ଟିକାକରଣ ନୈରାଶ୍ୟଜନକ

ଖୋର୍ଦ୍ଧା ଅଫିସ,୨୬।୭: ଖୋର୍ଦ୍ଧା ଗ୍ରାମାଞ୍ଚଳରେ ସପ୍ତାହକ ବ୍ୟବଧାନ ପରେ ସୁସ୍ଥହାର କମିଥିଲେ ମଧ୍ୟ ଦୈନିକ ସଂକ୍ରମଣ ବୃଦ୍ଧି ପାଇଛି। ସେହିପରି ମୃତ୍ୟୁହାର ବୃଦ୍ଧି ପାଇଥିବା ପ୍ରଶାସନର ରିପୋର୍ଟରୁ ଜଣାପଡ଼ିଛି। ରବିବାର ୯୬ଜଣ ଆକ୍ରାନ୍ତ ହୋଇଥିବାବେଳେ ୨୯ଜଣ ସୁସ୍ଥ ହୋଇଛନ୍ତି। ୭ଜଣଙ୍କ ଜୀବନ ଯାଇଛି। ଆକ୍ରାନ୍ତଙ୍କ ମଧ୍ୟରେ ଭୁବନେଶ୍ୱର ବ୍ଲକରୁ ୧୪, ବାଲିଅନ୍ତାରୁ ୧୪, ବାଲିପାଟଣାରୁ ୨୫, ଜଟଣୀରୁ ୭, ଖୋର୍ଦ୍ଧାରୁ ୮, ବେଗୁନିଆରୁ ୫, ବୋଲଗଡ଼ରୁ ୩, ଟାଙ୍ଗୀରୁ ୧୨, ଚିଲିକାରୁ ୩ ଓ ବାଣପୁରରୁ ୫ଜଣ ରହିଛନ୍ତି। ଜିଲା ପ୍ରଶାସନର ରିପୋର୍ଟ ଅନୁଯାୟୀ, ୨୮୧୩୮ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ୨୭୫୨୦ ସୁସ୍ଥ ହୋଇ ଫେରିଛନ୍ତି। ୨୨୬ଜଣଙ୍କ କୋଭିଡ୍‌ରେ ମୃତ୍ୟୁ ଘଟିଛି। ୩୯୨ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି। ଅପରପକ୍ଷେ ଦୈନିକ ସଂକ୍ରମଣ ବଢୁଥିବା ବେଳେ ସେହି ତୁଳନାରେ ଟିକାକରଣ ସ୍ଥିତି ନୈରାଶ୍ୟଜନକ ରହିଛି। ଶନିବାର ଗ୍ରାମାଞ୍ଚଳର ୧୧ କେନ୍ଦ୍ରରେ ୧୭୯୯ ଜଣଙ୍କୁ ଟିକା ଦିଆଯାଇଥିବାବେଳେ ରବିବାର ୮ଟି କେନ୍ଦ୍ରରେ ୧୨୦୭ ଜଣଙ୍କୁ ଟିକା ଦିଆଯାଇଛି। କୋଭିଡ୍‌ ନିୟନ୍ତ୍ରଣ ଲାଗି ଟେଷ୍ଟିଂ ଓ ଟିକାକରଣ ଉପରେ ଗୁରୁତ୍ୱ ଦିଆଯାଉ ଥିବା ବେଳେ ଗ୍ରାମାଞ୍ଚଳରେ ଏହାର ସ୍ଥିିତି ଦୟନୀୟ ରହିଛି। ଟିକାକରଣ ଲାଗି ଲୋକଙ୍କ ମଧ୍ୟରେ ଉତ୍ସାହ ରହିଥିଲେ ମଧ୍ୟ ଜିଲାରେ ଟିକା ଅଭାବ ଯୋଗୁ ଅଧିକାଂଶ ଟିକାକରଣ କେନ୍ଦ୍ର ବନ୍ଦ ରହିଛି। ଟିକାକରଣ ଲାଗି ଲୋକେ ସକାଳୁ ଲମ୍ବାଧାଡ଼ିରେ ଘଣ୍ଟା ଘଣ୍ଟା ଠିଆ ହୋଇ ଟୋକନ ନେଉଛନ୍ତି। ପରେ ଟିକା ନେବାକୁ ପୁଣି ଥରେ ଧାଡ଼ି ଲଗାଉଛନ୍ତି। ନିଜର ପାଳି ଆସିଲେ ଟିକା ସରିଯାଇଥିବା ଓ ପରଦିନ ଆସିବାକୁ କୁହାଯାଉଛି। ପି.ଏନ୍‌. କଲେଜରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ହିତାଧିକାରୀ କ୍ଷିତେଶ ମୋହନ ଦାଶ କହିଛନ୍ତି, ଏଠାରେ ଦୈନିକ ୪୫ ଓ ୬୦ ବର୍ଷରୁ ଊର୍ଦ୍ଧ୍ୱ ପ୍ରାୟ ୩୦୦ ବ୍ୟକ୍ତିଙ୍କୁ ଟିକା ଦିଆଯିବାର ବ୍ୟବସ୍ଥା ହୋଇଛି। ଲୋକେ ଟିକା ନେବାକୁ ବିଭିନ୍ନ ସ୍ଥାନରୁ ଏପରି କି ଗାଡ଼ିି ଭଡ଼ା କରି ଆସୁଛନ୍ତି। ଲମ୍ବାଧାଡ଼ିିରେ ଠିଆ ହୋଇ ଟୋକନ ପାଇବାର କିଛି ସମୟ ପରେ ଟିକା ସରିଯାଉଥିବା କୁହାଯାଉଛି। ସେ ଏଭଳି ସମସ୍ୟାର ସମ୍ମୁଖୀନ ହୋଇଥିଲେ। ତେବେ ଏନେଇ ସ୍ବର ଉତ୍ତୋଳନ କରିବାରୁ ପରେ ତାଙ୍କୁ ଟିକା ଦିଆଯାଇଥିଲା।
୨୧ରେ ଟିକାକରଣ ମହାଭିଯାନ ଆରମ୍ଭ ହେଲା। ଲୋକେ ଆଶା କରିଥିଲେ, ଏଥର ଟିକା ନେବାକୁ ଆଉ କୌଣସି ସମସ୍ୟା ହେବ ନାହିଁ। ତେବେ ମାସର ଶେଷ ସପ୍ତାହ ଆଡ଼କୁ ଟିକାକରଣରେ ଅବ୍ୟବସ୍ଥା ଦେଖିବାକୁ ମିଳିଥିଲା। ଫଳରେ କେତେକ କେନ୍ଦ୍ରକୁ ବନ୍ଦ କରିଦିଆଗଲା। ଜୁଲାଇ ସରିବାକୁ ବସିଲାଣି। ଏବେ ସୁଦ୍ଧା ସେହି ସମସ୍ୟା ଦୂର ହୋଇନାହିଁ। ଏ ନେଇ ଜିଲା ପ୍ରଶାସନ ପକ୍ଷରୁ ସ୍ପଷ୍ଟ ସୂଚନା ଦିଆଯାଉନାହିଁ। ଫଳରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ଟିକାକରଣ ସ୍ଥିତି ନୈରାଶ୍ୟଜନକ। ଏବେ ବି ବହୁ ବରିଷ୍ଠ ନାଗରିକ ଟିକା ନେଇନାହାନ୍ତି। ଶନିବାର ସୁଦ୍ଧା ଖୋର୍ଦ୍ଧା ଗ୍ରାମାଞ୍ଚଳରେ ୩୫୩୪୧୨ ଜଣଙ୍କୁ ଟିକା ଦିଆଯାଇଛି। ସେଥିରୁ ୪୫ବର୍ଷରୁ ଊର୍ଦ୍ଧ୍ୱ ୮୩୫୫୯୦ ଜଣ ପ୍ରଥମ ଓ ୪୦୧୩୪ ଜଣ ୨ୟ ଡୋଜ୍‌ ନେଇଛନ୍ତି। ସେହିପରି ୬୦ବର୍ଷରୁ ଊର୍ଦ୍ଧ୍ୱ ୭୪୨୭୩ ଜଣଙ୍କୁ ପ୍ରଥମ ଓ ୪୪୪୩୫ଜଣଙ୍କୁ ୨ୟ ଡୋଜ ଦିଆଯାଇଛି। ୭୬୯୫୦ ଜଣ ଆଗଧାଡ଼ିର ଯୋଦ୍ଧା (ଯୁବବର୍ଗ) ଓ ୩୬ଜଣ ସ୍ବାସ୍ଥ୍ୟକର୍ମୀ ଟିକା ନେଇଛନ୍ତି। ୧୮ରୁ ୪୪ ଯୁବବର୍ଗ (ସାଧାରଣ) ଅଦ୍ୟାବଧି ୭୬୯୫୦ ପ୍ରଥମ ଓ ୨୪୩ ଜଣ ଦ୍ୱିତୀୟ ଡୋଜ୍‌ ନେଇଛନ୍ତି। ଯୁବବର୍ଗ ଓ ବରିଷ୍ଠ ନାଗରିକଙ୍କ ଟିକାକରଣ ସ୍ଥିତି ନୈରାଶ୍ୟଜନକ। ଦୈନିକ ୪୫ ଓ ୬୦ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ଟିକା ଦିଆଯାଉଥିବାବେଳେ ଟିକା ଅଭାବରୁ ଯୁବବର୍ଗଙ୍କ ଟିକାକରଣ ବନ୍ଦ ରହିଛି। ତେବେ ଏନେଇ ଜିଲା ପ୍ରଶାସନର ଦାୟିତ୍ୱରତ ଅଧିକାରୀଙ୍କୁ ପଚାରିଲେ ଉତ୍ତର ମିଳୁଛି, ଟିକା ଆସିଲେ ସମସ୍ତଙ୍କୁ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ ହେଲେ ଆଦିତ୍ୟ: ଖେଳିଗଲା ଖୁସିର ଲହରୀ

ଗୁଡାରି, ୨୧/୯ (ପ୍ରମୋଦ କୁମାର ପତି): ସ୍ଥାନୀୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ଆଦିତ୍ୟ ନାରାୟଣ ଗୌଡ଼ ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ…

ରିଲିଜ ପୂର୍ବରୁ ‘ରାକା’ରଚିଲା ଇତିହାସ: ଗିନିଜ ୱାଲର୍‌ଡ ରେକର୍ଡରେ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ

ମୁମ୍ବାଇ: ‘ପୁଷ୍ପା’ ଓ ‘ପୁଷ୍ପା ୨’ ଭଳି ଫିଲ୍ମ ଜରିଆରେ କେବଳ ଦେଶ ନୁହେଁ, ସାରା ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିଥିବା ତେଲୁଗୁ ସୁପରଷ୍ଟାର ଅଲ୍ଲୁ…

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?