ବର୍ଷକୁ ବ୍ୟାଙ୍କରେ କେତେ କ୍ୟାଶ୍‌ ଜମା କରିପାରିବେ? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୮।୯: ସଞ୍ଚୟ ଖାତାରେ (Savings Account) ନଗଦ ଟଙ୍କା ଜମା କରିବା ଏକ ସାଧାରଣ ପ୍ରକ୍ରିୟା, କିନ୍ତୁ ଆପଣ ଜାଣନ୍ତି କି ଏକ ନିର୍ଦ୍ଦିଷ୍ଟ ସୀମାରୁ ଅଧିକ ନଗଦ ଜମା କଲେ ବ୍ୟାଙ୍କ ଏହାର ସୂଚନା ସିଧାସଳଖ ଆୟକର ବିଭାଗକୁ (Income Tax Department) ଦେଇଥାନ୍ତି?

ସରକାର ଏବଂ ଆୟକର ବିଭାଗର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବଡ଼ ଧରଣର ନଗଦ କାରବାର ଉପରେ ନଜର ରଖିବା ସହ ଅଘୋଷିତ ଆୟ (Unaccounted Money), ଟିକସ ଫାଙ୍କି ଏବଂ ମନି ଲଣ୍ଡ୍ରିଂ ଭଳି କାର୍ଯ୍ୟକଳାପ ଉପରେ ରୋକ ଲଗାଇବା। ଯଦି ଆପଣ ମଧ୍ୟ ଆପଣଙ୍କ ଖାତାରେ ବାରମ୍ୱାର ମୋଟା ଅଙ୍କର ନଗଦ ଟଙ୍କା ଜମା କରୁଛନ୍ତି, ତେବେ ବ୍ୟାଙ୍କ ଏବଂ ଟିକସ ନିୟମ ବିଷୟରେ ସଠିକ ସୂଚନା ରହିବା ଅତ୍ୟନ୍ତ ଜରୁରୀ।

ପ୍ରଚଳିତ ଆୟକର ନିୟମ ଅନୁଯାୟୀ, ଯଦି କୌଣସି ବ୍ୟକ୍ତି ଗୋଟିଏ ଆର୍ଥିକ ବର୍ଷ ମଧ୍ୟରେ ତାଙ୍କର ଗୋଟିଏ କିମ୍ୱା ଏକାଧିକ ସଞ୍ଚୟ ଖାତାରେ ମୋଟ ୧୦ ଲକ୍ଷ ଟଙ୍କା ବା ତା’ଠାରୁ ଅଧିକ ନଗଦ ଜମା କରନ୍ତି, ତେବେ ବ୍ୟାଙ୍କଗୁଡ଼ିକ ପାଇଁ ଏହାର ସୂଚନା ଆୟକର ବିଭାଗକୁ ଦେବା ବାଧ୍ୟତାମୂଳକ। ଏହା ମଧ୍ୟ ମନେ ରଖନ୍ତୁ ଯେ ଏହି ସୀମା କୌଣସି ଗୋଟିଏ ର୍ନିଦ୍ଦିଷ୍ଟ କାରବାର ଉପରେ ନୁହେଁ, ବରଂ ପୂରା ବର୍ଷ ସାରା କରାଯାଇଥିବା ସମସ୍ତ ନଗଦ ଜମାର ସମୁଦାୟ ରାଶି ଉପରେ ଲାଗୁ ହୋଇଥାଏ। ତେବେ ୧୦ ଲକ୍ଷରୁ ଅଧିକ ନଗଦ ଜମା କରିବା ମାନେ ଏହା ନୁହେଁ ଯେ ଆପଣଙ୍କୁ ତୁରନ୍ତ ଟ୍ୟାକ୍ସ ନୋଟିସ ଆସିଯିବ। ଯଦି ଆପଣଙ୍କ ପାଖରେ ଜମା କରାଯାଇଥିବା ଟଙ୍କାର ସଠିକ ହିସାବ ଏବଂ ବୈଧ ଉତ୍ସ (Valid Source) ରହିଛି, ତେବେ ବ୍ୟସ୍ତ ହେବାର କୌଣସି ଆବଶ୍ୟକତା ନାହିଁ।

ବ୍ୟାଙ୍କ ଖାତାରେ ଟଙ୍କା ଜମା କରିବା ଉପରେ ସିଧାସଳଖ କୌଣସି ଟିକସ ଲାଗେ ନାହିଁ। ତଥାପି, ଯଦି କୌଣସି ନଗଦ ଜମା ୧୦ ଲକ୍ଷ ଟଙ୍କାର ର୍ନିଦ୍ଧାରିତ ସୀମା ଛୁଇଁଯାଏ, ତେବେ ଆପଣଙ୍କୁ ସେହି ରାଶିର ଉତ୍ସର ପ୍ରମାଣ ଦେବାକୁ ପଡ଼ିପାରେ। ଯଦି ସେହି ଟଙ୍କା ଆପଣଙ୍କ ଦରମା, ବ୍ୟବସାୟ, ଭଡ଼ା ବାବଦ ଆୟ କିମ୍ୱା କୃଷିଜାତ ଆୟରୁ ଆସିଛି ଏବଂ ଆପଣ ତାହାକୁ ଆପଣଙ୍କ ଇନକମ ଟ୍ୟାକ୍ସ ରିଟର୍ଣ୍ଣରେ (ITR) ଦର୍ଶାଇଛନ୍ତି, ତେବେ କୌଣସି ସମସ୍ୟା ହେବ ନାହିଁ। ବଡ଼ ଧରଣର ନଗଦ କାରବାର ସମୟରେ ଆୟର ପ୍ରମାଣପତ୍ର ଯେପରିକି ସାଲାରୀ ସ୍ଲିପ, ବ୍ୟବସାୟର ବିକ୍ରୟ ରେକର୍ଡ, ଭଡ଼ା ଚୁକ୍ତିପତ୍ର (Rent Agreement) କିମ୍ୱା ଜମି ବିକ୍ରିର କାଗଜପତ୍ର ସବୁବେଳେ ସାଇତି ରଖନ୍ତୁ, ଯାହାଫଳରେ ବିଭାଗ ପକ୍ଷରୁ ପଚରାଉଚରା କରାଗଲେ ଆପଣ ସହଜରେ ଉତ୍ତର ଦେଇପାରିବେ।

ଯଦି ଆପଣ କୌଣସି ବ୍ୟାଙ୍କରେ ଗୋଟିଏ ଦିନରେ ୫୦,୦୦୦ ଟଙ୍କାରୁ ଅଧିକ ନଗଦ ଜମା କରୁଛନ୍ତି, ତେବେ ଆପଣଙ୍କୁ ଆପଣଙ୍କର ପ୍ୟାନ (PAN) କାର୍ଡ ନମ୍ୱର ଦେବା ବାଧ୍ୟତାମୂଳକ। ଯଦି ଆପଣଙ୍କ ପାଖରେ ପ୍ୟାନ ନମ୍ୱର ନାହିଁ, ତେବେ ଆପଣଙ୍କୁ ଫର୍ମ ୬୦ ପୂରଣ କରି ଜମା କରିବାକୁ ହେବ। ଏହି ନିୟମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ନଗଦ କାରବାରର ରେକର୍ଡ ରଖିବା।

ଆୟକର ଅଧିନିୟମର ଧାରା ୨୬୯ST ଆଉ ଏକ ଅତ୍ୟନ୍ତ କଠୋର ନିୟମ। ଏହି ନିୟମ ଅନୁଯାୟୀ ଆପଣ ଗୋଟିଏ ଦିନରେ କୌଣସି ଜଣେ ବ୍ୟକ୍ତିଙ୍କଠାରୁ ଦୁଇ ଲକ୍ଷ ବା ତା’ଠାରୁ ଅଧିକ ନଗଦ ଟଙ୍କା ଗ୍ରହଣ କରିପାରିବେ ନାହିଁ। ଯଦି କୌଣସି ବ୍ୟକ୍ତି ଏହି ନିୟମର ଉଲ୍ଲଂଘନ କରନ୍ତି, ତେବେ ତାଙ୍କ ଉପରେ ଗ୍ରହଣ କରାଯାଇଥିବା ନଗଦ ରାଶି ସହିତ ସମାନ (୧୦୦ ପ୍ରତିଶତ) ଜୋରିମାନା ଲାଗୁ କରାଯାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ବୁଧଙ୍କ ନକ୍ଷତ୍ର ପରିବର୍ତ୍ତନରେ ୩ ରାଶି ହେବେ ଭାଗ୍ୟଶାଳୀ; କ୍ୟାରିୟରରେ ବଡ଼ ଅଫର୍‌, ଘରକୁ ଆସିବ ଟଙ୍କା!

ବୈଦିକ ଜ୍ୟୋତିଷରେ ବୁଧ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଗ୍ରହ, ଯିଏକି ପ୍ରତ୍ୟକ୍ଷ ଭାବରେ ଜୀବନକୁ ଗଭୀର ଭାବେ ପ୍ରଭାବିତ କରନ୍ତି। ଜ୍ୟୋତିଷଙ୍କ ଅନୁଯାୟୀ, ବୁଧ ଗ୍ରହ ମାନସିକ…

କମ୍‌ ବୟସରେ ଧନୀ ହୁଅନ୍ତି ଏହି ୩ ରାଶିର ଲୋକ: ମା’ ଲକ୍ଷ୍ମୀଙ୍କ ରହିଥାଏ ବିଶେଷ କୃପା, କେବେ ରହେନି ଅଭାବ!

ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ୧୨ଟି ରାଶି ଓ ୨୭ଟି ନକ୍ଷତ୍ରର ବର୍ଣ୍ଣନା ରହିଛି। ପ୍ରତ୍ୟେକ ରାଶି ଉପରେ କୌଣସି ନା କୌଣସି ଗ୍ରହଙ୍କ ଆଧିପତ୍ୟ ରହିଥାଏ। ତେଣୁ…

ମୋଦିଙ୍କ କାର୍ଯ୍ୟକ୍ରମ ସ୍ଥଳରୁ ବନ୍ଧୁକ ସହ ଧରାପଡିଲେ ୨ ସନ୍ଦିଗ୍ଧ

ମୁମ୍ବାଇ,୮।୯: ମୁମ୍ବାଇର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଛନ୍ତି ସେହି ସ୍ଥାନ ନିକଟରୁ ଦୁଇଜଣଙ୍କୁ ଅଟକ ରଖାଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କଠାରୁ ଏକ…

ବାଘ ଛାଲ ଡିଲ୍‌ ବେଳେ ମାଡ଼ି ବସିଲା ଗୁଜରାଟ ଟିମ୍‌

ଜୟପୁର,୮।୯: ଗୁଜରାଟର ସ୍ବତନ୍ତ୍ର ଡିଆର୍‌ଆଇ ଟିମ୍‌କୁ ଓଡ଼ିଶାରେ ଏକ ବଡ଼ ସଫଳତା ମିଳିଛି। ଡିଆର୍‌ଆଇ ଟିମ୍‌ ଜୟପୁରରେ ଚଢ଼ାଉ କରି ଏକ କଲରା ପତରିଆ ବାଘ ଛାଲ…

ସରିଗଲା ଡେଡ୍‌ଲାଇନ୍‌; ଏବେ ଆଉ ମିଳିବନି ସିଲିଣ୍ଡର? ଶୀଘ୍ର କରନ୍ତୁ ଏହି କାମ…

ନୂଆଦିଲ୍‌ଲୀ,୮।୯: LPG ଗ୍ୟାସ ସିଲିଣ୍ଡରର ନୂଆ କନେକସନ ଉପରେ ଏବେ ମଧ୍ୟ ରୋକ ଲାଗି ରହିଛି। ଅନ୍ୟପଟେ ନିକଟରେ ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ ନକଲି କନେକସନକୁ…

ଏମଆରଏଫ୍‌ ୟୁନିଟ୍‌ରେ ପଶିଲା ୫ ଫୁଟର ଅଜଗର, ପରେ….

କୁଆଁରମୁଣ୍ଡା, ୮।୯ (ମହେନ୍ଦ୍ର କୁମାର ସାହୁ): ମଙ୍ଗଳବାର ମଧ୍ୟାହ୍ନରେ କୁଆଁରମୁଣ୍ଡା ବ୍ଲକ ଏମଆରଏଫ୍‌ ୟୁନିଟ୍‌ ଭିତରକୁ ଏକ ଅଜଗର ସାପ ପଶିଯାଇଥିଲା। ସାପଟିକୁ ଦେଖି କର୍ମଚାରୀମାନେ ଭୟଭୀତ…

Ration Card Big Update: ଅକ୍ଟୋବର ୧ରୁ ଏମାନଙ୍କର କଟିଯିବ ରାସନ କାର୍ଡ! ସେପ୍ଟେମ୍ୱର ୨୧ ସୁଦ୍ଧା ସାରନ୍ତୁ ଏହି କାମ

ନୂଆଦିଲ୍ଲୀ,୮।୯: ଯଦି ଆପଣଙ୍କ ପାଖରେ ମଧ୍ୟ ରାସନ କାର୍ଡ ଅଛି ଏବଂ ଆପଣ ଅନେକ ମାସ ଧରି ସାଧାରଣ ବଣ୍ଟନ ବ୍ୟବସ୍ଥା (PDS) ଦୋକାନରୁ ରାସନ ସାମଗ୍ରୀ…

ଯୁବ IAS କସ୍ତୁରୀ ଶାହାଙ୍କୁ ଭବାନୀପାଟଣା ଉପଜିଲାପାଳ ଦାୟିତ୍ୱ, ଛୁଟିଲା ଶୁଭେଚ୍ଛା…

ଭବାନୀପାଟଣା,୮।୯(ଉତ୍ତମ କୁମାର ଦାଶ): ଟ୍ରେନିଂ ଶେଷ ପରେ ୯ ଯୁବ IASଙ୍କୁ ଉପଜିଲାପାଳ ଭାବେ ନିଯୁକ୍ତି ମିଳିଛି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri