ଭାକ୍ସିନ୍‌, ମାସ୍କ ସହ ଗଣେଶ

ଅହମଦାବାଦ: ଗଣେଶ ପୂଜା ପାଇଁ ଏବେଠାରୁ ମୂର୍ତ୍ତି ତିଆରି ଆରମ୍ଭ ହୋଇଗଲାଣି। ବିଭିନ୍ନ ସହରରେ ଭିନ୍ନ ଭିନ୍ନ ଶୈଳୀରେ ଗଜାନନ ମୂର୍ତ୍ତି ନିର୍ମାଣ ଚାଲିଛି। ଏହି କ୍ରମରେ ଏକ ସ୍ବତନ୍ତ୍ର ଧରଣର ମୂର୍ତ୍ତି ତିଆରି କରି ଏବେ ଚର୍ଚ୍ଚିତ ହୋଇଛନ୍ତି ଗୁଜରାଟର କରିଗର ଦକ୍ଷ ଜାଙ୍ଗିଡ। କୋଭିଡ୍‌ ଭାକ୍ସିନ୍‌ ଏବଂ ସିରିଞ୍ଜ ସହିତ ମାସ୍କ ଧରିଥିବା ଏକ ଇକୋ ଫ୍ରେଣ୍ଡଲି ଗଣେଶ ମୂର୍ତ୍ତି ତିଆରି କରି ସେ ସଚେତନତାର ବାର୍ତ୍ତା ଦେଇଛନ୍ତି। ଦକ୍ଷ ଜାଙ୍ଗିଡଙ୍କ ଗଣେଶ ମୂର୍ତ୍ତିକୁ ନେଇ ଏବେଠାରୁ ଚର୍ଚ୍ଚା ଆରମ୍ଭ ହୋଇଛି। କାହିଁକି ନା ତାଙ୍କର ମୂର୍ତ୍ତିରେ ରହିଛି କୋଭିଡ୍‌ ସଚେତନତା ବାର୍ତ୍ତାର ଏକ ସ୍ବତନ୍ତ୍ର ଷ୍ଟାଇଲ୍‌। ଗଣେଶଙ୍କ ମାଧ୍ୟମରେ ସେ ଟିକାକରଣ ସହିତ ତୃତୀୟ ଲହର ପ୍ରତି ସତର୍କ ରହିବା ନିମନ୍ତେ ସଚେତନ କରାଇଛନ୍ତି। ଏଥିପାଇଁ ସେ ଏଭଳି ମୂର୍ତ୍ତି ତିଆରି କରିଛନ୍ତି; ଯେଉଁଥିରେ ଗଣେଶ ଭଗବାନ ଏକ କୋଭିଡ୍‌ ଭାକ୍ସିନ୍‌ ଶିଶି ଉପରେ ବସିଛନ୍ତି ଏବଂ ତାଙ୍କ ପାଖରେ ସିରିଞ୍ଜ ମଧ୍ୟ ରହିଛି। ଖାଲି ସେତିକି ନୁହେଁ, ଗଣେଶ ଗୋଟିଏ ହାତରେ ମାସ୍କ ମଧ୍ୟ ଧରିଛନ୍ତି। ଏଭଳି ଏକ ଇକୋ ଫ୍ରେଣ୍ଡ୍‌ଲି ମୂର୍ତ୍ତି ତିଆରି କରିବା ପଛରେ ତାଙ୍କର ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ ସଚେତନ କରିବା। ସମସ୍ତେ ଟିକା ନେବାର ଆବଶ୍ୟକତା ରହିଛି। ଏହାଛଡ଼ା ତୃତୀୟ ଲହର ରୋକିବା ନିମନ୍ତେ ମାସ୍କ ମଧ୍ୟ ବ୍ୟବହାର କରିବା ଜରୁରୀ। ଏହା ବ୍ୟତୀତ ମୂର୍ତ୍ତି ପାଖରେ କୋଭିଡ୍‌ ଯୋଦ୍ଧାଙ୍କୁ ମଧ୍ୟ ସ୍ଥାନ ଦେଇଛନ୍ତି କାରିଗର। ଏଭଳି ଏକ ମୂର୍ତ୍ତି ମାଧ୍ୟମରେ ସେ ଲୋକଙ୍କୁ ସୁରକ୍ଷିତ ରହିବା ପାଇଁ ଭାକ୍ସିନ୍‌ ନେବା ସହିତ ତୃତୀୟ ଲହର ନିମନ୍ତେ ଆଗୁଆ ସତର୍କ ରହିବା ଲାଗି ସଚେତନ କରାଇଛନ୍ତି। ତାଙ୍କ ମୂର୍ତ୍ତିର ଉଚ୍ଚତା ହେଉଛି ୨.୫ ଫୁଟ। ଜାଙ୍ଗିଡଙ୍କୁ ଏହି ମୂର୍ତ୍ତି ତିଆରି କରିବା ପାଇଁ ଦୁଇଦିନ ସମୟ ଲାଗିଛି ଏବଂ ତାଙ୍କୁ ଏହି କାମରେ ଅନ୍ୟ ୪ଜଣ କାରିଗର ସାହାଯ୍ୟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ମୁକ୍ତ ହେଲା ନ୍ୟୁଜିଲାଣ୍ଡ: ଖୁସିରେ ନାଚିଲେ ପ୍ରଧାନମନ୍ତ୍ରୀ

ଓ୍ବିଲିଂଟନ୍‌,୧୪।୧୨: ନ୍ୟୁଜିଲାଣ୍ଡ ସମ୍ପୂର୍ଣ୍ଣ ଭାବେ କରୋନା ମୁକ୍ତ ହୋଇଛି। ଏହି ଖବର ଶୁଣିବା ପରେ ପ୍ରଧାନମନ୍ତ୍ରୀ ଜାସିଣ୍ଡା ଆରଡେର୍ନ ଖୁସିରେ ନାଚିଛନ୍ତି। ଦେଶରେ ନୂଆ ଆକ୍ରାନ୍ତଙ୍କ...

ନୂଆଁଖାଇ ଓ ରକ୍ଷାବନ୍ଧନ

କୃଷିଭିତ୍ତିକ ପର୍ବ ନୂଆଁଖାଇ । ଏହା କୃଷି ସଭ୍ୟତାର ସାକ୍ଷୀ ହେବା ସଙ୍ଗେ ସଙ୍ଗେ ଉନ୍ନତ ସାମାଜିକ ଜୀବନଯାପନ କରିବା ଲାଗି ପ୍ରେରଣା ଦେଇଥାଏ। ପରସ୍ପର...

ପୁଣି ବଢ଼ିଲା କରୋନା ସଂକ୍ରମଣ: ଆଜି ରାଜ୍ୟରେ ୪୮୮ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୩୧।୧୦(ବ୍ୟୁରୋ): ରାଜ୍ୟରେ ରବିବାର ୪୮୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭୭ ଜଣ ଛୁଆ ଅଛନ୍ତି। ଯେଉଁମାନଙ୍କ ବୟସ ୧୮ ବର୍ଷରୁ...

CORONAVIRUS UPDATE: ୨୯ ଜିଲାରୁ ୨୨୩୯ ନୂଆ କରୋନା ପଜିଟିଭ୍‌ ଚିହ୍ନଟ, ଜାଣନ୍ତୁ କେଉଁ ଜିଲାରୁ କେତେ

ଭୁବନେଶ୍ୱର,୧୮।୮(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ୨୯ ଜିଲାରୁ ୨୨୩୯ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୬୪୫୩୩କୁ ବୃଦ୍ଧି...

ମୃତବ୍ୟକ୍ତିଙ୍କୁ ବିବାହ

ନୂଆଦିଲ୍ଲୀ: ମୃତ ବ୍ୟକ୍ତିଙ୍କୁ ପୁଣି ବିବାହ କେମିତି କରିହେବ ଏକଥାକୁ ଭାବିବା ବି କଷ୍ଟକର। କିନ୍ତୁ ଏଭଳି ଅଜବ ଘଟଣା ଦେଖିବାକୁ ମିଳେ ଫ୍ରାନ୍‌ସରେ। ଏଠାରେ...

କୋଭିଡ୍‌-୧୯: ଦକ୍ଷିଣ ଆଫ୍ରିକାର ଶ୍ରୀଲଙ୍କା ଗସ୍ତ ସ୍ଥଗିତ

ଜୋହାନ୍ସବର୍ଗ,୨୦।୪(ପି.ଟି.): କୋଭିଡ୍‌- ୧୯ ସଂକ୍ରମଣ କାରଣରୁ ଦକ୍ଷିଣ ଆଫ୍ରିକାର ଶ୍ରୀଲଙ୍କା ଗସ୍ତକୁ ସ୍ଥଗିତ ରଖାଯାଇଛି। ଜୁନ୍‌ରେ ଦକ୍ଷିଣ ଆଫ୍ରିକା ଶ୍ରୀଲଙ୍କା ଗସ୍ତରେ ଯିବାର କାର୍ଯ୍ୟକ୍ରମ ଥିଲା।...

ବର କନ୍ୟା ମୁଣ୍ଡରେ ସିନ୍ଦୁର ଦେଲାପରେ ଭାଙ୍ଗି ଗଲା ବାହାଘର: କନ୍ୟାଙ୍କ ସାନଭଉଣୀକୁ ଉଠାଇ ନେଲେ ବର

ବାଲ୍ୟ ବିବାହକୁ ପୋଲିସ ଦ୍ୱାରା ରୋକା ଯିବାରୁ ବର ରାଗି କରି କନ୍ୟାଙ୍କ ଭଉଣୀଙ୍କୁ ଉଠାଇ ନେଇଥିଲେ। ପରେ ପୋଲିସ ଉକ୍ତ ଯୁବତୀଙ୍କୁ ଉଦ୍ଧାର କରିଛି।...

ଘରଘର ବୁଲି ହିତାଧିକାରୀଙ୍କୁ ଭତ୍ତା ବାଣ୍ଟୁଛନ୍ତି ଅଧିକାରୀ, ସାମାଜିକ ଦୂରତ୍ୱ ରକ୍ଷା କରିବାକୁ ଦେଉଛନ୍ତି ପରାମର୍ଶ

ରାଇକିଆ,୨୭।୩(ଡି.ଏନ୍‌.ଏ.): କନ୍ଧମାଳ ଜିଲା ରାଇକିଆ ବ୍ଲକ ଭତ୍ତା ଟଙ୍କା ବଣ୍ଟନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । କରୋନା ସଂକ୍ରମଣ ଆଶଙ୍କାରେ ରାଇକିଆ ସହର ତିନିଦିନ ହେଲା...

Advertisement
Archives

Model This Week