଅର୍ଥନୀତିରେ ବ୍ୟବହାର କରାଯାଇ ଦେଶର ଆର୍ଥିକ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରାଯାଉ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାକୁ ନେଇ ତେଜିଲା ଅସନ୍ତୋଷ, କ୍ରସରରେ ତାଲା ପକାଇଲେ ଗ୍ରାମବାସୀ

ବଲାଙ୍ଗୀର,୨୫।୧୦(ସୁନିଲ କୁମାର ମହାନ୍ତି): ଏକ ଦୁର୍ଘଟଣାକୁ କେନ୍ଦ୍ର କରି ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେବା ସହ କ୍ରସରରେ ତାଲା ପକାଇଲେ ଆନ୍ଦୋଳନ କରିଛନ୍ତି। ଏହି ଘଟଣା ଘଟିଛି…

୨.୬୦ କୋଟି ସରକାରୀ ପାଣ୍ଠି ଆତ୍ମସାତ ମାମଲା, ୬ମାସ ପରେ ଫେରାର ବନ ସହାୟକ ବାବୁଲୁ ଗିରଫ

ଭବାନୀପାଟଣା,୨୫।୧୦(ଉତ୍ତମ କୁମାର ଦାଶ): ସରକାରୀ ପାଣ୍ଠି ଆତ୍ମସାତ ମାମଲାରେ ଓଡ଼ିଶା ଭିଜିଲାନ୍ସକୁ ମିଳିଛି ଏକ ବଡ଼ ସଫଳତା। ନୂଆପଡା ଜିଲା ସୁନାବେଡ଼ା ବନ୍ୟପ୍ରାଣୀ ବନଖଣ୍ଡ ଡିଏଫ୍ଓ କାର୍ଯ୍ୟାଳୟର…

ଜୟଶଙ୍କରଙ୍କ ବଡ଼ ବୟାନ, କହିଲେ ମୂକଦର୍ଶକ ହୋଇ….

ନୂଆଦିଲ୍ଲୀ, ୨୫।୧୦: ବିଶ୍ୱରେ ଜାରି ରହିଥିବା ଯୁଦ୍ଧକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର । ସେ କହିଛନ୍ତି, ଯେକୌଣସି ସ୍ଥାନରେ…

ସମ୍ଭାବ୍ୟ ବାତ୍ୟା ପାଇଁ ସମୁଦ୍ର ଅଶାନ୍ତ, ଜେଟିରେ ଲାଗିଲା ଆନ୍ଧ୍ର ଟ୍ରଲର

ଛତ୍ରପୁର,୨୫ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ସମ୍ଭାବ୍ୟ ବାତ୍ୟାକୁ ନେଇ ସମୁଦ୍ର ଅଶାନ୍ତ ରହିଥିବା ବେଳେ ଗଭୀର ସମୁଦ୍ରରେ ଫସିଥିବା ଆନ୍ଧ୍ରପ୍ରଦେଶର ମାଛଧରା ଦୁଇ ଟ୍ରଲର ଆର୍ଯ୍ୟପଲ୍ଲୀ ଜେଟିରେ ସୁରକ୍ଷିତ…

ଖୋର୍ଦ୍ଧା ଜିଲାର ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ, ମୁଖ୍ୟାଳୟ ଛାଡ଼ିଲେ ହେବ କାର୍ଯ୍ୟାନୁଷ୍ଠାନ

ଖୋର୍ଦ୍ଧା,୨୫ା୧୦(ପ୍ରଭାତ ପାଣିଗ୍ରାହୀ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସମ୍ଭାବ୍ୟ ବାତ୍ୟା ଓ ପ୍ରଶାସନିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲାର ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି…

କ୍ରିକେଟ୍‌ ଜଗତରେ ଶୋକର ଛାୟା, ୧୮ ବର୍ଷରେ ଯୁବ କ୍ରିକେଟରଙ୍କ ପରଲୋକ

ଢ଼ାକା,୨୫।୧୦: ବାଂଲାଦେଶ କ୍ରିକେଟ୍‌ ଜଗତରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଯୁବ କ୍ରିକେଟର ମେହେଦୀ ହାସନ ହୃଦୟଙ୍କର ପରଲୋକ ହୋଇଛି । ସେ ଗତ…

ଘର ତାଲା ଭାଙ୍ଗି ଦୁର୍ବୃତ୍ତ ଲୁଟି ନେଲେ ୨୦ ଭରି ସୁନା ଅଳଙ୍କାର ସହ ସ୍କୁଟି

ଦିଗପହଣ୍ଡି,୨୫ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ୧ ନଂ ଓ୍ବାର୍ଡ ପୁଞ୍ଜିକୟଁା ଛକ ବିଷଧର ନଗରରେ ରହୁଥିବା ପ୍ରଧାନଶିକ୍ଷକ ପଦ୍ମନ ଶବରଙ୍କ ଘର ଗ୍ରୀଲ୍‌…

ପ୍ରାକୃତିକ ବିପର୍ଯ୍ୟୟରେ ମହିଳାଙ୍କ ସୁରକ୍ଷା ଓ ଅନ୍ତର୍ଭୁକ୍ତୀକରଣ ଉପରେ କର୍ମଶାଳା

ଭଞ୍ଜନଗର, ୨୫ା୧୦ (ବାବୁଲା ପ୍ରଧାନ): ପ୍ରାକୃତିକ ବିପର୍ଯ୍ୟୟ ସମୟରେ ମହିଳାଙ୍କ ସୁରକ୍ଷା ଓ ସେମାନଙ୍କ ଅନ୍ତର୍ଭୁକ୍ତୀକରଣକୁ ଗୁରୁତ୍ୱ ଦେବା ଉଦ୍ଦେଶ୍ୟରେ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?